ଜୁଏଲେରିରୁ ସୁନା ଅଳଙ୍କାର ଚୋରି ଘଟଣା: ଆସିଷ୍ଟାଣ୍ଟ ମ୍ୟାନେଜର ଗିରଫ, ୫୨୩ ଗ୍ରାମ୍‌ ସୁନା ଜବତ

ବ୍ରହ୍ମପୁର ଅଫିସ,୬ା୨: ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ସାନବଜାର ସ୍ଥିତ ଅରୁନ୍ଧତୀ ଜୁଏଲେରିରୁ ୩୩ ଲକ୍ଷ ୩୮ ହଜାର ଟଙ୍କାର ସୁନାଗହଣା ଚୋରି ଘଟଣାର ଆସିଷ୍ଟାଣ୍ଟ ମ୍ୟାନେଜର ସୀମାଞ୍ଚଳ ପାତ୍ର ଓରଫ ଲିପୁଙ୍କୁ ସୋମବାର ପୋଲିସ ଗିରଫ କରିଛି। ସୀମାଞ୍ଚଳ ଜୁଏଲେରିରୁ ସୁନାଗହଣା ନେଇ ମାନାପୁରମ୍‌ ଓ ମୁଥୁଟ୍‌ ଫାଇନାନ୍ସରେ ବନ୍ଧକ ରଖି ୧୯ ଲକ୍ଷ ଟଙ୍କା ଆଣିଥିବା ଜେରା ବେଳେ ପୋଲିସ ଜାଣିବକୁ ପାଇଛି। ସେହିପରି ଉକ୍ତ ଟଙ୍କାରେ ସେ ଅନ୍‌ଲାଇନ ଗେମ୍‌ ଖେଳିଥିବା ମଧ୍ୟ ଜେରା ବେଳେ ଜଣାପଡ଼ିଛି। ଅଭିଯୁକ୍ତଙ୍କ ବୟାନକୁ ଆଧାରକରି ପୋଲିସ ମାନାପୁରମ୍‌ ଫାଇନାନ୍ସ ବ୍ୟାଙ୍କ ଲିମିଟେଡ୍‌ ଓ ମୁଥୁଟ ଫାଇନାନ୍ସରେ ବନ୍ଧକ ଥିବା ୩ ଟିି ବ୍ରାସ୍‌ଲେଟ, ଗୋଟିଏ ହାର ଓ ଗୋଟିଏ ମଙ୍ଗଳସୂତ୍ର ପ୍ରାୟ ୫୨୩.୨୩ ଗ୍ରାମର ସୁନା ଅଳଙ୍କାର ଜବତ କରିଛି। ଏହାର ମୂଲ୍ୟ ୩୩ଲକ୍ଷ ୩୮ହଜାର ଟଙ୍କା। ଏନେଇ ଏକ ପ୍ରେସ୍‌ନୋଟ୍‌ରେ ବ୍ରହ୍ମପୁର ଏସ୍‌ପି ଡ. ଶ୍ରବଣା ବିବେକ ଏମ୍‌. ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କୁ ମାମଲା ନମ୍ବର ୩୨/୨୩ ରେ ସୋମବାର କୋର୍ଟ ଚାଲାଣ କରାଯାଇଛି। ସେହିପରି ଉକ୍ତ ଶୋ’ରୁମ୍‌ରୁ ଚୋରି ହୋଇଥିବା ସମସ୍ତ ସୁନା ଅଳଙ୍କାର ଜବତ କରାଯାଇଛି ବୋଲି ଥାନାଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ସାନବଜାର ଛକଠାରେ ଥିବା ଅରୁନ୍ଧତୀ ଜୁଏଲେରିରୁ ବ୍ରଜନଗରର ୩ୟ ଲାଇନ୍‌ର ସୀମାଞ୍ଚଳ ବହୁ ବର୍ଷ ହେବ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି। ଗତ କିଛିଦିନ ତଳେ ସେ କେତେଜଣ ଗ୍ରାହକଙ୍କ ଘରକୁ ସୁନା ଅଳଙ୍କାର ବିକ୍ରି କରିବାକୁ ନେଉଛି ବୋଲି କହି ନେଇଥିଲେ। ହେଲେ ସେ ଏହି ସବୁ ଅଳଙ୍କାର ଧରି ଶୋ’ରୁମରୁ ଗ୍ରାହକଙ୍କୁ ବିକ୍ରି ନ କରି ନିଜେ ନେବାକୁ ଯୋଜନା କରିିଥିଲେ। କିଛିଦିନ ପରେ ଷ୍ଟକ ଯାଞ୍ଚ ବେଳେ ଉପରୋକ୍ତ ପରିମାଣର ସୁନା ଅଳଙ୍କାର ନିଅଣ୍ଟ ହୋଇଥିଲା। ଆସିଷ୍ଟାଣ୍ଟ ମ୍ୟାନେଜର ସୀମାଞ୍ଚଳ ଗ୍ରାହକଙ୍କୁ ବିକିବାକୁ ନେଇଥିବା ସୁନା ବାବଦ ଟଙ୍କା ଶୋ’ରୁମ୍‌ରେ ଦାଖଲ କରି ନ ଥିବା ଜଣାପଡ଼ିଥିଲା। ଏ ନେଇ ତାଙ୍କୁ ପଚରାଉଚରା ପରେ ସେ ଠିକ୍‌ ଉତ୍ତର ଦେଇ ନ ଥିଲେ। ଅଧିକ ପଚରାଉଚରା ପରେ ସେ ସୁନା ନେଇ ଋଣ ଉଠାଇଥିବା କହିଥିଲେ। ପରେ ଜୁଏଲେରି ବ୍ରାଞ୍ଚ ହେଡ୍‌ ମନମୋହନ ବାରିକ ବଡ଼ବଜାର ଥାନାରେ ଏତଲା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟେଣ୍ଟ ହାଉସ ମାଲିକ କାନ ଧରି ଭୁଲ୍‌ ମାଗିଲେ

ରୂପ୍‌ସା,୧୦ା୯(ଡି.ଏନ୍‌.ଏ.): କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟଦେବତା ଶ୍ରୀଜଗନ୍ନାଥଙ୍କ ପ୍ରତିମାଙ୍କୁ ଏକ ପିକ୍‌ଅପ ଭ୍ୟାନ ପଛପଟେ ବାନ୍ଧି ନିଆଯିବା ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ...

ବର ବେଶରେ ସଜ୍ଜିତ ହେଲେ ବାବା ଆଖଣ୍ଡଳମଣି, ଆଜି ଅପରାହ୍ନରେ ହେବ ବିବାହ

ଆରଡ଼ି,୨୭ା୫(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ବୁଧବାର ଅପରାହ୍ନରେ ଶିବ ବିବାହ ଅନୁଷ୍ଠିତ ହେବ। ସକାଳୁ ମାତା ପାର୍ବତୀ ଓ ବାବା ମହାଦେବଙ୍କୁ ମଙ୍ଗୁଳା...

ଫେରିଲା ଫୁଟ୍‌ବଲ୍‌ ଫିଭର

ଢେଙ୍କାନାଳକୁ ଫେରିଛି ଫୁଟ୍‌ବଲ ଫିଭର। ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ, ଆମେ ଓଡ଼ିଆ ସଙ୍ଗଠନ ଏବଂ ଜିଲା କ୍ରୀଡ଼ା ସଂସଦ ସହଯୋଗରେ ନଭେମ୍ବର ୩ରୁ ଆୟୋଜିତ ହେଉଛି...

ବ୍ଲକ୍‌ ରୋଡ୍‌ ଜବର ଦଖଲତହସିଲରେ ଅଭିଯୋଗ

ଝୁମ୍ପୁରା, ୨୩।୭ (ଡି.ଏନ.ଏ.)-ଝୁମ୍ପୁରା ବଜାର ଅଞ୍ଚଳର ୨୦ନଂ ଜାତୀୟ ରାଜପଥର ବ୍ଲକ ଛକ ଠାରୁ ତହସିଲ କାର୍ଯ୍ୟାଳୟ ଏବଂ ବ୍ଲକ କାର୍ଯ୍ୟାଳୟ ପାର୍ଶ୍ୱରେ ଉଖୁଣ୍ଡାକୁ ସଂଲଗ୍ନ...

ମା’ କୋଳରୁ ଭାସିଯାଇ ଚାଲିଗଲା ଦୁଇ ବର୍ଷ ଶିଶୁର ଜୀବନ

ନୟାଗଡ଼ ଅଫିସ,୫।୯: ନୟାଗଡ ଜିଲା ଓଡଗାଁ ଥାନା ଗୌଡପୁଟ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ମା’ ସହିତ ଗାଧୋଇବାକୁ ଯାଇ ନଦୀରେ ଭାସିଯାଇ ଦୁଇ...

ମିନିଷ୍ଟାଡ଼ିୟମ୍‌ ପରିଦର୍ଶନ କଲେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ

ବାଲେଶ୍ୱର ଅଫିସ, ୩।୯-ବାଲେଶ୍ୱର ବିଜୁ ଛାତ୍ର ଜନତା ଦଳ ତରଫରୁ ଜିଲାସଭାପତି ସିମନ ଦାସ ମହାପାତ୍ରଙ୍କ ନେତୃତ୍ୱରେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ...

ଏଲାୟନ୍ସ ଏୟାର ବିମାନର ପରୀକ୍ଷାମୂଳକ ଉଡାନ ଆଜି

ଝାରସୁଗୁଡ଼ା ଅଫିସ,୪।୧୧: ଝାରସୁଗୁଡ଼ା ଭିଏସ୍‌ଏସ୍‌ (ବୀର ସୁରେନ୍ଦ୍ର ସାଏ)ବିମାନ ବନ୍ଦର ଦେଇ ଚଳାଚଳ କରୁଥିବା ଏକମାତ୍ର ସ୍ପାଇସଜେଟ ବିମାନ ଯାତ୍ରୀଙ୍କ ଚାହିଦା ମେଣ୍ଟାଇ ପାରୁ ନ...

ତାଳଚେରରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା

ତାଳଚେର,୨୧।୨(ନି.ପ୍ର.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୪ର୍ଥ ପର୍ଯ୍ୟାୟ ଭୋଟଗ୍ରହଣ ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବ। ଅନୁଗୋଳ ଜିଲାର ତାଳଚେର ଓ କିଶୋରନଗର ବ୍ଲକରେ ଏଥିପାଇଁ ରବିବାର...

Advertisement
Archives

Model This Week