ମହାପୁରୁ ରାସ୍ତା ଖଣ୍ଡେ ଦିଅ

ଡ. ଚନ୍ଦନ କୁମାର ସିଂହ

ଟୁରୁକୁପା ଗାଁର ନାଇକ ରାଜେନ୍ଦ୍ର ଡାଗରେକା। ବୟସ- କେତେ ଜାଣି ନାହିଁ ଆଜ୍ଞା। ମୁନିଗୁଡା ବ୍ଲକ ଘମଟଗୋଡା ପଞ୍ଚାୟତର ଟୁରୁକୁପା ଗାଁ। ଡଙ୍ଗର ଉପରର ଏହି ଗାଁ ଟୁରୁକୁପା। କାଳିକୋଳଥରୁ ଯେଉଁ କଳା ମଚମଚ ରାସ୍ତା ଡେଇଁକୁଦି ଆଗକୁ ଆଗକୁ ଚାଲିଯାଇଛି, ସେଇ ରାସ୍ତାରେ ଖଣ୍ଡେ ଦୂର ଆଗେଇଗଲେ ଆଖିରେ ପଡେ ମାଣିକେଶ୍ୱରୀ ଡଙ୍ଗର। ମାଣିକେଶ୍ୱରୀ ଡଙ୍ଗରର କାନି ଧରି ଧରି ଆଗକୁ ଚାହିଁଲେ ବଁା ପଟକୁ ପଡେ ଟୁଡୁ ଘାଟି ଡଙ୍ଗର। ନାକ ସିଧାରେ କଳରାଶୁଣି ଡଙ୍ଗର। ଏଇ ତିନି ଡଙ୍ଗରର ଉତ୍ତରା-ଦକ୍ଷିଣା ପବନରେ ଟୁରୁକୁପାର ଚଉହଦୀ ଚିତ୍ର ଓ ଚରିତ୍ର। ଗାଁରେ ସମୁଦାୟ ବାଇଶ ଘର। ସମସ୍ତେ ଙ୍କୁଇବନ୍ଧ ଜନସମ୍ପ୍ରଦାୟର। ମୁହଁାମୁହିଁ ହୋଇ ଠିଆ ହୋଇଛନ୍ତି ବାଇଶ ଘର। ବାଇଶ ଘରର ପାଞ୍ଚ ଘର ସରକାର ମହାପ୍ରଭୁଙ୍କ ଘର। ଆଉ ସବୁତକ ଖତାରୁଲୁ ଘର। ଏଇ ଘର, ଘର ପାଖକୁ ଗାଈ ଗୁହାଳ, ଛେଳି ଗୁହାଳ। ଟଣାଟଣି ହୋଇ ଏପରି ଠିଆ ହୋଇଛନ୍ତି ଗୁହାଳ ଓ ମଣିଷର ଘର ବାରିହେବାକୁ ଯୁ ନାହିଁ। ଗାଁ ଦାଣ୍ଡରେ ଧରନାପେନୁ କେଉଁକାଳୁ ଡଙ୍ଗର ଓ ଆକାଶକୁ ଅନାଇଛନ୍ତି। ଏବେ ଏବେ ଧରାନ ପେନୁ ଚାରିପଟେ ପକ୍‌କା ବନ୍ଧ ହୋଇଗଲାଣି। ଟୁରୁକୁପା ଗାଁକୁ ପଶୁ ପଶୁ ଗାଁ ନାଇକ ରାନ୍ଦ୍ରେ ଜାଗରେକାଙ୍କ ଘର। ସେ ଗାଁ ନାଇକ। ମାତ୍ର ନାଇକଙ୍କ ଘର ଯେ ଅଲଗା ଦୁଶିବ, ରାଜେନ୍ଦ୍ର ଜାଗରେକାଙ୍କ ଘର ଦେଖିଲେ ସେକଥା ବୁଝାପଡୁ ନ ଥାଏ।
କଳରାଶୁଣି ଡଙ୍ଗର ଉପରୁ ଖରା ଆସି ଟୁରୁକୁପା ଗାଁକୁ ନ ଛୁଉଁଣୁ ମଣିଷର ପାଦ ଥରଥର ହୋଇ ଡଙ୍ଗରର ବାଆକୁ ନିଜ ଆଡକୁ ଟାଣିନିଏ। ଉଛୁଣିକା ଟୁରୁକୁପା ଦିହକୁ ଛୁଇଁ ଛୁଇଁଯାଇଛି ସୋରିଷ କିଆରିର ସୁନାପାଣିର ଚଦର। ପୁଷ ଯାଇନାହିଁ। ଟୁରୁକୃପା ଆମ୍ବ ଗଛରେ ବଉଳର ହସ ଉଙ୍କିମାରିଲାଣି। ଗଲାସନ ତେନ୍ତୁଳି ଭଲ ହୋଇଥିଲା। ଆମ୍ବ ନ ଥିଲା। ତେନ୍ତୁଳି ବରଷେକୁ ତ ଆମ୍ବ ବରଷେ। କେଉଁକାଳୁ ଏପରି ଚଳିଆସିଛି। ଟୁରୁକୁପାର ସବୁଠାରୁ ପୁରୁଣା ମଣିଷ ସାଇବ ଜାଗରେକା। ଟୁରୁକୁପାର ଗାଁ ଉଠାଣି ଉଠୁ ଉଠୁ ଡାହାଣ ହାତି ଅରମାଭିତରୁ ଟୁରୁକୁପା ସ୍କୁଲ ଜୁକୁ ଜୁକୁ ଦିଶେ। ୭/୮ ମାସ ହେବଣି ଏଠି ଅବଧାନେଙ୍କ ପାଦ ପଡ଼ିଛି କି ନାହଁି, ସ୍କୁଲ ବାରଣ୍ଡାରୁ ସେ କଥା ପରତେଯିବ। ସ୍କୁଲ ନା ଉପନ୍ୟାସର ଭୂତକୋଠି, ଆମର, ଦେଶର, ସମ୍ବିଧାନର ଭବିତ୍ୟ ସଂସାର ଏ ସ୍କୁଲ। କିନ୍ତୁ ତା’ର ଏ ନରଖର ରୂପ ଦେଖି ବେଶି କିଛି ଭାବିହୁଏ ନାହିଁ। ରୀନା, ରଶ୍ମି, କରୁ, ବୃନ୍ଦା, ମନୋଜ, ଚନ୍ଦୁ, ରାନୀ, ସବି, ବିରଞ୍ଚତ୍, ପିଣ୍ଟୁ, ଘାସି, ଦୀପକ, ଅମିତ୍ରାଙ୍କ ଆଖିରେ ପୁଳା ପୁଳା ଚାହାଣି। କେବେ ଇସ୍କୁଲ ଖୋଲିବ। ତୁମର ଗାଁ ଭୁବନେଶ୍ୱର, ଆମର ଗାଁ ଟୁରୁକୃପା।
ମଳୟ ସାକାଡାକା। ଗାଁ ଭେଣ୍ଡିଆ। ତେଇଶ ଚବିଶ ବର୍ଷ ବୟସ ହେବ। ଟାଙ୍ଗି ଧରି ଡଙ୍ଗର ବାହାରିଛି। ଡଙ୍ଗରର ବାନ୍ଧଣକାଠ ଭଲ ଜଳେ। ଲାଉଶାଗ, ଚୁଡ଼ଙ୍ଗ ସିଝା ଓ ବାତ୍‌ ଖାଇ ମଳୟ ଡଙ୍ଗର ବାହାରିଛି। ମଳୟ କେରଳ ଯାଇଥିଲା। ମାର୍ଚ୍ଚମାସରୁ ଘର ଆସିଲାଣି। ମଳୟର ସାଙ୍ଗ ଦେବ, ରାଇମାଝୀ, ବିସ୍କେ, ରାସେ, ସୁରେନ୍ଦ୍ର, ବବି, ପ୍ରଫୁଲ୍ଲ ବେଶିଦିନ ହେଲା ଗଲେଣି। ମଳୟ ନଅ ମାସ କେରଳରେ ଥିଲା। କାଗଜ ଚା’ ଗ୍ଲାସ ମେଶିନ୍‌ରେ କାମ କରୁଥିଲା। ଖାଇବା, ପିଇବା ରହିବା କମ୍ପାନୀର। ମାସକୁ ଦଶହଜାର ମିଳୁଥିଲା। ଆକାଶ ଓ ମାଝର କତା ଶୁଣୁଥିବା ମୁନିଗୁଡା ବ୍ଲକର କାହିଁ କେଉଁ କେଉଁ ଗାଁ ଭିତରୁ ଭେଣ୍ଡିଆ ହଜାର ହଜାର ସଂଖ୍ୟାରେ ନିଜ ଜୀବନର ସୀମାକୁୁ ଛୁଇଁବା ପାଇଁ କେରଳ ମୁହଁା।
କାଳିକୋଳଥ ରାସ୍ତାରୁ ପାଞ୍ଜାବାଲି ଛକ ଡେଇଁଗଲେ ଟୁରୁକୁପାକୁ ବାଟ ପଡିଛି କଳରାଶୁଣି ଆଉ ମାଣିକେଶ୍ୱରୀ ଡଙ୍ଗର ଧାଈଧାଈ। ତିନି/ଚାରି ଅନାମିକା ଝରଣା ଡେଇଁ ଡେଇଁ ବୋଲୁଅ, ଢେଲା, ଖାଲ, ଢିପର ମଡ଼ା। ଟୁରୁକୁପା ମଣିଷର ପାଦ ବାଜି ବାଜି ମଡା ପାଦଚଲା ରାସ୍ତା ନିଜ ଦିହକୁ ସୁସ୍ପଷ୍ଟ କରିଛି। ଏହାରି ଉପରେ ଖଟିଆରେ ଭୁଆସୁଣୀ ଜଗଦଲପୁର ଆଉ ମୁନିଗୁଡାକୁ ବୁହା ହେଉଛି। ବର୍ଷା ଚାରିମାସ ଏ ରାସ୍ତା/ମଡ଼ାର ଦୁଃଖ ଦୁର୍ଦ୍ଦଶା ସୀମା ଲଙ୍ଘିଯାଏ। ଫୁଲେଇ ସଜେଇ ଝରଣା ରାଗ ଗର ଗର ହୋଇ ନିଜ ରୂପ ଦେଖାଇଦିଏ। ତାରି ଭିତରେ ଖଟିଆରେ ବୁହା ହୋଇ ଆସନ୍ନ ପ୍ରସବା ଟୁରୁକୃପା ଘାଟି ଗାଁରୁ ଜଗଦଲପୁର ନତୁବା ମୁନିଗୁଡା ଆସେ। ସାମ୍ବିଧାନିକ ପ୍ରତିଶ୍ରୁତିର ଯନ୍ତ୍ରଣାମୟ ଛବିକୁ କଳନା କରିବା, ଅନ୍ଦାନ କରିବା ବଡ଼ କଷ୍ଟ। ଗାଁ ନାଇକ ଗାଁ ଭାଇଙ୍କ ସହ କେତେଥର କାନ୍ଧଦେଲେଣି ଖଟିଆ ଭାରରେ। ସେଥିପାଇଁ ଦୁଃଖନାହିଁ। ମାତ୍ର ଆଖିର ଲୁହକୁ ପୋଛୁ ପୋଛୁ କହିଉଠିଲେ, ଆଜ୍ଞା ମୋର ଇଜ୍ଜତ ରହୁ। ଗାଁର ଇଜ୍ଜତ ରହୁ। ସରକାର ଖଟ ଦେଇଛି, ଏ ରାସ୍ତାରେ ଯିବା ପାଇଁ। ନିଜ ଭୁଆସୁଣୀର ଇଜ୍ଜତକୁ ସିନା ଦେଖିପାରିବି। ଝିଅ, ଅନ୍ୟ ଭୁଆସୁଣୀର ଇଜ୍ଜତକୁ କିପରି ଦେଖିବି? ଗୋରୁ ଛେଳିପରି ରକ୍ତ ହୋଇଯାଉଥିବ, କେମିତି ଦେଖିବି ଆଜ୍ଞା। ମହାପ୍ରଭୁ, ମୋ ଗାଁକୁ ରାସ୍ତା ଖଣ୍ଡେ ଦିଅ।
ମୁନିଗୁଡା, ରାୟଗଡା


Enter your email to get our daily news in your inbox.

All Right Reserved By Dharitri.Com

ଜଟିଳ ପ୍ରକ୍ରିୟା

ଆଇନଶୂନ୍ୟ ଦେଶଗୁଡ଼ିକର ମନମୁଖି ଶାସନ ପ୍ରତି ଲୋକମାନଙ୍କ ମନରେ ଗଭୀର ଆତଙ୍କ ରହିଥାଏ। ଏଥିରେ ନିଷ୍ଠୁରତାକୁ ଏକ ପ୍ରକ୍ରିୟା ଭାବରେ ଦର୍ଶାଯାଇ ଲୋକଙ୍କୁ ନିର୍ଯାତନା ଦିଆଯାଇଥାଏ। ଏବେ…

ନୀରବ ଆକ୍ରମଣ

କାଳସ୍ରୋତର ଅନବରତ ପ୍ରବାହରେ ଓଡ଼ିଶାର ସାମାଜିକ-ଆର୍ଥିକ-ସାଂସ୍କୃତିକ ସଂରଚନା ଆଜି ଏକ ଭୟାବହ, ଦୁରାରୋଗ୍ୟ ଦୁର୍ବିପାକର ସମ୍ମୁଖୀନ – ତାହା ହେଉଛି ଜବରଦଖଲ । ଏହା କେବଳ ଏକ…

କ୍ଷମତା ଓ ଅହଂ

ଭାରତରେ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୁଏ। କେହି କେହି ଜିତନ୍ତି ଓ କେହି କେହି ପରାଜିତ ହୁଅନ୍ତି। ବେଳେବେଳେ ବିଭିନ୍ନ କାରଣରୁ ଅନେକ ଯୋଗ୍ୟ…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଏଇ ଭାରତରେ

ତେଲଙ୍ଗାନାରେ ‘ମିନି ବ୍ରାଜିଲ’ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କା ମିନି ବ୍ରାଜିଲ ହେଉଛି ସିକନ୍ଦରାବାଦର ଭାଲ୍ଲୁର ନଗର। ଏଭଳି ନାମକରଣର କାରଣ…

ହାରିଯାଇଥିବା ଲୋକ

ବାରମ୍ବାର ବିଫଳ ହେଉଥିବା ପାଣ୍ଡବଙ୍କ ସହ କିନ୍ତୁ ଶ୍ରୀକୃଷ୍ଣ ସାଥ୍‌ ଦେଇଥିଲେ। ଯୁଦ୍ଧରେ ଭବିଷ୍ୟତର ପରାଜୟକୁ ଦେଖୁଥିବା କର୍ଣ୍ଣ ମୃତ୍ୟୁକୁ ସ୍ବାଗତ କଲେ। ହେଲେ ନିଜର ସାଥୀ…

ମମଦାନୀଙ୍କ ଦୃଷ୍ଟିକୋଣ

ଫ୍ରାନ୍ସିସ୍‌ ଫୁକୁୟାମାଙ୍କ ୧୯୯୦ ଦଶକର ‘ଇତିହାସର ସମାପ୍ତି’ ସିଦ୍ଧାନ୍ତ ଉଦାରବାଦୀ-ଗଣତାନ୍ତ୍ରିକ ପାଶ୍ଚାତ୍ୟ ଜଗତକୁ ଏକାଠି ବାନ୍ଧି ରଖିଥିଲା। ତାଙ୍କର ଯୁକ୍ତି ଥିଲା, ପାଶ୍ଚାତ୍ୟ ଉଦାରବାଦୀ-ଗଣତାନ୍ତ୍ରିକ କଲ୍ୟାଣକାରୀ ପୁଞ୍ଜିବାଦ…

ପାଠ୍ୟପୁସ୍ତକ ରାଜନୀତି

ଗୋଟିଏ ସ୍କୁଲ ବନ୍ଦ ହେଲେ ସେହି ଅଞ୍ଚଳର ପିଲାଙ୍କ ଭବିଷ୍ୟତ ନଷ୍ଟ ହୁଏ। କିନ୍ତୁ ଗୋଟିଏ ବର୍ଷର ପାଠ୍ୟପୁସ୍ତକ ନଷ୍ଟ ହେଲେ ସେହି ରାଜ୍ୟର ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri