ଜିଲାପାଳ ବଦଳିଲା ପରେ ଗୋ ଶ୍ରଦ୍ଧା ଯୋଜନା ଫେଲ୍‌

ସୋନପୁର,୨୧।୪(ମୃତ୍ୟୁଞ୍ଜୟ ଶତପଥୀ)ସୁବର୍ଣ୍ଣପୁର ପୌର ପ୍ରଶାସନ ପକ୍ଷରୁ ୨୦୨୧ ଅଗଷ୍ଟ ୧୬ ତାରିଖ ଠାରୁ ସହରରେ ଆରମ୍ଭ ହୋଇଥିଲା ଗୋ ଶ୍ରଦ୍ଧା ଯୋଜନା। ସହରରେ ଗାଈ ଗୋରୁ ପାଳନ କରୁଥିବା ବ୍ୟକ୍ତିମାନେ ସେମାନଙ୍କ ପାଳିତ ଗାଈ ଗୋରୁଙ୍କୁ କୌଣସି ପରିସ୍ଥିତିରେ ରାସ୍ତା ଉପରକୁ ନ ଛାଡି ଆବଶ୍ୟକ ଯତ୍ନ ନେବାକୁ ପ୍ରଶାସନ ପକ୍ଷରୁ ପୂର୍ବରୁ ପରାମର୍ଶ ଦିଆ ଯାଇଥିଲା। ରାସ୍ତା ଉପରେ ବୁଲୁଥିବା ଗୋରୁଙ୍କୁ କୋଲପଡାସ୍ଥିତ କାଞ୍ଜିଆହୁଦାରେ ରଖିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିଲା। ପୌର ପରିଷଦ ପକ୍ଷରୁ ତେଲନଦୀ କୂଳ କୋଲପଡାର ପ୍ରାୟ ୧ ଏକରରୁ ଊର୍ଦ୍ଧ୍ୱ ପରିମିତ ଅଞ୍ଚଳରେ ବାଡା ଦେବା ସହ ଗୁହାଳ ନିର୍ମାଣ କରା ଯାଇଥିଲା। ପ୍ରାକ୍ତନ ଜିଲାପାଳ ଅବୋଲି ସୁନିଲ ନରଓ୍ବଣେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସହରର ସ୍ବେଚ୍ଛାସେବୀଙ୍କ ସହଯୋଗରେ ଏହି ଯୋଜନା ଭଲ ଭାବେ ଚାଲିଥିଲା। କାଞ୍ଜିଆହୁଦାରେ ଶତାଧିକ ବୁଲା ଗୋରୁ ଓ ଷଣ୍ଢଙ୍କୁ ରଖା ଯାଇଥିଲା। ଗୋରୁଙ୍କ ପାଇଁ ଜଗୁଆଳି, ସେବା ପାଇଁ କର୍ମଚାରୀ ଓ ଖାଦ୍ୟର ବ୍ୟବସ୍ଥା ଜିଲାପାଳ ବେସରକାରୀ ଭାବେ କରୁଥିଲେ। ତେବେ ଝାରସୁଗୁଡା ଉପନିର୍ବାଚନ ପାଇଁ ଜିଲାପାଳ ନରଓ୍ବଣେଙ୍କର ହଠାତ୍‌ ବଦଳି ପରେ ଗୋ ଶ୍ରଦ୍ଧା କାର୍ଯ୍ୟକ୍ରମ ଦିଗହରା ହୋଇପଡିଛି। ଏବେ କାଞ୍ଜିଆହୁଦାରେ ଅଳ୍ପ ସଂଖ୍ୟକ ଗାଈଗୋରୁ ଅଛନ୍ତି। ଅନ୍ୟପକ୍ଷେ ସହରର ବିଭିନ୍ନ ରାସ୍ତାରେ ଶତାଧିକ ଗୋରୁ ଓ ଷଣ୍ଢ ବୁଲୁଥିବା ଦେଖିବାକୁ ମିଳୁଛି। ଏଥିପାଇଁ ବାରମ୍ବାର ଦୁର୍ଘଟଣା ଘଟୁଛି । ଟ୍ରକ୍‌ ବସ୍‌ ଧକ୍କାରେ ଗାଈ ଗୋରୁ କ୍ଷତାକ୍ତ ହେଉଛନ୍ତି । ଯାତାୟତରେ ବାଧା ସୃଷ୍ଟି ହେଉଛି। ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ସହଯୋଗ ମିଳୁନି। ଗୋ ଶ୍ରଦ୍ଧା କାର୍ଯ୍ୟକ୍ରମର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇ ପାରୁନାହିଁ ।
ପ୍ରଶାସନର ଆଗ୍ରହ କ୍ରମେ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସହଯୋଗରେ ଜିଲା ପ୍ରଶାସନ ଓ ପୌର ପ୍ରଶାସନ ମିଳିତ ଭାବେ ସହରର ବୁଲା ଗୋରୁଙ୍କୁ ଧରି କାଞ୍ଜିଆ ହୁଦାରେ ରଖିଥିଲେ। କାଞ୍ଜିହୁଦାରେ ସର୍ବାଧିକ ୭ ଦିନ ପର୍ଯ୍ୟନ୍ତ ରଖାଯିବାର ବ୍ୟବସ୍ଥା ହୋଇଥିଲା। ଏହି ସମୟ ସୀମା ଭିତରେ ଯଦି ଗୋରୁ ମାଲିକ ନିଜର ମାଲିକାନା ଦାବି କରନ୍ତି ତେବେ ତାଙ୍କୁ ଗୋରୁ ପ୍ରତି ଦୈନିକ ୫୦୦ ଟଙ୍କା ଜରିମାନା ଦେବାକୁ ପଡୁଥିଲା। ଜରିମାନା ଦେଇ ଅଳ୍ପ କେତେଜଣ ବ୍ୟକ୍ତି ସେମାନଙ୍କ ଗୋରୁ ନେଇଥିବା ବେଳେ ଅଧିକାଂଶ ଗୋରୁଙ୍କ ଦାବିଦାର ନ ଥିଲେ। ପ୍ରାୟ ଦେଢ ଶହରୁ ଊର୍ଦ୍ଧ୍ୱ ଗୋରୁଙ୍କୁ ରଖା ଯାଇଥିଲା। ସହର ରାସ୍ତାଘାଟରେ ବୁଲା ଗୋରୁଙ୍କ ସଂଖ୍ୟା କମିଥିଲା। ବର୍ତ୍ତମାନ ସ୍ଥିତି ପୁଣି ପୂର୍ବ ଅବସ୍ଥାକୁ ଫେରି ଆସିଛି। ସହରର ସୋନପୁର-ଶରଧାପାଲି ମୁଖ୍ୟ ରାସ୍ତାର ଝୁପୁଡିପଡା, ବ୍ଳକ ଛକ, ସୁରେଶ୍ୱରୀ ମନ୍ଦିର ସମ୍ମୁଖ, ଗୁଣ୍ଡିଚା ମନ୍ଦିର ସମ୍ମୁଖ, ବଡବଜାର, ଭଗବତୀ ପ୍ଲଟ, ମହାନଦୀ ଓ ତେଲନଦୀ ବ୍ରିଜ୍‌ ଉପରେ ଶତାଧିକ ବୁଲା ଗୋରୁ ଏବେ ପ୍ରତ୍ୟହ ଦଳ ଦଳ ହୋଇ ବୁଲୁଛନ୍ତି। ସହରରେ ଅଧିକାଂଶ ଗୋପାଳକଙ୍କ ଗୁହାଳ ନ ଥିବାରୁ ସେମାନେ ଗାଇଗୋରୁଙ୍କୁ ରାସ୍ତାରେ ଛାଡି ଦେଉଛନ୍ତି। ପ୍ରଶାସନ ଏହି ବୁଲା ଗାଇଗୋରୁଙ୍କୁ ନେଇ କାଞ୍ଜିଆହୁଦାରେ ରଖିବାରେ ବିଫଳ ହୋଇଛି। ଜିଲା ସଦର ମହକୁମାର ସମସ୍ତ ମୁଖ୍ୟ ଓ ଗଳି ରାସ୍ତାରେ ବୁଲା ଗୋରୁ ଏବେ ଅବାଧରେ ଯାତାୟତ କରୁଛନ୍ତି। ପୁଣି ରାତିରେ ରାସ୍ତାରେ ଶୋଇ ରହୁଛନ୍ତି। ଏଥିଯୋଗୁ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେବା ସହ ଦୁର୍ଘଟଣା ଘଟୁଛି। ତେଣୁ ମନ୍ଦିର ମାଳିନୀ ସୁବର୍ଣ୍ଣପୁର ସହରରେ ବୁଲା ଗାଈଗୋରୁଙ୍କୁ ପୁଣି ଗୋଶାଳାରେ ରଖିବାର ବ୍ୟବସ୍ଥା କରିବାକୁ ବୁଦ୍ଧିଜୀବୀଙ୍କ ପକ୍ଷରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ଉଜ୍ଜଳ ପଣ୍ଡାଙ୍କ ୬୬ ବର୍ଷ ବୟସରେ ପରଲୋକ ହୋଇଛି । ସେ…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

ସମୁଦ୍ର ତଳେ ‘ଡ୍ରାଗନ’ର ଚକ୍ରବ୍ୟୁହ, ପନଡୁବ୍ବି ଯୁଦ୍ଧ ପାଇଁ ସଜବାଜ ହେଉଛି ଚାଇନା; ଆମେରିକାର ହଜିଲା ନିଦ!

ବେଜିଂ,୨୫।୩: ଇସ୍ରାଏଲ-ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଚାଇନା ଏବେ ଏକ ନୂଆ ପଦକ୍ଷେପ ପାଇଁ ଚର୍ଚ୍ଚାକୁ ଆସିଛି। ଚାଇନା ବିଶ୍ୱର ବିଭିନ୍ନ ପ୍ରାନ୍ତରେ…

ସାନଖେମୁଣ୍ଡିରେ ସ୍କୁଲ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ବଣ୍ଟାଗଲା ନିମନ୍ତ୍ରଣ ପତ୍ର 

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ୨୦୨୬-୨୭ ଶିକ୍ଷାବର୍ଷ ପ୍ରାରମ୍ଭରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲ ପ୍ରବେଶ…

ପୁଣି ଯୁଦ୍ଧ ଆରମ୍ଭ! ଆମେରିକାର ଯୁଦ୍ଧଜାହାଜ ଉପରେ ଆକ୍ରମଣ କଲା ଇରାନ, ସମ୍ପୂର୍ଣ୍ଣ ଧ୍ୱଂସ….

ନୂଆଦିଲ୍ଲୀ,୨୫।୩: ଇରାନ ପୁଣି ଥରେ ଭୂମଧ୍ୟସାଗରରେରେ ଆମେରିକୀୟ ଯୁଦ୍ଧଜାହାଜକୁ ଟାର୍ଗେଟ କରିଛି । ୟୁଏସଏସ ଆବ୍ରାହମ ଲିଙ୍କନକୁ ବାଲିଷ୍ଟିକ୍ ମିଶାଇଲରେ ଆକ୍ରମଣ କରି ଟାର୍ଗେଟ କରିଛି । ଭିଡିଓରେ…

ଭଞ୍ଜନଗର ଯାତ୍ରାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ…

ଭଞ୍ଜନଗର,୨୫ା୩(ବାବୁଲା ପ୍ରଧାନ): ଏପ୍ରିଲ ୨୬ ତାରିଖରୁ ମେ’ ୨୦ ତାରିଖ ମଧ୍ୟରେ ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ହେବ। ତେଣୁ ଯାତ୍ରା କମିଟିର ମୁଖ୍ୟ ଉପଦେଷ୍ଟା…

ଦିଗପହଣ୍ଡିରେ କାଳବୈଶାଖୀ ପ୍ରଭାବ; ମୁଖ୍ୟମନ୍ତ୍ରୀ ବସ ଉପରେ ପଡ଼ିଲା ଗଛ ଡାଳ, ୪୦ ଯାତ୍ରୀ ଚିତ୍କାର….

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ ଟାରୁ ସାଢ଼େ ୩ ଟା ଯାଏଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri