ଗୋବରୀ ନଦୀ ପୁନରୁଦ୍ଧାର: ୧୧ କୋଟି ପାଣିରେ

ପଟ୍ଟାମୁଣ୍ଡାଇ, ୨୬।୧୧(କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ଗୋବରୀ ନଦୀର ପୁନରୁଦ୍ଧାର ନଁାରେ ଗତ ୭ ବର୍ଷରେ ୧୧.୩୩ କୋଟି ଟଙ୍କା ପାଣିରେ ପଡ଼ିଥିବା ଅଭିଯୋଗ ହେଉଛି। ନଦୀର ମାଟିଖୋଳା ଓ ଦଳସଫା ପାଇଁ ୨୦୧୧-୧୨ ଓ ୨୦୨୧-୨୨ ଆର୍ଥତ୍କ ବର୍ଷରେ ୧୧.୩୩ କୋଟି ବ୍ୟୟ ଅଟ୍ଟକଳରେ ଗୋବରୀ ନଦୀ ଖନନ ଲାଗି ଭିନ୍ନ ଭିନ୍ନ ଠିକାସଂସ୍ଥାକୁ କାମ ଦିଆଯାଇଥିଲେ ମଧ୍ୟ କାମ କିଛି ହୋଇ ନ ଥିବା ଭଳି ଏବେ ପରିଲକ୍ଷିତ ହେଉଛି। ଏବେ ପୁଣିଥରେ ଟେଣ୍ଡର ପ୍ରକ୍ରିୟା ପାଇଁ ପ୍ରସ୍ତୁତି କରାଯାଉଛି ବୋଲି ଅଧୀକ୍ଷଣ ଯନ୍ତ୍ରୀ ସିଦ୍ଧାର୍ଥ ଶେଖର କହିଛନ୍ତି। ମାତ୍ର ସରକାରୀ ତହବିଲରୁ ଏତେ ଟଙ୍କା ଖର୍ଚ୍ଚ ପରେ ଗୋବରୀ ନଦୀର ପୁନରୁଦ୍ଧାର ହୋଇ ନ ଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ସାମାଜିକ କର୍ମୀ ପ୍ରଫୁଲ୍ଲ ଦାଶ, କ୍ଷୀରୋଦ ମଲିକ, ଦେବାଶିଷ ପଣ୍ଡା ପ୍ରମୁଖ କହିଛନ୍ତି, ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟ ନିକଟରୁ ଗଣ୍ଡାକିଆ ପର୍ଯ୍ୟନ୍ତ ପ୍ରାୟ ୧୬ କିଲୋମିଟର ବ୍ୟାପୀ ଗୋବରୀ ନଦୀର ଦଳ ସଫା ଓ ମାଟି ଖୋଳା ପାଇଁ ଡ୍ରେନେଜ୍‌ କଟ୍‌ ବିଭାଗ ପକ୍ଷରୁ ୨୦୧୧-୧୨ ଆର୍ଥତ୍କ ବର୍ଷରେ ୩.୭୮ କୋଟି ବ୍ୟୟରେ ଠିକାସଂସ୍ଥାକୁ କାମ ଦିଆଯାଇଥିଲା। ଠିକାସଂସ୍ଥା ନିଜେ କାମ ନ କରି ଭିନ୍ନ ଭିନ୍ନ କୁଜି ଠିକାଦାରଙ୍କୁ ଖନନ କାର୍ଯ୍ୟ ଦେଇଥିଲା। ଠିକାଦାରମାନେ ପୋତା ନଦୀକୂଳରେ ଜେସିବି ମେଶିନ ରଖି ଖନନ କାର୍ଯ୍ୟ ଯେନେତେନ ପ୍ରକାର କରି ଚାଲିଯାଇଥିବାବେଳେ ପାଣିର ସ୍ରୋତକୁ ଅଟକାଇବା ପାଇଁ ମଝିରେ ମଝିରେ ନଦୀ ମଧ୍ୟରେ ଆଡ଼ିବନ୍ଧ ନିର୍ମାଣ କରିଥିଲେ। ଫଳରେ ନଦୀର ଜଳସ୍ରୋତ ବାଧା ପାଇବା ଓ ଏଥିରେ କଟକୀ ଦଳ ଭର୍ତ୍ତି ହୋଇ ରହିବା କାରଣରୁ ସମ୍ପୂର୍ଣ୍ଣ ନଦୀଟି ପୂର୍ବାପେକ୍ଷା ଅଧିକ ପୋତିହୋଇ ପଡ଼ିଲାଣି। ଏ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଗୋବରୀ ନଦୀର ପୁନରୁଦ୍ଧାର ପାଇଁ ଦାବି ହୋଇ ଆସୁଥିଲା। ଦୀର୍ଘବର୍ଷ ବ୍ୟବଧାନ ପରେ ବାରମ୍ବାର ଲୋକମାନଙ୍କ ଦାବି କାରଣରୁ ରାଜ୍ୟ ସରକାର ପୁଣି ୧୬ କି.ମି ବ୍ୟାପୀ ଗୋବରୀ ନଦୀର ଖନନ ଳାଗି ଡ୍ରେନେଜ କଟ୍‌ ବିଭାଗକୁ ଦାୟିତ୍ୱ ଦେଇଥିଲେ। ଡ୍ରେନେଜ୍‌ କଟ୍‌ ବିଭାଗ ପକ୍ଷରୁ ୨୦୨୧-୨୨ ଆର୍ଥକ ବର୍ଷରେ ୭.୫୫ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ଗୋବରୀ ନଦୀ ପୁନର୍ବାର ଖନନ କରାଯିବାକୁ ନିର୍ଦ୍ଧାରଣ କରାଯାଇ ଏହି କାର୍ଯ୍ୟକୁ ଓଡ଼ିଶା କନ୍‌ଷ୍ଟ୍ରକଶନ କମ୍ପାନୀ(ଓସିସି)କୁ ଦାୟିତ୍ୱ ଦିଆଯାଇଲା। ଓସିସି ୧୬ କି.ମି. ଖନନ କରିବା ପରିବର୍ତ୍ତେ ମାତ୍ର ୬ କି.ମି. ଖନନ କରି କାମ ବନ୍ଦ କରିଦେଇଥିଲା। ଏବେ ପୁଣି କଟକୀ ଦଳ ଭର୍ତ୍ତିହୋଇ ସମ୍ପୂର୍ଣ୍ଣ ନଦୀଟି ପୂର୍ବାପେକ୍ଷା ଅଧିକ ପୋତିହୋଇ ପଡ଼ିବାରୁ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ୧୧ କୋଟିର କାମ, କିନ୍ତୁ ୧୧ ଲକ୍ଷ ଟଙ୍କାର କାମ ହୋଇ ନ ଥିବା ନେଇ ଲୋକମାନେ ଅଭିଯୋଗ କରୁଥିବା ବେଳେ ଚଳିତଥର ପୁଣି ଟେଣ୍ଡର କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଅଧୀକ୍ଷଣ ଯନ୍ତ୍ରୀ ଶେଖର କହିଛନ୍ତି। ଏହି ଗୋବରୀ ନଦୀ ସହ ୩୦ଟିରୁ ଅଧିକ ପାଟନାଳୀ ସଂଯୋଗ କରୁଛି। ଗୋବରୀ ନଦୀ ଶୁଖିଲା ପଡ଼ିଥିବା ବେଳେ ପାଟନାଳୀଗୁଡିକ ମଧ୍ୟ ଶୁଖିଲା ପଡ଼ିଛି। ଏହାଛଡ଼ା ଭୂତଳ ଜଳସ୍ତର ୧୦ରୁ ୧୨ ଫୁଟ କମି ଯାଇଥିବା ବେଳେ ବହୁ ସ୍ଥାନରେ ନଳକୂପରୁ ପାଣି ବାହାରୁନାହିଁ। ଫଳରେ କେନ୍ଦ୍ରାପଡ଼ା ଓ ପଟ୍ଟମୁଣ୍ଡାଇ ବ୍ଲକର ଚାଷୀମାନେ ନାହିଁ ନ ଥିବା ସମସ୍ୟା ଭୋଗ କରୁଛନ୍ତି। କାମ ନ ପାଇ ଶିକ୍ଷିତ ବେକାର ଯୁବକମାନେ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଚାଲିଯିବା ଏ ଅଞ୍ଚଳ ପାଇଁ ଏକ ବଡ଼ ପ୍ରସଙ୍ଗ ହୋଇଛି। ପ୍ରକାଶଥାଉ କି, ଗୋବରୀ ନଦୀରେ ୧୧.୩୩ କୋଟି ଟଙ୍କାର ଟେଣ୍ଡର ପରେ କିଛି କାମ ନ ହୋଇ ବିଭାଗୀୟ ଅଧିକାରୀ, ଠିକାଦାର ଓ ଯନ୍ତ୍ରୀ ପକେଟ୍‌ ଗରମ କରିଛନ୍ତି। ସେ କ୍ଷେତ୍ରରେ ପୁଣି କିଭଳି ଟେଣ୍ଡର ପାଇଁ ପ୍ରକ୍ରିୟା ଚାଲିଛି, କୁଆଡ଼େ ଗଲା ଏତେ ଟଙ୍କା, କେଉଁ ବାଟରେ ଖର୍ଚ୍ଚ ହେଲା, କାହିଁକି ଯାଞ୍ଚ ହେଲାନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

ଥୁଆମୂଳ ରାମପୁରରେ ବାଘ ଆତଙ୍କ: ଜନଗହଳିପୂର୍ଣ୍ଣ ସାପ୍ତାହିକ ବଜାର ନିକଟରେ ବୁଲୁଛି ମହାବଳ, ଭୟଭୀତ ଅଞ୍ଚଳବାସୀ…

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜଲା ଥୁଆମୂଳ ରାମପୁର ବ୍ଲକ ତଳଆମ୍ବ ପଦର ପଞ୍ଚାୟତ ଅଞ୍ଚଳରେ ଏବେ ବାଘ ଆତଙ୍କ ଖେଳିଯାଇଛି। ମୁଖ୍ୟ ରାସ୍ତା…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

ଥୁଆମୂଳ ରାମପୁରରେ ମା’ ଗଙ୍ଗାଦୀଙ୍କ ଚୈତ୍ର ଯାତ୍ରା ଆରମ୍ଭ: ଅନ୍ଧାରରେ ମା’ଙ୍କ ପରିକ୍ରମା, ପୂଜା କମିଟିର ଅବ୍ୟବସ୍ଥାକୁ ନେଇ …

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପାରମ୍ପରିକ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମା’ ଗଙ୍ଗାଦୀ ଠାକୁରାଣୀଙ୍କ ପ୍ରସିଦ୍ଧ ୮…

ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଉତ୍ସବମୁଖର ତିଳେଶ୍ୱର ଗାଁ: ପୋଷ୍ୟ ଗ୍ରାମ ଘୋଷଣା କଲା ବ୍ଲକ ପ୍ରଶାସନ

ଦିଗପହଣ୍ଡି, ୨୪।୩ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତର ଐତିହାସିକ ଗ୍ରାମ ତିଳେଶ୍ୱର ଏବେ ଉତ୍ସବମୁଖର। ମଙ୍ଗଳବାରଠାରୁ ଗ୍ରାମଦେବତୀ ମା’ ବୁଢ଼ୀ…

ରେଳମନ୍ତ୍ରୀଙ୍କୁ ଭେଟିଲେ ଏମପି ପ୍ରଦୀପ ପୁରୋହିତ: ପଶ୍ଚିମ ଓଡ଼ିଶାର ରେଳ ସମସ୍ୟାର ସମାଧାନ ପାଇଁ…

ବରଗଡ,୨୪।୩(ପ୍ରେମାନନ୍ଦ ଖମାରୀ) – ପଶ୍ଚିମ ଓଡ଼ିଶାରେ ରେଳ ବିକାଶ ନେଇ ବରଗଡ଼ ଲୋକସଭା ସାଂସଦ(ଏମପି) ପ୍ରଦୀପ ପୁରୋହିତ ମଙ୍ଗଳବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କଠାରେ ଦାବି କରିଛନ୍ତି।…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri