ଓଡ଼ିଶା ବିଧାନସଭା ଅଧିବେଶନ, ସୁନା ଖଣି ଚର୍ଚ୍ଚା

ଭୁବନେଶ୍ୱର,୧୯।୨: ଓଡ଼ିଶା ବିଧାନସଭାର ଚଳିତ ବଜେଟ୍ ଅଧିବେଶନରେ ପୁଣିଥରେ ରାଜ୍ୟର ସୁନା ଖଣି ପ୍ରସଙ୍ଗ ଚର୍ଚ୍ଚାର ବିଷୟ ପାଲଟିଛି। ଗୁରୁବାର ଗୃହରେ ବଡମ୍ବା ବିଧାୟକ ବିଜୟ କୁମାର ଦଳବେହେରାଙ୍କ ଏକ ପ୍ରଶ୍ନର ଉତ୍ତର ରଖି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ରାଜ୍ୟର ବିଭିନ୍ନ ଜିଲାରେ ଥିବା ସୁନା ଗଚ୍ଛିତ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଓଡ଼ିଶାର ଦେବଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାରେ ସୁନା ଖଣି ଥିବା ସ୍ପଷ୍ଟ ହୋଇଛି। ଏହି ସ୍ଥାନଗୁଡ଼ିକରେ ବର୍ତ୍ତମାନ ସବିଶେଷ ଅନୁସନ୍ଧାନ କାର୍ଯ୍ୟ ଜାରି ରହିଛି। ଦେବଗଡ଼ର ଆଦାସ-ରାମପଲ୍ଲୀ ଅଞ୍ଚଳ, କେନ୍ଦୁଝରର ଗୋପୁର-ଜଳଡିହି ଅଞ୍ଚଳ ଏବଂ ମୟୂରଭଞ୍ଜର ମଦନଶାହୀ-କାଞ୍ଜିଆ ଅଞ୍ଚଳରେ ସୁନା ଖଣି ରହିଛି।

କେବଳ ଏହି ତିନୋଟି ଜିଲା ନୁହେଁ, ବରଂ ଓଡ଼ିଶା ଖଣି ନିଗମ (OMC) ର ପ୍ରାଥମିକ ସର୍ଭେ ଅନୁଯାୟୀ ରାଜ୍ୟର ପ୍ରାୟ ୯ଟି ଜିଲାରେ ସୁନା ମିଳିବାର ସମ୍ଭାବନା ରହିଛି। ସେଗୁଡ଼ିକ ହେଲା, କେନ୍ଦୁଝର ଜିଲାର ଗଜୀପୁର, ସାଲେଇକେନା ଓ ଦିମିରିମୁଣ୍ଡା। ମୟୂରଭଞ୍ଜର ଯଶୀପୁର, ସୁରିଆଗୋଡ଼ା, ରୁଆଁସି, ଇଦେଲକୁଚା, ମାରୁଡ଼ିହି, ସୁଲେଇପାଟ ଓ ବାଦାମପାହାଡ଼। ସୁନ୍ଦରଗଡ଼ର ଦିଗଝରଣ, ମାଲିଡିହି, ଘୋଘର ଓ ଗିରିଙ୍ଗକେଲା। କୋରାପୁଟର ରଙ୍ଗାପାଣି, ଗାରିଆ ଓ ଦଶମନ୍ତପୁର। ମାଲକାନଗିରିର ସୁନାପଦର, କିୟାଙ୍ଗ ଓ ଗୋବିନ୍ଦପାଲି। ଅନୁଗୋଳର ମାଙ୍କଡ଼ଚୁଆ, ଟିକିର ଓ ସାମକୋଇ। ବୌଦ୍ଧର କୁଦାଗାଁ, ଜହ୍ନପଙ୍କ ଓ ରାମଗଡ଼। ସମ୍ବଲପୁରର କେନ୍ଦୁଖୁଣ୍ଟି ଓ କୁଣ୍ଟରାବାହାଲ। ଦେବଗଡ଼ର ସୁନାକେଣି, ନିକ୍ତିମାଲ ଓ ଗାଇଲୋ ସାମିଲ ଅଛି।

ଓଡ଼ିଶାରେ ସୁନା ଖଣି ଥିବା ନେଇ ପ୍ରଥମେ ୨୦୨୩ ଫେବୃଆରୀ ୨୭ ରେ ରାଜ୍ୟ ସରକାର ବିଧାନସଭାରେ ସୂଚନା ଦେଇଥିଲେ। ସେବେଠାରୁ ପ୍ରତି ଅଧିବେଶନରେ ଏହି ପ୍ରସଙ୍ଗରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। କେନ୍ଦୁଝର ଜିଲାରେ ୧୯୮୦ ଦଶକରୁ ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (GSI) ସର୍ଭେ ଆରମ୍ଭ କରିଥିବା ବେଳେ ଏବେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଏହାର ବ୍ୟବସାୟିକ ଉପଯୋଗିତା ଉପରେ ଗୁରୁତ୍ୱ ଦିଆଯାଉଛି।

ରାଜ୍ୟର ଏହି ବିପୁଳ ଖଣିଜ ସମ୍ପଦ ଯଦି ବ୍ୟବସାୟିକ ଭାବେ ଲାଭଜନକ ପ୍ରମାଣିତ ହୁଏ, ତେବେ ଓଡ଼ିଶାର ଅର୍ଥନୀତିରେ ଏକ ବଡ଼ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri