ତିବ୍ବତରେ ତରଳୁଛି ଗ୍ଲାସିୟର, ୧୫୦ କୋଟିରୁ ଅଧିକ ଲୋକେ ପ୍ରଭାବିତ ହେବା ଆଶଙ୍କା…

ଲାସା/ନୂଆଦିଲ୍ଲୀ, ୮।୬ : ପୃଥିବୀର ଛାତ କୁହାଯାଉଥିବା ତିବ୍ବତରେ ଦ୍ରୁତ ଗତିରେ ଗ୍ଲାସିୟର ତରଳିବାରେ ଲାଗିଛି। ଗ୍ଲେସିୟର ଜଳର ମୂଳ ଉତ୍ସ ଭାବରେ ତିବ୍ଦତ ଉପରେ ନିର୍ଭର କରୁଥିବା ଲୋକଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛନ୍ତି । ଏସିଆ ମହାଦେଶରେ ୧୫୦ କୋଟିରୁ ଅଧିକ ଲୋକ ଜଳ ପାଇଁ ଏହା ଉପରେ ନିର୍ଭର କରିଥାନ୍ତି। ବ୍ରହ୍ମପୁତ୍ର, ଗଙ୍ଗା, ମିକୋଙ୍କ ଏବଂ ୟାଙ୍ଗତେଜ ଭଳି ଏସିଆର ବଡ଼ ନଦୀଗୁଡ଼ିକ ଏଠାରୁ ସୃଷ୍ଟି ହୋଇଛି। ଦ୍ରୁତ ଗତିରେ ବଢୁଥିବା ପରିବେଶ ସମସ୍ୟା ଯୋଗୁ ଏହି ଅଞ୍ଚଳରେ ବ୍ୟାପକ କ୍ଷତି ହେବାର ଆଶଙ୍କା ଘନେଇବାରେ
ଲାଗିଛି।

ଇଣ୍ଟରନ୍ୟାଶନାଲ ସେଣ୍ଟର ଫର ଇଣ୍ଟିଗ୍ରେଟେଡ ମାଉଣ୍ଟେନ ଡେଭଲପମେଣ୍ଟ (ଆଇସିଏମଓଡି) ଦ୍ୱାରା ତିବ୍ଦତ ପ୍ରେସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଅଙ୍ଗାରକାମ୍ଳ ନିର୍ଗମନ ଉପରେ ନଜର ରଖିବା ଏବଂ ନିୟନ୍ତ୍ରଣ କରିବା ପାଇଁ ଶୀଘ୍ର ପ୍ରୟାସ କରା ନ ଗଲେ ଗ୍ଲାସିୟରର ଏକ ତୃତୀୟାଂଶ ତରଳି ଯିବ ବୋଲି ଆକଳନ କରାଯାଇଛି। ଏହା ପରିବେଶ ସମସ୍ୟା ସୃଷ୍ଟି କରିବ।

ଫଳରେ ପରିସ୍ଥିତି ଆହୁରି ଖରାପ ହେବାରକ ଆଶଙ୍କା ରହିଛି। ତିବ୍ଦତରେ ରହୁଥିବା ଲୋକମାନେ ସେମାନଙ୍କର ଅଧିକାର ଏବଂ ଚାଇନାର କମ୍ୟୁନିଷ୍ଟ ପାର୍ଟିର ପରିବେଶ ତଥା ପ୍ରାକୃତିକ ସମ୍ପଦର ଅନଭିଜ୍ଞ ଶୋଷଣ ବିରୁଦ୍ଧରେ ସ୍ବର ଉତ୍ତୋଳନ କରୁଛନ୍ତି। ତିବ୍ଦତୀୟମାନେ ସେମାନଙ୍କର ପରିବେଶକୁ ବଞ୍ଚାଇବାକୁ ଚାହୁଁଛନ୍ତି, କିନ୍ତୁ ଚାଇନାର ଦଖଲ ଯୋଗୁ ଏହା ସମ୍ଭବ ହୋଇ ପାରୁ ନାହିଁ। ତିବ୍ଦତରେ ବେଆଇନ ଶିକାର କରାଯାଉଛି।

ଚାଇନା ସରକାର ସମଗ୍ର ଅଞ୍ଚଳରେ ଏଭଳି ଶିକାରକୁ ପ୍ରୋତ୍ସାହିତ କରାଯାଉଛି। ଚାଇନା ସରକାରଙ୍କ ଦ୍ୱାରା ବ୍ୟାପକ ଜଙ୍ଗଲ ନଷ୍ଟ କରାଯାଉଛି। ଏହି କାରଣରୁ ତିବ୍ବତର ଅନେକ ଅଞ୍ଚଳରେ ବନ୍ୟା ପରି ସମସ୍ୟା ମଧ୍ୟ ଦେଖାଦେଇଛି।

ଅନେକ ପ୍ରାକୃତିକ ସମ୍ପଦର କେନ୍ଦ୍ର ହୋଇ ମଧ୍ୟ ତିବ୍ଦତ ଖଣି ସମସ୍ୟାର ସମ୍ମୁଖୀନ ହେଉଛି। ବ୍ୟବସାୟ ବୃଦ୍ଧି ନାମରେ ଚାଲିଥିବା ଏହି କାର୍ଯ୍ୟକଳାପ ଯୋଗୁଁ କେବଳ ଜମି ଏବଂ ଏହାର ଗୁଣବତ୍ତା ପ୍ରଭାବିତ ହେବା ସହିତ ପ୍ରାକୃତିକ ସମ୍ପଦର ମଧ୍ୟ ହ୍ରାସ ଘଟିଛି। ଶିଳ୍ପଗୁଡିକର ପ୍ରଦୂଷିତ ନିର୍ଗମନକୁ ସିଧାସଳଖ ନଦୀଗୁଡିକରେ ଛାଡି ଦିଆଯାଉଛି। ଯେଉଁଥିପାଇଁ ପରିବେଶର ସମସ୍ୟା ଆହୁରି ଖରାପ ହେବାରେ ଲାଗିଛି।

Share