Categories: ଖେଳ

ପଏଣ୍ଟ ବାଣ୍ଟିଲେ ଗୋଆ ଓ ଇଷ୍ଟବେଙ୍ଗଲ

ମାର୍ଗାଓ, ୩୦ା୧: ସ୍ଥାନୀୟ ଫାତୋର୍ଡା ଷ୍ଟାଡିୟମ୍‌ରେ ଶୁକ୍ରବାର ଏଫ୍‌ସି ଗୋଆ ଓ ଏସ୍‌ସି ଇଷ୍ଟବେଙ୍ଗଲ ମଧ୍ୟରେ ଖେଳାଯାଇଥିବା ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ର ଏକ ମ୍ୟାଚ ୧-୧ ଗୋଲରେ ଅମୀମାଂସିତ ଭାବେ ଶେଷ ହୋଇଛି। ଇଗୋର ଆଙ୍ଗୁଲୋ ଖେଳର ୩୯ତମ ମିନିଟ୍‌ରେ ଏକ ଗୋଲ ସ୍କୋର କରି ଗୋଆକୁ ପ୍ରଥମେ ଅଗ୍ରଣୀ କରାଇଥିଲେ। ମାତ୍ର ଡ୍ୟାନି ଫକ୍ସ ୬୫ତମ ମିନିଟ୍‌ରେ ଏକ ଗୋଲ ଦେଇ ମ୍ୟାଚକୁ ବରାବର ସ୍ଥିତିକୁ ନେଇ ଆସିଥିଲେ। ଖେଳର ୬୬ତମ ମିନିଟ୍‌ରେ ଗୋଆର ଏଡୁ ବେଡିଆଙ୍କୁ ରେଡ୍‌କାର୍ଡ ହୋଇଥିଲା। ଏହି ମ୍ୟାଚରେ ଗୋଆ ଅପେକ୍ଷାକୃତ ଭଲ ଖେଳିଥିଲେ ହିଁ ମ୍ୟାଚ ଜିତିପାରି ନ ଥିଲା। ଦୁଇ ଦଳ ପଏଣ୍ଟ ବଣ୍ଟୁଆରା କରିଛନ୍ତି। ଏହି ମ୍ୟାଚ ପରେ ଗୋଆ ୧୪ ମ୍ୟାଚରୁ ୫ ବିଜୟ, ୬ ଡ୍ର ଓ ୩ ପରାଜୟ ସହ ୨୧ ପଏଣ୍ଟ ପାଇ ଟେବୁଲର ତୃତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଇଷ୍ଟବେଙ୍ଗଲ ସମାନ ସଂଖ୍ୟକ ମ୍ୟାଚରୁ ୧୩ ପଏଣ୍ଟ ସହ ୧୦ମ ସ୍ଥାନରେ ରହିଛି। ମୁମ୍ବାଇ ସିଟି ଓ ଏଟିକେ ମୋହନ ବାଗାନ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

Share