‘୧୦ ଲକ୍ଷ ଦିଅ, ନଚେତ୍‌ ଗଁ। ଖାଲି କର’

ବାରିପଦା ଅଫିସ, ୩ା୭- ମୟୂରଭଞ୍ଜ ଜିଲା ଶୁକୃଳି ବ୍ଲକ ଅଧୀନ ବାରିଆ ଗ୍ରାମରେ ଲଗାଯାଇଥିତ୍ବା ଏକ ପୋଷ୍ଟରକୁ ଶୁକ୍ରବାର ରରୁଆଁ ପୋଲିସ ଜବତ କରିଛି। ମାଓବାଦୀ ଏହି ପୋଷ୍ଟର ଲେଖିଥିବା ସନ୍ଦେହ କରି ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। ୨ ଦିନ ହେଲା ଲଗାଯାଇଥିବା ଏହି ପୋଷ୍ଟର ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ଗ୍ରାମ ମଝିରେ ଜଣଙ୍କ କାନ୍ଥରେ ଏକ ଧଳା କାଗଜରେ ନାଲି ଅକ୍ଷରରେ ଲେଖା ହୋଇଥିବା ପୋଷ୍ଟରଟି ଲଗାଯାଇଥିବା ଲୋକେ ଦେଖିବାକୁ ପାଇଥିଲେ। ଏହି ପୋଷ୍ଟରରେ ‘ଆମର ଲକ୍ଷ୍ୟ ଏବଂ ଆମର କାମ ହିଁ ଭଗବାନ। ଆମେମାନେ ଯାହା କହୁ ତାହା ହିଁ କରିଥାଉ। ଆମେ ବାରିଆ ଗ୍ରାମରେ ପୁରାପୁରି ଭାବରେ ପ୍ରବେଶ କରିସାରିଛୁ। ଆମ୍ଭେ ଗ୍ରାମବାସୀଙ୍କୁ ଅନୁରୋଧ କରୁଛି କି ସେମାନେ ଗ୍ରାମ ଖାଲି କରି ଦିଅନ୍ତୁ , ନ ହେଲେ ଆମ ସର୍ତ୍ତରେ ରାଜି ହୁଅନ୍ତୁ। ଆମର ସର୍ତ୍ତ ହେଉଛି ଆମକୁ ୨ଜୁଲାଇ ସୁଦ୍ଧା ୧୦ ଲକ୍ଷ ଟଙ୍କା ଦିଆଯାଉ। ନ ହେଲେ ୧୦୦ କୁଇଣ୍ଟାଲ ଚାଉଳ ଦିଆଯାଉ। ଆମ କଥାକୁ ମଜାକ ନେଇକି ଭୁଲ କରି ବସିବେ ନାହିଁ, ଆମ କଥାକୁ ଗୁରୁତ୍ୱ ଦେବେ ଏବଂ ୨ ଦିନ ଭିତରେ ଆମେ ଏମିତି କିଛି କାମ କରି ଧମାଲ କରିବୁ ଯେ, ଆପଣମାନଙ୍କ ବିଶ୍ୱାସ ହୋଇଯିବ ଯେ ଆମେ ଏଇ ଗାଁରେ ପ୍ରବେଶ କରିଛୁ। ଜୟ ମାଓବାଦୀ’ ବୋଲି ଏହି ପୋଷ୍ଟରରେ ଲେଖାଯାଇଛି। ପୋଷ୍ଟରରେ ଲେଖାଯାଇଥିବା ନିର୍ଦ୍ଧାରିତ ତାରିଖ ଚାଲିଯାଇଥିବାରୁ ଗ୍ରାମବାସୀ ବର୍ତ୍ତମାନ ଭୟଭୀତ ଅବସ୍ଥାରେ ଅଛନ୍ତି। ଏନେଇ ରରୁଆଁ ଥାନା ଅଧିକାରୀ ଦିବ୍ୟକ୍ରାନ୍ତି ଲାକ୍ରାଙ୍କୁ ପଚାରିବାରୁ ପୋଷ୍ଟରକୁ ଆମେ ଜବତ କରିବା ପରେ ଏ ଦିଗରେ ତଦନ୍ତ ଜାରି ରଖିଛୁ। ହେଲେ ଉକ୍ତ ଗ୍ରାମରେ ମାଓବାଦୀ ପଶିଥିବାର କିଛି ପ୍ରମାଣ ମିଳିନାହିଁ। କେହି ବୋଧେ ମଜାକରେ ଏହିଭଳି ଲେଖିଦେଇ ଥାଇପାରେ। ତଥାପି ଆମେ ଏଥିପ୍ରତି ଗୁରୁତ୍ୱ ଦେଇ ତଦନ୍ତ ଜାରି ରଖିଛୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ଆଉ ସହି ହେବନି,ଏଥର ଭୋଟ ବର୍ଜନ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଯଦୁନାଥପୁର ପଞ୍ଚାୟତବାସୀ ଅବହେଳିତ ଓ ନିଷ୍ପେଷିିତ ଅବସ୍ଥାରେ ଜୀବନଯାପନ କରୁଛନ୍ତି। ଦେଶ ସ୍ବାଧୀନତାର ୭୭ବର୍ଷ ପରେ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୪ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ମୋରଡ଼ା ବିଜେଡି ବିଧାୟିକା ପ୍ରାର୍ଥିନୀଙ୍କ ପ୍ରତି ଛୁଟୁଛି ବିଦ୍ରୋହର ସୁଅ: ଦଳରୁ ଇସ୍ତଫା ଦେଲେ ସାଧାରଣ ସମ୍ପାଦକ

ମୋରଡ଼ା,୨୨ା୪(ସ୍ମାରକ ମାଜୀ): ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ପାଇଁ ବିଜୁ ଜନତା ଦଳ ମୋରଡ଼ା ବିଧାୟକ ରାଜକିଶୋର ଦାସଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri