Posted inଖେଳ

ଶୁଟିଂରେ ଭାରତକୁ ସ୍ବର୍ଣ୍ଣ-ରୌପ୍ୟ ପଦକ…

ଟୋକିଓ ,୪।୯: ଟୋକିଓ ପାରାଲିମ୍ପିକ ଗେମ୍ସରେ ଶନିବାର ଭାରତକୁ ଶୁଟିଂରେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ମିଳିଛି। ଶୁଟର ମନୀଷ ନରୱାଲ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଆଣିଥିବାବେଳେ ସିଂହରାଜ ରୌପ୍ୟ ପଦକ ଜିତିବାରେ ସଫଳ ହୋଇଛନ୍ତି। ଏହି ଦୁଇ ଶୁଟର ୫୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଫାଇନାଲରେ ଭାରତ ପାଇଁ ଦୁଇଟି ପଦକ ଜିଣିବାର ଗୌରବ ଅର୍ଜନ କରିଛନ୍ତି। ମନୀଷ ୨୧୮.୨ ସ୍କୋର ହାସଲ କରି ପ୍ରଥମ ସ୍ଥାନରେ ରହିଥିବାବେଳେ ସିଂହରାଜ ୨୧୬.୭ ସ୍କୋର କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି ୧୯୬.୮ ସ୍କୋର କରି ରୁଷିଆର ସର୍ଗେଇ ମାଲିଶଓ୍ବେ ତୃତୀୟ ସ୍ଥାନରେ ରହିଛନ୍ତି।

ହରିୟାଣାର କାଥୁରା ଗାଁର ବାସିନ୍ଦା ମନୀଷ ନରୱାଲ ମାତ୍ର ୧୯ ବର୍ଷ ବୟସରେ ଏହି ଇତିହାସ ସୃଷ୍ଟି କରିଛନ୍ତି। ପ୍ରଥମ ଦୁଇଟି ଶଟରେ ମନୀଷ ନରୱାଲ ମାତ୍ର ୧୭.୮ ସ୍କୋର କରିଥିଲେ। କିନ୍ତୁ ଏହା ପରେ ନରୱାଲ ବଡ଼ ପ୍ରତ୍ୟାବର୍ତ୍ତନ କରିଥିଲେ। ପାଞ୍ଚଟି ଶଟ ପରେ ନରୱାଲ ଏହାକୁ ଶ୍ରେଷ୍ଠ ତିନିରେ ପହଞ୍ଚାଇବାରେ ସଫଳ ହୋଇଥିଲେ ଏବଂ ପାଞ୍ଚଟି ଶଟ ପରେ ତାଙ୍କ ସ୍କୋର ୪୫.୪ ରହିଥିଲା। ୧୨ ଟି ଶଟ ପରେ ମନୀଷ ୧୦୪.୩ ସ୍କୋର ସହିତ ପାଞ୍ଚ ନମ୍ବରରେ ରହିଥିଲେ।
ଏଥି ସହିତ ସିଂହରାଜ କ୍ରମାଗତ ଭାବରେ ଭଲ ପ୍ରଦର୍ଶନ କରୁଥିଲେ। ୧୪ ତମ ଶଟ ପରେ ସିଂହରାଜ ଚତୁର୍ଥ ନମ୍ବରରେ ରହିଥିଲେ। କିନ୍ତୁ ୧୫ ତମ ଶଟ ପରେ ମନୀଷ ନରୱାଲ ୧୩୩.୪ ସ୍କୋର କରି ତୃତୀୟ ସ୍ଥାନରେ ପହଞ୍ଚିଥିଲେ। ୧୬ ତମ ଶଟ ପରେ ସିଂହରାଜ ମଧ୍ୟ ଏହାକୁ ଶ୍ରେଷ୍ଠ ତିନିରେ ପହଞ୍ଚାଇବାରେ ସଫଳ ହୋଇଥିଲେ। ୨୦ ତମ ଶଟ ପରେ ଭାରତ ପାଇଁ ଦୁଇଟି ପଦକ ନିଶ୍ଚିତ ହୋଇଥିଲା। ଚାଇନାର ଖେଳାଳିଙ୍କୁ ୭.୫ ସ୍କୋର ସହ ଖେଳରୁ ବାହାରିବାକୁ ପଡିଥିଲା। ଶେଷ ଶଟରେ ମନୀଷ ନରୱାଲ ଭାରତ ପାଇଁ ସ୍ବର୍ଣ୍ଣ ଜିତିଥିବାବେଳେ ସିଂହରାଜଙ୍କୁ ରୌପ୍ୟ ପଦକ ମିଳିଥିଲା।
ଶୁୁଟିଂରେ ଦୁଇଟି ପଦକ ସହିତ ଟୋକିଓ ପାରାଲିମ୍ପିକ ଗେମ୍ସରେ ଭାରତର ପଦକ ସଂଖ୍ୟା ୧୫ରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଭାଇରାଲ୍ ହେଉଛି ଟ୍ରମ୍ପଙ୍କ ହାତର ଫଟୋ; ଗଭୀର ଚିହ୍ନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri