ଗୋ ଶ୍ରଦ୍ଧା ଯୋଜନା ଫେଲ୍‌, ରାସ୍ତାରେ ଗୋରୁ

ସୋନପୁର,୨୯।୪(ନି.ପ୍ର.): ସୁବର୍ଣ୍ଣପୁର ପୌର ପ୍ରଶାସନ ପକ୍ଷରୁ ୨୦୨୧ ଅଗଷ୍ଟ ୧୬ ତାରିଖଠାରୁ ସହରରେ ଆରମ୍ଭ ହୋଇଥିଲା ଗୋ ଶ୍ରଦ୍ଧା କାର୍ଯ୍ୟକ୍ରମ। ରାସ୍ତା ଉପରେ ବୁଲୁଥିବା ଗାଇଗୋରୁଙ୍କୁ କୋଲପଡା ସ୍ଥିତ କାଞ୍ଜିଆହୁଦାରେ ରଖିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରାକ୍ତନ ଜିଲାପାଳ ଅବୋଲି ସୁନିଲ ନରଓ୍ବଣେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଠିକ୍‌ ଠାକ୍‌ ଚାଲିଥିଲା। ମାତ୍ର କିଛି ମାସ ହେଲା ପୌର ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି। ନିକଟରେ ଜିଲାପାଳଙ୍କ ବଦଳି ପରେ ଗୋ ଶ୍ରଦ୍ଧା କାର୍ଯ୍ୟକ୍ରମ ଏକ ପ୍ରକାର ଠପ୍‌ ହୋଇପଡିଛି। କାଞ୍ଜିଆହୁଦାରେ ଏବେ ଅଳ୍ପ ସଂଖ୍ୟକ ଗାଇ ଗୋରୁ ଅଛନ୍ତି। ଅନ୍ୟପକ୍ଷେ ସହରର ବିଭିନ୍ନ ରାସ୍ତାରେ ଶତାଧିକ ଗାଇ ଗୋରୁ ଓ ଷଣ୍ଢ ବୁଲୁଥିବା ଦେଖିବାକୁ ମିଳୁଛି। ଏଥିପାଇଁ ବାରମ୍ବାର ଦୁର୍ଘଟଣା ଘଟୁଛି। ଯାତାୟତରେ ବାଧା ସୃଷ୍ଟି ହେଉଛି। ଗୋ ଶ୍ରଦ୍ଧା କାର୍ଯ୍ୟକ୍ରମର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇ ପାରୁନାହିଁ।
ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସହଯୋଗରେ ଜିଲା ପ୍ରଶାସନ ଓ ପୌର ପ୍ରଶାସନ ମିଳିତ ଭାବେ ସମୟ ସମୟରେ ବୁଲା ଗାଇଗୋରୁଙ୍କୁ ଧରି କାଞ୍ଜିଆ ହୁଦାରେ ରଖିଥିଲେ। ଜରିମାନା ଦେଇ କେତେଜଣ ଲୋକ ସେମାନଙ୍କ ଗୋରୁ ନେଇଥିଲା ବେଳେ ଅଧିକାଂଶ ଗୋରୁର ଦାବିଦାର ନ ଥିଲେ। ପ୍ରାୟ ଦେଢ ଶହରୁ ଊର୍ଦ୍ଧ୍ୱ ଗାଇଗୋରୁଙ୍କୁ ରଖା ଯାଇଥିଲା। ସହର ରାସ୍ତାଘାଟରେ ଗାଇଗୋରୁଙ୍କ ସଂଖ୍ୟା କମିଥିଲା। ମାତ୍ର ସ୍ଥିତି ପୁଣି ପୂର୍ବ ଅବସ୍ଥାକୁ ଫେରିଛି। ସହରର ସୋନପୁର-ଶରଧାପାଲି ମୁଖ୍ୟ ରାସ୍ତାର ଝୁପୁଡିପଡା, ବ୍ଲକ ଛକ, ସୁରେଶ୍ୱରୀ ମନ୍ଦିର ସମ୍ମୁଖ, ଗୁଣ୍ଡିଚା ମନ୍ଦିର ସମ୍ମୁଖ, ବଡବଜାର, ଭଗବତୀ ପ୍ଲଟ, ମହାନଦୀ ଓ ତେଲନଦୀ ବ୍ରିଜ୍‌ ଉପରେ ଶତାଧିକ ବୁଲା ଗାଇଗୋରୁ ଏବେ ପ୍ରତ୍ୟହ ଦଳ ଦଳ ହୋଇ ବୁଲୁଛନ୍ତି। ସହରର ଅଧିକାଂଶ ଗୋପାଳକଙ୍କ ଗୁହାଳ ନ ଥିବାରୁ ସେମାନେ ଗାଇଗୋରୁଙ୍କୁ ରାସ୍ତାରେ ଛାଡି ଦେଉଛନ୍ତି। ପ୍ରଶାସନ ଏହି ବୁଲା ଗାଇଗୋରୁଙ୍କୁ ନେଇ କାଞ୍ଜିଆହୁଦାରେ ରଖିବାରେ ବିଫଳ ହୋଇଛି। ଅନ୍ୟପକ୍ଷେ ଜିଲା ସଦର ମହକୁମାର ସମସ୍ତ ମୁଖ୍ୟ ଓ ଗଳି ରାସ୍ତାରେ ବୁଲା ଗାଇ ଗୋରୁ ଏବେ ଅବାଧ ଯାତାୟତ କରୁଛନ୍ତି। ରାତିରେ ରାସ୍ତା ଉପରେ ଶୋଇ ରହୁଛନ୍ତି। ଏଥି ଯୋଗୁ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ସହରରେ ଗାଇ ଗୋରୁ ପାଳନ କରୁଥିବା ବ୍ୟକ୍ତିମାନେ ସେମାନଙ୍କ ପାଳିତ ଗାଇ ଗୋରୁଙ୍କୁ କୌଣସି ପରିସ୍ଥିତିରେ ରାସ୍ତା ଉପରକୁ ନ ଛାଡି ଆବଶ୍ୟକ ଯତ୍ନ ନେବାକୁ ପ୍ରଶାସନ ପକ୍ଷରୁ ପୂର୍ବରୁ ପରାମର୍ଶ ଦିଆଯାଉଥିଲା। ବୁଲା ଗାଇଗୋରୁଙ୍କୁ ଧରାଯାଇ କୋହ୍ଲପଡାସ୍ଥିତ କାଞ୍ଜିଆ ହୁଦାରେ ସର୍ବାଧିକ ୭ ଦିନ ପର୍ଯ୍ୟନ୍ତ ରଖାଯିବାର ବ୍ୟବସ୍ଥା ହୋଇଥିଲା। ଏହି ସମୟ ସୀମା ଭିତରେ ଯଦି ଗୋରୁ ମାଲିକ ନିଜର ମାଲିକାନା ଦାବି କରନ୍ତି ତେବେ ତାଙ୍କୁ ଗୋରୁ ପ୍ରତି ଦୈନିକ ୫୦୦ଟଙ୍କା ଜରିମାନା ଦେବାକୁ ପଡୁଥିଲା। ଦାବିଦାର ନ ଥିବା ଗାଇଗୋରୁ କିମ୍ବା ଚିହ୍ନଟ ହୋଇ ନ ଥିବା ଗାଇଗୋରୁଙ୍କୁ ୭ ଦିନ ସମୟ ସୀମା ପରେ ଯେ କୌଣସି ସମୟରେ କୌଣସି ଚାଷୀ ପରିବାର ଅଥବା ଆଗ୍ରହୀ ବ୍ୟକ୍ତିଙ୍କୁ ବିକ୍ରି ବା ବଣ୍ଟନ ସୂତ୍ରରେ ଦିଆଯିବା ନେଇ ନିଷ୍ପତ୍ତି ହୋଇଥିଲା। ତେବେ ଏହି କାର୍ଯ୍ୟକ୍ରମକୁ ଏବେ ସଠିକ୍‌ ଢଙ୍ଗରେ କାର୍ଯ୍ୟକାରୀ କରାଯାଉନାହଁି। ଗୋରୁ ମାଲିକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଗୋଚର ଜମିଗୁଡିକ ଏବେ ଜବରଦଖଲକାରୀଙ୍କ କବ୍‌ଜାରେ। ଆଉ କିଛି ଗୋଚର ଜମିରେ ସରକାରୀ କାର୍ଯ୍ୟାଳୟ ନିର୍ମାଣ ହୋଇଛି। ଖାଲି ପଡିଥିବା ସ୍ଥାନରେ ଘର ନିର୍ମାଣ ହେଲାଣି। ଗୋରୁଙ୍କ ପାଇଁ ଖାଦ୍ୟାଭାବ ସୃଷ୍ଟି ହୋଇଛି। ସେମାନେ ରାସ୍ତା ଉପରେ ଶୋଇ ରହୁଛନ୍ତି। ତେଣୁ ମନ୍ଦିର ମାଳିନୀ ସୋନପୁର ସହରର ବୁଲା ଗାଇ ଗୋରୁଙ୍କୁ ପୁଣି ଗୋଶାଳାରେ ରଖିବାର ବ୍ୟବସ୍ଥା କରିବାକୁ ବୁଦ୍ଧିଜୀବୀଙ୍କ ପକ୍ଷରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

ବାଇକ୍‌କୁ ପଛରୁ ଧକ୍କା ଦେଲା ବୋଲେରୋ: ମା’ଙ୍କ ଜୀବନ ଗଲା, ପୁଅ ଗୁରୁତର

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଉଖୁଣ୍ଡା ରାସ୍ତାର ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ରାତିରେ ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା...

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri