ପିଲାଙ୍କ ସହ ବୁଲିବାକୁ ଯାଉଥିଲେ…

ପିଲାମାନଙ୍କ ଆଚାର ବ୍ୟବହାର, କଥାବାର୍ତ୍ତା ଶୈଳୀ ପ୍ରତି ମା’ବାପା ଧ୍ୟାନଦେବା ଦରକାର। କାରଣ କେତେଜଣ ପିଲାଙ୍କ ରୁକ୍ଷ କଥା ଏବଂ ବ୍ୟବହାର ଅନେକ ସମୟରେ ମାତାପିତାଙ୍କୁ ଲଜ୍ଜିତ କରାଇଥାଏ। ତେଣୁ ଯଦି ପିଲାଙ୍କ ସହ କୌଣସି ସ୍ଥାନକୁ ବୁଲିବାକୁ ଯାଇଛନ୍ତି ତେବେ କେତୋଟି ବିଷୟ ପ୍ରତି ନଜର ଦେବାକୁ ପଡ଼ିଥାଏ। ଜାଣନ୍ତୁ ସେ ସମ୍ପର୍କରେ…
ବୁଲିବାକୁ ଯାଉଥିବା ସ୍ଥାନ ବିଷୟରେ ପିଲାଙ୍କୁ ସୂଚନା ଦିଅନ୍ତୁ
କେତେଜଣ ମା’ବାପା କୌଣସି ନୂଆ ସ୍ଥାନ ବୁଲିବାକୁ ଗଲେ ଏବଂ ସାଥିରେ ପିଲା ଥିଲେ ସେମାନଙ୍କୁ ସେହି ଜାଗା ବିଷୟରେ ଠିକ୍‌ ଭାବରେ ଜଣାଇ ନ ଥାନ୍ତି। ଫଳରେ ପିଲାଟି ସେମାନଙ୍କୁ ଏ ବିଷୟରେ ପଚାରିବାକୁ ଭୁଲି ନ ଥାଏ। ତେଣୁ ଦର୍ଶନୀୟ ସ୍ଥାନର ମଜା ଉଠାଇବା ସମୟରେ ଏପରି ପରିସ୍ଥିତି ସେମାନଙ୍କୁ ଅଡୁଆରେ ପକାଇବାର ଆଶଙ୍କା ରହିଛି। ସେହି ସ୍ଥାନରେ ବୁଲିବା ବେଳେ ସେ ବିଷୟରେ ପୂର୍ବରୁ ଅଳ୍ପ ସୂଚନା ଦେବାକୁ ଭୁଲନ୍ତୁ ନାହିଁ।
ଥକିବା ସମୟରେ ନ ବୁଲିଲେ ଭଲ
ଅଧିକ ସମୟ ବୁଲିଲେ ପିଲାମାନେ ଥକିଯାଆନ୍ତି। ତେଣୁ ଯଦି ପିଲା ଥକିଯାଇଛି ତେବେ କିଛି ସମୟ ବିଶ୍ରାମ କରିବାକୁ କୁହନ୍ତୁ। ପିଲା ରେଷ୍ଟ କରିବା ପରେ ତାକୁ ହାଲ୍‌କା ଟିଫିନ୍‌ ଦିଅନ୍ତୁ, ଯଦ୍ଦ୍ବାରା ପିଲାଟି ଖୁସି ହୋଇଥାଏ। ବେଳେବେଳେ ପିଲାକୁ ଥକ୍କା ଲାଗୁଥିଲେ ମା-ବାପା ସେମାନଙ୍କୁ ଜବରଦସ୍ତି ବୁଲାଇଥାଆନ୍ତି। ହେଲେ ଏଭଳି ମାନସିକତା ପରିବର୍ତ୍ତନ କରନ୍ତୁ। ପିଲାଟି କିଛି ସମୟ ବିଶ୍ରାମ ନେଲେ ତାକୁ ଫ୍ରେଶ୍‌ ଓ ଏନର୍ଜେଟିକ୍‌ ଫିଲ୍‌ ହୋଇଥାଏ।
ପେଟ ଭରି ଖାଦ୍ୟ ଖୁଆନ୍ତୁ
ବାହାରକୁ ଯିବା ପୂର୍ବରୁ ପିଲାକୁ ପେଟ ଭରି ଖୁଆନ୍ତୁ, ନ ହେଲେ ମାର୍କେଟରେ ଶପିଂ କରିବା ସମୟରେ ଭୋକ ଲାଗିବା ଦ୍ୱାରା ସେମାନେ ଚିଡ଼ିଚିଡ଼ା ହୋଇଯାନ୍ତି। ଯଦି ବା କୌଣସି ସାଙ୍ଗଙ୍କ ଘରକୁ ବୁଲିବାକୁ ଯାଇଛନ୍ତି ସେହି ସମୟରେ ପିଲା ସେଠାରେ ପହଞ୍ଚୁ ପହଞ୍ଚୁ ଖାଇବାକୁ ଜିଦ୍‌ ଧରିପାରେ। ତେଣୁ ଏପରି ପରିସ୍ଥିତିକୁ ଏଡ଼ାଇବା ଲାଗି ଘରୁ ବାହାରିବା ପୂର୍ବରୁ ପିଲାକୁ ଭଲ ଭାବରେ ଖାଇବାକୁ ଦିଅନ୍ତୁ।
ବୁଲିବା ସମୟରେ ପିଲା ସହ କଥା ହୁଅନ୍ତୁ
କେତେକ ପ୍ୟାରେଣ୍ଟ୍ସ ବୁଲିବା ସମୟରେ ତାଙ୍କ କାମରେ ବ୍ୟସ୍ତ ରହିବା ଦ୍ୱାରା ପିଲାକୁ ସମୟ ଦେଇପାରନ୍ତି ନାହିଁ। ଏହାଦ୍ୱାରା ସେ ନିଜକୁ ଏକୁଟିଆ ଫିଲ୍‌ କରେ। ଫଳରେ ତା’ର ବ୍ୟବହାର ଅଜବ ପ୍ରକାର ହୋଇଯାଏ। ତେଣୁ ବୁଲିବା ସମୟରେ ପିଲା ସହ ଖୁସି ମିଜାଜ୍‌ରେ କଥା ହୁଅନ୍ତୁ। ଏହାଦ୍ୱାରା ତାକୁ ବୋରିଂ ଲାଗିବ ନାହିଁ। ତା’ ସହ ଏମିତି କଥା ହୁଅନ୍ତୁ ଯେମିତି ସେ ଖୁସିର ମାହୋଲ ଅଛି ବୋଲି ଅନୁଭବ କରିବ।
ଏକୁଟିଆ ସମୟରେ ବୁଝାନ୍ତୁ
ବେଳେବେଳେ ବୁଲିବା ସମୟରେ ପିଲାମାନେ ବିରକ୍ତ ହୋଇଯାଆନ୍ତି। କୌଣସି କଥାରେ ଜିଦ୍‌ ଧରନ୍ତି। ଏହି ସମୟରେ ସେମାନଙ୍କୁ ତାଗିଦ ନ କରି ଥଣ୍ଡା ମିଜାଜ୍‌ରେ ବୁଝାନ୍ତୁ। ଯଦି ପାଖରେ ଅନ୍ୟ ଲୋକ ଅଛନ୍ତି ତେବେ ପିଲା ଉପରେ ଚିଡ଼ନ୍ତୁ ନାହିଁ। ତାକୁ ସେମାନଙ୍କଠାରୁ ଟିକେ ଦୂରକୁ ନେଇ ବୁଝାନ୍ତୁ। ବାହାରେ କୌଣସି ଭୁଲ୍‌ କଲେ ତାକୁ ସେଠାରେ ଆକଟ ନ କରି ମିଠା ମିଠା କଥା କହି ବୁଝାଇବାକୁ ଚେଷ୍ଟା କରନ୍ତୁ। ଘରକୁ ଫେରିବା ପରେ ସେହି ଭୁଲ୍‌ ବିଷୟରେ ତାକୁ ବିଶଦ ଭାବରେ ବୁଝାଇ ଏହାକୁ ରିପିଟ୍‌ ନ କରିବାକୁ କୁହନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ସୂର୍ଯ୍ୟ-ଶୁକ୍ରଙ୍କ ଯୁତିରେ ଗଠନ ହେବ ଶୁକ୍ରାଦିତ୍ୟ ରାଜଯୋଗ; ଚମକିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନ ଏବଂ ସେମାନଙ୍କ ଯୁତିକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଦୁଇଟି ଗ୍ରହ ଗୋଟିଏ ରାଶିରେ ଏକାଠି ଅବସ୍ଥାନ କଲେ ତାହାକୁ ଗ୍ରହ…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?