ସୁନା ୬୩ ହଜାର ଛୁଇଁପାରେ

ନୂଆଦିଲ୍ଲୀ: ଚଳିତ ବର୍ଷ କରୋନା ମହାମାରୀ କାରଣରୁ ସୁନା ଦର ନେଇ କାହାର ଆକଳନ ନ ଥିଲା। ୨୦୨୧ରେ ଏହି ମୂଲ୍ୟବାନ୍‌ ଧାତୁ ଦର ଆକାଶଛୁଆଁ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ବର୍ତ୍ତମାନ ପ୍ରତି ୧୦ ଗ୍ରାମ ସୁନାର ଦାମ ୫୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ଥିବା ବେଳେ ୨୦୨୧ରେ ଏହା ୬୩ ହଜାରକୁ ଛୁଇଁବ ବୋଲି ଆକଳନ କରାଯାଉଛି। ସୁନା ବର୍ତ୍ତମାନ ରେକର୍ଡ ଉଚ୍ଚ ସ୍ତରରୁ ପାଖାପାଖି ୬ହଜାର ଟଙ୍କା କମିଛି। ଆସନ୍ତା ବର୍ଷରୁ ଏହା ସବୁ ରେକର୍ଡ ଟପିଯିବ ବୋଲି ବଜାର ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଆମେରିକାନ ଡଲାର ଦର ହ୍ରାସ (ତଳମୁହଁା ରହିଥିବାରୁ) ପାଉଥିବାରୁ ଭାରତୀୟ ସୁନା ବଜାରରେ ଏହାର ପ୍ରଭାବ ଆଶଙ୍କା ସୃଷ୍ଟି ହୋଇଛି। ଫଳରେ ଭାରତୀୟ ବଜାରରେ ସୁନା ଦର ବଢ଼ିପାରେ ବୋଲି କୁହାଯାଉଛି। ୨୦୨୦ରେ କରୋନା ମହାମାରୀ ପାଇଁ ଦେଶର ଆର୍ଥିକ ମାନ୍ଦାବସ୍ଥା ଲାଗି ରହିବା କାରଣରୁ ସୁନା ଦର ବିଭିନ୍ନ ସମୟରେ ଉପର ତଳମୁହଁା ହେଉଥିଲା। ଚଳିତବର୍ଷ ଅଗଷ୍ଟରେ ପ୍ରଥମ ଥର ସୁନା ଦରରେ ବୃଦ୍ଧି ଘଟି ପ୍ରତି ୧୦ ଗ୍ରାମ ସୁନା ଦର ୫୬,୧୯୧ ଟଙ୍କାକୁ ଛୁଇଁଥିଲା। ଚଳିତ ବର୍ଷ ଆରମ୍ଭରୁ ସୁନା ଦର ୩୯,୧୦୦ ଟଙ୍କା ପ୍ରତି ୧୦ ଗ୍ରାମ ଥିଲା। କରୋନା ମହାମାରୀ ପାଇଁ ସୁନା ଦାମ ୩୮,୪୦୦ ଟଙ୍କାକୁ ଖସିଆସିଥିଲା। ପରବର୍ତ୍ତୀ ସମୟରେ ଏହି ଦାମ ଧୀରେ ଧୀରେ ବୃଦ୍ଧି ପାଇବାକୁ ଲାଗିଥିଲା। ଏହା ସହ ସୁନା ଦାମ ଗୋଟିଏ ସମୟରେ ୫୬,୧୯୧ରେ ପହଞ୍ଚିଥିଲା। ଏ ସମ୍ପର୍କରେ ଏଚ୍‌ଡିଏଫସି ସିକ୍ୟୁରିଟିଜର ବରିଷ୍ଠ ବିଶେଷଜ୍ଞ ତପନ ପଟେଲ କହିଛନ୍ତି, ୨୦୨୧ରେ ସୁନା ଦର ବୃଦ୍ଧି ହୋଇପାରେ। ଭାରତରେ ଏମ୍‌ସିଏକ୍ସରେ ଗୋଲ୍ଡ ରେଟ୍‌ ୫୭ ହଜାର ଓ ୬୩ ହଜାର ପ୍ରତି ୧୦ ଗ୍ରାମ ହିସାବରେ ଦର ରହିପାରେ ବୋଲି ସେ ମତ ଦେଇଛନ୍ତି। ସେହିଭଳି ଓ୍ବାର୍ଲଡ୍‌ ଗୋଲ୍ଡ କାଉନସିଲ ମ୍ୟାନେଜିଂ ଡିରେକ୍ଟର ସୋମା ସୁନ୍ଦରମ ପି ଆର୍‌ କହିଛନ୍ତି, ଭାରତୀୟ ବଜାରରେ ଗ୍ରାହକଙ୍କ ଚାହିଦା କମିଛି। ଏହା ସହ ଆଗାମୀ ସମୟରେ ସୁନାର ଡିମାଣ୍ଡ ବଢ଼ିବାକୁ ଥିବା ବେଳେ ଦରରେ ଆଶଙ୍କା କରାଯାଉଛି ବୋଲି ସୋମା ସୁନ୍ଦରମ୍‌ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri