ସ୍ବାସ୍ଥ୍ୟକେନ୍ଦ୍ରରେ ନାହିଁ ଆବଶ୍ୟକ ଔଷଧ

ରାଉରକେଲା,୨୧ା୪(ବିପ୍ଳବ ରଞ୍ଜନ ଦାଶ)ରାଜ୍ୟ ସରକାରଙ୍କ ସିଟି ହେଲ୍‌ଥ ମିଶନରେ ରାଉରକେଲା ଅର୍ବାନ ଅଞ୍ଚଳର ଲକ୍ଷାଧିକ ରୋଗୀ ବେଶ୍‌ ଉପକୃତ ହେଉଛନ୍ତି। ବସ୍ତିବାସିନ୍ଦାଙ୍କ ପାଇଁ ଗୋଟିଏ ଗୋଟିଏ ଉତ୍କୃଷ୍ଟ ମାନର ସମନ୍ବିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ଥାପନ ହୋଇଛି। ରାଉରକେଲା ବସ୍ତି ଅଞ୍ଚଳରେ ରହୁଥିବା ୫/୬ଲକ୍ଷ ରୋଗୀଙ୍କୁ ସରଳ ଉପାୟରେ ପ୍ରାଥମିକ ଚିକିତ୍ସା ଯୋଗାଇଦେବା ପାଇଁ ସିପିଏମ୍‌ୟୁ ମାଧ୍ୟମରେ ୧୦ଟି ସମନ୍ବିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ସହରର ୪୦ଟି ଓ୍ବାର୍ଡର ୧୩୨ବସ୍ତିର ଲୋକ ସିଟି ଅର୍ବାନ ହେଲ୍‌ଥ ମିଶନ ଯୋଜନାରେ ସ୍ବାସ୍ଥ୍ୟସେବା ପାଉଛନ୍ତି। ଉକ୍ତ ୧୦ଟି ସ୍ବାସ୍ଥ୍ୟକେନ୍ଦ୍ର ହେଉଛି ବାସନ୍ତୀ, ଗୋପବନ୍ଧୁପାଲ୍ଲୀ, କୋଏଲ ନଗର, ସେକ୍ଟର-୬, ହମିରପୁର, ଛେଣ୍ଡ, ମହତାବ ରୋଡ, ବାଲୁଘାଟ,ସେକ୍ଟର-୨୨,ତିଲକା ନଗର ସମନ୍ବିତ ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର। ଏଥିସହିତ ସହରର ୧୦ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ରେଗୁଲାର ଏମ୍‌ଓଙ୍କ ସମେତ ସାପ୍ତାହିକ ଦିବସ ବ୍ୟବଧାନରେ ଚୁକ୍ତିଭିତ୍ତିକ ଭେଷଜ ବିଶେଷଜ୍ଞ, ଶିଶୁରୋଗ ବିଶେଷଜ୍ଞ, ଚକ୍ଷୁ ବିଶେଷଜ୍ଞ, ନାକ କାନ ଏବଂ ଗଳା ବିଶେଷଜ୍ଞ, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ, ଦାନ୍ତ ବିଶେଷଜ୍ଞ, ଫିଜିଓଥେରାପି ବିଶେଷଜ୍ଞ ଏବଂ ଫାର୍ମାସିଷ୍ଟ ନିୟୋଜିତ ଅଛନ୍ତି। ଏମାନଙ୍କ ଦ୍ୱାରା ମାଗଣାରେ ଔଷଧ ଓ ଚିକିତ୍ସାସେବା ପ୍ରଦାନ କରାଯାଉଛି। ବିଶେଷଜ୍ଞମାନେ ନିଜ ନିଜ ଦିବସରେ ସ୍ବାସ୍ଥ୍ୟକେନ୍ଦ୍ର ଓପିଡିରେ ରୋଗୀଙ୍କ ପ୍ରାଥମିକ ଚିକିତ୍ସା କରନ୍ତି। ଗୁରୁତର ରୋଗୀଙ୍କୁ ଆର୍‌ଜିଏଚ୍‌ ସ୍ଥାନାନ୍ତର କରାଯାଏ। ମାତ୍ର ପରିତାପର ବିଷୟ ସହରର ୧୦ପ୍ରମୁଖ ସମନ୍ବିତ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ ଅନୁପାତରେ ଆବଶ୍ୟକ ଔଷଧ ଉପଲବ୍ଧ ରହୁ ନ ଥିବା ବସ୍ତିଅଞ୍ଚଳ ରୋଗୀ ଏବଂ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ନିୟୋଜିତ ଥିବା ଅଧିକାରୀମାନେ କହିଛନ୍ତି। ଏଥିସହ ପ୍ରାୟ ସ୍ବାସ୍ଥ୍ୟକେନ୍ଦ୍ରରେ କୋଟି କୋଟି ଟଙ୍କାର ଔଷଧପତ୍ର ଶୀତଳୀଯନ୍ତ୍ରାଦି ଅଭାବରୁ ଖୋଲାରେ ରଖାଯାଉଛି। ଫଳରେ ସେସବୁ ନଷ୍ଟ ହେଉଥିବା ଅଭିଯୋଗ ହେଉଛି। ବିଶେଷତଃ ମଧୁମେହ ଓ ରକ୍ତଚାପଜନିତ ମେଡିସିନର ଅଭାବ ରହୁଛି। ଏଥିସହ ଶିଶୁଙ୍କ ପାଇଁ ଉପଲବ୍ଧ ବିଭିନ୍ନ ଜରୁରିକାଳୀନ ଡ୍ରପ ମଧ୍ୟ ଆସୁ ନ ଥିବା ବସ୍ତିବାସୀ ଅଭିଯୋଗ କରିଛନ୍ତି। ତେବେ ତୁରନ୍ତ ୧୦ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ସବୁ ପ୍ରକାର ଔଷଧ ଉପଲବ୍ଧ କରାଇବା ସହିତ ଗରିବ ରୋଗୀଙ୍କ ନିମନ୍ତେ ସରକାର ପ୍ରଦତ୍ତ ଓଷଧମାନ ସୁରକ୍ଷିତ ରଖିବାର ସୁବ୍ୟବସ୍ଥା କରିବାକୁ ବସ୍ତିବାସୀ ଦାବି କରୁଛନ୍ତି। ଏନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ କାହ୍ନୁ ଚରଣ ନାଏକଙ୍କୁ ପଚାରିବାରୁ ସେ କହିଥିଲେ, ୧୦ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଯେଭଳି ତୁରନ୍ତ ଔଷଧ ପହଞ୍ଚିବ ସେନେଇ କଡା ଆଭିମୁଖ୍ୟ ଗ୍ରହଣ କରାଯିବ। ଯିଏ ଏଭଳି ଅବହେଳିତ କାମ କରୁଛି ତା’ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri