ଏହି ୪ ରାଶିରେ ଜନ୍ମିତ ଯୁବତୀ କରିଥାନ୍ତି ପ୍ରେମ ବିବାହ ! ଦେଖନ୍ତୁ ଆପଣ ଏଥିରେ…

ଦିନ ଥିଲା ଲୋକେ ପରିବାରର ଇଚ୍ଛା ଅନୁସାରେ ଜୀବନସାଥୀଙ୍କ ମୁହଁ ନ ଦେଖି ବିବାହ କରିନେଉଥିଲେ। ହେଲେ ବର୍ତ୍ତମାନ ସମୟରେ ଜୀବନସାଥୀ ବାଛିବା ପୂର୍ବରୁ ଲୋକେ ବହୁତ ଚିନ୍ତା କରୁଛନ୍ତି। ଆଜି ବି କିଛି ଲୋକ ଆରେଞ୍ଜ ମ୍ୟାରେଜ୍‌ରେ ବିଶ୍ୱାସ ରଖୁଥିବା ବେଳେ କିଛି ପ୍ରେମ ବିବାହ ଠିକ୍‌ ବୋଲି ଯୁକ୍ତି ବାଢ଼ନ୍ତି। ଏଣୁ ଜଣେ ଜୀବନରେ ପ୍ରସ୍ତାବିତ ବିବାହ କରିବ କି ପ୍ରେମ ବିବାହ କରିବ ତାହା କାହାକୁ ଜଣା ନ ଥାଏ। କିନ୍ତୁ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ରାଶି ଏବଂ ଜାତକ ଅନୁଯାୟୀ ଜଣେ ଲଭ୍‌ ନା ଆରେଞ୍ଜ ମ୍ୟାରେଜ୍‌ କରିବ ତାହା ଜଣାପଡ଼ିଥାଏ।

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଏଭଳି ୪ ରାଶି ରହିଛି, ଯେଉଁଥିରେ ଜନ୍ମିତ ଯୁବତୀମାନେ ବିଶେଷତଃ ପ୍ରେମ ବିବାହ କରିଥାନ୍ତି। ଜାଣନ୍ତୁ:

ମେଷ ରାଶି: ଏହି ରାଶିରେ ଜନ୍ମିତ ଯୁବତୀମାନେ ବହୁତ ଭାବୁକ ହୋଇଥାନ୍ତି। ଥରେ କାହାକୁ ହୃଦୟ ଦେଲେ ସେ ଅନ୍ୟ କାହାକୁ ଜୀବନରେ ଆସିବାକୁ ଦେଇ ନ ଥାନ୍ତି। ଏହି ରାଶିର ପ୍ରାୟ ଯୁବତୀ ପ୍ରେମ ବିବାହ କରିଥାନ୍ତି। ଏମାନଙ୍କ ବିବାହ ସଫଳ ମଧ୍ୟ ହୋଇଥାଏ।

ବୃଷ ରାଶି: ଏହି ରାଶିର ଯୁବତୀମାନେ ବହୁତ ଜିଦ୍ଦି ସ୍ବଭାବର ହୋଇଥାନ୍ତି। ସେମାନେ ନିଜ ଜୀବନସାଥୀଙ୍କୁ ଡୋମିନେଣ୍ଟ କରି ରଖିଥାନ୍ତି। ନିଜର ଜିଦ୍ଦି ସ୍ବଭାବ କାରଣରୁ ଏମାନେ ପରିବାର ସହ ଲଢ଼ିଥାନ୍ତି। ଏହି ରାଶିର ପ୍ରାୟ ସମସ୍ତ ଯୁବତୀ ପ୍ରେମ ବିବାହ କରିଥାନ୍ତି।

ମିଥୁନ ରାଶି: ଏହି ରାଶିର ଯୁବତୀ ବହୁତ ସାମାଜିକ ହୋଇଥାନ୍ତି, ଏମାନଙ୍କର ବହୁତ ପ୍ରେମ ସମ୍ପର୍କ ହୋଇଥାଏ। ହେଲେ ଯେତେବେଳେ ଏମାନେ ହୃଦୟ ସହ ଯୋଡ଼ି ହୋଇଥାନ୍ତି ସେତେବେଳେ ନିଜ ସମ୍ପର୍କ ପ୍ରତି ସଚ୍ଚୋଟ ହୋଇଥାନ୍ତି। ପ୍ରାୟତଃ ଏମାନେ ପ୍ରେମ ବିବାହ କରିଥାନ୍ତି। ଏମାନେ ବିବାହ କରିବା ପରେ ସ୍ବାମୀଙ୍କ ପ୍ରତି ବହୁତ ସମର୍ପିତ ଥାନ୍ତି।

ଧନୁ ରାଶି: ଏହି ରାଶିରେ ଜନ୍ମିତ ଯୁବତୀ ନିଜ ଇଚ୍ଛାରେ ଜୀବନ ଜିଇଁବା ପସନ୍ଦ କରନ୍ତି। ନିଜ ଜୀବନର ଅଧିକାଂଶ ନିଷ୍ପତ୍ତି ଏମାନେ ନିଜେ ନେଇଥାନ୍ତି। ଏହି ରାଶିର ଯୁବତୀ ବହୁତ ବୁଦ୍ଧିମାନ ଏବଂ ଉତ୍ସାହୀ ହୋଇଥାନ୍ତି। ଏମାନେ ନିଜ ଭଳି ବ୍ୟକ୍ତିଙ୍କୁ ହିଁ ବିବାହ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିଟ ଓ୍ବେଭ ପାଇଁ ଡ୍ୟାମେଜ ହୋଇପାରେ ଲିଭର-କିଡ୍‌ନୀ

ନୂଆଦିଲ୍ଲୀ: ଆଜିକାଲି ଦିଲ୍ଲୀ-ନୋଏଡା ସମେତ ସମଗ୍ର ଦେଶରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି। ଉତ୍ତାପ ବୃଦ୍ଧି ଯୋଗୁଁ ଉତ୍ତରପ୍ରଦେଶରେ ମଧ୍ୟ ୨ଜଣଙ୍କର ମତ୍ୟୁ ହୋଇଛି। ସୂଚନାଯୋଗ୍ୟ,...

ଖରାଦିନେ ତ୍ୱଚାର ଯତ୍ନ ନେବେ କିପରି: ଏହି ଟିପ୍ସ ଆପଣାନ୍ତୁ

ପ୍ରବଳ ଖରା ତ୍ୱଚା ଲାଗି କ୍ଷତିକାରକ। ଗ୍ରୀଷ୍ମଋତୁରେ ଏହାକୁ କିପରି ମୁଲାୟମ ତଥା ଆକର୍ଷଣୀୟ ରଖିବେ ସେ ନେଇ କେତୋଟି ଟିପ୍ସ… ଖରା ଏବଂ ପ୍ରଦୂଷଣ...

ଗ୍ରୀଷ୍ମରେ କେମିତି ରହିବେ ଫିଟ୍‌: ଆପଣାନ୍ତୁ ଏହି ଫିଟ୍‌

”ଗ୍ରୀଷ୍ମଋତୁରେ ସବୁବେଳେ ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖୁଥିବା ଖାଦ୍ୟ ଖାଆନ୍ତୁ। ବିଶେଷଭାବରେ ସବୁଜ ପନିପରିବାରେ ପ୍ରସ୍ତୁତ ଖାଦ୍ୟ, ତଟକା ଫଳମୂଳ ଖାଆନ୍ତୁ। କାରଣ ଏଗୁଡ଼ିକରେ...

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri