ଭୁବନେଶ୍ୱର,୨୦ା୧(ବ୍ୟୁରୋ): ରାଜ୍ୟରେ ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ଜୋରସୋରରେ ଚାଲିଛି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୨୨ ପ୍ରତିଶତ ଅଧିକ ଧାନ ଉତ୍ପାଦନ ହୋଇଛି। ରାଜ୍ୟ ସରକାର ନିଜର ଏଜେନ୍ସି ଜରିଆରେ ଧାନ ସଂଗ୍ରହ ଜାରି ରଖିଛନ୍ତି। ତେବେ କେନ୍ଦ୍ର ସରକାର ଧାନ ସବ୍ସିଡି ବାବଦ ଆଗୁଆ ଦେୟ ୬୦୩୯ କୋଟି ଟଙ୍କା ପ୍ରଦାନ କରିନାହାନ୍ତି। ଫଳରେ ରାଜ୍ୟ ସରକାରଙ୍କ ଉପରେ ଆର୍ଥିକ ଚାପ ବଢିବାରେ ଲାଗିଛି। ତୁରନ୍ତ ଏହି ଅର୍ଥ ଯୋଗାଇ ଦେବାକୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଙ୍ଗଳବାର କେନ୍ଦ୍ର ଖାଉଟି ସୁରକ୍ଷା, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଏଥିସହିତ ଭାରତୀୟ ଖାଦ୍ୟ ନିଗମ(ଏଫ୍ସିଆଇ) ଜରିଆରେ ବଳକା ଚାଉଳ ସଂଗ୍ରହ କରିବାକୁ ସେ ଦାବି କରିଛନ୍ତି।
ମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି, କୋଭିଡ୍-୧୯ ମହାମାରୀ ପରେ ଦେଶରେ କୃଷି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି କ୍ଷେତ୍ରକୁ ଆର୍ଥିକ ଦୁର୍ଗତିରୁ ରକ୍ଷା କରିବା ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ ଅତ୍ୟନ୍ତ ଜରୁରୀ । ଓଡ଼ିଶାରେ ଧାନ ସଂଗ୍ରହ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଲକ୍ଷ ଲକ୍ଷ ଚାଷୀ ସେମାନଙ୍କ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସପି) ଆଧାରରେ ସରକାରଙ୍କୁ ବିକ୍ରି କରି ଥାଆନ୍ତି। ରାଜ୍ୟରେ ଧାନ ସଂଗ୍ରହ ଦ୍ରୁତ ଗତିରେ ଚାଲିଛି। ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳର ଚାଷୀଙ୍କୁ ଏମ୍ଏସପି ଦେଇ ଧାନ ସଂଗ୍ରହ କରୁଛନ୍ତି। ଏହା କୃଷି କ୍ଷେତ୍ରରେ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେଉଛି। ଅନ୍ୟ କ୍ଷେତ୍ର ଅପେକ୍ଷା କୃଷିରେ ଅଧିକ ସଂଖ୍ୟକ ଲୋକ ନିୟୋଜିତ ଅଛନ୍ତି। ଚଳିତ ବର୍ଷ ଧାନ ସଂଗ୍ରହ କରିବାକୁ ଓଡ଼ିଶା ରାଜ୍ୟ ସିଭିଲ ସପ୍ଲାଏ କର୍ପୋରେଶନ(ଓଏସସିଏସସି) ୧୫ ହଜାର କୋଟି ଋଣ କରିଛି। ଧାନ ସଂଗ୍ରହ ପାଇଁ ଆଗୁଆ ସବ୍ସିଡି ବାବଦରେ କେନ୍ଦ୍ର ସରକାରଙ୍କ ଉପରେ ୬୦୩୯ କୋଟି ଟଙ୍କା ବକେୟା ରହିଛି। ଏହି ଅର୍ଥ ନ ମିଳିଲେ ଧାନ ସଂଗ୍ରହ ଗୁରୁତର ବାଧାପ୍ରାପ୍ତ ହେବ। ତୁରନ୍ତ ସବ୍ସିଡି ଅର୍ଥ ଯୋଗାଇ ଦେବାକୁ ରଣେନ୍ଦ୍ର ଦାବି କରିଛନ୍ତି। ଏହାଛଡା ଭାରତୀୟ ଖାଦ୍ୟ ନିଗମ(ଏଫ୍ସିଆଇ) ଚଳିତ ବର୍ଷ ୫୦%ରୁ ଅଧିକ ଉଷୁନା ଚାଉଳ ନ ଉଠାଇବାକୁ ମନା କରି ଦେଇଛି। ଓଡ଼ିଶା ୪ର୍ଥ ରାଜ୍ୟ ଭାବେ ସେଣ୍ଟ୍ରାଲ ପୁଲ୍କୁ ଖାଦ୍ୟ ଶସ୍ୟ ଯୋଗାଇ ଆସୁଛି। ଓଡ଼ିଶାର ଆବଶ୍ୟକତା ୨୪ ଲକ୍ଷ ମେଟ୍ରିକ ଟନ୍ ହୋଇଥିବା ବେଳେ ଆହୁରି ୩୦ ଲକ୍ଷ ମେଟ୍ରିକ ଟନ୍ ବଳକା ରହିବ। ଏହାକୁ ଏଫ୍ସିଆଇ ନେବାକୁ ସେ ଦାବି କରିଛନ୍ତି। ଉଭୟ ସମସ୍ୟାର ତୁରନ୍ତ ପ୍ରତିକାର ପାଇଁ ରଣେନ୍ଦ୍ର କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।
୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…
ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…
ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…
ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…
ଠିକାଦାରଙ୍କ ବିଲ୍ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍ ଏଇ: ଅଫିସ୍ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ
କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍ ଡିଭିଜନ୍ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…
ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ
ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…
‘ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ୍ଚାୟତ ନିର୍ବାଚନ’
ଭୁବନେଶ୍ୱର,୫।୯ : ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ…
ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ
ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…
୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ
ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…
କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ
ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…
Archives

