Posted inଜାତୀୟ

ସରକାରୀ କର୍ମଚାରୀଙ୍କୁ ମିଳିବ ବୈଦ୍ୟୁତିକ ଯାନ

ପାଣାଜୀ,୬।୬: ବୈଦ୍ୟୁତିକ ଯାନକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଏହି ପରିପ୍ରେକ୍ଷୀରେ ଗୋଆ ଏବଂ କେରଳ ସରକାର ସେମାନଙ୍କ ରାଜ୍ୟରେ ସରକାରୀ ଏଜେନ୍ସି ଏବଂ କର୍ମଚାରୀଙ୍କ ପାଇଁ ବୈଦ୍ୟୁତିକ ଯାନ କିଣିବା ପାଇଁ ପଦକ୍ଷେପ ନେଇଛନ୍ତି। ଗୋଆ ଏବଂ କେରଳ ସରକାର କନଭର୍ଜେନ୍ସ ଏନର୍ଜି ସର୍ଭିସେସ ଲିମିଟେଡ (ସିଏସଏଲ)ର ସହାୟକ କମ୍ପାନୀ ସହିତ କନଭର୍ଜେନ୍ସ ଏନର୍ଜି ସର୍ଭିସେସ ଲିମିଟେଡ(ସିଇଏସ୍‌ଏଲ୍‌)ର ଏକ ଚୁକ୍ତି କରିଛନ୍ତି। ଏହି ଚୁକ୍ତିନାମା ଅନୁଯାୟୀ ରାଜ୍ୟଗୁଡିକ ପାଇଁ ୩୦,୦୦୦ରୁ ଅଧିକ ବୈଦ୍ୟୁତିକ ଦୁଇ ଚକିଆ ଯାନ ଏବଂ ତିନି ଚକିଆ ଯାନ କ୍ରୟ କରାଯିବ। ଗୋଆ ଏବଂ କେରଳ ସରକାର ବିଶ୍ୱ ପରିବେଶ ଦିବସରେ ସିଇଏସ୍‌ଏଲ୍‌ ସହିତ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ଏହି ବୈଦ୍ୟୁତିକ ଯାନଗୁଡିକ ସରକାରୀ କର୍ମଚାରୀଙ୍କ ଦ୍ୱାରା ବ୍ୟବହାର କରାଯିବ। ଏହି ଚୁକ୍ତିନାମା ବିଷୟରେ ଗୋଆର ଶକ୍ତି ଏବଂ ପରିବେଶ ମନ୍ତ୍ରୀ ନୀଲେଶ କ୍ୟାବରାଲ କହିଛନ୍ତି ଯେ, ଏହି ଚୁକ୍ତିନାମା ଗୋଆକୁ ସବୁଜ ରାଜ୍ୟ କରିବାରେ ସହାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଆତଙ୍କ, ଭାରତରେ ନୂଆ ଭାରିଆଣ୍ଟ୍‌ ଡେଲ୍ଟା ପ୍ଲସ୍‌-ଏଓ୍ବାଇ.୪.୨

ନୂଆଦିଲ୍ଲୀ,୨୫।୧୦: ଭାରତରେ କରୋନା ମହାମାରୀର ଏକ ନୂତନ ଭାରିଆଣ୍ଟ୍‌ ଡେଲଟା ପ୍ଲସ- ଏଓ୍ବାଇ.୪.୨ ଚିହ୍ନଟ ହୋଇଛି। ଏହା ବ୍ରିଟେନରେ ତାଣ୍ଡବ ରଚିସାରିଛି। ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ...

୭୩ ବର୍ଷରେ ଭାରତ ଆସିଛନ୍ତି ୬ ଆମେରିକା ରାଷ୍ଟ୍ରପତି: ଟ୍ରମ୍ପ ୭ମ

ନୂଆଦିଲ୍ଲୀ,୨୩।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଭାରତ ଗସ୍ତରେ ଆସୁଛନ୍ତି। ଏନେଇ ଭାରତ ସରକାରଙ୍କ ପକ୍ଷରୁ ଜୋର୍‌ସୋର୍‌ ପ୍ରସ୍ତୁତି ଜାରି ରହିଛି।  ଭାରତ ସ୍ବାଧୀନ ହେବାର...

ମୋଦିଙ୍କ ମିଛ ଧରାପକାଇଲେ ଗୋଗୋଇ

ଗୁଆହାଟୀ,୨୮ା୧୨: ଦେଶରେ ଅଟକ କେନ୍ଦ୍ର ନାହିଁ ବୋଲି ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିବାବେଳେ ଏହାକୁ ନେଇ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ ପ୍ରଶ୍ନ...

୫-ଜି ସେବା ଆରମ୍ଭ ହେବା ନେଇ ଟୁଇଟ୍‌ କରି ଡିଲିଟ୍‌ କଲା ଏନ୍‌ବିଏମ୍‌

ନୂଆଦିଲ୍ଲୀ,୨୪ା୯: ଅକ୍ଟୋବର ୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ୫-ଜି ସେବା ଆରମ୍ଭ କରିବେ। ଯୋଗାଯୋଗ ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ଜାତୀୟ ବ୍ରଡବ୍ୟାଣ୍ଡ ମିଶନ (NBM)...

ଦୈନିକ ସଂକ୍ରମଣ ୪୦ ହଜାର ଉପରେ, କେରଳ ବଢ଼ାଇଲା ଚିନ୍ତା…

ନୂଆଦିଲ୍ଲୀ,୨୯।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଆଶଙ୍କା ଦେଖାଦେଇଛି। ଫଳରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ...

୩୪ ବର୍ଷ ପରେ ବଦଳିଲା ଭାରତର ଶିକ୍ଷାନୀତି: ସ୍କୁଲ, କଲେଜ ବ୍ୟବସ୍ଥାରେ ହେଲା ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୨୯।୭: ଭାରତରେ ପ୍ରଥମ ଥର ପାଇଁ ୩୪ ବର୍ଷ ପରେ  ଶିକ୍ଷାନୀତିରେ ପରିବର୍ତ୍ତନ ଅଣାଯାଇଛି। ମୋଦି ସରକାର ଏହି ନୂଆ ଶିକ୍ଷାନୀତିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।...

ସିଟ୍‌ ବେଲ୍ଟ ନ ବାନ୍ଧିବାରୁ ସ୍କୁଟି ଚାଳକଙ୍କ କଟିଲା ଚାଲାଣ

ଲକ୍ଷ୍ନୌ,୪।୧୦: ସମଗ୍ର ଦେଶରେ ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଥିବା ନୂଆ ମୋଟରଯାନ ନିୟମ ପରେ ପ୍ରତିଦିନ କିଛି ନା କିଛି ନୂଆ ଘଟଣା ସାମ୍ନାକୁ ଆସିଛି।...

ଭାଜପା ନେତାଙ୍କୁ ହତ୍ୟା

କୁଲଗାମ,୬।୮: ଜମ୍ମୁ-କଶ୍ମୀରର କୁଲଗାମରେ ଆତଙ୍କବାଦୀମାନେ ପୁଣିଥରେ ତାଣ୍ଡବ ରଚିଛନ୍ତି। ଗୁରୁବାର ସକାଳେ ଆତଙ୍କବାଦୀମାନେ ଗୁଳିକରି ସେଠାକାର ଭାରତୀୟ ଜନତା ପାର୍ଟି(ଭାଜପା) ସରପଞ୍ଚଙ୍କୁ ହତ୍ୟା କରିଥିବା ଜଣାପଡିଛି।...

Advertisement
Archives

Model This Week