Posted inଜାତୀୟ

ପିଲାଙ୍କୁ ଶିକ୍ଷା ପାଇଁ ମାସକୁ ୨ ହଜାର ଦିଅ

ନୂଆଦିଲ୍ଲୀ,୧୬ା୧୨(ପି.ଟି.): ମହାମାରୀ କରୋନା ସମୟରେ ଚାଇଲ୍ଡ କେୟାର ଇନ୍‌ଷ୍ଟିଚ୍ୟୁଶନ (ସିସିଆଇ)ରୁ ଘରକୁ ଯାଇ ପରିବାର ସହ ଥିବା ଶିଶୁମାନଙ୍କୁ ଜଣ ପିଛା ମାସକୁ ୨ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସୁପ୍ରିମକୋର୍ଟ ମଙ୍ଗଳବାର ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ରାଜ୍ୟ ସରକାରଗୁଡ଼ିକ ସିସିଆଇଗୁଡ଼ିକୁ ପିଲାଙ୍କ ଅନ୍‌ଲାଇନ୍‌ କ୍ଲାସ୍‌ ପାଇଁ ଆବଶ୍ୟକ ପାଠ୍ୟପୁସ୍ତକ ଓ ଆନୁଷଙ୍ଗିକ ଉପକରଣ ଯୋଗାଇଦେବେ। ଜିଲା ଶିଶୁ ସୁରକ୍ଷା ୟୁନିଟଗୁଡ଼ିକ ସୁପାରିସ କରିବାର ୩୦ ଦିନ ମଧ୍ୟରେ ଏସବୁ ବ୍ୟବସ୍ଥା କରିବାକୁ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ରହିଛି।
ଜଷ୍ଟିସ୍‌ ଏଲ୍‌. ନାଗେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ସିସିଆଇରେ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଯୋଗାଇବା ନେଇ ରାଜ୍ୟଗୁଡ଼ିକ ସୁନିଶ୍ଚିତ କରିବା ଉଚିତ। କୋଭିଡ୍‌-୧୯ ମହାମାରୀ ଆରମ୍ଭ ହେବାବେଳେ ସିସିଆଇଗୁଡ଼ିକରେ ୨,୨୭,୫୧୫ ପିଲା ଥିବାବେଳେ ବର୍ତ୍ତମାନ ସୁଦ୍ଧା ୧,୪୫,୭୭୮ ଜଣଙ୍କୁ ସେମାନଙ୍କ ପରିବାର କିମ୍ବା ଅଭିଭାବକଙ୍କ ନିକଟକୁ ପଠାଇ ଦିଆଯାଇଛି ବୋଲି ଜଷ୍ଟିସ୍‌ ହେମନ୍ତ ଗୁପ୍ତା ଓ ଅଜୟ ରସ୍ତୋଗୀ ସାମିଲ ଥିବା ଏହି ଖଣ୍ଡପୀଠଙ୍କୁ ଅବଗତ କରାଯାଇଛି। ଏନେଇ ଖଣ୍ଡପୀଠ କହିଛନ୍ତି, ପିଲାଙ୍କ ପାରିବାରିକ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ଶିଶୁ ସୁରକ୍ଷା ୟୁନିଟଗୁଡ଼ିକ ସୁପାରିସ କରିବେ। ଏହାର ୩୦ ଦିନ ମଧ୍ୟରେ ରାଜ୍ୟ ସରକାର ସମ୍ପୃକ୍ତ ଶିଶୁମାନଙ୍କୁ ମାସକୁ ୨,୦୦୦ ଟଙ୍କା ଲେଖାଏ ଦେବେ। ଗତ ମାର୍ଚ୍ଚରୁ ମହାମାରୀ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରିଥିବାରୁ ପିଲାମାନେ ଶ୍ରେଣୀଗୃହକୁ ଯାଇ ପାଠ ପଢ଼ିପାରୁ ନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ଶିକ୍ଷକମାନେ ସେମାନଙ୍କୁ ପଢ଼ାଇବା ବ୍ୟବସ୍ଥା କରିବେ। ମହାମାରୀ ସମୟରେ ଶିଶୁ ସୁରକ୍ଷା ଗୃହ, ଜୁଭେନାଇଲ୍‌ ଓ କିନ୍‌ଶିପ୍‌ ହୋମଗୁଡ଼ିକରେ ପିଲାଙ୍କ ସ୍ଥିତି ପ୍ରସଙ୍ଗରେ ଶୀର୍ଷ ଅଦାଲତ ନିଜ ଆଡ଼ୁ ରୁଜୁ କରିଥିବା ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି। ଏହା ପୂର୍ବରୁ ସୁପ୍ରିମକୋର୍ଟ ରାଜ୍ୟ ସରକାର ଓ ଅନ୍ୟ କର୍ତ୍ତୃପକ୍ଷମାନଙ୍କୁ ପିଲାଙ୍କୁ ସୁରକ୍ଷା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଭିଡିଓ କନ୍‌ଫରେନ୍ସ ଜରିଆରେ ଶୁଣାଣି ବେଳେ ଆଇନଜୀବୀ ଗୌରବ ଅଗ୍ରଓ୍ବାଲ ଆମିକସ୍‌ କ୍ୟୁରି ଭାବେ ଖଣ୍ଡପୀଠଙ୍କୁ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri