ଭୁବନେଶ୍ୱର,୨୦ା୧(ବ୍ୟୁରୋ): ରାଜ୍ୟରେ ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ଜୋରସୋରରେ ଚାଲିଛି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୨୨ ପ୍ରତିଶତ ଅଧିକ ଧାନ ଉତ୍ପାଦନ ହୋଇଛି। ରାଜ୍ୟ ସରକାର ନିଜର ଏଜେନ୍ସି ଜରିଆରେ ଧାନ ସଂଗ୍ରହ ଜାରି ରଖିଛନ୍ତି। ତେବେ କେନ୍ଦ୍ର ସରକାର ଧାନ ସବ୍ସିଡି ବାବଦ ଆଗୁଆ ଦେୟ ୬୦୩୯ କୋଟି ଟଙ୍କା ପ୍ରଦାନ କରିନାହାନ୍ତି। ଫଳରେ ରାଜ୍ୟ ସରକାରଙ୍କ ଉପରେ ଆର୍ଥିକ ଚାପ ବଢିବାରେ ଲାଗିଛି। ତୁରନ୍ତ ଏହି ଅର୍ଥ ଯୋଗାଇ ଦେବାକୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଙ୍ଗଳବାର କେନ୍ଦ୍ର ଖାଉଟି ସୁରକ୍ଷା, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଏଥିସହିତ ଭାରତୀୟ ଖାଦ୍ୟ ନିଗମ(ଏଫ୍ସିଆଇ) ଜରିଆରେ ବଳକା ଚାଉଳ ସଂଗ୍ରହ କରିବାକୁ ସେ ଦାବି କରିଛନ୍ତି।
ମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି, କୋଭିଡ୍-୧୯ ମହାମାରୀ ପରେ ଦେଶରେ କୃଷି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି କ୍ଷେତ୍ରକୁ ଆର୍ଥିକ ଦୁର୍ଗତିରୁ ରକ୍ଷା କରିବା ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ ଅତ୍ୟନ୍ତ ଜରୁରୀ । ଓଡ଼ିଶାରେ ଧାନ ସଂଗ୍ରହ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଲକ୍ଷ ଲକ୍ଷ ଚାଷୀ ସେମାନଙ୍କ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସପି) ଆଧାରରେ ସରକାରଙ୍କୁ ବିକ୍ରି କରି ଥାଆନ୍ତି। ରାଜ୍ୟରେ ଧାନ ସଂଗ୍ରହ ଦ୍ରୁତ ଗତିରେ ଚାଲିଛି। ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳର ଚାଷୀଙ୍କୁ ଏମ୍ଏସପି ଦେଇ ଧାନ ସଂଗ୍ରହ କରୁଛନ୍ତି। ଏହା କୃଷି କ୍ଷେତ୍ରରେ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେଉଛି। ଅନ୍ୟ କ୍ଷେତ୍ର ଅପେକ୍ଷା କୃଷିରେ ଅଧିକ ସଂଖ୍ୟକ ଲୋକ ନିୟୋଜିତ ଅଛନ୍ତି। ଚଳିତ ବର୍ଷ ଧାନ ସଂଗ୍ରହ କରିବାକୁ ଓଡ଼ିଶା ରାଜ୍ୟ ସିଭିଲ ସପ୍ଲାଏ କର୍ପୋରେଶନ(ଓଏସସିଏସସି) ୧୫ ହଜାର କୋଟି ଋଣ କରିଛି। ଧାନ ସଂଗ୍ରହ ପାଇଁ ଆଗୁଆ ସବ୍ସିଡି ବାବଦରେ କେନ୍ଦ୍ର ସରକାରଙ୍କ ଉପରେ ୬୦୩୯ କୋଟି ଟଙ୍କା ବକେୟା ରହିଛି। ଏହି ଅର୍ଥ ନ ମିଳିଲେ ଧାନ ସଂଗ୍ରହ ଗୁରୁତର ବାଧାପ୍ରାପ୍ତ ହେବ। ତୁରନ୍ତ ସବ୍ସିଡି ଅର୍ଥ ଯୋଗାଇ ଦେବାକୁ ରଣେନ୍ଦ୍ର ଦାବି କରିଛନ୍ତି। ଏହାଛଡା ଭାରତୀୟ ଖାଦ୍ୟ ନିଗମ(ଏଫ୍ସିଆଇ) ଚଳିତ ବର୍ଷ ୫୦%ରୁ ଅଧିକ ଉଷୁନା ଚାଉଳ ନ ଉଠାଇବାକୁ ମନା କରି ଦେଇଛି। ଓଡ଼ିଶା ୪ର୍ଥ ରାଜ୍ୟ ଭାବେ ସେଣ୍ଟ୍ରାଲ ପୁଲ୍କୁ ଖାଦ୍ୟ ଶସ୍ୟ ଯୋଗାଇ ଆସୁଛି। ଓଡ଼ିଶାର ଆବଶ୍ୟକତା ୨୪ ଲକ୍ଷ ମେଟ୍ରିକ ଟନ୍ ହୋଇଥିବା ବେଳେ ଆହୁରି ୩୦ ଲକ୍ଷ ମେଟ୍ରିକ ଟନ୍ ବଳକା ରହିବ। ଏହାକୁ ଏଫ୍ସିଆଇ ନେବାକୁ ସେ ଦାବି କରିଛନ୍ତି। ଉଭୟ ସମସ୍ୟାର ତୁରନ୍ତ ପ୍ରତିକାର ପାଇଁ ରଣେନ୍ଦ୍ର କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ସମତା ହିଁ ବୀଜମନ୍ତ୍ର
ସାଧାରଣତନ୍ତ୍ର ଦିବସ ଭାରତର ଏକ ଜାତୀୟ ଦିବସ ରୂପେ ପରିପାଳିତ ହେଉଛି। ଏହା ଦେଶବାସୀଙ୍କର ଆତ୍ମସମୀକ୍ଷା ଓ ସଂକଳ୍ପ ଦିବସ ବୋଲି କହିଲେ ଅତ୍ୟୁକ୍ତି ହେବ...

କୁମାରପୂର୍ଣ୍ଣିମାରେ ଶ୍ରୀମନ୍ଦିର ଯାଇପାରିବେ ଶ୍ରଦ୍ଧାଳୁ
ପୁରୀ ଅଫିସ,୧୧।୧୦: ଦଶହରା, ଦୀପାବଳି, ବଡ଼ ଏକାଦଶୀ ଓ କାର୍ତ୍ତିକପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏଥିସହ ପୂର୍ବଭଳି ସବୁ ରବିବାର ମଧ୍ୟ ଦର୍ଶନ...

ଆମ୍ବୁଲାନ୍ସରେ ମିଳିଲାନି ଅକ୍ସିଜେନ୍: ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା
ଆନନ୍ଦପୁର,୨୮। ୧୧(ସ୍ବ.ପ୍ର.)-ରୋଗୀଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ସରକାରୀ ସ୍ତରରେ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଇଛି। ହେଲେ ଆମ୍ବୁଲାନ୍ସରେ ଦାୟିତ୍ୱରେ ରହୁଥିବା କର୍ମଚାରୀଙ୍କ ଅବହେଳା...

ଏମ୍ପି ରମେଶ ମାଝିଙ୍କୁ କରୋନା
ଭୁବନେଶ୍ୱର,୪ା୯(ବ୍ୟୁରୋ): ନବରଙ୍ଗପୁର ଏମ୍ପି ରମେଶ ମାଝିଙ୍କୁ କରୋନା ହୋଇଥିବା ନେଇ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ ସେ...

ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ କେଶବ ରାଉତଙ୍କ ବିୟୋଗ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩୦ା୬(ବ୍ୟୁରୋ): ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ କେଶବ ରାଉତଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହି ଖବର ପାଇ ମୁଁ...

୩ରୁ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ
ଖୋର୍ଦ୍ଧା ଅଫିସ,୨୫ା୧୨:ଆସନ୍ତା ଜାନୁୟାରୀ ୩ତାରିଖରୁ ଖୋର୍ଦ୍ଧା ଜିଲାର ସମସ୍ତ ମନ୍ଦିର ଓ ଧାର୍ମିକ ଅନୁଷ୍ଠାନ ଖୋଲିବା ଲାଗି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ...

ଢାଙ୍କୁଣୀ ନ ପକାଇ ବାଉଁଶ ବାନ୍ଧିଲା ବିଏମ୍ସି
ଭୁବନେଶ୍ୱର,୨୯।୭(ବ୍ୟୁରୋ) : ଜୟଦେବ ବିହାର ଭିଲ୍ଲା ଛକ ନିକଟ ଡ୍ରେନ୍ରେ ଗୁରୁବାର ଭାସିଯାଇ ସାଲିଆସାହି ଆଦିବାସୀ ଗାଁର ଟି. ଆକାମ୍ମାଙ୍କ ମୃତ୍ୟୁ ଘଟିଥିଲା। ପରେ ଢାଙ୍କୁଣୀ...

ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
ଭୁବନେଶ୍ୱର,୨।୪(ବ୍ୟୁରୋ): ସାରା ରାଜ୍ୟରେ କରୋନା ମୁକାବିଲା ପାଇଁ ସରକାରୀ ଏବଂ ଅନ୍ୟାନ୍ୟ ସଂସ୍ଥା ମିଳିତ ଉଦ୍ୟମ ଜାରି ରଖିଛନ୍ତି। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ...