Posted inଜାତୀୟ

‘ପ୍ଲାଷ୍ଟିକ୍‌ ଦିଅ ସୁନା ନିଅ’

ଶ୍ରୀନଗର,୭ା୩: ପ୍ଲାଷ୍ଟିକ୍‌ର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାଦ୍ୱାରା ପରିବେଶ ଏବଂ ଜୀବଜଗତ ପ୍ରଭାବିତ ହେବାରେ ଲାଗିଛନ୍ତି। ପ୍ରାଣୀଜଗତ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ଲାଷ୍ଟିକ୍‌କୁ ସମ୍ପୂର୍ଣ୍ଣ ଭାବେ ବର୍ଜନ କରିବା ଆବଶ୍ୟକ ହୋଇପଡ଼ିଥିବାବେଳେ କିନ୍ତୁ ଏହା ସମ୍ଭବପର ହୋଇନାହିଁ। ତେବେ ନିଜ ଗ୍ରାମକୁ ପ୍ଲାଷ୍ଟିକ୍‌ ଫ୍ରି କରିବା ସକାଶେ ଅଣ୍ଟା ଭିଡ଼ିଛନ୍ତି ଜମ୍ମୁ-କଶ୍ମୀର ସାଦିଓ୍ବାରା ଗଁା ସରପଞ୍ଚ ଫାରୁକ୍‌ ଅହମଦ ଗନାଇ। ‘ପ୍ଲାଷ୍ଟିକ୍‌ ଦିଅ ଏବଂ ସୁନା ନିଅ’ ଭଳି ଏକ ନିଆରା ଅଭିଯାନ ସେ ଆରମ୍ଭ କରିଛନ୍ତି। ଫାରୁକ୍‌ଙ୍କ ମୂଳ ଉଦ୍ଦେଶ୍ୟ ପ୍ରଦେଶକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବା।
ଫାରୁକ ପେସାରେ ଜଣେ ଆଇନଜୀବୀ। ଅଭିଯାନକୁ ମାତ୍ର କିଛି ସପ୍ତାହ ବିତିଥିବାବେଳେ ଗତ ଜାନୁୟାରୀ ୭ରେ ଡେପୁଟି କମିଶନର ସାଦିଓ୍ବାରା ଗଁାକୁ ପ୍ଲାଷ୍ଟିକ୍‌ ଫ୍ରି’ ଭାବେ ଘୋଷଣା କରିଛନ୍ତି। ତେବେ ଯେଉଁ ବ୍ୟକ୍ତି ଏକକାଳୀନ ୨ କୁଇଣ୍ଟାଲ ପ୍ଲାଷ୍ଟିକ୍‌ ଦେବେ ତାଙ୍କୁ ଗୋଟିଏ ସୁନା ମୁଦ୍ରା ମିଳିବ। କେବଳ ସାଦିଓ୍ବାରା ଗାଁରେ ନୁହେଁ ବରଂ ଜମ୍ମୁ-କଶ୍ମୀରକୁ ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ୍‌ ଫ୍ରି କରିବା ତାଙ୍କ ଉଦ୍ଦେଶ୍ୟ ବୋଲି ଫାରୁକ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି। ଫାରୁକ୍‌ଙ୍କ ଏହି ଅଭିଯାନରେ ଗ୍ରାମବାସୀ ତାଙ୍କୁ ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିବାବେଳେ ସ୍ଥାନୀୟ ଯୁବଗୋଷ୍ଠୀ ମଧ୍ୟ ‘ପ୍ଲାଷ୍ଟିକ୍‌ ଦିଅ ଏବଂ ସୁନା ନିଅ’ ଅଭିଯାନରେ ନିଜକୁ ସାମିଲ କରିଛନ୍ତି। ଫାରୁକ୍‌ ଜଣେ ଉତ୍ତମ ନେତା। ପ୍ରଦେଶକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବା ପାଇଁ ତାଙ୍କ ପଦକ୍ଷେପକୁ ପ୍ରତ୍ୟେକ ଗ୍ରାମବାସୀ ସ୍ବାଗତ ଜଣାଇଛନ୍ତି। ସବୁଠାରୁ ଅଶ୍ଚର୍ଯ୍ୟକର କଥା ଏହି ନିଆରା ଅଭିଯାନ ଆରମ୍ଭର ମାତ୍ର ୨ ସପ୍ତାହ ମଧ୍ୟରେ ସିଦିଓ୍ବାରାକୁ ପ୍ଲାଷ୍ଟିକ୍‌ ମୁକ୍ତ ଗାଁ ଭାବେ ବିବେଚନା କରାଯାଇଥିବା ଯୁବଗୋଷ୍ଠୀ ନେତା ଶକିଲ ଓ୍ବାନି କହିଛନ୍ତି। ତେବେ ସ୍ଥାନୀୟ ସରକାର ଏ ପ୍ରକାର ଅଭିଯାନ ସମ୍ପୂର୍ଣ୍ଣ ପ୍ରଦେଶରେ ଲାଗୁ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନବାଡି ଗୃହ ପାଇଁ ବ୍ଲକ ଘେରାଉ: ଆନ୍ଦୋଳନରେ ସାମିଲ ହେଲେ କୁନି କୁନି ପିଲା

ଜଗନ୍ନାଥପ୍ରସାଦ,୩।୭(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଚାରିକୋଣିଆ ଗୌଡ଼ ସାହିରେ ଅଙ୍ଗନବାଡି…

ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷାଙ୍କ ପରଲୋକ, ଶୋକବ୍ୟକ୍ତ କଲେ କଳାହାଣ୍ଡି ଏମପି

ଭବାନୀପାଟଣା,୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ତଥା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀଙ୍କ ପତ୍ନୀ ଶ୍ରୀମତୀ ମାଝୀ (୫୭)ଙ୍କ ଗୁରୁବାର ବିଳମ୍ବିତ…

କଣ କେନ୍ଦ୍ର କର୍ମଚାରୀଙ୍କୁ କରୋନା ସମୟରେ ଅଟକିଥିବା ୧୮ ମାସର DA ଏରିୟର ମିଳିବ? ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୩।୭: ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ (8ମ ବେତନ କମିଶନ) ଏବେ ପୂରା ଆକ୍ସନ ମୋଡ଼ରେ ।…

ଭୂକମ୍ପ ଭଗ୍ନାବଶେଷ ଭିତରୁ ୭ ଦିନ ପରେ ଜୀବନ୍ତ ଉଦ୍ଧାର ହେଲେ ବ୍ୟକ୍ତି: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

କାରକାସ୍‌,୩।୭: ଭେନେଜୁଏଲାରେ ଦୁଇଟି ଭୂକମ୍ପ ଯୋଗୁ ହୋଇଥିବା କ୍ଷୟକ୍ଷତି ମଧ୍ୟରେ ବଞ୍ଚିବାର ଏକ ଉଲ୍ଲେଖନୀୟ କାହାଣୀ ସାମ୍ନାକୁ ଆସିଛି। ପ୍ରାୟ ୭ ଦିନ ଧରି ଏକ ଶପିଂ…

ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, କଲେ ବଡ଼ ଘୋଷଣା

ଭୁବନେଶ୍ବର,୩ା୭: ଦିଲ୍ଲୀରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି…

ବରଗଡ଼ରେ ଠକସଂସ୍ଥା ଠାବ ଘଟଣାର ଫିଟୁଛି ଗୁମର: ପୋଲିସକୁ ଫେରାଦ ହେଲେ ଯୁବତୀଯୁବକ

ବରଗଡ଼,୩।୭(ପ୍ରେମାନନ୍ଦ ଖମାରୀ):ଚାକିରି ଦେବା ଆଳରେ ଯୁବତୀ, ଯୁବକଙ୍କୁ ଠକେଇ କରି ବରଗଡ଼ ପୋଲିସ ହାତରେ ଧରାପଡ଼ିଥିବା ଠକସଂସ୍ଥାର ଗୁମର ଫିଟିବାରେ ଲାଗିଛି। ଏହି ଠକସଂସ୍ଥା ଦ୍ୱାରା ଶତାଧିକ…

ୟୁକ୍ରେନ୍‌ ଆକ୍ରମଣର ପ୍ରତିଜବାବ, ରୁଷିଆ ଆକ୍ରମଣରେ କିଭ୍‌ରେ ୨୦ ମୃତ

କିଭ୍‌,୩।୭(ପି.ଟି.): ରୁଷିଆ ପକ୍ଷରୁ ୟୁକ୍ରେନ୍‌ ରାଜଧାନୀ କିଭ୍‌ ଉପରେ ବୁଧବାର ବିଳମ୍ବିତ ରାତିରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ୧୧ ଘଣ୍ଟିଆ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି।…

ଛେଚିବ ବର୍ଷା: ଏହିସବୁ ଜିଲାକୁ ରେଡ୍‌ ଆଲର୍ଟ ଜାରି

ଭୁବନେଶ୍ୱର,୩ା୭ (ସୌମ୍ୟରଞ୍ଜନ ରାଉତ):ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପ ଯୋଗୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri