ସୁନା ୨୦୦୦, ରୁପା ୫୦୦୦ ଟଙ୍କା, ପ୍ଲାଟିନମ- ହୀରା ମୂଲ୍ୟ ବି କମିଲା

ଭୁବନେଶ୍ୱର,୮।୧୧: (ଅଭୟ ଦାଶ): ପାର୍ବଣ ପୂର୍ବରୁ ଘରୋଇ ବଜାରରେ ମୂଲ୍ୟବାନ୍‌ ଅଳଙ୍କାରର ଦର ଆକାଶଛୁଆଁ ଥିଲାବେଳେ ପାର୍ବଣ ପରେ ଦର କମିବାରେ ଲାଗିଛି। ଏପରିକି ଗତ ସପ୍ତାହ ହେଲା ମୂଲ୍ୟବାନ ଅଳଙ୍କାର ମୂଲ୍ୟ ହ୍ରାସ ପାଉଛି। ଫଳରେ ଧନ୍‌ତେରସ୍‌ ବେଳେ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ପ୍ରାୟ ୮୧,୦୦୦ ଟଙ୍କା ଥିଲାବେଳେ ୨୨ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୭୩,୦୦୦ ଟଙ୍କା ଉପରେ କାରବାର ହେଉଥିଲା। ସେହିଭଳି ରୁପା କିଲୋଗ୍ରାମ (କେ.ଜି.) ପିଛା ପ୍ରାୟ ୧,୧୦,୦୦୦ ଟଙ୍କା ଥିଲାବେଳେ ୧୮କ୍ୟାରେଟ ସୁନା ଦର, ପ୍ଲାଟିନମ ଓ ହୀରା ଭଳି ଅନ୍ୟାନ୍ୟ ମୂଲ୍ୟବାନ୍‌ ଅଳଙ୍କାରର ମୂଲ୍ୟ ୬୦,୦୦୦ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହେଉଥିଲା। ହେଲେ ବର୍ତ୍ତମାନ ଭୁବନେଶ୍ୱରରେ ୨୪କ୍ୟାରେଟ ସୁନା ଦର ପ୍ରତି ୧୦ଗ୍ରାମ ପିଛା ପ୍ରାୟ ୭୮,୪୬୦ ଟଙ୍କା ଥିଲାବେଳେ ୨୨କ୍ୟାରେଟ ସୁନା ଦର ପ୍ରତି ୧୦ଗ୍ରାମ ପିଛା ୭୨,୦୦୦ଟଙ୍କା ଏବଂ ରୁପା କିଲୋଗ୍ରାମ ପିଛା ପ୍ରାୟ ୧,୦୨,୦୦୦ ଟଙ୍କା ରହିଛି। ସେହିପରି ୧୮ କ୍ୟାରେଟ ସୁନା, ପ୍ଲାଟିନମ ଓ ହୀରା ଭଳି ଅନ୍ୟାନ୍ୟ ମୂଲ୍ୟବାନ୍‌ ଅଳଙ୍କାରର ମୂଲ୍ୟ ୫୯,୦୦୦ଟଙ୍କାରେ ମଧ୍ୟ ବିକ୍ରି ହେଉଛି ବୋଲି ରାଜ୍ୟର ପ୍ରମୁଖ ଗହଣା ବ୍ରାଣ୍ଡ ଖିମ୍‌ଜୀ, ଲାଲ୍‌ଚାନ୍ଦ, ଅରୁନ୍ଧତୀ, ତନିସ୍କ, ମାଲାବାର, ଜୟଆଲୁକ୍କାସ, କଲ୍ୟାଣ ଏବଂ ପି ସି ଚନ୍ଦ୍ରା ଜୁଏଲର୍ସ ଭଳି ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, କ୍ରମାଗତ ୩ୟ ଦିନ ଲାଗି ମୂଲ୍ୟବାନ୍‌ ଅଳଙ୍କାର (ସୁନା, ରୁପା ହୀରା, ପ୍ଲାଟିନମ ଇତ୍ୟାଦି)ର ମୂଲ୍ୟ ହ୍ରାସ ହୋଇଛି। ଗୁରୁବାର ଭୁବନେଶ୍ୱରରେ ସୁନା ଦରରେ ପ୍ରାୟ ୨୦୦୦ ଟଙ୍କା ଏବଂ ରୁପା ମୂଲ୍ୟରେ ୫୦୦୦ ଟଙ୍କାରୁ ଅଧିକ ଏବଂ ପ୍ଲାଟିନମ ଓ ହୀରା ମୂଲ୍ୟରେ ମଧ୍ୟ ପରିବର୍ତ୍ତନ ଘଟିଛି।

ସେହିପରି ଗୁରୁବାର ନୂଆଦିଲ୍ଲୀରେ ମଧ୍ୟ ମୂଲ୍ୟବାନ୍‌ ଅଳଙ୍କାର ମୂଲ୍ୟରେ ପରିବର୍ତ୍ତନ ଘଟିଛି। ଏପରିକି ନୂଆଦିଲ୍ଲୀରେ ୨୪ କ୍ୟାରେଟ ସୁନା ଦର ପ୍ରତି ୧୦ଗ୍ରାମ ପିଛା ୮୦,୫୨୩ ଟଙ୍କା ଥିଲାବେଳେ ୨୨କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୭୩,୮୨୩ ଟଙ୍କାରେ କାରବାର ହେଉଛି। ଅପରପକ୍ଷରେ ରୁପା କିଲୋଗ୍ରାମ ପିଛା ପ୍ରାୟ ୯୯,୧୦୦ ଟଙ୍କା ଥିଲାବେଳେ ୧୮କ୍ୟାରେଟ ସୁନା ଦର, ପ୍ଲାଟିନମ ଓ ହୀରା ଭଳି ଅନ୍ୟାନ୍ୟ ମୂଲ୍ୟବାନ୍‌ ଅଳଙ୍କାରର ମୂଲ୍ୟ ୫୫,୦୦୦ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହେଉଥିଲା। ଏପରିକି ଚେନ୍ନାଇ, ମୁମ୍ବାଇ ଏବଂ କୋଲକାତା ଭଳି ଦେଶର ପ୍ରମୁଖ ମହାନଗରରେ ୨୪ କ୍ୟାରେଟ ସୁନା ଦର ପ୍ରତି ୧୦ଗ୍ରାମ ପିଛା ୮୦,୩୭୧ଟଙ୍କା, ୮୦,୩୭୭ ଟଙ୍କା ଏବଂ ୮୦,୩୭୫ ଟଙ୍କାରେ କାରବାର ହେଉଥିଲାବେଳେ ଉପରୋକ୍ତ ମହାନଗରରେ ରୁପା କେ.ଜି. ପିଛା ପ୍ରାୟ ୧,୦୭,୦୦୦ଟଙ୍କା, ୯୮,୪୦୦ଟଙ୍କା ଏବଂ ୯୯,୯୦୦ ଟଙ୍କାରେ ବିକ୍ରି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri