Posted inଖେଳ

ଶୁଟିଂରେ ଭାରତକୁ ସ୍ବର୍ଣ୍ଣ-ରୌପ୍ୟ ପଦକ…

ଟୋକିଓ ,୪।୯: ଟୋକିଓ ପାରାଲିମ୍ପିକ ଗେମ୍ସରେ ଶନିବାର ଭାରତକୁ ଶୁଟିଂରେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ମିଳିଛି। ଶୁଟର ମନୀଷ ନରୱାଲ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଆଣିଥିବାବେଳେ ସିଂହରାଜ ରୌପ୍ୟ ପଦକ ଜିତିବାରେ ସଫଳ ହୋଇଛନ୍ତି। ଏହି ଦୁଇ ଶୁଟର ୫୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଫାଇନାଲରେ ଭାରତ ପାଇଁ ଦୁଇଟି ପଦକ ଜିଣିବାର ଗୌରବ ଅର୍ଜନ କରିଛନ୍ତି। ମନୀଷ ୨୧୮.୨ ସ୍କୋର ହାସଲ କରି ପ୍ରଥମ ସ୍ଥାନରେ ରହିଥିବାବେଳେ ସିଂହରାଜ ୨୧୬.୭ ସ୍କୋର କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି ୧୯୬.୮ ସ୍କୋର କରି ରୁଷିଆର ସର୍ଗେଇ ମାଲିଶଓ୍ବେ ତୃତୀୟ ସ୍ଥାନରେ ରହିଛନ୍ତି।

ହରିୟାଣାର କାଥୁରା ଗାଁର ବାସିନ୍ଦା ମନୀଷ ନରୱାଲ ମାତ୍ର ୧୯ ବର୍ଷ ବୟସରେ ଏହି ଇତିହାସ ସୃଷ୍ଟି କରିଛନ୍ତି। ପ୍ରଥମ ଦୁଇଟି ଶଟରେ ମନୀଷ ନରୱାଲ ମାତ୍ର ୧୭.୮ ସ୍କୋର କରିଥିଲେ। କିନ୍ତୁ ଏହା ପରେ ନରୱାଲ ବଡ଼ ପ୍ରତ୍ୟାବର୍ତ୍ତନ କରିଥିଲେ। ପାଞ୍ଚଟି ଶଟ ପରେ ନରୱାଲ ଏହାକୁ ଶ୍ରେଷ୍ଠ ତିନିରେ ପହଞ୍ଚାଇବାରେ ସଫଳ ହୋଇଥିଲେ ଏବଂ ପାଞ୍ଚଟି ଶଟ ପରେ ତାଙ୍କ ସ୍କୋର ୪୫.୪ ରହିଥିଲା। ୧୨ ଟି ଶଟ ପରେ ମନୀଷ ୧୦୪.୩ ସ୍କୋର ସହିତ ପାଞ୍ଚ ନମ୍ବରରେ ରହିଥିଲେ।
ଏଥି ସହିତ ସିଂହରାଜ କ୍ରମାଗତ ଭାବରେ ଭଲ ପ୍ରଦର୍ଶନ କରୁଥିଲେ। ୧୪ ତମ ଶଟ ପରେ ସିଂହରାଜ ଚତୁର୍ଥ ନମ୍ବରରେ ରହିଥିଲେ। କିନ୍ତୁ ୧୫ ତମ ଶଟ ପରେ ମନୀଷ ନରୱାଲ ୧୩୩.୪ ସ୍କୋର କରି ତୃତୀୟ ସ୍ଥାନରେ ପହଞ୍ଚିଥିଲେ। ୧୬ ତମ ଶଟ ପରେ ସିଂହରାଜ ମଧ୍ୟ ଏହାକୁ ଶ୍ରେଷ୍ଠ ତିନିରେ ପହଞ୍ଚାଇବାରେ ସଫଳ ହୋଇଥିଲେ। ୨୦ ତମ ଶଟ ପରେ ଭାରତ ପାଇଁ ଦୁଇଟି ପଦକ ନିଶ୍ଚିତ ହୋଇଥିଲା। ଚାଇନାର ଖେଳାଳିଙ୍କୁ ୭.୫ ସ୍କୋର ସହ ଖେଳରୁ ବାହାରିବାକୁ ପଡିଥିଲା। ଶେଷ ଶଟରେ ମନୀଷ ନରୱାଲ ଭାରତ ପାଇଁ ସ୍ବର୍ଣ୍ଣ ଜିତିଥିବାବେଳେ ସିଂହରାଜଙ୍କୁ ରୌପ୍ୟ ପଦକ ମିଳିଥିଲା।
ଶୁୁଟିଂରେ ଦୁଇଟି ପଦକ ସହିତ ଟୋକିଓ ପାରାଲିମ୍ପିକ ଗେମ୍ସରେ ଭାରତର ପଦକ ସଂଖ୍ୟା ୧୫ରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri