ସୁନା ୬୩ ହଜାର ଛୁଇଁପାରେ

ନୂଆଦିଲ୍ଲୀ: ଚଳିତ ବର୍ଷ କରୋନା ମହାମାରୀ କାରଣରୁ ସୁନା ଦର ନେଇ କାହାର ଆକଳନ ନ ଥିଲା। ୨୦୨୧ରେ ଏହି ମୂଲ୍ୟବାନ୍‌ ଧାତୁ ଦର ଆକାଶଛୁଆଁ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ବର୍ତ୍ତମାନ ପ୍ରତି ୧୦ ଗ୍ରାମ ସୁନାର ଦାମ ୫୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ଥିବା ବେଳେ ୨୦୨୧ରେ ଏହା ୬୩ ହଜାରକୁ ଛୁଇଁବ ବୋଲି ଆକଳନ କରାଯାଉଛି। ସୁନା ବର୍ତ୍ତମାନ ରେକର୍ଡ ଉଚ୍ଚ ସ୍ତରରୁ ପାଖାପାଖି ୬ହଜାର ଟଙ୍କା କମିଛି। ଆସନ୍ତା ବର୍ଷରୁ ଏହା ସବୁ ରେକର୍ଡ ଟପିଯିବ ବୋଲି ବଜାର ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଆମେରିକାନ ଡଲାର ଦର ହ୍ରାସ (ତଳମୁହଁା ରହିଥିବାରୁ) ପାଉଥିବାରୁ ଭାରତୀୟ ସୁନା ବଜାରରେ ଏହାର ପ୍ରଭାବ ଆଶଙ୍କା ସୃଷ୍ଟି ହୋଇଛି। ଫଳରେ ଭାରତୀୟ ବଜାରରେ ସୁନା ଦର ବଢ଼ିପାରେ ବୋଲି କୁହାଯାଉଛି। ୨୦୨୦ରେ କରୋନା ମହାମାରୀ ପାଇଁ ଦେଶର ଆର୍ଥିକ ମାନ୍ଦାବସ୍ଥା ଲାଗି ରହିବା କାରଣରୁ ସୁନା ଦର ବିଭିନ୍ନ ସମୟରେ ଉପର ତଳମୁହଁା ହେଉଥିଲା। ଚଳିତବର୍ଷ ଅଗଷ୍ଟରେ ପ୍ରଥମ ଥର ସୁନା ଦରରେ ବୃଦ୍ଧି ଘଟି ପ୍ରତି ୧୦ ଗ୍ରାମ ସୁନା ଦର ୫୬,୧୯୧ ଟଙ୍କାକୁ ଛୁଇଁଥିଲା। ଚଳିତ ବର୍ଷ ଆରମ୍ଭରୁ ସୁନା ଦର ୩୯,୧୦୦ ଟଙ୍କା ପ୍ରତି ୧୦ ଗ୍ରାମ ଥିଲା। କରୋନା ମହାମାରୀ ପାଇଁ ସୁନା ଦାମ ୩୮,୪୦୦ ଟଙ୍କାକୁ ଖସିଆସିଥିଲା। ପରବର୍ତ୍ତୀ ସମୟରେ ଏହି ଦାମ ଧୀରେ ଧୀରେ ବୃଦ୍ଧି ପାଇବାକୁ ଲାଗିଥିଲା। ଏହା ସହ ସୁନା ଦାମ ଗୋଟିଏ ସମୟରେ ୫୬,୧୯୧ରେ ପହଞ୍ଚିଥିଲା। ଏ ସମ୍ପର୍କରେ ଏଚ୍‌ଡିଏଫସି ସିକ୍ୟୁରିଟିଜର ବରିଷ୍ଠ ବିଶେଷଜ୍ଞ ତପନ ପଟେଲ କହିଛନ୍ତି, ୨୦୨୧ରେ ସୁନା ଦର ବୃଦ୍ଧି ହୋଇପାରେ। ଭାରତରେ ଏମ୍‌ସିଏକ୍ସରେ ଗୋଲ୍ଡ ରେଟ୍‌ ୫୭ ହଜାର ଓ ୬୩ ହଜାର ପ୍ରତି ୧୦ ଗ୍ରାମ ହିସାବରେ ଦର ରହିପାରେ ବୋଲି ସେ ମତ ଦେଇଛନ୍ତି। ସେହିଭଳି ଓ୍ବାର୍ଲଡ୍‌ ଗୋଲ୍ଡ କାଉନସିଲ ମ୍ୟାନେଜିଂ ଡିରେକ୍ଟର ସୋମା ସୁନ୍ଦରମ ପି ଆର୍‌ କହିଛନ୍ତି, ଭାରତୀୟ ବଜାରରେ ଗ୍ରାହକଙ୍କ ଚାହିଦା କମିଛି। ଏହା ସହ ଆଗାମୀ ସମୟରେ ସୁନାର ଡିମାଣ୍ଡ ବଢ଼ିବାକୁ ଥିବା ବେଳେ ଦରରେ ଆଶଙ୍କା କରାଯାଉଛି ବୋଲି ସୋମା ସୁନ୍ଦରମ୍‌ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେକର୍ଡ ସ୍ତର ଛୁଇଁଲା ପୁଞ୍ଜିବଜାର

ନୂଆଦିଲ୍ଲୀ: ଦେଶର ପୁଞ୍ଜିବଜାର କାରବାର ସୋମବାର ରେକର୍ଡ ସ୍ତରରେ ରହିଛି। ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ଉଚ୍ଚ ରେକର୍ଡ ସ୍ତରରେ...

ମୋଦିଙ୍କୁ ଜେଟ୍‌ କର୍ମଚାରୀଙ୍କ ଅନୁରୋଧ: ଗୋଟିଏ ମାସ ବେତନ ଦେବାକୁ ଏସ୍‌ବିଆଇକୁ କୁହନ୍ତୁ

ମୁମ୍ବାଇ,୨୯-୪:ସଙ୍କଟରେ ଅନିର୍ଦ୍ଧିଷ୍ଟ ସମୟ ଲାଗି ବିମାନ ସେବା ବନ୍ଦ କରି ଦେଇଥିବା ଜେଟ୍‌ର କର୍ମଚାରୀ ମାନେ ଗୋଟିଏ ମାସର ବେତନ ପାଇବା ପାଇଁ ପ୍ରଧାନୀମନ୍ତ୍ରୀ ନରେନ୍ଦ୍ର...

ମାନ୍ଦା ପଡ଼ିବ ଆଇଟି କମ୍ପାନୀଙ୍କ ନିଯୁକ୍ତି

ବାଙ୍ଗାଲୋର,୨୯।୪: ଚଳିତ ବର୍ଷ ଦେଶର ଆଇଟି କମ୍ପାନୀଗୁଡ଼ିକରେ ନିଯୁକ୍ତି ଫିକା ପଡ଼ିପାରେ। ସେହିଭଳି ବରିଷ୍ଠ କର୍ମଚାରୀଙ୍କ ବେତନ ୨୦ରୁ ୨୫% ହ୍ରାସ ହୋଇ ପାରେ। ମହାମାରୀ...

ମାନୁଫାକ୍‌ଚରିଂ କାର୍ଯ୍ୟକଳାପରେ ଉନ୍ନତି

ନୂଆଦିଲ୍ଲୀ, ୩-୧୨: ଚଳିତ ବର୍ଷ ନଭେମ୍ବରରେ ଦେଶର ମାନୁଫାକଚରିଂ କ୍ଷେତ୍ରରେ କାର୍ଯ୍ୟକଳାପ ସାମାନ୍ୟ ଉନ୍ନତି ଆସିଛି। ଦେଶର ଅଭିବୃଦ୍ଧି ହ୍ରାସ, ନୂଆ ଅର୍ଡର କମିବା ଏବଂ...

ଜନଧନ ଆକାଉଣ୍ଟରେ ଜମା ୧ ଲକ୍ଷ କୋଟି ଟପିଲା

ନୂଆଦିଲ୍ଲୀ,୧୮-୮: ସମାଜର ଗରିବ ଶ୍ରେଣୀ ନିକଟରେ ବ୍ୟାଙ୍କକୁ ପହଞ୍ଚାଇବା ଲାଗି ୫ ବର୍ଷ ପୂର୍ବେ ଏନ୍‌ଡିଏ ସରକାର ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା। ଏବେ...

ସ୍କ୍ରାପେଜ୍‌ ପଲିସି କାର୍‌ ବିକ୍ରି ବଢ଼ାଇବ

କରୋନା ମହାମାରୀର ପ୍ରଭାବ ସାଙ୍ଗକୁ ବର୍ଦ୍ଧିତ ତେଲ ଦର ଯାନ ବିକ୍ରି ବୃଦ୍ଧିରେ ବାଧକ ସାଜି ଅଟୋ ସେକ୍ଟର ପାଇଁ ଆଉ ଏକ ଚିନ୍ତାର କାରଣ...

ଟିକସ ଅଧିକାରୀଙ୍କ ମାନସିକତା ବଦଳିବା ଦରକାର:ସୀତାରାମନ୍‌

ଅହମ୍ମଦାବାଦ,୧୮-୮: ଉଦ୍ୟୋଗ ଜଗତ ପକ୍ଷରୁ ‘ଟିକସ ଆତଙ୍କବାଦ’ ଅଭିଯୋଗ ଅଣାଯାଉଛି। ଏହି କାରଣରୁ ଦେଶର ଟିକସ ଆଦାୟ ବ୍ୟବସ୍ଥାକୁ ଟେକ୍ନୋଲୋଜି ଆଧାରିତ କରିବା ଜରୁରୀ ହୋଇପଡିଛି...

ବୃଦ୍ଧି ପାଉଛି ବୀମା ଶିଳ୍ପର କାରବାର

ନୂଆଦିଲ୍ଲୀ, ୯।୧୧: ଗତ କିଛି ମାସ ହେବ ବିଭିନ୍ନ କାରଣ ଓ ମାନ୍ଦାବସ୍ଥା ଯୋଗୁ ଭାରତୀୟ ବୀମା ଶିଳ୍ପରେ ବ୍ୟାପକ ଅସ୍ଥିରତା ଦେଖାଦେଇଥିଲା। କାରଣ କୋଭିଡ୍‌...

Advertisement
Archives

Model This Week