ବିଶ୍ୱ ହିତରେ ବୈଶ୍ୱିକ ବିଜ୍ଞାନ

ଜାତୀୟ ବିଜ୍ଞାନ ଦିବସ ଅବସରରେ ଚଳିତ ବର୍ଷ ବାର୍ତ୍ତା ରହିଛି ‘ବିଶ୍ୱ ହିତରେ ବୈଶ୍ୱିକ ବିଜ୍ଞାନ (ଗ୍ଲୋବାଲ ସାଇନ୍ସ ଫର୍‌ ଗ୍ଲୋବାଲ୍‌ ଓ୍ବେଲ୍‌ବିଙ୍ଗ୍‌)। ବିଶ୍ୱର ହିତ ସାଧନ ଉଦ୍ଦେଶ୍ୟରେ ବିଶ୍ୱର ସମଗ୍ର ବିଜ୍ଞାନୀ ସମ୍ପ୍ରଦାୟକୁ ଏହି ବାର୍ତ୍ତାରେ ଆହ୍ବାନ ପ୍ରଦାନ କରାଯାଇଛି। ବାସ୍ତବରେ ଏହା ଏକ ସାମୂହିକ ବୈଜ୍ଞାନିକ ଦାୟିତ୍ୱ। ସୁତରାଂ ଜନସାଧାରଣଙ୍କ ମଙ୍ଗଳ ପାଇଁ ଆମେ ସମସ୍ତେ ଅଙ୍ଗୀକାର ହେବା ବାଞ୍ଛନୀୟ। ମାତ୍ର ଏହାର ସଫଳ ରୂପାୟନ ଲାଗି ବିଜ୍ଞାନ ହିଁ ହେବ ପ୍ରଧାନ ଅବଲମ୍ବନ।

ଆମ ଦେଶରେ ଜାତୀୟ ବିଜ୍ଞାନ ଦିବସ ୧୯୮୭ ପରଠାରୁ ପାଳନ ହୋଇଆସୁଅଛି। ଏହା ପାଳିତ ହୋଇଥାଏ ପ୍ରତିବର୍ଷ ଫେବୃୟାରୀ ୨୮ ତାରିଖରେ। କାରଣ ୧୯୨୮ ମସିହା ଏହି ଦିନରେ ଭାରତୀୟ ବିଜ୍ଞାନୀ ସାର୍‌ ଚନ୍ଦ୍ରଶେଖର ଭେଙ୍କଟ ରମଣ (ସି.ଭି. ରମଣ) ଆବିଷ୍କାର କରିଥିଲେ ‘ରମଣ ଇଫେକ୍ଟ’ ବା ରମଣ ସିଦ୍ଧାନ୍ତ। ଏହି ଅସାଧାରଣ ସଫଳତା ପାଇଁ ଆବିଷ୍କାରର ମାତ୍ର ୨ ବର୍ଷ ପରେ ଅର୍ଥାତ୍‌ ୧୯୩୦ ମସିହାରେ ତାଙ୍କୁ ପଦାର୍ଥ ବିଜ୍ଞାନ ପାଇଁ ପ୍ରଦାନ କରାଯାଇଥିଲା ବିଶ୍ୱର ସର୍ବୋଚ୍ଚ ସମ୍ମାନଜନକ ନୋବେଲ ପୁରସ୍କାର।
ବର୍ଷର ଜାତୀୟ ବିଜ୍ଞାନ ଦିବସ ଲାଗି ବାର୍ତ୍ତା ରହିଛି ‘ବିଶ୍ୱ ହିତରେ ବୈଶ୍ୱିକ ବିଜ୍ଞାନ (ଗ୍ଲୋବାଲ ସାଇନ୍ସ ଫର୍‌ ଗ୍ଲୋବାଲ୍‌ ଓ୍ବେଲ୍‌ବିଙ୍ଗ୍‌)। ବିଶ୍ୱର ହିତ ସାଧନ ଉଦ୍ଦେଶ୍ୟରେ ବିଶ୍ୱର ସମଗ୍ର ବିଜ୍ଞାନୀ ସମ୍ପ୍ରଦାୟକୁ ଏହି ବାର୍ତ୍ତାରେ ଆହ୍ବାନ ପ୍ରଦାନ କରାଯାଇଛି। ବାସ୍ତବରେ ଏହା ଏକ ସାମୂହିକ ବୈଜ୍ଞାନିକ ଦାୟିତ୍ୱ। ସୁତରାଂ ଜନସାଧାରଣଙ୍କ ମଙ୍ଗଳ ପାଇଁ ଆମେ ସମସ୍ତେ ଅଙ୍ଗୀକାର ହେବା ବାଞ୍ଛନୀୟ। ମାତ୍ର ଏହାର ସଫଳ ରୂପାୟନ ଲାଗି ବିଜ୍ଞାନ ହିଁ ହେବ ପ୍ରଧାନ ଅବଲମ୍ବନ।
ଭାରତୀୟ ବୈଜ୍ଞାନିକ ସାଫଲ୍ୟ ଏବେ କେବଳ ଗବେଷଣାଗାରର ପ୍ରକୋଷ୍ଠ ମଧ୍ୟରେ ସୀମିତ ହୋଇ ରହିନାହିଁ। ଏହାର ସୁଫଳ ସମଗ୍ର ଭାରତବାସୀ ଉପଭୋଗ କରିଚାଲିଛନ୍ତି। ଜନସାଧାରଣଙ୍କ ପାଇଁ ଏବେ ଏହା ସୃଷ୍ଟି କରିଛି ଏକ ନୂତନ ସୁଯୋଗ। ଭାରତୀୟ ବୈଜ୍ଞାନିକମାନଙ୍କର ସାମୂହିକ ଗବେଷଣା, ସାମୂହିକ ବୈଜ୍ଞାନିକ ସଫଳତା ଜନସାଧାରଣଙ୍କ ହିତାର୍ଥେ ବିନିଯୋଗ କରିବା ତଥା ସମଗ୍ର ମାନବ ଜାତିକୁ ଏହାର ଉପଭୋକ୍ତା କରିବାର ଆବଶ୍ୟକତା ରହିଛି।
ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ବିଶ୍ୱରେ ଭାରତ ଏକ ଅଗ୍ରଣୀ ରାଷ୍ଟ୍ର। କୋଭିଡ୍‌-୧୯ ମହାମାରୀ ସମୟରେ ମାତ୍ର ଅଳ୍ପ କେତୋଟି ମାସ ଭିତରେ କୋଭିଡ୍‌ ପ୍ରତିଷେଧକ ଟିକା ଉଦ୍ଭାବନ କରି ଭାରତ ଏହାର ପ୍ରତ୍ୟକ୍ଷ ପ୍ରମାଣ ଉପସ୍ଥାପିତ କରିପାରିଛି।
କାହାର ଏକଚାଟିଆ ଅଧିକାରଭୁକ୍ତ ନୁହେଁ। ସମଗ୍ର ବିଶ୍ୱବାସୀ ବୈଜ୍ଞାନିକ ଆବିଷ୍କାର ଓ ଉଦ୍ଭାବନର ଉପଭୋକ୍ତା। ସେଥିପାଇଁ ଫରାସୀ ଶରୀର ବିଜ୍ଞାନୀ କ୍ଲିଡେ ବର୍ଣ୍ଣାଡ୍‌ ଯଥାର୍ଥରେ କହିଥିଲେ, ‘ମୋତେ ନେଇ କଳା, ଆମକୁ ନେଇ ବିଜ୍ଞାନ।’ ବାସ୍ତବରେ ବିଜ୍ଞାନ ହେଉଛି ‘ସମସ୍ତଙ୍କର, ସମସ୍ତଙ୍କ ଦ୍ୱାରା ଏବଂ ସମସ୍ତଙ୍କ ପାଇଁ’। ସେଥିପାଇଁ ଫରାସୀ ଅଣୁଜୀବ ବିଜ୍ଞାନୀ ଲୁଇ ପାଶ୍ଚର କହିଥିଲେ, ‘ବିଜ୍ଞାନ କୌଣସି ଏକ ନିର୍ଦ୍ଦିଷ୍ଟ ରାଷ୍ଟ୍ରର ସମ୍ପତ୍ତି ନୁହେଁ। କାରଣ ବିଜ୍ଞାନ ଜ୍ଞାନର ଅଧିକାରୀ ହେଉଛନ୍ତି ସମଗ୍ର ମାନବ ଜାତି। ବିଜ୍ଞାନ ଜ୍ଞାନ ଆଲୋକିତ କରିଥାଏ ସମଗ୍ର ଜଗତକୁ।
ବିଜ୍ଞାନ ସମ୍ପ୍ରତି ଏକ ସାଂସ୍କୃତିକ ଆବଶ୍ୟକତା। ସେଥିପାଇଁ ‘କଳକାରଖାନାର ଶ୍ରମିକ, କୃଷିକ୍ଷେତ୍ରର କୃଷକ ଏବଂ ପ୍ରତ୍ୟେକ ସଦସ୍ୟଙ୍କ ନିକଟରେ ବିଜ୍ଞାନର ସୁଫଳକୁ ପହଞ୍ଚେଇବାକୁ ପଡ଼ିବ। ଫଳରେ ସାଧାରଣ ଜନତା ବିଜ୍ଞାନର ଲାଭ ଉଠାଇପାରିବେ ବୋଲି ଭାରତୀୟ ପ୍ରଯୁକ୍ତି ବିଜ୍ଞାନୀ ଡ. ଆତ୍ମାରାମ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ସତ୍ୟ। ଏହା ସ୍ବୀକାର୍ଯ୍ୟ ଯେ, ବିଜ୍ଞାନ ବିଷୟରେ ସଚେତନତା ସୃଷ୍ଟି ନ ହେଲେ ସମଗ୍ର ବିଶ୍ୱରେ ଅଭାବ ଅନଟନ ଲାଗି ରହିବ। ଦୁଃଖଦୁର୍ଦ୍ଦଶାର ଅବସାନ ଘଟିବନାହିଁ କି ଜୀବନଯାପନର ମାନଦଣ୍ଡରେ ଉନ୍ନତି ସାଧନ ହୋଇପାରିବନାହିଁ।
ଜଣେ ଛାତ୍ର ରଦର ଫୋର୍ଡଙ୍କ ନିକଟରେ ପହଞ୍ଚତ୍ ନିଉକ୍ଲିୟର ଫିଜିକ୍ସ ଶାଖାରେ ତାଙ୍କ ତତ୍ତ୍ୱାବଧାନରେ ଗବେଷଣା କରିବା ନିମିତ୍ତ ଅଭିପ୍ରାୟ ବ୍ୟକ୍ତ କଲା। ଏହାର ଉତ୍ତରରେ ରଦର ଫୋର୍ଡ ପରାମର୍ଶ ଦେଲେ, ‘ବାବୁ, ଗବେଷଣା କରିବା ନିମନ୍ତେ ବରଂ ବିଜ୍ଞାନର ଅନ୍ୟ ଏକ ଶାଖା ନିର୍ବାଚନ କର। କାରଣ ନିଉକ୍ଲିୟର ଫିଜିକ୍ସ କ୍ଷେତ୍ରରେ ଗବେଷଣା ପ୍ରାୟତଃ ସମାପ୍ତ। ଅନ୍ୟ କୌଣସି ବାଟ ରହିଯାଇଛି ବୋଲି ମୁଁ ଭାବିପାରୁନାହିଁ।’ କିନ୍ତୁ ରଦର ଫୋର୍ଡଙ୍କ ଧାରଣା ଭ୍ରାନ୍ତ ପ୍ରମାଣିତ ହୋଇଛି। ସେ ଯେଉଁ ନିଉକ୍ଲିୟସ ବା ନାଭିକକୁ ଆବିଷ୍କାର କରିଥିଲେ ତାହା ଏବେ ବହୁ କଣିକାରେ ବିଭକ୍ତ। କେବଳ ନିଉକ୍ଲିୟର ଫିଜିକ୍ସ କାହିଁକି, ବିଜ୍ଞାନର ଯେକୌଣସି ଶାଖାରେ ବି ବିଜ୍ଞାନ ତାହାର ଶେଷ ସୀମାନ୍ତରେ ପହଞ୍ଚତ୍ପାରି ନାହିଁ କି ପହଞ୍ଚତ୍ପାରିବ ନାହିଁ ମଧ୍ୟ। ସେଥିପାଇଁ ହୁଏତ ଇଂରେଜ ଆଣବିକ ଅନୁବଂଶ ବିଜ୍ଞାନୀ ସିଡ୍‌ନୀ ବ୍ରେନର କହିଥିଲେ, ‘ଆମେ ଯେତେବେଳେ ଗୋଟିଏ ଦରଜା ଉନ୍ମୁକ୍ତ କରିଦେଉ, ସେତେବେଳେ ଆମ ସମ୍ମୁଖରେ ଦୃଷ୍ଟିଗୋଚର ହୁଏ ଏକ ଦୀର୍ଘ ଅଳିନ୍ଦ। ଅଳିନ୍ଦର କିଛି ଦୂରରେ ପଥରୋଧ କରିଥାଏ ଅନ୍ୟ ଏକ ଦ୍ୱାର। ଉକ୍ତ ଦ୍ୱାର ଦେଇ ପ୍ରବେଶ କଲା ପରେ ଆହୁରି ଏକ ଅଳିନ୍ଦ ଓ ଆହୁରି ଏକ ଦ୍ୱାର ଅତିକ୍ରମ କରିବା ପାଇଁ ପଡ଼େ ଏବଂ ସେହି ପ୍ରକ୍ରିୟା ସଂଘଟିତ ହେଉଥାଏ ପୌନଃପୁନିକ ଭାବରେ। ଏହା ହିଁ ହେଉଛି ବିଜ୍ଞାନର ଚାରିତ୍ରିକ ବୈଶିଷ୍ଟ୍ୟ।
ଜୀବନର ପ୍ରାୟତଃ ସମସ୍ତ ବିଭାବ ବିଜ୍ଞାନ ଦ୍ୱାରା ପ୍ରଭାବିତ। ପୁଣି ମଣିଷର ଦୀର୍ଘ ଭବିଷ୍ୟତ ତା’ ପାଇଁ ଏକ ଆହ୍ବାନ। ଏହି ଆହ୍ବାନର ସଫଳ ମୁକାବିଲା ମଧ୍ୟ ସେହି ବିଜ୍ଞାନ ଉପରେ ନ୍ୟସ୍ତ। ଫଳରେ ବିଜ୍ଞାନର ପରିସର, ଯାହା ଏକଦା ଥିଲା ସୀମିତ ତାହା କ୍ରମେ କ୍ରମେ ଅଧିକରୁ ଅଧିକ ସ୍ପୀତ ହେବାରେ ଲାଗିଛି। ଶିକ୍ଷାର ପ୍ରସାର ହେଉଛି। ଶିକ୍ଷିତ ବ୍ୟକ୍ତିମାନଙ୍କର ସଂଖ୍ୟା ବୃଦ୍ଧି ପାଉଛି। ଜନସଚେତନତା କ୍ଷେତ୍ରରେ ପ୍ରତିଭାର ଉନ୍ମେଷ ଘଟୁଛି। ତେଣୁ ସତ୍ୟ ସନ୍ଧାନୀ ରୂପେ ସ୍ବୀକୃତ ବିଜ୍ଞାନୀ ସମ୍ପ୍ରଦାୟ ମଣିଷର ସାର୍ବଜନୀନ ହିତ ପାଇଁ ଅନୁକୂଳ ତଥା ସୁଦୂରପ୍ରସାରୀ ଅବଦାନ ଦେଇପାରିବେ ବୋଲି ଆଶା।
ହେଉଛି ପ୍ରଗତିର ସ୍ଥପତି। ପ୍ରଗତିରୂପକ ନନ୍ଦିଘୋଷ ସମ୍ପ୍ରତି ଦ୍ରୁତ ବେଗରେ ଧାବିତ। ବିଜ୍ଞାନ ଆମ ଜୀବନଧାରଣର ମାନକୁ ସମ୍ପୂର୍ଣ୍ଣ ରୂପାନ୍ତରିତ କରିଚାଲିଛି। ବିଗତ ଶହେ ବର୍ଷ ଭିତରେ ଆମ ଜୀବନଧାରା ଯେଉଁ ପ୍ରକାରେ ବିବର୍ତ୍ତିତ ହୋଇପାରିଛି, ବିଗତ ହଜାର ହଜାର ବର୍ଷ ଧରି ତାହା ସେପରି ଭାବରେ ପରିବର୍ତ୍ତିତ ହୋଇପାରି ନ ଥିଲା।
ଯାହାହେଉ, ବିଦାୟ ନେଇଛି ବିଂଶ ଶତାଦ୍ଦୀ। ଏକବିଂଶ ଶତାଦ୍ଦୀର ଏକ ଚତୁର୍ଥାଂଶ ସମାପ୍ତ ହେବାକୁ ବସିଲାଣି। ପ୍ରତ୍ୟେକ ବ୍ୟକ୍ତିକୁ ବିଜ୍ଞାନ ସାକ୍ଷର କରାଇବାର ଆହ୍ବାନକୁ ସାକାର କରିବା ନିମିତ୍ତ ଏକ ସମ୍ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସମୟ ସମ୍ପ୍ରତି ସମାଗତ। ତେବେ ବିଜ୍ଞାନର ଉତ୍ତରୋତ୍ତର ଉନ୍ନତିରେ ନୈତିକତାକୁ ଉପେକ୍ଷା କରିବା ବାଞ୍ଛନୀୟ ନୁହେଁ କି ନିରାପଦ ବି ନୁହେଁ ।
-ଡା. ନିତ୍ୟାନନ୍ଦ ସ୍ବାଇଁ
ମୋ : ୯୪୩୭୭୬୬୧୧୭

 


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri