Posted inଫୁରସତ

ମଣିଷଠୁ ବି ଚତୁର ଛେଳି, ଭିଡିଓ ଦେଖିଲେ ହିଁ ବିଶ୍ୱାସ କରିବେ

ଅନେକ ଲୋକ ଭାବନ୍ତି ଯେ, କେବଳ ମଣିଷ ହେଉଛି ଦୁନିଆର ସବୁଠାରୁ ବୁଦ୍ଧିମାନ ବ୍ୟକ୍ତି। ପଶୁମାନଙ୍କର କୌଣସି କଥାରେ ଭାବନା ନାହିଁ। କିନ୍ତୁ ଏହି ଧାରଣା ସମ୍ପୂର୍ଣ୍ଣ ଭୁଲ୍‌। କାରଣ ପ୍ରକୃତି ପ୍ରତ୍ୟେକ ପ୍ରାଣୀକୁ ଚିନ୍ତା କରିବା ଏବଂ ବୁଝିବା ପାଇଁ ଶକ୍ତି ଦେଇଛି। ଏହି ଅନୁଯାୟୀ ପରିସ୍ଥିତିକୁ ଆକଳନ କରିବାର କ୍ଷମତା ବି ସେମାନଙ୍କୁ ଦେଇଛି। ଏହାର ପ୍ରମାଣ ଏକ ଭିଡିଓରେ ଦେଖିବାକୁ ମିଳିଛି। ଯାହାକୁ ବହୁତ ପ୍ରଶଂସା କରାଯାଉଛି। ଏକ ଭିଡିଓରେ ଛେଳିପଲ ଭରା ପାଣିଥିବା କେନାଲ ପାର୍‌ ହେଉଛନ୍ତି। ଭିଡିଓରୁ ମଣିଷମାନେ ମଧ୍ୟ କିଛି ଶିଖିବା କଥା। ଧାଡ଼ି ବାନ୍ଧି ଜଣକ ପରେ ଜଣେ ଶୃଙ୍ଖଳିତ ଭାବେ ନାଳ ପାରି ହେଉଛନ୍ତି।

ଆଇପିଏସ ଅଧିକାରୀ ଦିପାଂଶୁ କାବ୍ରା ତାଙ୍କ ଟୁଇଟର ଆକାଉଣ୍ଟରେ ଅନେକ ସମୟରେ ଆଶ୍ଚର୍ଯ୍ୟଜକ ଭିଡିଓ ପୋଷ୍ଟ କରନ୍ତି। ନିକଟରେ ସେ ଏକ ଭିଡିଓ ଶେୟାର କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ହେଉଛି। ଭିଡିଓ ଶେୟାର କରି ସେ ଏଥିରେ କ୍ୟାପଶନ ଲେଖିଛନ୍ତି,‘ତୁମେ କେବଳ ଅନ୍ୟମାନଙ୍କ ସ୍ଥାନ ଦେଇ ଆଗକୁ ବଢ଼ିପାରିବ।

ଭିଡିଓରେ ଛେଳିପଲ କେନାଲ ପାର୍‌ ହେଉଛନ୍ତି। ନଦୀରେ ଥିବା ଗୋଟିଏ ପରେ ଗୋଟିଏ ପଥର ଉପର ଦେଇ ସେମାନେ ଡେଇଁ ଚାଲିଛନ୍ତି। ତାଙ୍କ ପଛରେ ଜଣେ ମହିଳା ଥିବା ନଜର ଆସିଛନ୍ତି। ଗୋଟିଏ ଛେଳି ପଥର ଉପରେ ଉପରକୁ ଡେଇଁ ସାରିବା ପରେ ଯାଇ ଆଉ ଗୋଟିଏ ଡେଉଁଛି। ସେମାନଙ୍କର ଏତେ ବୁଝାମଣା ଅଛି ଯେ, ସେମାନେ ଆଗକୁ ଯିବା ପାଇଁ ଆଗରେ ଥିବା ଛେଳିକୁ ଅପେକ୍ଷା କରୁଛନ୍ତି। ସେ ଡେଇଁ ସାରିବା ପରେ ଜଣକ ପରେ ଜଣେ ପୁଣି ଡେଇଁବା ଆରମ୍ଭ କରୁଛନ୍ତି।

ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୧୫ ହଜାରରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ୨ ହଜାରରୁ ଅଧିକ ଲୋକ ଲାଇକ୍‌ କରିଛନ୍ତି। ଅନେକ ୟୁଜର ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ନେତାମାନେ ଏହିପରି ଅଟନ୍ତି। ଆଉ ଜଣେ ୟୁଜର ପଶୁମାନଙ୍କର ଏପରି ବୁଦ୍ଧିଆପଣ ଦେଖି ଏତେ ପ୍ରଭାବିତ ହୋଇଛନ୍ତି ଯେ, ସେ କହିଛନ୍ତି ମଣିଷମାନେ ପଶୁ ପରି ହୁଅନ୍ତେ ଭଲା। ଅନ୍ୟ ଜଣେ ୟୁଜର କହିଛନ୍ତି,ଆଗକୁ ବଢ଼ିବା କିମ୍ବା ପଛକୁ ଫେରିବା, ଅନ୍ୟମାନଙ୍କୁ ଦେଖି ଜଣେ ଶିଖିପାରିବ। ଅନେକ ଲୋକ ଛେଳିମାନଙ୍କର ସମନ୍ବୟକୁ ମଧ୍ୟ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି – କହିଲେ ‘ଦେଶକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ’

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri