ଜରାଜୀର୍ଣ୍ଣ ଅବସ୍ଥାରେ ବାଳିକା ଉଚ୍ଚ ବିଦ୍ୟାଳୟ

କଣାସ,୧୬।୨ (ସ୍ବ.ପ୍ର.) କଣାସ ବ୍ଲକ କଣାସ ପଞ୍ଚାୟତରେ ଥିବା ମହନ୍ତ ବନମାଳୀ ଦାସ ବାଳିକା ଉଚ୍ଚ ବିଦ୍ୟାଳୟର ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଏହି ବିଦ୍ୟାଳୟ ଫନୀ ସମୟରେ ବହୁ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଯାବତ ମରାମତି ହୋଇପାରି ନାହିଁ। ଅଧିକାଂଶ ଶ୍ରେଣୀଗୃହ ଭାଙ୍ଗିଯାଇଥିବାବେଳେ ବିଦ୍ୟାଳୟ ଫାଟକ ଓ ପାଚେରି ମଧ୍ୟ ଭଙ୍ଗା ଅବସ୍ଥାରେ ଅଛି। ଏ ନେଇ ଶିକ୍ଷକବୃନ୍ଦ, ଗ୍ରାମବାସୀ, ସ୍ବେଚ୍ଛାସେବୀ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କାର୍ଯ୍ୟ କେବଳ କଥାରେ ସୀମିତ ରହିଯାଉଛି। ଫଳରେ ଏହି ବିଦ୍ୟାଳୟରେ ଛାତ୍ରୀଛାତ୍ର ପାଠପଢ଼ାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୂଚନାଯୋଗ୍ୟ, ନାରୀ ଶିକ୍ଷାର ପ୍ରସାର ପାଇଁ ୧୯୮୮ ମସିହାରେ ବ୍ଲକରେ ଏକମାତ୍ର ଏହି ମହିଳା ବିଦ୍ୟାଳୟ ଖୋଲାଯାଇଥିଲା। କେତେକ ଶିକ୍ଷା ପ୍ରେମୀ ଓ କଣାସ ବଡମଠ ମହନ୍ତ ମହାରାଜଙ୍କ ଉଦ୍ୟମରେ ବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା। ଏହି ବିଦ୍ୟାଳୟ ପୁରୀ ଜିଲାରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଆସିଥିବାବେଳେ ଗତବର୍ଷ ମାଟ୍ରିକ ପରୀକ୍ଷାରେ ଛାତ୍ରୀମାନେ ବ୍ଲକ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏ ସବୁ ସତ୍ତ୍ୱେ ଏହି ବିଦ୍ୟାଳୟ ପ୍ରତି ସରକାର ପ୍ରୋତ୍ସାହନର ଘୋର ଅଭାବ ପରିଲଖିତ ହୋଇଛି। ଫନୀ ବାତ୍ୟାରେ ବିଦ୍ୟାଳୟର ୪ଟି ଶ୍ରେଣୀଗୃହ ସହ ଅନ୍ୟାନ୍ୟ ଗୃହ ଭାଙ୍ଗି ଧ୍ୱଂସ ହୋଇଥିଲେ ମଧ୍ୟ ସରକାରୀ ସହାୟତା ପୂର୍ଣ୍ଣ ନିର୍ମାଣ ପାଇଁ ହୋଇନାହିଁ। ଗୃହ ଅଭାବ ଯୋଗୁ ଶିକ୍ଷୟିତ୍ରୀ ଶିକ୍ଷକ ଓ ଛାତ୍ରୀଛାତ୍ରମାନେ ଶିକ୍ଷାଦାନ, ଅନ୍ୟାନ କାର୍ଯ୍ୟରେ ବହୁ ଅସୁବିଧା ଭୋଗୁଛନ୍ତି। ଏବେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଯାଇଥିବାବେଳେ ଏହାର ମରାମତି ନିତ୍ୟାନ୍ତ ଆବଶ୍ୟକ ହୋଇଛି। ତେଣୁ ଏଥିପ୍ରତି ବିଭାଗୀୟ ସ୍ତରରେ ଦୃଷ୍ଟି ଦେଇ ତୁରନ୍ତ ଏହାର ସମାଧାନ କରିବାକୁ ବ୍ଲକ ବରିଷ୍ଠ ନାଗରିକ ମଞ୍ଚର ସଭାପତି, ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଶିକ୍ଷକ ବିଭୂତି ଭୂଷଣ ପଟ୍ଟନାୟକଙ୍କ ସମେତ ଅନ୍ୟ ସ୍ବେଚ୍ଛାସେବୀ ସଙ୍ଗଠନ ଓ ଶିକ୍ଷକବୃନ୍ଦ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଝିଅ ପାଇଁ ଘରଡିହ ବିକିଲେ ପୂର୍ବତନ ବିଧାୟକ

ଆଳି,୧୯ା୪(ବନମାଳୀ ସେନାପତି):କେନ୍ଦ୍ରାପଡ଼ା ଲୋକ ସଭା ଆସନ ମଧ୍ୟରେ ଆଳି ବିଧାନସଭା ଆସନଟି ପ୍ରତ୍ୟେକ ନିର୍ବାଚନ ସମୟରେ ଚର୍ଚ୍ଚା ମଧ୍ୟରେ ରହିଥାଏ। ଚଳିତ ନିର୍ବାଚନରେ ମଧ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri