Posted inଖେଳ

ଗୋଲକିପରଙ୍କ ଦମ୍‌ଦାର ପ୍ରଦର୍ଶନ, ଇରାନର ନକ୍‌ଆଉଟ୍‌ ଆଶା ଉଜ୍ଜୀବିତ

ଇଙ୍ଗଲଉଡ୍‌,୨୨ା୬: ଚଳିତ ଫିଫା ବିଶ୍ୱକପ୍‌ରେ ସୋମବାର ଶକ୍ତିଶାଳୀ ବେଲଜିୟମ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌କୁ ୦-୦ ଗୋଲରେ ଇରାନ ଡ୍ର’ ରଖିଛି। ଏଥିସହିତ ଦଳ ନକ୍‌ଆଉଟ୍‌ ରାଉଣ୍ଡ ଅଭିମୁଖେ ଏକ ପାଦ ଆଗେଇଛି।

ଇରାନର ଗତ ମ୍ୟାଚ୍‌ ଭଳି ଏଥର ମଧ୍ୟ ଫିଲ୍ଡ ବାହାରେ ପ୍ରଶଂସକଙ୍କ ବ୍ୟବହାର ଚର୍ଚ୍ଚାର ବିଷୟ ପାଲଟିଥିଲା। ମ୍ୟାଚ୍‌ର ଶେଷ ସମୟରେ ପ୍ରି-ରିଭଲ୍ୟୁସନାରି ପତାକା ଶାର୍ଟ ପିନ୍ଧିଥିବା ଜଣେ ପ୍ରଶଂସକଙ୍କୁ ଫିଲ୍ଡ ମଧ୍ୟକୁ ପ୍ରବେଶ କଲା ବେଳେ ଗିରଫ କରାଯାଇଥିଲା। ଗତ ମ୍ୟାଚ୍‌ ଭଳି ଏଥର ମଧ୍ୟ ଷ୍ଟାଡିୟମ ବାହାରେ କିଛି ପ୍ରଶଂସକ ଇରାନ ଦଳର ଅଂଶଗ୍ରହଣତାକୁ ବିରୋଧ କରିଥିଲେ।

ଲୁକାକୁ, ଲିଆଣ୍ଡ୍ରୋ ଟ୍ରସାର୍ଡ, କେଭିନ ଡେ ବ୍ର୍ୟୁନ ଓ ଆଲେକ୍ସିସ ସେଲମେକର୍ସଙ୍କୁ ନେଇ ଗଠିତ ଓ୍ବାଲର୍‌ଡ ନଂ.୯ ବେଲଜିୟମ ଦଳ ମ୍ୟାଚ୍‌ରେ ସମ୍ପୂର୍ଣ୍ଣ ପ୍ରଧାନ୍ୟ ବିସ୍ତାର କରି ଖେଳିଥିଲେ। ଦଳ ପକ୍ଷରୁ ଗୋଲ ପାଇଁ ୨୨ ଥର ଉଦ୍ୟମ କରାଯାଇଥିଲା ଏବଂ ୭ ଥର ଟାର୍ଗେଟରେ ଥିଲା। ଏହାସତ୍ତ୍ୱେ କୌଣସି ଖେଳାଳି ଗୋଲ ସ୍କୋର କରିପାରି ନ ଥିଲେ।

ଇରାନ ପାଇଁ ଗୋଲକିପର ଅଲିରେଜା ବେଇରାନଭାଣ୍ଡ ଚମତ୍କାର ଗୋଲ କିପିଂ ପ୍ରଦର୍ଶନ କରି ୭ଟି ସେଭ କରିଥିଲେ। ଏଥିଯୋଗୁ ତାଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିବାହକୁ ପୂରିନି ମାସେ: ଜୁଲାଇ ୧୨ରେ ବାହାଘର ଅଗଷ୍ଟ ୫ରେ ହତ୍ୟା, ବାହାଘର ନା…

ନିଶ୍ଚିନ୍ତକୋଇଲି,୭।୮(ଅଶୋକ କୁମାର ମହାପାତ୍ର): ବାହାଘରକୁ ମାତ୍ର ୨୫ ଦିନ ହୋଇଥିବା ବେଳେ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ସ୍ବାମୀ ହତ୍ୟା କରିଛନ୍ତି। କଟକ ଜିଲା ନେମାଳ ଥାନା ଅନ୍ତର୍ଗତ…

ମହିଳା ଥାନାରୁ ଚମ୍ପଟ ମାରିଥିଲେ ବଳାତ୍କାର ଅଭିଯୁକ୍ତ: ବେଙ୍ଗାଲୁରୁରୁ ଗିରଫ

ଭୁବନେଶ୍ୱର,୭।୮: କମିଶନରେଟ ପୋଲିସ ଶୁକ୍ରବାର ଭୁବନେଶ୍ୱର ମହିଳା ଥାନାରୁ ଚମ୍ପଟ ମାରିଥିବା ବଳାତ୍କାର ଅଭିଯୁକ୍ତଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ, ଜଳଖିଆ ଖାଇବା ବାହାନାରେ…

ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ-କର୍ମଚାରୀଙ୍କ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

କୋରାପୁଟ,୭ା୮(ଅମିତାଭ ବେହେରା): ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ଶୁକ୍ରବାର କୋରାପୁଟ ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ସମିତିର…

ଚାରି ବର୍ଷର ବଳାତ୍କାର ପୀଡିତାଙ୍କ ଚିକିତ୍ସା କରିବାକୁ ମନା କଲେ; ଏବେ ହସ୍ପିଟାଲ ଗଣିବ ୧୨ ଲକ୍ଷ

ଗାଜିଆବାଦ,୭।୮: ସୁପ୍ରିମକୋର୍ଟ ଶୁକ୍ରବାର ଉତ୍ତର ପ୍ରଦେଶ ଗାଜିଆବାଦର ଦୁଇଟି ଘରୋଇ ହସ୍ପିଟାଲକୁ ଜଣେ ଚାରି ବର୍ଷୀୟ ବଳାତ୍କାର ପୀଡିତାଙ୍କ ପରିବାରକୁ ଯଥାକ୍ରମେ ୧୦ ଲକ୍ଷ ଏବଂ ୨…

ଭାଜପା ସହ ମେଣ୍ଟ କରିବ ଅକାଳୀ ଦଳ! ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ସୁଖବୀର ବାଦଲ

ଚଣ୍ଡିଗଡ଼/ନୂଆଦିଲ୍ଲୀ,୭।୮: ଶିରୋମଣି ଅକାଳୀ ଦଳ (ଏସଏଡି) ସଭାପତି ସୁଖବୀର ସିଂହ ବାଦଲ ଶୁକ୍ରବାର ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ସଂସଦର ମୌସୁମୀ ଅଧିବେଶନ ସମୟରେ…

ସାମାଜିକ ଦାୟିତ୍ୱବୋଧ, ସ୍ବଚ୍ଛତା ଆପଣାଇବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ

ଦିଗପହଣ୍ଡି,୭ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ଗ୍ରାମସ୍ଥିତ ସେବାନନ୍ଦ ସରସତୀ ଡିଗ୍ରୀ କଲେଜ ଜାତୀୟ ସେବା ଯୋଜନା (NSS) କୋ-ୟୁନିଟ୍‌ ପକ୍ଷରୁ ଶୁକ୍ରବାର…

ଘର ଦେବେ ସଲମାନ: ଚାରିଆଡ଼ୁ ଛୁଟୁଛି ପ୍ରଶଂସା

ଆସାମରେ ହୋଇଥିବା ଭୟଙ୍କର ବନ୍ୟାରେ ପ୍ରଭାବିତ ପରିବାରକୁ ସହାୟତା କରିବା ପାଇଁ ବଲିଉଡ ସୁପରଷ୍ଟାର ସଲମାନ ଖାନ ଆଗେଇ ଆସିଛନ୍ତି। ସେ ଏହି ମହାନ କାର୍ଯ୍ୟ ପାଇଁ…

ଆକ୍ସନ ମୋଡରେ ବିଜୟ ଥଲାପଥି: ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୭।୮: କେନ୍ଦ୍ର ସରକାର ସୀମା ନିର୍ଦ୍ଧାରଣ ବିଲ ପୁନଃଆଗତ କରିପାରନ୍ତି ବୋଲି ଆଲୋଚନା ହୋଇଛି। ତାମିଲନାଡୁରେ ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ବିବାଦ ଆରମ୍ଭ ହୋଇଛି। କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri