Posted inଫୁରସତ

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ପାଲଟନ୍ତି ପୁଅ

ପୁଅ କିମ୍ବା ଝିଅ ହେବା ପ୍ରକୃତିର ଏକ ଉପହାର ଅଟେ। ଏମିତିକି ଜନ୍ମ ପୂର୍ବରୁ ଅର୍ଥାତ୍‌ ମାତୃଗର୍ଭରୁ ଲିଙ୍ଗ ନିର୍ଣ୍ଣୟ ହୋଇଥାଏ। କିନ୍ତୁ ମଣିଷ ଏତେ ଅଗ୍ରଗତି କରିଛି ଯେ, ଅସ୍ତ୍ରୋପଚାର ମାଧ୍ୟମରେ ଲିଙ୍ଗ ପରିବର୍ତ୍ତନ କରିଥାନ୍ତି। ଯଦିଓ ଏହା କେବଳ ଅସ୍ତ୍ରୋପଚାର ମାଧ୍ୟମରେ ସମ୍ଭବ, କିନ୍ତୁ ଆପଣ ଜାଣନ୍ତି କି ପୃଥିବୀରେ ଏପରି ଏକ ଗାଁ ଅଛି ଯେଉଁଠାରେ ଝିଅମାନେ ବଡ଼ ହେବା ପରେ ମନକୁ ମନ ପୁଅ ହୋଇଯାଆନ୍ତି। ଯାହା ମଧ୍ୟ କୌଣସି ଅସ୍ତ୍ରୋପଚାର କରିବାକୁ ପଡ଼ି ନ ଥାଏ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।

ବଡ଼ ହେବା ପରେ ଏହି ଗାଁର ଝିଅମାନଙ୍କର ଲିଙ୍ଗ ସ୍ବୟଂଚାଳିତ ଭାବରେ ବଦଳିଯାଏ। ଏହା ପରେ ଏଠାକାର ଝିଅମାନେ ପୁଅ ପାଲଟିଯାଆନ୍ତି। ତେବେ ଜାଣନ୍ତୁ ଏପରି ଅଜବ ଗାଁ ସମ୍ପର୍କରେ…


ଏହି ଗାଁର ନାମ ହେଉଛି ଲା ସେଲିନାସ। ଯାହା ଡୋମିନିକାନ ରିପବ୍ଲିକ ଦେଶରେ ଅଛି। ଏହି ଗାଁର ଅନେକ ଝିଅ ୧୨ ବର୍ଷ ପରେ ପୁଅ ହୋଇଯାଇଛନ୍ତି। ଝିଅମାନଙ୍କ ସହିତ କାହିଁକି ଏପରି ଘଟେ, ତାହା ଆଜି ପର୍ଯ୍ୟନ୍ତ କୌଣସି ବୈଜ୍ଞାନିକ ଜାଣିବାରେ ସକ୍ଷମ ହୋଇନାହାନ୍ତି। ଝିଅମାନଙ୍କ ସହିତ ଘଟୁଥିବା ଏହି ପରିବର୍ତ୍ତନ ଯୋଗୁ ଲୋକମାନେ ଏହି ଗାଁକୁ ଏକ ଅଭିଶପ୍ତ ଗ୍ରାମ ବୋଲି କୁହନ୍ତି।

ଏହି ଗାଁର ଅନେକ ଲୋକ ବିଶ୍ୱାସ କରନ୍ତି, ଏହି ଗାଁରେ କିଛି ଅଦୃଶ୍ୟ ଶକ୍ତି ଅଛି। ଏହି ଗାଁରେ ଏହିପରି ପିଲାମାନଙ୍କୁ ‘ଗ୍ବେଦେଚ୍‌’କୁହାଯାଏ।

କେବଳ ଏତିକି ନୁହେଁ, ଯେତେବେଳେ ଗାଁର କାହା ଘରେ ଗୋଟିଏ ଝିଅ ଜନ୍ମ ହୁଏ, ସେତେବେଳେ ସେହି ପରିବାର ଲୋକ ଭୟଭୀତ ହୋଇପଡ଼ନ୍ତି। କାରଣ ବଡ଼ ହେବା ପରେ ତାଙ୍କ ଝିଅ ପୁଅ ହୋଇଯିବ। ଏହି ରୋଗ ହେତୁ ଗାଁରେ ଝିଅମାନଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟ ହ୍ରାସ ପାଉଛି।

ଏହି ଗାଁ ସମୁଦ୍ର କୂଳରେ ଅବସ୍ଥିତ। ଏହାର ଜନସଂଖ୍ୟା ପ୍ରାୟ ୬ ହଜାର। ଅଜବ ରହସ୍ୟ ହେତୁ ଏହି ଗ୍ରାମ ସମଗ୍ର ବିଶ୍ୱରେ ଅନୁସନ୍ଧାନକାରୀଙ୍କ ପାଇଁ ଅନୁସନ୍ଧାନର ବିଷୟ ହୋଇ ରହିଆସିଛି। ଅନ୍ୟପକ୍ଷରେ ଡାକ୍ତରମାନେ କହିଛନ୍ତି, ଏହି ରୋଗ ହେଉଛି ଜେନେଟିକ ଡିଜିଜ୍‌ ବା ବଂଶଗତ ରୋଗ। ଏହି ଗାଁରେ ୯୦ରୁ ଜଣେ ପିଲା ଏହି ରୋଗରେ ପୀଡ଼ିତ। ଏହି ରୋଗରେ ଆକ୍ରାନ୍ତ ସମସ୍ତ ଝିଅ ୧୨ ବର୍ଷ ପରେ ସେମାନଙ୍କର ଶରୀର ପୁରୁଷଙ୍କ ପରି ଅଙ୍ଗ ଗଠନ କରିବା ଆରମ୍ଭ କରେ। ସେହି ସମୟରେ, ତାଙ୍କ ସ୍ବର କର୍କଶ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri