Posted inଖେଳ

ଶତକ ସହ ବଟ୍‌ଲରଙ୍କ ରେକର୍ଡ ଭାଙ୍ଗିଲେ ଗ୍ଲେନ ମ୍ୟାକ୍ସଓ୍ବେଲ

ମାଞ୍ଚେଷ୍ଟର୍‌, ୧୭।୯: ଘରୋଇ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ୩ୟ ଦିନିକିଆ ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ୩ ଉଇକେଟ୍‌ରେ ଜିତିନେଇଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଜନ୍ନୀ ବେୟାରଷ୍ଟୋ (୧୧୨)ଙ୍କ ଶତକ ବଳରେ ୫୦ ଓଭରରେ ୭ ଉଇକେଟ୍‌ ହରାଇ ୩୦୨ ରନ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୨ଟି ବଲ୍‌ ପୂର୍ବରୁ ସମାନ ସଂଖ୍ୟକ ଉଇକେଟ୍‌ ହରାଇ ମ୍ୟାଚ୍‌ ଜିତିନେଇଥିଲା। ଭ୍ରମଣକାରୀ ଅଷ୍ଟ୍ରେଲିଆ ଏକଦା ୭୩ ରନରେ ୫ ଉଇକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ଏପରିକି ସହଜରେ ମ୍ୟାଚ୍‌ ହାରିଯିବ ବୋଲି ଲାଗୁ ଥିଲା। କିନ୍ତୁ ମଧ୍ୟକ୍ରମରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଗ୍ଲେନ ମ୍ୟାକ୍ସଓ୍ବେଲ୍‌ (୧୦୮) ଓ ଉଇକେଟ୍‌କିପର ଆଲେକ୍ସ କେରୀ (୧୦୬)ଙ୍କ ଶତକ ବଳରେ ଇଂଲଣ୍ଡ ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଥିଲା ଅଷ୍ଟ୍ରେଲିଆ।
୯୦ ବଲରୁ ୪ ଚୌକା ଓ ୭ ଛକା ସହାୟତାରେ ୧୦୮ ରନ କରିଥିଲେ। ଏଥିସହ ସେ ଦିନିକିଆ କ୍ରିକେଟ୍‌ରେ ୩ ହଜାର ରନ୍‌ ପୂରଣ କରିଛନ୍ତି। କମ୍‌ ସଂଖ୍ୟକ ବଲ୍‌ ଖେଳି ଦିନିକିଆରେ ୩ ହଜାରରେ ରନ୍‌ ପୂରଣ କରିବାର ରେକର୍ଡ ମ୍ୟାକ୍ସଓ୍ବେଲଙ୍କ ନାମରେ ଲିପିବଦ୍ଧ ହୋଇଛି। ଏହିକ୍ରମରେ ସେ ଜୋଶ୍‌ ବଟଲର୍‌ଙ୍କୁ ପଛରେ ପକାଇ ଦେଇଛନ୍ତି। ବଟ୍‌ଲର ୨୫୩୨ ବଲ୍‌ ଖେଳି ୩ ହଜାର ରନ୍‌ ପୂରଣ କରିଥିବାବେଳେ ମ୍ୟାକ୍ସଓ୍ବେଲ୍‌ ୨,୪୪୦ ବଲ୍‌ ଖେଳି ଏହି ମାଇଲଷ୍ଟୋନ୍‌ ଅତିକ୍ରମ କରିଛନ୍ତି। କମ୍‌ ବଲ୍‌ ଖେଳି ୩ ହଜାର ଦିନିକିଆ ରନ୍‌ ପୂରଣ କରିଥିବା ଶ୍ରେଷ୍ଠ-୫ ବ୍ୟାଟ୍ସମ୍ୟାନ ତାଲିକାରେ ମ୍ୟାକ୍ସଓ୍ବେଲ୍‌ ଓ ବଟ୍‌ଲରଙ୍କ ପଛକୁ ଜାସନ ରୟ (୨,୮୨୪ ବଲ୍‌), ଜନ୍ନୀ ବେୟାରଷ୍ଟୋ (୨,୮୪୨) ଓ କପିଳ ଦେବ (୨,୯୫୭) ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋମ୍‌ଷ୍ଟେରୁ ମିଳିଲା ପ୍ରେମିକାଙ୍କ ମୃତଦେହ, ପ୍ରେମିକଙ୍କୁ ଅଟକ ରଖି…

ଗୁଆହାଟି,୨୮।୯: ଗୌହାଟୀ ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ର ବିଭାଗର ଜଣେ ୨୧ ବର୍ଷୀୟା ଛାତ୍ରୀ ନିମିଷା ଠାକୁରିଆଙ୍କୁ ଗାରାଲ-ଧାରାପୁର ଅଞ୍ଚଳର ଏକ ହୋମ୍‌ଷ୍ଟେରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି…

ଦକ୍ଷିଣ ଆଫ୍ରିକାରେ ଗୁଳିକାଣ୍ଡ: ୨୭ ମୃତ

କେପ୍‌ ଟାଉନ୍‌,୨୮ା୯: ଦକ୍ଷିଣ ଆଫ୍ରିକୀୟ ସହରରେ ୨ଟି ଗୁଳିକାଣ୍ଡ ଘଟଣାରେ ଅନୂ୍ୟନ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମ ଘଟଣା ଶନିବାର ରାତିରେ ଜୋହାନ୍ସବର୍ଗ ନିକଟରେ ଥିବା…

ୟୁଏନ୍‌ଜିଏରେ ପାକିସ୍ତାନକୁ ନିନ୍ଦାକଲେ ଜୟଶଙ୍କର, କହିଲେ କ୍ରମାଗତ ଆତଙ୍କବାଦ ଚଳାଉଥିବା ଦେଶର…

ଜାତିସଂଘ,୨୮ା୯(ପି.ଟି.): ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)ରେ ଶନିବାର ଭାରତ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ଆତଙ୍କବାଦକୁ ସ୍ବାଭାବିକ ରୂପ ଦେବା ଏବଂ ଏହାର ପ୍ରଭାବରୁ ରକ୍ଷା ପାଇବା…

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

କିଡ୍‌ନୀ ଖରାପ ହେଲେ ଆରମ୍ଭରୁ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି, ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ।…

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?