ଏହି ୪ ରାଶିର ପୁରୁଷଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୋଇଥାନ୍ତି ମହିଳା; କରିପାରନ୍ତି ନାହିଁ ନା  

ଜ୍ୟୋତିଷ ଶାସ୍ତ୍ରରେ ରାଶିର ମହତ୍ତ୍ୱ ଅଧିକ। ଏହା ଆଧାରରେ କୌଣସି ବ୍ୟକ୍ତିର ସ୍ବଭାବ, ଗୁଣ-ଦୋଷ ଏବଂ ତା’ର ଜୀବନରେ ହେବାକୁ ଥିବା ଘଟଣା ବିଷୟରେ ଜଣାପଡ଼ିଥାଏ। ଆଜି ଆମେ ଏଭଳି ୪ ରାଶି ବିଷୟରେ କହିବୁ, ଯେଉଁଥିରେ ଜନ୍ମିତ ଯୁବକମାନଙ୍କ ପ୍ରତି ଯୁବତୀମାନେ ଶୀଘ୍ର ଆକର୍ଷିତ ହୋଇଯାଆନ୍ତି।
ମିଥୁନ: ଏହି ରାଶିର ପୁରୁଷ ବେଶ୍‌ ରୋମାଣ୍ଟିକ ହୋଇଥାନ୍ତି। କାହାକୁ ଆକର୍ଷିତ କରିବାକୁ ଏମାନଙ୍କୁ ବେଶି ପରିଶ୍ରମ କରିବାକୁ ପଡେନାହିଁ। ଏମାନଙ୍କ ବ୍ୟକ୍ତିତ୍ୱ ଦେଖି ସ୍ବତଃପ୍ରବୃତ୍ତ ଭାବେ ଯୁବତୀମାନେ ପ୍ରେମରେ ପଡ଼ିଥାନ୍ତି। କାହାକୁ କେଉଁଭଳି ବ୍ୟବହାର କରାଯାଏ, ଏହି ରାଶିର ଯୁବକ ବେଶ ଭଲ ଭାବେ ଜାଣନ୍ତି। ଝିଅମାନଙ୍କ ସହ କିଭଳି କଥା ହେବା ଉଚିତ ତାହା ଏହି ରାଶିର ଯୁବକମାନେ ବେଶ ଭଲ ଭାବେ ଜାଣନ୍ତି।
ତୁଳା: ଏହି ରାଶିର ଲୋକଙ୍କ ସ୍ବଭାବ ସମସ୍ତଙ୍କଠାରୁ ଅଲଗା। ଏମାନଙ୍କ ପାଇଁ ଭଲପାଇବା ସବୁକିଛି ହୋଇଥାଏ। ଏମାନେ ନିଜ ସାଥୀଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି। ଏହି ରାଶିର ଯୁବକଙ୍କ ସହ ଯୁବତୀମାନେ କିଛି ସମୟ ବିତାଇଦେଲେ, ତାଙ୍କ ପ୍ରେମରେ ପଡ଼ିଯାଇଥାନ୍ତି।
ସିଂହ: ଏହି ରାଶିର ଜାତକଧାରୀ ନିଜର ସମ୍ପର୍କକୁ ନେଇ ବହୁତ ସଚ୍ଚୋଟ ହୋଇଥାନ୍ତି। ଏମାନେ ସମ୍ପର୍କକୁ ନେଇ ବେଶ ଭଲ ହୋଇଥାନ୍ତି। ଯୁବତୀମାନେ ଏମାନଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୋଇଯାଇଥାନ୍ତି। ଏହି ରାଶିର ଯୁବକ ବହୁତ ସମ୍ବେଦନଶୀଳ ହୋଇଥାନ୍ତି। ଏମାନେ ନିଜର ସାଥୀଙ୍କୁ ବହୁତ ଭଲ ପାଇଥାନ୍ତି।
ମକର: ଏହି ରାଶିର ପୁରୁଷ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି। ଏହି କାରଣରୁ ମହିଳାମାନେ ଏମାନଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୋଇଥାନ୍ତି। ଏମାନଙ୍କ କଥା କହିବା ଶୈଳୀ, ଷ୍ଟାଇଲ୍‌ ମହିଳାମାନଙ୍କୁ ବହୁତ ପସନ୍ଦ ହୋଇଥାଏ। ଏହି ରାଶିର ଯୁବକ ସବୁଠାରୁ ଅଧିକ ଆକ୍ଟିଭ୍‌ ଏବଂ ସ୍ମାର୍ଟ ହୋଇଥାନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ଆଉ ମିଳୁନି ପେଟ୍ରୋଲ, ଡିଲର ସଂଘ କହିଲେ ଆମ ପାଖରେ ଆଉ…

ଭୁବନେଶ୍ୱର, ୧୪।୫: ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ସଙ୍କଟ ଏବେ ଚରମ ସୀମାରେ ପହଞ୍ଚିଛି। ସହରର ଅଧିକାଂଶ ପେଟ୍ରୋଲ ପମ୍ପରେ ତେଲ ସରିଯାଇଥିବାରୁ ‘ନୋ ଷ୍ଟକ୍’…

ବାରଣ୍ଡାରେ ଶୋଇଥିବା ବେଳେ କାମୁଡିଦେଲା ସାପ, ଚାଲିଗଲା ବୃଦ୍ଧଙ୍କ ଜୀବନ

ଗଜପତି,୧୪ା୫(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ କୁଜାସିଂ ପଞ୍ଚାୟତର ଲଣ୍ଡାହାତୀ ଗ୍ରାମରେ ସାପ କାମୁଡ଼ାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ…

ଏହି ତାରିଖ ସୁଦ୍ଧା ଆଣ୍ଡାମାନ-ନିକୋବର ଛୁଇଁବ ମୌସୁମୀ

ଭୁବନେଶ୍ୱର,୧୪ା୫(ସୌମ୍ୟରଞ୍ଜନ ରାଉତ):ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ସକ୍ରିୟ ଲଘୁଚାପ କ୍ଷେତ୍ର ବୁଧବାର ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। କିନ୍ତୁ ଏହା ଅବପାତର ରୂପ ନେବା ସମ୍ଭାବନା କମ୍‌…

ବିଦ୍ୟୁତ ଆଘାତରେ ବ୍ୟକ୍ତି ଗୁରୁତର, ବିଦେଇପୁର ବିଦ୍ୟୁତ କାର୍ଯ୍ୟାଳୟ ଆଗରେ ଗ୍ରାମବାସୀଙ୍କ ଧାରଣା

ବାସୁଦେବପୁର,୧୪।୫(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବିଦେଇପୁର ୩୩ କେଭି ଷ୍ଟ୍ରକ୍ଚର ଠାରେ ବିଦ୍ୟୁତ ଆଘାତରେ ସହଦେଵ ତରେଇ ଆହତ ହୋଇଥିଲେ । ତାଙ୍କୁ କ୍ଷତିପୂରଣ ଦେବା…

ଜିତୁ ମୁଣ୍ଡାଙ୍କ କାହାଣୀକୁ ନେଇ ହେବ ଚଳଚ୍ଚିତ୍ର, ଚୁକ୍ତିକଲେ ନିର୍ଦ୍ଦେଶକ ଅଶୋକ ପତି

ପାଟଣା,୧୪।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଡିଆନାଳି ଗ୍ରାମ ଚତୁରୀ ସାହିର ଜିତୁ ମୁଣ୍ଡା ମୃତ ଭଉଣୀ କାଲାରାଙ୍କ ନାମରେ ଥିବା ଟଙ୍କା ଉଠାଇବା…

ଏତିକି ଟଙ୍କାର ଡ୍ରେସ୍‌ ପିନ୍ଧି ରେଡ କାର୍ପେଟରେ ଚାଲି ଚର୍ଚ୍ଚାରେ ଉର୍ବଶୀ

ଅଭିନେତ୍ରୀ ଉର୍ବଶୀ ରାଉତେଲା ନିକଟରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ରେଡ କାର୍ପେଟରେ ଚାଲି ଖୁବ୍‌ ପ୍ରଶଂସା ସାଉଁଟିଛନ୍ତି। ସେ ତାଙ୍କର ଲୁକ ଏବଂ ପୋଷାକ ସହିତ ପ୍ରଶଂସକମାନଙ୍କୁ…

ବାଲିଅନ୍ତା ମର୍ଡର କେସ୍‌: ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ

ବାଲିଅନ୍ତା,୧୪ା୫: ବାଲିଅନ୍ତା ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତ ଚିନୁ ଓରଫ ରଞ୍ଜିତ ପାତ୍ର ଗିରଫ ହୋଇଛନ୍ତି। କଟକସଦର ଥାନା ଗଙ୍ଗେଶ୍ବରପଡ଼ାର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛନ୍ତି। ହାତଗୋଡ଼…

ପ୍ରବଳ ଝଡ଼ରେ ଟିଣ ସହ ଆକାଶକୁ ଉଡ଼ିଗଲେ ଯୁବକ, ସୁପରମ୍ୟାନଙ୍କ ଭିଡିଓ ଭାଇରାଲ ପରେ…

ଲକ୍ଷ୍ନୌ,୧୪ା୫: ଉତ୍ତରପ୍ରଦେଶର ବରେଲିରେ ଏକ ଭୟଙ୍କର ଝଡ଼ ଲୋକଙ୍କ ନିଃଶ୍ୱାସ ହରାଇ ଦେଇଛି। ପ୍ରବଳ ଝଡ଼ବର୍ଷା ମଧ୍ୟରେ ଜଣେ ଯୁବକ ଟିଣ ସେଡ ସହିତ ଆକାଶରେ ଉଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri