ମହାପୁରୁ ରାସ୍ତା ଖଣ୍ଡେ ଦିଅ

ଡ. ଚନ୍ଦନ କୁମାର ସିଂହ

ଟୁରୁକୁପା ଗାଁର ନାଇକ ରାଜେନ୍ଦ୍ର ଡାଗରେକା। ବୟସ- କେତେ ଜାଣି ନାହିଁ ଆଜ୍ଞା। ମୁନିଗୁଡା ବ୍ଲକ ଘମଟଗୋଡା ପଞ୍ଚାୟତର ଟୁରୁକୁପା ଗାଁ। ଡଙ୍ଗର ଉପରର ଏହି ଗାଁ ଟୁରୁକୁପା। କାଳିକୋଳଥରୁ ଯେଉଁ କଳା ମଚମଚ ରାସ୍ତା ଡେଇଁକୁଦି ଆଗକୁ ଆଗକୁ ଚାଲିଯାଇଛି, ସେଇ ରାସ୍ତାରେ ଖଣ୍ଡେ ଦୂର ଆଗେଇଗଲେ ଆଖିରେ ପଡେ ମାଣିକେଶ୍ୱରୀ ଡଙ୍ଗର। ମାଣିକେଶ୍ୱରୀ ଡଙ୍ଗରର କାନି ଧରି ଧରି ଆଗକୁ ଚାହିଁଲେ ବଁା ପଟକୁ ପଡେ ଟୁଡୁ ଘାଟି ଡଙ୍ଗର। ନାକ ସିଧାରେ କଳରାଶୁଣି ଡଙ୍ଗର। ଏଇ ତିନି ଡଙ୍ଗରର ଉତ୍ତରା-ଦକ୍ଷିଣା ପବନରେ ଟୁରୁକୁପାର ଚଉହଦୀ ଚିତ୍ର ଓ ଚରିତ୍ର। ଗାଁରେ ସମୁଦାୟ ବାଇଶ ଘର। ସମସ୍ତେ ଙ୍କୁଇବନ୍ଧ ଜନସମ୍ପ୍ରଦାୟର। ମୁହଁାମୁହିଁ ହୋଇ ଠିଆ ହୋଇଛନ୍ତି ବାଇଶ ଘର। ବାଇଶ ଘରର ପାଞ୍ଚ ଘର ସରକାର ମହାପ୍ରଭୁଙ୍କ ଘର। ଆଉ ସବୁତକ ଖତାରୁଲୁ ଘର। ଏଇ ଘର, ଘର ପାଖକୁ ଗାଈ ଗୁହାଳ, ଛେଳି ଗୁହାଳ। ଟଣାଟଣି ହୋଇ ଏପରି ଠିଆ ହୋଇଛନ୍ତି ଗୁହାଳ ଓ ମଣିଷର ଘର ବାରିହେବାକୁ ଯୁ ନାହିଁ। ଗାଁ ଦାଣ୍ଡରେ ଧରନାପେନୁ କେଉଁକାଳୁ ଡଙ୍ଗର ଓ ଆକାଶକୁ ଅନାଇଛନ୍ତି। ଏବେ ଏବେ ଧରାନ ପେନୁ ଚାରିପଟେ ପକ୍‌କା ବନ୍ଧ ହୋଇଗଲାଣି। ଟୁରୁକୁପା ଗାଁକୁ ପଶୁ ପଶୁ ଗାଁ ନାଇକ ରାନ୍ଦ୍ରେ ଜାଗରେକାଙ୍କ ଘର। ସେ ଗାଁ ନାଇକ। ମାତ୍ର ନାଇକଙ୍କ ଘର ଯେ ଅଲଗା ଦୁଶିବ, ରାଜେନ୍ଦ୍ର ଜାଗରେକାଙ୍କ ଘର ଦେଖିଲେ ସେକଥା ବୁଝାପଡୁ ନ ଥାଏ।
କଳରାଶୁଣି ଡଙ୍ଗର ଉପରୁ ଖରା ଆସି ଟୁରୁକୁପା ଗାଁକୁ ନ ଛୁଉଁଣୁ ମଣିଷର ପାଦ ଥରଥର ହୋଇ ଡଙ୍ଗରର ବାଆକୁ ନିଜ ଆଡକୁ ଟାଣିନିଏ। ଉଛୁଣିକା ଟୁରୁକୁପା ଦିହକୁ ଛୁଇଁ ଛୁଇଁଯାଇଛି ସୋରିଷ କିଆରିର ସୁନାପାଣିର ଚଦର। ପୁଷ ଯାଇନାହିଁ। ଟୁରୁକୃପା ଆମ୍ବ ଗଛରେ ବଉଳର ହସ ଉଙ୍କିମାରିଲାଣି। ଗଲାସନ ତେନ୍ତୁଳି ଭଲ ହୋଇଥିଲା। ଆମ୍ବ ନ ଥିଲା। ତେନ୍ତୁଳି ବରଷେକୁ ତ ଆମ୍ବ ବରଷେ। କେଉଁକାଳୁ ଏପରି ଚଳିଆସିଛି। ଟୁରୁକୁପାର ସବୁଠାରୁ ପୁରୁଣା ମଣିଷ ସାଇବ ଜାଗରେକା। ଟୁରୁକୁପାର ଗାଁ ଉଠାଣି ଉଠୁ ଉଠୁ ଡାହାଣ ହାତି ଅରମାଭିତରୁ ଟୁରୁକୁପା ସ୍କୁଲ ଜୁକୁ ଜୁକୁ ଦିଶେ। ୭/୮ ମାସ ହେବଣି ଏଠି ଅବଧାନେଙ୍କ ପାଦ ପଡ଼ିଛି କି ନାହଁି, ସ୍କୁଲ ବାରଣ୍ଡାରୁ ସେ କଥା ପରତେଯିବ। ସ୍କୁଲ ନା ଉପନ୍ୟାସର ଭୂତକୋଠି, ଆମର, ଦେଶର, ସମ୍ବିଧାନର ଭବିତ୍ୟ ସଂସାର ଏ ସ୍କୁଲ। କିନ୍ତୁ ତା’ର ଏ ନରଖର ରୂପ ଦେଖି ବେଶି କିଛି ଭାବିହୁଏ ନାହିଁ। ରୀନା, ରଶ୍ମି, କରୁ, ବୃନ୍ଦା, ମନୋଜ, ଚନ୍ଦୁ, ରାନୀ, ସବି, ବିରଞ୍ଚତ୍, ପିଣ୍ଟୁ, ଘାସି, ଦୀପକ, ଅମିତ୍ରାଙ୍କ ଆଖିରେ ପୁଳା ପୁଳା ଚାହାଣି। କେବେ ଇସ୍କୁଲ ଖୋଲିବ। ତୁମର ଗାଁ ଭୁବନେଶ୍ୱର, ଆମର ଗାଁ ଟୁରୁକୃପା।
ମଳୟ ସାକାଡାକା। ଗାଁ ଭେଣ୍ଡିଆ। ତେଇଶ ଚବିଶ ବର୍ଷ ବୟସ ହେବ। ଟାଙ୍ଗି ଧରି ଡଙ୍ଗର ବାହାରିଛି। ଡଙ୍ଗରର ବାନ୍ଧଣକାଠ ଭଲ ଜଳେ। ଲାଉଶାଗ, ଚୁଡ଼ଙ୍ଗ ସିଝା ଓ ବାତ୍‌ ଖାଇ ମଳୟ ଡଙ୍ଗର ବାହାରିଛି। ମଳୟ କେରଳ ଯାଇଥିଲା। ମାର୍ଚ୍ଚମାସରୁ ଘର ଆସିଲାଣି। ମଳୟର ସାଙ୍ଗ ଦେବ, ରାଇମାଝୀ, ବିସ୍କେ, ରାସେ, ସୁରେନ୍ଦ୍ର, ବବି, ପ୍ରଫୁଲ୍ଲ ବେଶିଦିନ ହେଲା ଗଲେଣି। ମଳୟ ନଅ ମାସ କେରଳରେ ଥିଲା। କାଗଜ ଚା’ ଗ୍ଲାସ ମେଶିନ୍‌ରେ କାମ କରୁଥିଲା। ଖାଇବା, ପିଇବା ରହିବା କମ୍ପାନୀର। ମାସକୁ ଦଶହଜାର ମିଳୁଥିଲା। ଆକାଶ ଓ ମାଝର କତା ଶୁଣୁଥିବା ମୁନିଗୁଡା ବ୍ଲକର କାହିଁ କେଉଁ କେଉଁ ଗାଁ ଭିତରୁ ଭେଣ୍ଡିଆ ହଜାର ହଜାର ସଂଖ୍ୟାରେ ନିଜ ଜୀବନର ସୀମାକୁୁ ଛୁଇଁବା ପାଇଁ କେରଳ ମୁହଁା।
କାଳିକୋଳଥ ରାସ୍ତାରୁ ପାଞ୍ଜାବାଲି ଛକ ଡେଇଁଗଲେ ଟୁରୁକୁପାକୁ ବାଟ ପଡିଛି କଳରାଶୁଣି ଆଉ ମାଣିକେଶ୍ୱରୀ ଡଙ୍ଗର ଧାଈଧାଈ। ତିନି/ଚାରି ଅନାମିକା ଝରଣା ଡେଇଁ ଡେଇଁ ବୋଲୁଅ, ଢେଲା, ଖାଲ, ଢିପର ମଡ଼ା। ଟୁରୁକୁପା ମଣିଷର ପାଦ ବାଜି ବାଜି ମଡା ପାଦଚଲା ରାସ୍ତା ନିଜ ଦିହକୁ ସୁସ୍ପଷ୍ଟ କରିଛି। ଏହାରି ଉପରେ ଖଟିଆରେ ଭୁଆସୁଣୀ ଜଗଦଲପୁର ଆଉ ମୁନିଗୁଡାକୁ ବୁହା ହେଉଛି। ବର୍ଷା ଚାରିମାସ ଏ ରାସ୍ତା/ମଡ଼ାର ଦୁଃଖ ଦୁର୍ଦ୍ଦଶା ସୀମା ଲଙ୍ଘିଯାଏ। ଫୁଲେଇ ସଜେଇ ଝରଣା ରାଗ ଗର ଗର ହୋଇ ନିଜ ରୂପ ଦେଖାଇଦିଏ। ତାରି ଭିତରେ ଖଟିଆରେ ବୁହା ହୋଇ ଆସନ୍ନ ପ୍ରସବା ଟୁରୁକୃପା ଘାଟି ଗାଁରୁ ଜଗଦଲପୁର ନତୁବା ମୁନିଗୁଡା ଆସେ। ସାମ୍ବିଧାନିକ ପ୍ରତିଶ୍ରୁତିର ଯନ୍ତ୍ରଣାମୟ ଛବିକୁ କଳନା କରିବା, ଅନ୍ଦାନ କରିବା ବଡ଼ କଷ୍ଟ। ଗାଁ ନାଇକ ଗାଁ ଭାଇଙ୍କ ସହ କେତେଥର କାନ୍ଧଦେଲେଣି ଖଟିଆ ଭାରରେ। ସେଥିପାଇଁ ଦୁଃଖନାହିଁ। ମାତ୍ର ଆଖିର ଲୁହକୁ ପୋଛୁ ପୋଛୁ କହିଉଠିଲେ, ଆଜ୍ଞା ମୋର ଇଜ୍ଜତ ରହୁ। ଗାଁର ଇଜ୍ଜତ ରହୁ। ସରକାର ଖଟ ଦେଇଛି, ଏ ରାସ୍ତାରେ ଯିବା ପାଇଁ। ନିଜ ଭୁଆସୁଣୀର ଇଜ୍ଜତକୁ ସିନା ଦେଖିପାରିବି। ଝିଅ, ଅନ୍ୟ ଭୁଆସୁଣୀର ଇଜ୍ଜତକୁ କିପରି ଦେଖିବି? ଗୋରୁ ଛେଳିପରି ରକ୍ତ ହୋଇଯାଉଥିବ, କେମିତି ଦେଖିବି ଆଜ୍ଞା। ମହାପ୍ରଭୁ, ମୋ ଗାଁକୁ ରାସ୍ତା ଖଣ୍ଡେ ଦିଅ।
ମୁନିଗୁଡା, ରାୟଗଡା


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri