Posted inଜାତୀୟ

ଈଶ୍ୱରକୃତ ନା ଜାଲିଆତି

ଅହମଦାବାଦ, ୧ା୧୧: ଗୁଜରାଟର ମୋର୍‌ବିସ୍ଥିତ ମାଛୁ ନଦୀରେ ରବିବାର ଝୁଲାପୋଲ ଭାଙ୍ଗିବା ଘଟଣାରେ ବିରୋଧୀ ରାଜ୍ୟରେ ଥିବା ଭାଜପା ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂ ପୋଲ ଭୁଶୁଡ଼ିବା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହା ବାସ୍ତବରେ ଈଶ୍ୱରକୃତ ନା ଜାଲିଆତିର ପରିଣାମ ବୋଲି ସେ ପଚାରିଛନ୍ତି। ୨୦୧୬ରେ ପଶ୍ଚିମବଙ୍ଗରେ ବିବେକାନନ୍ଦ ରୋଡ୍‌ ଫ୍ଲାଏଓଭର ଭାଙ୍ଗିବା ଯୋଗୁ ଅନେକଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ରାଲିରେ ମମତା ବାନାର୍ଜୀଙ୍କ ସରକାରକୁ ସମାଲୋଚନା କରିଥିଲେ। ଅନୁରୂପ ଘଟଣା ଗୁଜରାଟରେ ଘଟିଥିବାବେଳେ ଏଥିପାଇଁ କିଏ ଦାୟୀ ବୋଲି ଦିଗ୍‌ବିଜୟ ପ୍ରଶ୍ନ କରିଛନ୍ତି। ଗୁଜରାଟରେ ୨୭ ବର୍ଷ ହେଲା ଭାଜପା କ୍ଷମତାରେ ରହିଛି। ଚଳିତ ବର୍ଷ ଜୁଲାଇରେ କୁଚ୍‌ ଜିଲାରେ ନର୍ମଦା କେନାଲ ଖୋଳାଯାଇଥିବବେଳେ ପରୀକ୍ଷଣର ପ୍ରଥମ ଦିନରେ ହିଁ ତାହା ଭାଙ୍ଗିଯାଇଥିଲା। ସେହିପରି ଭୁଜରେ ୮/୯ ବର୍ଷ ସମୟ ଲାଗି ନିର୍ମାଣ ହୋଇଥିବା ଏକ ଓଭରବ୍ରିଜ୍‌ର ମାତ୍ର ବର୍ଷକରେ ମରାମତି ଆବଶ୍ୟକ କଲାଣି ବୋଲି ଦିଗ୍‌ବିଜୟ କହିଥିଲେ। ତେଣୁ ସଦ୍ୟ ଘଟଣାରେ ସବୁଦିଗରୁ ତଦନ୍ତ କରାଯିବାକୁ ସେ ଦାବି କରିଛନ୍ତି।
କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟଓ୍ବୋଲା କହିଛନ୍ତି, ବିନା ଫିଟ୍‌ନେସ ସାର୍ଟିଫିକେଟରେ ଉକ୍ତ ବ୍ରିଜ୍‌ ଖୋଲାଯାଯାଇଥିଲା। ଭାଜପା ସରକାର କିପରି ତାହାକୁ ଖୋଲିବାକୁ ଅନୁମତି ଦେଇଥିଲେ। ଏହା ଏକ ଷଡ଼ଯନ୍ତ୍ର ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି। ନବନିର୍ବାଚିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ମାତ୍ର ୫ ଦିନ ତଳେ ଉକ୍ତ ବ୍ରିଜ୍‌ ଖୋଲାଯାଇଥିଲା। ରବିବାର ସେଠାକୁ ଏତେ ସଂଖ୍ୟାରେ ଲୋକଙ୍କୁ ପ୍ରବେଶ ପାଇଁ କାହିଁକି ଏବଂ କିଏ ଅନୁମତି ଦେଇଥିଲା ତାହା ତଦନ୍ତ ସାପେକ୍ଷ। ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ଏହାର ଯାଞ୍ଚ ହେବା ଉଚିତ ବୋଲି ସେ କହିଛନ୍ତି। ଏହା ଏକ ଆପରାଧିକ ଅବହେଳା। ଦୋଷୀଙ୍କ ବିରୋଧରେ ତ୍ୱରିତ ଭିତ୍ତିରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ସେ ଦାବି କରିଛନ୍ତି। ଭାଜପା ସରକାରର ଏହା ଏକ ବଡ଼ ଅବହେଳା ବୋଲି ସିବିଆଇ ଏମ୍‌ପି ବିନୟ ବିଶ୍ୱମ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…

ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri