ଭାଗ୍ୟଶାଳୀ ହୋଇଥାନ୍ତି ଏହି ୩ ରାଶିରେ ଜନ୍ମିତ ଯୁବତୀ; ବିବାହ ପରେ ଚମକିଥାଏ ସ୍ବାମୀଙ୍କ ଭାଗ୍ୟ..

ଜ୍ୟୋତିଷଶାସ୍ତ୍ରରେ ମୋଟ ୧୨ଟି ରାଶି ରହିଛି। ସବୁ ରାଶି ସ୍ବତନ୍ତ୍ର। ସମସ୍ତ ରାଶିର ସ୍ବାମୀ ଗ୍ରହ ଭିନ୍ନ। କୁହାଯାଏ ଏହି ଗ୍ରହମାନଙ୍କର ପ୍ରଭାବ ବ୍ୟକ୍ତିର ସ୍ବଭାବ ଉପରେ ପଡ଼ିଥାଏ। ଆଜିର ଆଲୋଚନାରେ ସେହିଭଳି କିଛି ରାଶିରେ ଜନ୍ମିତ ଯୁବତୀମାନଙ୍କ ବିଷୟରେ କଥା ହେବା, ଯେଉଁମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି। ଜାଣନ୍ତି ସେହି ୩ ରାଶି କ’ଣ…

ମେଷ ରାଶି: ଏହି ରାଶିର ଯୁବତୀମାନେ ବହୁତ ଭାଗ୍ୟବାନ। ମେଷ ରାଶିର ସ୍ବାମୀ ଗ୍ରହ ମଙ୍ଗଳ। ମଙ୍ଗଳ ପ୍ରଭାବରୁ ଏହି ରାଶିର ଯୁବତୀମାନେ ଭାରି ସାହସୀ ଏବଂ ସଚ୍ଚୋଟ ହୋଇଥାନ୍ତି। ଏମାନେ କିଛି କାମ କରିବାକୁ ନିଶ୍ଚିତ କଲେ ତାକୁ ପୂରଣ କରିଥାନ୍ତି। ଭୁଲ କଥା ଏମାନଙ୍କୁ ପସନ୍ଦ ନୁହେଁ। ଏଥିପାଇଁ ଏମାନେ ବେଶ ରାଗି ବି ହୋଇଥାନ୍ତି। ଏମାନେ ସ୍ବାମୀଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। କୁହାଯାଏ ଯେଉଁ ବ୍ୟକ୍ତିଙ୍କୁ ଏମାନେ ବିବାହ କରନ୍ତି, ସେମାନଙ୍କ ଭାଗ୍ୟ ଚମକିଥାଏ।

କର୍କଟ ରାଶି: ଏହି ରାଶିର ଯୁବତୀ ବହୁତ ଗୁଣବାନ ହୋଇଥାନ୍ତି। ଏମାନେ କାହାର ଦୁଃଖ ଦେଖିପାରନ୍ତି ନାହିଁ।ସ୍ବାମୀଙ୍କୁ ବହୁତ ଭଲ ପାଇଥାନ୍ତି। ବିବାହ ପରେ ଏମାନଙ୍କର ଭାଗ୍ୟ ଯୋଗୁ ସ୍ବାମୀମାନେ ବହୁତ ଉନ୍ନତି କରିଥାନ୍ତି। ଏମାନଙ୍କର ପିତା ଓ ସ୍ବାମୀ ଉଭୟଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି। ସଚ୍ଚୋଟତାର ସହ ଏମାନେ ସବୁ ସମ୍ପର୍କକୁ ନିର୍ବାହ କରିଥାନ୍ତି।

ସିଂହ ରାଶି: ଏହି ରାଶିର ସ୍ବାମୀ ଗ୍ରହ ସୂର୍ଯ୍ୟ। ସିଂହ ରାଶିରେ ଜନ୍ମିତ ଝିଅମାନେ ବହୁତ ରାଗି ସ୍ବଭାବର ହୋଇଥାନ୍ତି। ହେଲେ ଏମାନଙ୍କ ଚିନ୍ତାଧାରା ବହୁତ ମଜଭୂତ ଥାଏ। ଏମାନେ ନିଜ ପରିବାର ଉପରେ ଆସୁଥିବା ସବୁ କଷ୍ଟ ସହ ଏକୁଟିଆ ଲଢ଼ିଥାନ୍ତି। ଏମାନେ ଯାହାକୁ ବି ବିବାହ କରିଥାନ୍ତି ତାଙ୍କର ସୌଭାଗ୍ୟ ବୃଦ୍ଧି ହୋଇଥାଏ। ଏହି ରାଶିର ଯୁବତୀ ବହୁତ ପରିଶ୍ରମୀ ହୋଇଥାନ୍ତି। ନିଜ ଚେଷ୍ଟା ବଳରେ ଏମାନେ ନିଜର ଅଲଗା ପରିଚୟ ସୃଷ୍ଟି କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁମୁହଁରୁ ୧୬୪୩ ପିଲାଙ୍କୁ ଟାଣିଆଣିଲେ ଶିକ୍ଷକ; ନେପାଳ ବନ୍ୟାରେ ସାଜିଲେ ହିରୋ, ଚାରିଆଡେ ଚର୍ଚ୍ଚା

କାଠମାଣ୍ଡୁ,୩୦ା୮: ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ଅନେକ ଅଞ୍ଚଳ ଛାରଖାର ହୋଇଯାଇଛି। ହଠାତ୍ ନଦୀର ପାଣି ବସ୍ତି ଓ ରାସ୍ତାରେ ପଶିଯିବାରୁ ଚାରିଆଡ଼େ ଆତଙ୍କ…

ଜନ୍ମାଷ୍ଟମୀରେ ଦୁର୍ଲଭ ଗ୍ରହ ସଂଯୋଗ: ୪ଟି ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ଗ୍ରୋଥ୍‌ ସାଙ୍ଗକୁ ଅଚାନକ ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥର ଜନ୍ମାଷ୍ଟମୀ ପର୍ୱ ଅତ୍ୟନ୍ତ ଖାସ ବୋଲି ମାନାଯାଉଛି। ୪ ସେପ୍ଟେମ୍ୱର ୨୦୨୬ ଜନ୍ମାଷ୍ଟମୀ ଦିନ ଅନେକ ପ୍ରମୁଖ ଗ୍ରହ ଶୁଭ ସ୍ଥିତିରେ…

ଭଲିବଲ୍‌ରେ ଡିଏଭି ଚାମ୍ପିଅନ୍‌

ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନ: ଏପର୍ଯ୍ୟନ୍ତ ୩୬ଟି ଦେଶ ଦ୍ୱାରା ସମ୍ମାନିତ ହେଲେଣି…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ରାଷ୍ଟ୍ର ସମ୍ମାନ ‘ଓଲି ଦାରାଜଲି ଦୋ’ଷ୍ଟଲିକ’ (ସର୍ବୋଚ୍ଚ ଡିଗ୍ରୀର ବନ୍ଧୁତା କ୍ରମ) ପ୍ରଦାନ କରାଯାଇଥିଲା। ଉଜବେକିସ୍ତାନର ରାଷ୍ଟ୍ରପତି ଶାଭକତ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ଏମିତି ଜାଗାରେ ଅଟୋଗ୍ରାଫ ଦେଲେ ପୁଟିନ, ଯାହାକୁ ନେଇ ହେଉଛି ଖୁବ ଚର୍ଚ୍ଚା

ମସ୍କୋ,୩୦।୮: ଏକ କାରଖାନା ପରିଦର୍ଶନ ସମୟରେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଚାଇନା-ଡିଜାଇନ କାରରେ ଯାତ୍ରା କରିଥିଲେ ଏବଂ ନିଜେ ଏହାକୁ ଚଲାଇଥିଲେ। ରୁଷିଆ ନିର୍ମିତ,…

ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ଗିରଫ ହେଲେ SI ସ୍ୱାମୀ, ବର୍ଷେ ତଳେ ହୋଇଥିଲା ବିବାହ

ଭଦ୍ରକ,୩୦ା୮(ସନାତନ ରାଉତ): ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ପୋଲିସ ଏସଆଇ । ଭଦ୍ରକ ଟାଉନ ଥାନା ସବ ଇନ୍ସପେକ୍ଟର ଗଣନାଥ ସେଠୀ ଗିରଫ ହୋଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri