Posted inଜାତୀୟ

‘ପ୍ଲାଷ୍ଟିକ୍‌ ଦିଅ ସୁନା ନିଅ’

ଶ୍ରୀନଗର,୭ା୩: ପ୍ଲାଷ୍ଟିକ୍‌ର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାଦ୍ୱାରା ପରିବେଶ ଏବଂ ଜୀବଜଗତ ପ୍ରଭାବିତ ହେବାରେ ଲାଗିଛନ୍ତି। ପ୍ରାଣୀଜଗତ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ଲାଷ୍ଟିକ୍‌କୁ ସମ୍ପୂର୍ଣ୍ଣ ଭାବେ ବର୍ଜନ କରିବା ଆବଶ୍ୟକ ହୋଇପଡ଼ିଥିବାବେଳେ କିନ୍ତୁ ଏହା ସମ୍ଭବପର ହୋଇନାହିଁ। ତେବେ ନିଜ ଗ୍ରାମକୁ ପ୍ଲାଷ୍ଟିକ୍‌ ଫ୍ରି କରିବା ସକାଶେ ଅଣ୍ଟା ଭିଡ଼ିଛନ୍ତି ଜମ୍ମୁ-କଶ୍ମୀର ସାଦିଓ୍ବାରା ଗଁା ସରପଞ୍ଚ ଫାରୁକ୍‌ ଅହମଦ ଗନାଇ। ‘ପ୍ଲାଷ୍ଟିକ୍‌ ଦିଅ ଏବଂ ସୁନା ନିଅ’ ଭଳି ଏକ ନିଆରା ଅଭିଯାନ ସେ ଆରମ୍ଭ କରିଛନ୍ତି। ଫାରୁକ୍‌ଙ୍କ ମୂଳ ଉଦ୍ଦେଶ୍ୟ ପ୍ରଦେଶକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବା।
ଫାରୁକ ପେସାରେ ଜଣେ ଆଇନଜୀବୀ। ଅଭିଯାନକୁ ମାତ୍ର କିଛି ସପ୍ତାହ ବିତିଥିବାବେଳେ ଗତ ଜାନୁୟାରୀ ୭ରେ ଡେପୁଟି କମିଶନର ସାଦିଓ୍ବାରା ଗଁାକୁ ପ୍ଲାଷ୍ଟିକ୍‌ ଫ୍ରି’ ଭାବେ ଘୋଷଣା କରିଛନ୍ତି। ତେବେ ଯେଉଁ ବ୍ୟକ୍ତି ଏକକାଳୀନ ୨ କୁଇଣ୍ଟାଲ ପ୍ଲାଷ୍ଟିକ୍‌ ଦେବେ ତାଙ୍କୁ ଗୋଟିଏ ସୁନା ମୁଦ୍ରା ମିଳିବ। କେବଳ ସାଦିଓ୍ବାରା ଗାଁରେ ନୁହେଁ ବରଂ ଜମ୍ମୁ-କଶ୍ମୀରକୁ ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ୍‌ ଫ୍ରି କରିବା ତାଙ୍କ ଉଦ୍ଦେଶ୍ୟ ବୋଲି ଫାରୁକ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି। ଫାରୁକ୍‌ଙ୍କ ଏହି ଅଭିଯାନରେ ଗ୍ରାମବାସୀ ତାଙ୍କୁ ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିବାବେଳେ ସ୍ଥାନୀୟ ଯୁବଗୋଷ୍ଠୀ ମଧ୍ୟ ‘ପ୍ଲାଷ୍ଟିକ୍‌ ଦିଅ ଏବଂ ସୁନା ନିଅ’ ଅଭିଯାନରେ ନିଜକୁ ସାମିଲ କରିଛନ୍ତି। ଫାରୁକ୍‌ ଜଣେ ଉତ୍ତମ ନେତା। ପ୍ରଦେଶକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବା ପାଇଁ ତାଙ୍କ ପଦକ୍ଷେପକୁ ପ୍ରତ୍ୟେକ ଗ୍ରାମବାସୀ ସ୍ବାଗତ ଜଣାଇଛନ୍ତି। ସବୁଠାରୁ ଅଶ୍ଚର୍ଯ୍ୟକର କଥା ଏହି ନିଆରା ଅଭିଯାନ ଆରମ୍ଭର ମାତ୍ର ୨ ସପ୍ତାହ ମଧ୍ୟରେ ସିଦିଓ୍ବାରାକୁ ପ୍ଲାଷ୍ଟିକ୍‌ ମୁକ୍ତ ଗାଁ ଭାବେ ବିବେଚନା କରାଯାଇଥିବା ଯୁବଗୋଷ୍ଠୀ ନେତା ଶକିଲ ଓ୍ବାନି କହିଛନ୍ତି। ତେବେ ସ୍ଥାନୀୟ ସରକାର ଏ ପ୍ରକାର ଅଭିଯାନ ସମ୍ପୂର୍ଣ୍ଣ ପ୍ରଦେଶରେ ଲାଗୁ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri