ଖାଦ୍ୟରେ ଗ୍ଲାଇସିମିକ୍‌ ଇଣ୍ଡେକ୍ସ ଓ ଡାଇବେଟିସ୍‌ ନିୟନ୍ତ୍ରଣ

ତେବେ ଜି.ଆଇ. ମୂଲ୍ୟ ପ୍ରାୟତଃ ବ୍ୟବହୃତ ହୋଇ ଆସୁଥିଲେ ମଧ୍ୟ ବିଭିନ୍ନ ଖାଦ୍ୟଦ୍ରବ୍ୟରେ କାର୍ବୋହାଇଡ୍ରେଟ୍‌ର ପରିମାଣରେ ପରିଲକ୍ଷିତ ହୋଇଥାଏ ଖୁବ୍‌ ବିଭିନ୍ନତା। ତେଣୁ ରକ୍ତ ଗ୍ଲୁକୋଜ ମାତ୍ରା ବୃଦ୍ଧି କରିବା ପ୍ରବଣତାର ଠିକ୍‌ ସୂଚକ ହେଉଛି ‘ଗ୍ଲାଇସିମିକ୍‌ ଲୋଡ୍‌’ ବା ଜି.ଏଲ୍‌.। ଏହି ଜି.ଏଲ୍‌. ଉପରେ ଏବେ ଆରୋପ କରାଯାଉଛି ଅନେକ ଗୁରୁତ୍ୱ। ଗ୍ଲାଇସିମିକ୍‌ ଲୋଡ୍‌ ହେଉଛି ଏକ ଗାଣିତିକ ଅବଧାରଣା, ଯାହା ଖାଦ୍ୟର ଗ୍ଲାଇସିମିକ୍‌ ଇଣ୍ଡେକ୍ସ ଓ ଖାଦ୍ୟରେ ଥିବା କାର୍ବୋହାଇଡ୍ରେଟ୍‌ର ପରିମାଣକୁ ବିଚାରକୁ ନେଇ ନିର୍ଦ୍ଧାରଣ କରାଯାଏ। ଗ୍ଲାଇସିମିକ୍‌ ଲୋଡ୍‌ ବେଶି ହୋଇଥିଲେ ତାହା ରକ୍ତ ଗ୍ଲୁକୋଜର ମାତ୍ରାକୁ ବୃଦ୍ଧି କରିଥାଏ। ସୁତରାଂ ରକ୍ତରେ ଗ୍ଲୁକୋଜ୍‌ର ମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ନିମ୍ନ ଜି.ଆଇ. ବିଶିଷ୍ଟ ଖାଦ୍ୟ ଏବଂ କମ୍‌ ପରିମାଣର କାର୍ବୋହାଇଡ୍ରେଟ୍‌ ଥିବା ଖାଦ୍ୟ ଖାଇବା ଉଚିତ।
ସେଥିପାଇଁ ଆମ ଖାଦ୍ୟରେ ଆମେ ଉଚ୍ଚ ଜି.ଆଇ. ଏବଂ ଜି.ଏଲ୍‌. ବିଶିଷ୍ଟ ଖାଦ୍ୟ ପରିମାଣକୁ ହ୍ରାସ କରାଇବା ନିରାପଦ। ଏହା କେବଳ ଯେ ଡାଇବେଟିସ୍‌ର ନିବାରଣ ଓ ନିୟନ୍ତ୍ରଣରେ ସହାୟକ ହୋଇପାରିବ ସେତିକି ନୁହେଁ, ଏହା ମଧ୍ୟ ହୃଦ୍‌ଧମନୀ ରୋଗର ହାରକୁ ହ୍ରାସ କରିବାରେ ସହାୟକ ହୋଇପାରିବ। ଏହି ପ୍ରସଙ୍ଗରେ ଜାଣି ରଖିବା ଉଚିତ ଯେ ଏବେ ଆମ ଦେଶର କିଶୋର ଓ ଯୁବଗୋଷ୍ଠୀ ମଧ୍ୟ ହାର୍ଟ ଆଟାକରେ ଆକ୍ରାନ୍ତ ହୋଇପଡ଼ିଲେଣି।
ଯଦି ଉଚ୍ଚ ଜି.ଆଇ. ବା ମନ୍ଦ ଶ୍ୱେତସାର (ବ୍ୟାଡ୍‌ କାର୍ବୋହାଇଡ୍ରେଟ୍‌) ବିଶିଷ୍ଟ ଖାଦ୍ୟ ବଦଳରେ ନିମ୍ନ ଜି.ଆଇ. ବିଶିଷ୍ଟ ‘ଭଲ’ ଶ୍ୱେତସାର (ଗୁଡ୍‌ କାର୍ବୋହାଇଡ୍ରେଟ୍‌) ଖାଦ୍ୟ ଖାଇବା ସଙ୍ଗେ ସଙ୍ଗେ ନିୟମିତ ଶାରୀରିକ ପରିଶ୍ରମ, ବ୍ୟାୟାମ ଆଦି କରାଯାଏ, ତେବେ ଏହାଫଳରେ ବେଶି ଉପକୃତ ହୋଇପାରିବେ କିଶୋର ଗୋଷ୍ଠୀ ଓ ଯୁବଗୋଷ୍ଠୀ। ପୁନଶ୍ଚ ଶରୀରର ଓଜନ ଅନୁମୋଦିତ ସ୍ତରରୁ ବେଶି ଥିଲେ ଓ ପରିବାରର କେହି ଡାଇବେଟିସ୍‌ରେ ଆକ୍ରାନ୍ତ ହୋଇଥିଲେ କମ୍‌ ଜି.ଆଇ. ଓ ଜି.ଏଲ୍‌. ବିଶିଷ୍ଟ ଖାଦ୍ୟ ଖାଇ ବହୁଳାଂଶରେ ହ୍ରାସ କରାଯାଇପାରିବ ଡାଇବେଟିସ୍‌ ଜାତ ହେବାର ଆଶଙ୍କା।

(ଶେଷ ଭାଗ)
-ଡା. ନିତ୍ୟାନନ୍ଦ ସ୍ବାଇଁ, ‘ଅଭୀପ୍‌ସା’, ସେକ୍ଟର-୬, ପ୍ଲଟ ନଂ-୧୧୩୧, ଅଭିନବ ବିଡାନାସୀ,
କଟକ-୧୪
ମୋ: ୮୩୨୮୯୭୫୧୧୮


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

କାନପୁରରେ ବାରମ୍ବାର ଖସୁଛି ଅତଡ଼ା: ସ୍ଥିତି ଅନୁଧ୍ୟାନ କଲେ ଅଧିକାରୀ

ଛେନାପଦୀ/ହାଟଡିହୀ,୧୨l୯(ନିରାକାର ପରିଡା/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ପଞ୍ଚାୟତ କାନପୁର ଗ୍ରାମର ଦକ୍ଷିଣ ପାର୍ଶ୍ୱ ସାଳନ୍ଦୀ ନଦୀ ଦ୍ୱାରା ବାରମ୍ବାର ଅତଡ଼ା ଖସି କାନପୁର…

ରାସ୍ତାରେ ଯାଉଯାଉ ବାଇକ୍‌ ସହ କଚାଡ଼ି ହୋଇପଡ଼ିଗଲେ ଯୁବକ, ୮ ଘଣ୍ଟା ପରେ…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା -ଛଣମେରି ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତା ୟରେ ଶନିବାର ମଧ୍ୟାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?