ସ୍ବାସ୍ଥ୍ୟକେନ୍ଦ୍ରରେ ନାହିଁ ଆବଶ୍ୟକ ଔଷଧ

ରାଉରକେଲା,୨୧ା୪(ବିପ୍ଳବ ରଞ୍ଜନ ଦାଶ)ରାଜ୍ୟ ସରକାରଙ୍କ ସିଟି ହେଲ୍‌ଥ ମିଶନରେ ରାଉରକେଲା ଅର୍ବାନ ଅଞ୍ଚଳର ଲକ୍ଷାଧିକ ରୋଗୀ ବେଶ୍‌ ଉପକୃତ ହେଉଛନ୍ତି। ବସ୍ତିବାସିନ୍ଦାଙ୍କ ପାଇଁ ଗୋଟିଏ ଗୋଟିଏ ଉତ୍କୃଷ୍ଟ ମାନର ସମନ୍ବିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ଥାପନ ହୋଇଛି। ରାଉରକେଲା ବସ୍ତି ଅଞ୍ଚଳରେ ରହୁଥିବା ୫/୬ଲକ୍ଷ ରୋଗୀଙ୍କୁ ସରଳ ଉପାୟରେ ପ୍ରାଥମିକ ଚିକିତ୍ସା ଯୋଗାଇଦେବା ପାଇଁ ସିପିଏମ୍‌ୟୁ ମାଧ୍ୟମରେ ୧୦ଟି ସମନ୍ବିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ସହରର ୪୦ଟି ଓ୍ବାର୍ଡର ୧୩୨ବସ୍ତିର ଲୋକ ସିଟି ଅର୍ବାନ ହେଲ୍‌ଥ ମିଶନ ଯୋଜନାରେ ସ୍ବାସ୍ଥ୍ୟସେବା ପାଉଛନ୍ତି। ଉକ୍ତ ୧୦ଟି ସ୍ବାସ୍ଥ୍ୟକେନ୍ଦ୍ର ହେଉଛି ବାସନ୍ତୀ, ଗୋପବନ୍ଧୁପାଲ୍ଲୀ, କୋଏଲ ନଗର, ସେକ୍ଟର-୬, ହମିରପୁର, ଛେଣ୍ଡ, ମହତାବ ରୋଡ, ବାଲୁଘାଟ,ସେକ୍ଟର-୨୨,ତିଲକା ନଗର ସମନ୍ବିତ ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର। ଏଥିସହିତ ସହରର ୧୦ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ରେଗୁଲାର ଏମ୍‌ଓଙ୍କ ସମେତ ସାପ୍ତାହିକ ଦିବସ ବ୍ୟବଧାନରେ ଚୁକ୍ତିଭିତ୍ତିକ ଭେଷଜ ବିଶେଷଜ୍ଞ, ଶିଶୁରୋଗ ବିଶେଷଜ୍ଞ, ଚକ୍ଷୁ ବିଶେଷଜ୍ଞ, ନାକ କାନ ଏବଂ ଗଳା ବିଶେଷଜ୍ଞ, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ, ଦାନ୍ତ ବିଶେଷଜ୍ଞ, ଫିଜିଓଥେରାପି ବିଶେଷଜ୍ଞ ଏବଂ ଫାର୍ମାସିଷ୍ଟ ନିୟୋଜିତ ଅଛନ୍ତି। ଏମାନଙ୍କ ଦ୍ୱାରା ମାଗଣାରେ ଔଷଧ ଓ ଚିକିତ୍ସାସେବା ପ୍ରଦାନ କରାଯାଉଛି। ବିଶେଷଜ୍ଞମାନେ ନିଜ ନିଜ ଦିବସରେ ସ୍ବାସ୍ଥ୍ୟକେନ୍ଦ୍ର ଓପିଡିରେ ରୋଗୀଙ୍କ ପ୍ରାଥମିକ ଚିକିତ୍ସା କରନ୍ତି। ଗୁରୁତର ରୋଗୀଙ୍କୁ ଆର୍‌ଜିଏଚ୍‌ ସ୍ଥାନାନ୍ତର କରାଯାଏ। ମାତ୍ର ପରିତାପର ବିଷୟ ସହରର ୧୦ପ୍ରମୁଖ ସମନ୍ବିତ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ ଅନୁପାତରେ ଆବଶ୍ୟକ ଔଷଧ ଉପଲବ୍ଧ ରହୁ ନ ଥିବା ବସ୍ତିଅଞ୍ଚଳ ରୋଗୀ ଏବଂ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ନିୟୋଜିତ ଥିବା ଅଧିକାରୀମାନେ କହିଛନ୍ତି। ଏଥିସହ ପ୍ରାୟ ସ୍ବାସ୍ଥ୍ୟକେନ୍ଦ୍ରରେ କୋଟି କୋଟି ଟଙ୍କାର ଔଷଧପତ୍ର ଶୀତଳୀଯନ୍ତ୍ରାଦି ଅଭାବରୁ ଖୋଲାରେ ରଖାଯାଉଛି। ଫଳରେ ସେସବୁ ନଷ୍ଟ ହେଉଥିବା ଅଭିଯୋଗ ହେଉଛି। ବିଶେଷତଃ ମଧୁମେହ ଓ ରକ୍ତଚାପଜନିତ ମେଡିସିନର ଅଭାବ ରହୁଛି। ଏଥିସହ ଶିଶୁଙ୍କ ପାଇଁ ଉପଲବ୍ଧ ବିଭିନ୍ନ ଜରୁରିକାଳୀନ ଡ୍ରପ ମଧ୍ୟ ଆସୁ ନ ଥିବା ବସ୍ତିବାସୀ ଅଭିଯୋଗ କରିଛନ୍ତି। ତେବେ ତୁରନ୍ତ ୧୦ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ସବୁ ପ୍ରକାର ଔଷଧ ଉପଲବ୍ଧ କରାଇବା ସହିତ ଗରିବ ରୋଗୀଙ୍କ ନିମନ୍ତେ ସରକାର ପ୍ରଦତ୍ତ ଓଷଧମାନ ସୁରକ୍ଷିତ ରଖିବାର ସୁବ୍ୟବସ୍ଥା କରିବାକୁ ବସ୍ତିବାସୀ ଦାବି କରୁଛନ୍ତି। ଏନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ କାହ୍ନୁ ଚରଣ ନାଏକଙ୍କୁ ପଚାରିବାରୁ ସେ କହିଥିଲେ, ୧୦ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଯେଭଳି ତୁରନ୍ତ ଔଷଧ ପହଞ୍ଚିବ ସେନେଇ କଡା ଆଭିମୁଖ୍ୟ ଗ୍ରହଣ କରାଯିବ। ଯିଏ ଏଭଳି ଅବହେଳିତ କାମ କରୁଛି ତା’ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?