ପୃଥିବୀର ଅର୍ଥ ବ୍ୟବସ୍ଥା ଟଳମଳ…

ଓ୍ବାଶିଂଟନ/ମସ୍କୋ, ୨୩।୫ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୪ ମାସ ବିତିଛି। ଯୁଦ୍ଧ ଯୋଗୁ ପୃଥିବୀର ଅର୍ଥ ବ୍ୟବସ୍ଥା ଟଳମଳ ହେବାରେ ଲାଗିଛି। ଯୁଦ୍ଧରେ ଦୁର୍ବଳ ୟୁକ୍ରେନ ବର୍ତ୍ତମାନ ପର୍ଯ୍ୟନ୍ତ ଶକ୍ତିଶାଳୀ ରୁଷିଆକୁ ଚ୍ୟାଲେଞ୍ଜ ଦେଇ ଚାଲିଛି। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କିନ୍ତୁ ଏଥିରେ ଆମେରିକାର ସର୍ବାଧିକ ଅବଦାନ ରହିଛି। ଆମେରିକା ୟୁକ୍ରେନ୍‌କୁ ଆବଶ୍ୟକ ସହାୟତା ଯୋଗାଇ ଦେଇ ରୁଷିଆ ବିରୋଧରେ ଛାୟା ଯୁଦ୍ଧ ଜାରି ରଖିଛି।

ଯୁଦ୍ଧ ଯୋଗୁ ବ୍ରିଟେନ, ଅଷ୍ଟ୍ରେଲିଆ, କାନାଡା, ନେଦରଲାଣ୍ଡ ଭଳି ଦେଶ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏସବୁ ଦେଶରେ ମୁଦ୍ରାସ୍ଫୀତି ଏକ ଉଚ୍ଚ ସ୍ତରରେ ପହଞ୍ଚିଛି। ଗତ ଦୁଇ ବର୍ଷ ଧରି କରୋନା ମହାମାରୀ ଦ୍ୱାରା ସଙ୍କଟରେ ଥିବା ପୃଥିବୀର ଅର୍ଥନୀତି ଗତ କିଛି ମାସ ମଧ୍ୟରେ ପୁନରୁଦ୍ଧାରର ଲକ୍ଷଣ ଦେଖାଉଥିଲା। କିନ୍ତୁ ରୁଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ଅର୍ଥ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବାର ଆଶଙ୍କା ଦେଖାଦେଇଛି।

ଅପରପକ୍ଷରେ ଚାଇନାରେ କରୋନା ସଂକ୍ରମଣ ଏବଂ ଏହାର ମୁକାବିଲା ପାଇଁ କଡା ଲକଡାଉନ, ଗ୍ୟାସ-ପେଟ୍ରୋଲ ମୂଲ୍ୟ ବୃଦ୍ଧି ଏବଂ ବହୁ ବଡ ଅର୍ଥନୀତିରେ ଅନିୟନ୍ତ୍ରିତ ମୁଦ୍ରାସ୍ଫୀତି ଯୋଗୁ ପୃଥିବୀର ଯୋଗାଣ ଶୃଙ୍ଖଳା ବ୍ୟାହତ ହେବା ସହିତ ପୃଥିବୀର ଅର୍ଥନୀତିର ସମସ୍ୟାକୁ ବଢ଼ାଇ ଦେଇଛି।

ୟୁକ୍ରେନ୍‌କୁ ସାହାଯ୍ୟ ଦେଇ ଅନ୍ତର୍ଜାତୀୟସ୍ତରରେ ଆମେରିକାର ପତିଆରା ବୃଦ୍ଧି ପାଇଛି। କିନ୍ତୁ ରାଷ୍ଟ୍ରପତି ଜୋ ବାଇଡେନ ସରକାର ନିଜ ଦେଶରେ ବହୁ ଅର୍ଥନୈତିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆମେରିକାରେ ମୁଦ୍ରାସ୍ଫୀତି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ରୁଷିଆ ଉପରେ ପ୍ରତିଶୋଧ ପରାୟଣ ହୋଇ ଆମେରିକା ବଡ଼ ଧରଣର ଅଥନୈତିକ ସମସ୍ୟାର ସମ୍ମୁଖୀନ ହେଉଛି।

ବ୍ରିଟେନରେ ମଧ୍ୟ ମୁଦ୍ରାସ୍ଫୀତି କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଦେଶର ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଦ୍ୱାରା ପ୍ରକାଶିତ ତଥ୍ୟରେ ମୁଦ୍ରାସ୍ଫୀତି ୯ ପ୍ରତିଶତରେ ପହଞ୍ଚିଛି। ଏହା ଚାରି ଦଶନ୍ଧି ମଧ୍ୟରେ ସବୁଠାରୁ ଉଚ୍ଚସ୍ତର। ଗତ ମାର୍ଚ୍ଚରେ ବ୍ରିଟେନରେ ମୁଦ୍ରାସ୍ଫୀତି ହାର ୭ ପ୍ରତିଶତ ସ୍ତରକୁ ବୃଦ୍ଧି ପାଇଥିବାବେଳେ ଏପ୍ରିଲ ୧ ରେ ଏହା ଦୁଇ ପ୍ରତିଶତ ବୃଦ୍ଧି ପାଇଛି। ଦେଶରେ ଘରୋଇ ବିଲ ବୃଦ୍ଧି ପାଉଥିବା ବେଳେ ଜୀବିକା ନିର୍ବାହକୁ ଦୂର କରିବା ପାଇଁ ପଦକ୍ଷେପ ନେବାକୁ ବ୍ରିଟେନର ଅର୍ଥମନ୍ତ୍ରୀ ଋଷି ସନକ କହିଛନ୍ତି। ସୁନାକ କହିଛନ୍ତି ଯେ ମୁଦ୍ରାସ୍ଫୀତି ବୃଦ୍ଧି ସହ ପୃଥିବୀର ବିଭିନ୍ନ ଦେଶ ସଂଘର୍ଷ କରୁଛନ୍ତି।

ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଏଚଓ) ଏହାର ସଦ୍ୟତମ ରିପୋର୍ଟରେ ଚଳିତ ବର୍ଷ ଅନ୍ତର୍ଜାତୀୟ ବାଣିଜ୍ୟରେ ୪.୭ ପ୍ରତିଶତ ଅଭିବୃଦ୍ଧିର ପୂର୍ବାନୁମାନକୁ ୧.୪ ପ୍ରତିଶତ କମାଇ ଏବେ ୩ ପ୍ରତିଶତରେ ରଖାଯାଇଛି। ଅପରପକ୍ଷରେ, ମିଳିତ ଜାତିସଂଘର ବାଣିଜ୍ୟ ଏବଂ ବିକାଶ ସଂଗଠନ ର ସଦ୍ୟତମ ରିପୋର୍ଟ ଅନୁଯାୟୀ ପୃଥିବୀର ଅର୍ଥନୀତି ଚଳିତ ବର୍ଷ ମାତ୍ର ୨.୬ ପ୍ରତିଶତରେ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି। ଯାହା ପୂର୍ବ ଥରର ପୂର୍ବାନୁମାନ ଠାରୁ ୩.୬ ପ୍ରତିଶତ କମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri