ମାଲିକଙ୍କ ଏପରି ନିଷ୍ପତ୍ତି ବଦଳାଇଦେଲା କର୍ମଚାରୀଙ୍କ ଭାଗ୍ୟ, ରାତାରାତି ସବୁ ପାଲଟିଲେ କୋଟିପତି

ଲଣ୍ଡନ,୨୭ା୧୧: ମାଲିକ ହେବ ତ ଏମିତି। ନିଜ କମ୍ପାନୀର ଲାଭ ସହିତ କମର୍ଚାରୀଙ୍କ ଲାଭ କଥା ଯିଏ ଭାବନ୍ତି। ଆଉ କମ୍ପାନୀର ଶେୟାର ବି ଦିଅନ୍ତି କର୍ମଚାରୀଙ୍କୁ। ଫଳରେ ସମସ୍ତ କର୍ମଚାରୀ ଏବେ କୋଟିପତି ହୋଇଯାଇଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ବ୍ରିଟେନର ଜଣେ ବ୍ୟବସାୟୀଙ୍କ କ୍ଷେତ୍ରରେ ଏପରି ଦେଖିବାକୁ ମିଳିଛି। ବ୍ୟବସାୟୀ ଜଣକ ଯେତେବେଳେ କର୍ମଚାରୀଙ୍କ ମଧ୍ୟରେ ଶେୟାର ବାଣ୍ଟି ଦେଲେ ସେତେବେଳେ କମ୍ପାନୀର ବହୁତ ଲାଭ ହେଲା। ଏହି କମ୍ପାନୀର ନାମ ‘ଦ ହଟ୍‌ ଗ୍ରୁପ୍‌’। ଏହାର ମାଲିକ ହେଉଛନ୍ତି ମ୍ୟାଥ୍ୟୁ ମୋଲ୍‌ଡିଂ। ମ୍ୟାଥ୍ୟୁ ନିଜ କମ୍ପାନୀର ଲାଭରୁ ୮୩୦ ପାଉଣ୍ଡ ଅର୍ଥାତ୍‌ ୮୧୮୩ କୋଟି ଟଙ୍କା କର୍ମଚାରୀଙ୍କ ମଧ୍ୟରେ ବାଣ୍ଟି ଦେଇଛନ୍ତି। ସେ ଏକ buy back scheme ଚଲାଉଛନ୍ତି। ଏହା ସମସ୍ତ କର୍ମଚାରୀଙ୍କ ପାଇଁ ମୁକ୍ତ ସ୍କିମ୍‌।
ଏହି ସ୍କିମ୍‌ର ଫାଇଦା କର୍ମଚାରୀଙ୍କୁ ମିଳିଛି। ଯାହା କେବେ ଭାବି ନ ଥିଲେ। କର୍ମଚାରୀଙ୍କୁ ତାଙ୍କର ମ୍ୟାନେଜର ଚୟନ କରିଛନ୍ତି। ଯାହାର ତାଲିକା ମ୍ୟାଥ୍ୟୁଙ୍କ ନିକଟକୁ ଯାଇଥିଲା। କମ୍ପାନୀର ଡ୍ରାଇଭରଙ୍କଠାରୁ ଆରମ୍ଭ କରି ବ୍ୟକ୍ତିଗତ ସଚିବ ପର୍ଯ୍ୟନ୍ତ ସମସ୍ତଙ୍କୁ ଶେୟାର ଦିଆଯାଇଛି। ମ୍ୟାଥ୍ୟୁଙ୍କ ବ୍ୟକ୍ତିଗତ ସଚିବ କହିଛନ୍ତି ଏତେ ପଇସା ମିଳିଛି ଯେ, ସେ ୩୬ ବର୍ଷରେ ଅବସର ନେଇ ପାରିବେ।

ଏକ ସାକ୍ଷାତକାରରେ ମ୍ୟାଥ୍ୟୁ କହିଛନ୍ତି, ମୁଁ ଚାହୁଁଥିଲି କମ୍ପାନୀର ଲାଭକୁ କର୍ମଚାରୀଙ୍କ ମଧ୍ୟରେ ବାଣ୍ଟିବି ବୋଲି। ତେଣୁ ଏମିତି ସ୍କିମ୍‌ରେ ରଖିଦେଲି। ସମସ୍ତଙ୍କୁ ବହୁତ ପଇସା ମିଳିଛି। ସେ କହିଛନ୍ତି, କିଛି ଲୋକ ଏହାକୁ ବିରୋଧ କରିଥିଲେ। ମାତ୍ର ମୋର ପୂର୍ଣ୍ଣ ଭରସା ଏହି ଶେୟାର ଆହୁରି ଉପରକୁ ଯିବ।

ମ୍ୟାଥ୍ୟୁ ୨୦୦୪ରେ ଜନ୍‌ ଗ୍ଲାମରଙ୍କ ସହ ‘ଦ ହଟ୍‌ ଗ୍ରୁପ୍‌’ ଆରମ୍ଭ କରିଥିଲେ। ୪୮ ବର୍ଷୀୟ ମାଥ୍ୟୁ ଗତ ୧୬ ବର୍ଷ ମଧ୍ୟରେ ଲଗାତର ବହୁତ ଅର୍ଥ ରୋଜଗାର କରିଛନ୍ତି। ତାଙ୍କ ବ୍ୟବସାୟ ଖୁବ୍‌ ଭଲ ଚାଲିଛି। ‘ଦ ହଟ୍‌ ଗ୍ରୁପ୍‌’ ୧୬୪ ଦେଶରେ କାମ କରୁଛି। ଚଳିତବର୍ଷ ସେପ୍ଟେମ୍ବରରେ ମ୍ୟାଥ୍ୟୁଙ୍କୁ ଫୋବର୍ସ କମ୍ପାନୀ ପ୍ରଥମ ଥର ପାଇଁ ବିଲିନେୟାର ତାଲିକାରେ ସ୍ଥାନିତ କରିଛି। କମ୍ପାନୀର ପ୍ରାୟ ୨୦୦ କର୍ମଚାରୀ ଶେୟାର ସ୍କିମ୍‌ରୁ ସିଧାସଳଖ ଉପକୃତ ହୋଇଛନ୍ତି। ସମସ୍ତେ କୋଟିପତି ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri