ପିଲାଙ୍କ ସହ ବୁଲିବାକୁ ଯାଉଥିଲେ…

ପିଲାମାନଙ୍କ ଆଚାର ବ୍ୟବହାର, କଥାବାର୍ତ୍ତା ଶୈଳୀ ପ୍ରତି ମା’ବାପା ଧ୍ୟାନଦେବା ଦରକାର। କାରଣ କେତେଜଣ ପିଲାଙ୍କ ରୁକ୍ଷ କଥା ଏବଂ ବ୍ୟବହାର ଅନେକ ସମୟରେ ମାତାପିତାଙ୍କୁ ଲଜ୍ଜିତ କରାଇଥାଏ। ତେଣୁ ଯଦି ପିଲାଙ୍କ ସହ କୌଣସି ସ୍ଥାନକୁ ବୁଲିବାକୁ ଯାଇଛନ୍ତି ତେବେ କେତୋଟି ବିଷୟ ପ୍ରତି ନଜର ଦେବାକୁ ପଡ଼ିଥାଏ। ଜାଣନ୍ତୁ ସେ ସମ୍ପର୍କରେ…
ବୁଲିବାକୁ ଯାଉଥିବା ସ୍ଥାନ ବିଷୟରେ ପିଲାଙ୍କୁ ସୂଚନା ଦିଅନ୍ତୁ
କେତେଜଣ ମା’ବାପା କୌଣସି ନୂଆ ସ୍ଥାନ ବୁଲିବାକୁ ଗଲେ ଏବଂ ସାଥିରେ ପିଲା ଥିଲେ ସେମାନଙ୍କୁ ସେହି ଜାଗା ବିଷୟରେ ଠିକ୍‌ ଭାବରେ ଜଣାଇ ନ ଥାନ୍ତି। ଫଳରେ ପିଲାଟି ସେମାନଙ୍କୁ ଏ ବିଷୟରେ ପଚାରିବାକୁ ଭୁଲି ନ ଥାଏ। ତେଣୁ ଦର୍ଶନୀୟ ସ୍ଥାନର ମଜା ଉଠାଇବା ସମୟରେ ଏପରି ପରିସ୍ଥିତି ସେମାନଙ୍କୁ ଅଡୁଆରେ ପକାଇବାର ଆଶଙ୍କା ରହିଛି। ସେହି ସ୍ଥାନରେ ବୁଲିବା ବେଳେ ସେ ବିଷୟରେ ପୂର୍ବରୁ ଅଳ୍ପ ସୂଚନା ଦେବାକୁ ଭୁଲନ୍ତୁ ନାହିଁ।
ଥକିବା ସମୟରେ ନ ବୁଲିଲେ ଭଲ
ଅଧିକ ସମୟ ବୁଲିଲେ ପିଲାମାନେ ଥକିଯାଆନ୍ତି। ତେଣୁ ଯଦି ପିଲା ଥକିଯାଇଛି ତେବେ କିଛି ସମୟ ବିଶ୍ରାମ କରିବାକୁ କୁହନ୍ତୁ। ପିଲା ରେଷ୍ଟ କରିବା ପରେ ତାକୁ ହାଲ୍‌କା ଟିଫିନ୍‌ ଦିଅନ୍ତୁ, ଯଦ୍ଦ୍ବାରା ପିଲାଟି ଖୁସି ହୋଇଥାଏ। ବେଳେବେଳେ ପିଲାକୁ ଥକ୍କା ଲାଗୁଥିଲେ ମା-ବାପା ସେମାନଙ୍କୁ ଜବରଦସ୍ତି ବୁଲାଇଥାଆନ୍ତି। ହେଲେ ଏଭଳି ମାନସିକତା ପରିବର୍ତ୍ତନ କରନ୍ତୁ। ପିଲାଟି କିଛି ସମୟ ବିଶ୍ରାମ ନେଲେ ତାକୁ ଫ୍ରେଶ୍‌ ଓ ଏନର୍ଜେଟିକ୍‌ ଫିଲ୍‌ ହୋଇଥାଏ।
ପେଟ ଭରି ଖାଦ୍ୟ ଖୁଆନ୍ତୁ
ବାହାରକୁ ଯିବା ପୂର୍ବରୁ ପିଲାକୁ ପେଟ ଭରି ଖୁଆନ୍ତୁ, ନ ହେଲେ ମାର୍କେଟରେ ଶପିଂ କରିବା ସମୟରେ ଭୋକ ଲାଗିବା ଦ୍ୱାରା ସେମାନେ ଚିଡ଼ିଚିଡ଼ା ହୋଇଯାନ୍ତି। ଯଦି ବା କୌଣସି ସାଙ୍ଗଙ୍କ ଘରକୁ ବୁଲିବାକୁ ଯାଇଛନ୍ତି ସେହି ସମୟରେ ପିଲା ସେଠାରେ ପହଞ୍ଚୁ ପହଞ୍ଚୁ ଖାଇବାକୁ ଜିଦ୍‌ ଧରିପାରେ। ତେଣୁ ଏପରି ପରିସ୍ଥିତିକୁ ଏଡ଼ାଇବା ଲାଗି ଘରୁ ବାହାରିବା ପୂର୍ବରୁ ପିଲାକୁ ଭଲ ଭାବରେ ଖାଇବାକୁ ଦିଅନ୍ତୁ।
ବୁଲିବା ସମୟରେ ପିଲା ସହ କଥା ହୁଅନ୍ତୁ
କେତେକ ପ୍ୟାରେଣ୍ଟ୍ସ ବୁଲିବା ସମୟରେ ତାଙ୍କ କାମରେ ବ୍ୟସ୍ତ ରହିବା ଦ୍ୱାରା ପିଲାକୁ ସମୟ ଦେଇପାରନ୍ତି ନାହିଁ। ଏହାଦ୍ୱାରା ସେ ନିଜକୁ ଏକୁଟିଆ ଫିଲ୍‌ କରେ। ଫଳରେ ତା’ର ବ୍ୟବହାର ଅଜବ ପ୍ରକାର ହୋଇଯାଏ। ତେଣୁ ବୁଲିବା ସମୟରେ ପିଲା ସହ ଖୁସି ମିଜାଜ୍‌ରେ କଥା ହୁଅନ୍ତୁ। ଏହାଦ୍ୱାରା ତାକୁ ବୋରିଂ ଲାଗିବ ନାହିଁ। ତା’ ସହ ଏମିତି କଥା ହୁଅନ୍ତୁ ଯେମିତି ସେ ଖୁସିର ମାହୋଲ ଅଛି ବୋଲି ଅନୁଭବ କରିବ।
ଏକୁଟିଆ ସମୟରେ ବୁଝାନ୍ତୁ
ବେଳେବେଳେ ବୁଲିବା ସମୟରେ ପିଲାମାନେ ବିରକ୍ତ ହୋଇଯାଆନ୍ତି। କୌଣସି କଥାରେ ଜିଦ୍‌ ଧରନ୍ତି। ଏହି ସମୟରେ ସେମାନଙ୍କୁ ତାଗିଦ ନ କରି ଥଣ୍ଡା ମିଜାଜ୍‌ରେ ବୁଝାନ୍ତୁ। ଯଦି ପାଖରେ ଅନ୍ୟ ଲୋକ ଅଛନ୍ତି ତେବେ ପିଲା ଉପରେ ଚିଡ଼ନ୍ତୁ ନାହିଁ। ତାକୁ ସେମାନଙ୍କଠାରୁ ଟିକେ ଦୂରକୁ ନେଇ ବୁଝାନ୍ତୁ। ବାହାରେ କୌଣସି ଭୁଲ୍‌ କଲେ ତାକୁ ସେଠାରେ ଆକଟ ନ କରି ମିଠା ମିଠା କଥା କହି ବୁଝାଇବାକୁ ଚେଷ୍ଟା କରନ୍ତୁ। ଘରକୁ ଫେରିବା ପରେ ସେହି ଭୁଲ୍‌ ବିଷୟରେ ତାକୁ ବିଶଦ ଭାବରେ ବୁଝାଇ ଏହାକୁ ରିପିଟ୍‌ ନ କରିବାକୁ କୁହନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri