ଗୋବରଗୋଲା ଜଳପ୍ରପାତ

ପର୍ଯ୍ୟଟନ ଋତୁ ଆସିଲେ କଳାହାଣ୍ଡି ଜିଲାର ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ମନେପଡେ ଗୋବରଗୋଲା ଜଳ ପ୍ରପାତ। ଜିଲାର ସଦରମହକୁମା ଭବାନୀପାଟଣାଠାରୁ ଏହାର ଦୂର ପ୍ରାୟ ୪୫ କି.ମି.। ଜୁନାଗଡ ବ୍ଲକ ଅନ୍ତର୍ଗତ ବୁଡିଦର ପଞ୍ଚାୟତରେ ଏହି ମନୋରମ ପର୍ଯ୍ୟଟନସ୍ଥଳୀ ରହିଛି। ଏବେ ବି ଲୋକ ଲୋଚନକୁ ଆସି ପାରିନାହଁି। ଚାରିଆଡେ ଜଙ୍ଗଲ ପାହାଡ ମଧ୍ୟରେ ଲୁଚି ରହିଛି ଏହି ଜଳପ୍ରପାତ। ଜଳପ୍ରପାତରେ ପ୍ରାୟ ୪୦ ଫୁଟ ଉପରୁ ତଳକୁ ପାଣିପଡୁଥିବା ବେଳେ ସବୁବେଳେ ୩୦ ଫୁଟରୁ ଅଧିକ ପାଣି ମହଜୁଦ ରହିଥାଏ। ତେବେ ଏଠାକୁ ଯିବାକୁ କୌଣସି ସୁବିଧା ନାହଁ। ପର୍ଯ୍ୟଟନ ବିଭାଗର ନଜର ଏ ଯାଏଁ ପଡି ନ ଥିବାବେଳେ ଜଙ୍ଗଲ ବିଭାଗ ଜଳପ୍ରପାତ ପାଖ ଗଁା ଖୁଟୁଲୁଗୁଡା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିଛି। ସେଠାରୁ ଆଉ ୧ କି.ମି. ଜଙ୍ଗଲ ରାସ୍ତାରେ ଚାଲି ଗଲେ ଏହି ମନୋରମ ସ୍ଥାନ ପଡିବ। ଯଦି ଚାରିଚକିଆରେ ଗଲେ ଅମଠାଗୁଡା ପର୍ଯ୍ୟନ୍ତ ଯାଇ ହେବ, ସେଠାରୁ ଆଉ ୨ କି.ମି. ଚାଲିବାକୁ ପଡିବ। ଗୋବରଗୋଲା ଯାଏଁ ରାସ୍ତା ଏବଂ ଜଳପ୍ରପାତର ଚାରିପଟେ ବ୍ୟାରିକେଡ ସହିତ ବିଶ୍ରାମାଗାର ଓ ପାନୀୟଜଳ ବ୍ୟବସ୍ଥା କରାଗଲେ ଯାତ୍ରୀଙ୍କୁ ସୁବିଧା ମିଳନ୍ତା ଓ ଜିଲାର ପର୍ଯ୍ୟଟନ ମାନଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନେଇପାରନ୍ତା।

କେମିତି ଯିବେ
ଭବାନୀପାଟଣାରୁ ବସ୍‌ ଯୋଗେ ଜୁନାଗଡକୁ ଯିବାକୁ ପଡିବ। ଜୁନାଗଡରୁ ଟ୍ୟାକ୍ସି କରି ପ୍ରାୟ ୧୮ କି.ମି. ଦୂର ବୁଡିଦର ପଞ୍ଚାୟତ ଅମଠାଗୁଡା ପର୍ଯ୍ୟନ୍ତ ଯିବାକୁ ହେବ। ସେଠାରୁ ୧ କି.ମି. ଯିବା ପରେ ସେହି ମନୋରମ ଦୃଶ୍ୟ ଦେଖିବା ସୁଯୋଗ ମିଳେ। ସ୍ଥାନଟିକୁ ଦେଖିବା ପରେ ଜୁନାଗଡକୁ ଆସି ହୋଟେଲରେ ରାତ୍ରିଯାପନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri