ମାଲିକଙ୍କ ଏପରି ନିଷ୍ପତ୍ତି ବଦଳାଇଦେଲା କର୍ମଚାରୀଙ୍କ ଭାଗ୍ୟ, ରାତାରାତି ସବୁ ପାଲଟିଲେ କୋଟିପତି

ଲଣ୍ଡନ,୨୭ା୧୧: ମାଲିକ ହେବ ତ ଏମିତି। ନିଜ କମ୍ପାନୀର ଲାଭ ସହିତ କମର୍ଚାରୀଙ୍କ ଲାଭ କଥା ଯିଏ ଭାବନ୍ତି। ଆଉ କମ୍ପାନୀର ଶେୟାର ବି ଦିଅନ୍ତି କର୍ମଚାରୀଙ୍କୁ। ଫଳରେ ସମସ୍ତ କର୍ମଚାରୀ ଏବେ କୋଟିପତି ହୋଇଯାଇଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ବ୍ରିଟେନର ଜଣେ ବ୍ୟବସାୟୀଙ୍କ କ୍ଷେତ୍ରରେ ଏପରି ଦେଖିବାକୁ ମିଳିଛି। ବ୍ୟବସାୟୀ ଜଣକ ଯେତେବେଳେ କର୍ମଚାରୀଙ୍କ ମଧ୍ୟରେ ଶେୟାର ବାଣ୍ଟି ଦେଲେ ସେତେବେଳେ କମ୍ପାନୀର ବହୁତ ଲାଭ ହେଲା। ଏହି କମ୍ପାନୀର ନାମ ‘ଦ ହଟ୍‌ ଗ୍ରୁପ୍‌’। ଏହାର ମାଲିକ ହେଉଛନ୍ତି ମ୍ୟାଥ୍ୟୁ ମୋଲ୍‌ଡିଂ। ମ୍ୟାଥ୍ୟୁ ନିଜ କମ୍ପାନୀର ଲାଭରୁ ୮୩୦ ପାଉଣ୍ଡ ଅର୍ଥାତ୍‌ ୮୧୮୩ କୋଟି ଟଙ୍କା କର୍ମଚାରୀଙ୍କ ମଧ୍ୟରେ ବାଣ୍ଟି ଦେଇଛନ୍ତି। ସେ ଏକ buy back scheme ଚଲାଉଛନ୍ତି। ଏହା ସମସ୍ତ କର୍ମଚାରୀଙ୍କ ପାଇଁ ମୁକ୍ତ ସ୍କିମ୍‌।
ଏହି ସ୍କିମ୍‌ର ଫାଇଦା କର୍ମଚାରୀଙ୍କୁ ମିଳିଛି। ଯାହା କେବେ ଭାବି ନ ଥିଲେ। କର୍ମଚାରୀଙ୍କୁ ତାଙ୍କର ମ୍ୟାନେଜର ଚୟନ କରିଛନ୍ତି। ଯାହାର ତାଲିକା ମ୍ୟାଥ୍ୟୁଙ୍କ ନିକଟକୁ ଯାଇଥିଲା। କମ୍ପାନୀର ଡ୍ରାଇଭରଙ୍କଠାରୁ ଆରମ୍ଭ କରି ବ୍ୟକ୍ତିଗତ ସଚିବ ପର୍ଯ୍ୟନ୍ତ ସମସ୍ତଙ୍କୁ ଶେୟାର ଦିଆଯାଇଛି। ମ୍ୟାଥ୍ୟୁଙ୍କ ବ୍ୟକ୍ତିଗତ ସଚିବ କହିଛନ୍ତି ଏତେ ପଇସା ମିଳିଛି ଯେ, ସେ ୩୬ ବର୍ଷରେ ଅବସର ନେଇ ପାରିବେ।

ଏକ ସାକ୍ଷାତକାରରେ ମ୍ୟାଥ୍ୟୁ କହିଛନ୍ତି, ମୁଁ ଚାହୁଁଥିଲି କମ୍ପାନୀର ଲାଭକୁ କର୍ମଚାରୀଙ୍କ ମଧ୍ୟରେ ବାଣ୍ଟିବି ବୋଲି। ତେଣୁ ଏମିତି ସ୍କିମ୍‌ରେ ରଖିଦେଲି। ସମସ୍ତଙ୍କୁ ବହୁତ ପଇସା ମିଳିଛି। ସେ କହିଛନ୍ତି, କିଛି ଲୋକ ଏହାକୁ ବିରୋଧ କରିଥିଲେ। ମାତ୍ର ମୋର ପୂର୍ଣ୍ଣ ଭରସା ଏହି ଶେୟାର ଆହୁରି ଉପରକୁ ଯିବ।

ମ୍ୟାଥ୍ୟୁ ୨୦୦୪ରେ ଜନ୍‌ ଗ୍ଲାମରଙ୍କ ସହ ‘ଦ ହଟ୍‌ ଗ୍ରୁପ୍‌’ ଆରମ୍ଭ କରିଥିଲେ। ୪୮ ବର୍ଷୀୟ ମାଥ୍ୟୁ ଗତ ୧୬ ବର୍ଷ ମଧ୍ୟରେ ଲଗାତର ବହୁତ ଅର୍ଥ ରୋଜଗାର କରିଛନ୍ତି। ତାଙ୍କ ବ୍ୟବସାୟ ଖୁବ୍‌ ଭଲ ଚାଲିଛି। ‘ଦ ହଟ୍‌ ଗ୍ରୁପ୍‌’ ୧୬୪ ଦେଶରେ କାମ କରୁଛି। ଚଳିତବର୍ଷ ସେପ୍ଟେମ୍ବରରେ ମ୍ୟାଥ୍ୟୁଙ୍କୁ ଫୋବର୍ସ କମ୍ପାନୀ ପ୍ରଥମ ଥର ପାଇଁ ବିଲିନେୟାର ତାଲିକାରେ ସ୍ଥାନିତ କରିଛି। କମ୍ପାନୀର ପ୍ରାୟ ୨୦୦ କର୍ମଚାରୀ ଶେୟାର ସ୍କିମ୍‌ରୁ ସିଧାସଳଖ ଉପକୃତ ହୋଇଛନ୍ତି। ସମସ୍ତେ କୋଟିପତି ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri