Posted inଜାତୀୟ

‘୧୦୦ କୋଟି ଦିଅ, ମନ୍ତ୍ରୀ ପଦ ନିଅ’

ପୁଣେ,୨୧।୭: ମହାରାଷ୍ଟ୍ରର ପୁଣେରେ ଜଣେ ଭାଜପା ବିଧାୟକଙ୍କୁ ମନ୍ତ୍ରୀ ପଦ ଦେବା ନଁ।ରେ ଠକେଇ ଉଦ୍ୟମ ସାମ୍ନାକୁ ଆସିଛି। ଏହି ଘଟଣାରେ ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ ୪ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଅଭିଯୁକ୍ତମାନେ ଭାଜପା ବିଧାୟକ ରାହୁଲ କୁଲଙ୍କୁ ମହାରାଷ୍ଟ୍ର କ୍ୟାବିନେଟରେ ସ୍ଥାନ ଦେବାକୁ କହି ୧୦୦ କୋଟି ଟଙ୍କା ମାଗିଥିଲେ।
ନିକଟରେ ମହାରାଷ୍ଟ୍ରରେ ନୂତନ ସରକାର ଗଠନ କରାଯାଇଛି। ନବ ଗଠିତ ସରକାରରେ ଏପର୍ଯ୍ୟନ୍ତ କ୍ୟାବିନେଟ ଗଠନ ହୋଇନାହିଁ। ବର୍ତ୍ତମାନ ଏହି କ୍ୟାବିନେଟରେ କିଏ ରହିବେ ତାହା ଉପରେ ସମସ୍ତଙ୍କ ଧ୍ୟାନ ରହିଛି। ଏହାର ଫାଇଦା ନେବାକୁ ଚେଷ୍ଟା କରୁଥିବା ୪ ଅଭିଯୁକ୍ତ କ୍ୟାବିନେଟରେ ମନ୍ତ୍ରୀ ପଦ ଦେବା ନଁାରେ ଭାଜପାର ଡୌଣ୍ଡ ବିଧାୟକ ରାହୁଲ କୁଲଙ୍କୁ ଠକିବାକୁ ଚେଷ୍ଟା କରିଥିଲେ।

ରାହୁଲଙ୍କୁ ୧୦୦ କୋଟି ଟଙ୍କାରେ ମନ୍ତ୍ରୀ ପଦର ଅଫର ମିଳିଥିଲା। ରିୟାଜ ଶେଖ ନାମକ ଜଣେ ବ୍ୟକ୍ତି ଜୁଲାଇ ୧୬ରେ ରାହୁଲଙ୍କ ପିଏଙ୍କୁ ଫୋନ କରିଥିଲେ। ସେ ବିଧାୟକଙ୍କୁ ଭେଟି ଗୋଟିଏ ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରିବାକୁ ଚାହୁଁଥିବା ଫୋନରେ କହିଥିଲେ। ଏହି ଫୋନ କଲ ପରେ ବିଧାୟକ ରିୟାଜଙ୍କୁ ମୁମ୍ବାଇର ଗୋଟିଏ ହୋଟେଲରେ ଭେଟିଥିଲେ। ଏହି ସମୟରେ ସେ ବିଧାୟକଙ୍କୁ କହିଥିଲେ ଯେ ତା’ର ବଡ ବଡ ରାଜନେତା ଚିହ୍ନା ଅଛନ୍ତି। ସେମାନେ ଚାହିଁଲେ ରାହୁଲ ବେଶ ସହଜରେ ମନ୍ତ୍ରୀ ପଦ ପାଇପାରିବେ। ହେଲେ ଏଥିପାଇଁ ତାଙ୍କ ଠାରୁ ରିୟାଜ ୧୦୦ କୋଟି ଟଙ୍କା ଦାବି କରିଥିଲେ। ବିଧାୟକ ଏହି ପ୍ରସ୍ତାବରେ ରାଜି ଥିବା ଜଣାଇବା ପାଇଁ ସେ ରିୟାଜ ସହ ଟଙ୍କାକୁ ନେଇ ବୁଝାମଣା ଆରମ୍ଭ କରିଥିଲେ। ଶେଷରେ ୯୦ କୋଟି ଟଙ୍କାରେ ଡିଲ ଫାଇନାଲ କରିଥିଲେ। ତେବେ ଏହାର ୨୦% ମନ୍ତ୍ରୀ ହେବା ପୂର୍ବରୁ ଦେବାକୁ ପଡିବ ବୋଲି ରିୟାଜ କହିଥିଲେ। ଏଥିରେ ବିଧାୟକ ରାଜି ହେବା ସହ ଟଙ୍କା ନେବାକୁ ପଛରେ ଆସିବା ପାଇଁ କହିଥିଲେ।

କିନ୍ତୁ ବିଧାୟକ ଏନେଇ ଦଳର ବରିଷ୍ଠ ନେତାଙ୍କୁ ଜଣାଇବା ସହ ପୋଲିସ ଷ୍ଟେଶନରେ ଅଭିଯୋଗ କରିଥିଲେ। ମୁମ୍ବାଇ ପୋଲିସ କମିଶନର ବିବେକ ଫାନସଲକର ଘଟଣାର ତଦନ୍ତ ଦାୟିତ୍ୱ ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଯୋଜନା ମୁତାବକ ୧୮ କୋଟି ଟଙ୍କା ଦେବାକୁ ବିଧାୟକ ଜଣକ ରିୟାଜକୁ ହୋଟେଲ ଆସିବା ପାଇଁ କହିଥିଲେ। ଟଙ୍କା ଲୋଭରେ ସେ ନିଜର ଆଉ ୩ ସହଯୋଗୀଙ୍କ ସହ ହୋଟେଲରେ ପହଞ୍ଚିଥିଲେ। ହେଲେ ପୋଲିସ ଟିମ ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତରଳୁଛି ହିମବାହ, ବିଶ୍ୱକୁ ବିପଦ

ଲଣ୍ଡନ୍‌/ ନୂଆଦିଲ୍ଲୀ,୧୬ା୨(ଏଜେନ୍ସି): ସାରା ବିଶ୍ୱରେ ପ୍ରାୟ ୩,୧୦୦ ହିମବାହ ଦ୍ରୁତଗତିରେ ତରଳୁଛି, ଯାହାକି ଅତ୍ୟନ୍ତ ବିରଳ ଘଟଣା। ବିଶ୍ୱରେ ଥିବା ମୋଟ ହିମବାହର ଏହା ମାତ୍ର ୧%…

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri