Posted inଖେଳ

ପୁରୁଷ ବନ୍ଧୁଙ୍କ କାନ୍ଧରେ ମୁଣ୍ଡ ରଖି ମ୍ୟାଚ ଦେଖୁଥିଲେ ପ୍ରେମିକା, କ୍ୟାମେରା ଫୋକସ କରିବାରୁ…, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୩୦।୩: ଅନେକ ଥର କ୍ରିକେଟ ମ୍ୟାଚ ସମୟରେ କ୍ୟାମେରାମ୍ୟାନ ମଧ୍ୟ ଦର୍ଶକଙ୍କ ଉପରେ ଫୋକସ କରି ଦିଅନ୍ତ। ଦର୍ଶକେ ପରଦାରେ ନିଜକୁ ଦେଖି ବହୁତ ଖୁସ ହୋଇଯାନ୍ତି । କିନ୍ତୁ ବେଳେବେଳେ ଦର୍ଶକଙ୍କ ଅବସ୍ଥା ଏପରି ହୋଇଯାଏ ଯେ ସେମାନେ କ୍ୟାମେରାରୁ ନିଜ ମୁହଁକୁ ଲୁଚାଉ ଥିବାର ଦେଖାଯାଏ । ଆଜିକାଲି ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ କ୍ୟାମେରାମ୍ୟାନ ଷ୍ଟାଡିୟମରେ ବସିଥିବା ଦମ୍ପତିଙ୍କ ଉପରେ ଧ୍ୟାନ ଦେଇଥିଲେ। ଏହା ପରେ ଦମ୍ପତି ଯାହା କରିଥିଲେ ତାହା ଅତ୍ୟନ୍ତ ମଜାଦାର ଥିଲା। ଦର୍ଶକେ ଏହି ଭିଡିଓକୁ ଦେଖଇ ହସି ହସି ବେଦମ ହେଉଛନ୍ତି। ଏଥି ସହିତ, ଅନେକ ସୋସିଆଲ ମିଡିଆ ୟୁଜର୍ସ ମଧ୍ୟ ଏହି ପୋଷ୍ଟରେ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ମ୍ୟାଚ ସମୟରେ ଏକ ଦମ୍ପତି ଖୁବ ଆନନ୍ଦରେ ବସିଥିଲେ, ପ୍ରେମିକା ଜଣକ ପ୍ରେମିକଙ୍କ କାନ୍ଧରେ ମୁଣ୍ଡ ରଖି ମ୍ୟାଚର ମଜା ନେଉଥିଲେ। ଠିକ ଏହି ସମୟରେ କ୍ୟାମେରାମ୍ୟାନ ସେମାନଙ୍କ ଉପରେ ଧ୍ୟାନ ଦେଇ ସେମାନଙ୍କୁ ଫୋକସ କରିଥିଲେ, ଆଉ ଏମାନଙ୍କ ଭିଡିଓ ଷ୍ଟାଡିୟମ ମନିଟରରେ ଦୃଶ୍ୟମାନ ହୋଇଥିଲା। ଏହା ଦେଖିବା ପରେ ଝିଅଟି ଭୟଭୀତ ହୋଇଯାଇଥିଲେ। ହଠାତ୍‌ କିଛି ନ ବୁଝିପାରି ସେ ପ୍ରେମିକଙ୍କୁ ମନିଟର ଦେଖିବାକୁ କହିଥିଲେ ଓ ତାଙ୍କୁ ଅସ୍ତବ୍ୟସ୍ତ କରିପକାଇଥିଲେ। ପ୍ରେମିକ ଜଣକ କିଛି ବୁଝି ନ ପାରି ଖୁସି ହୋଇ ଆସୁଥିବା ବେଳେ କିଛି ଭୁଲ କରିଛନ୍ତି ଭାବି ମୁହଁକୁ ଲୁଚାଇ ଦେଇଥିଲେ। ଏହାପରେ ଝିଅଟି ବି ବ୍ୟସ୍ତ ବିବ୍ରତ ହୋଇ ମୁହଁ ଲୁଚାଇବା ସହ ସେମାନଙ୍କ ଉପରୁ କ୍ୟାମେରା ହଟାଇ ଦେବାକୁ ଇସାରା କରିଥିଲେ। ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ @ ଶୈଳେଶ ହୁଡା ନାମକ ଜଣେ ଉପଭୋକ୍ତା ଶେୟାର କରିଛନ୍ତି। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୬ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି। ଏଥି ସହିତ, ଅନେକ ୟୁଜର୍ସ ମଧ୍ୟ ଏହା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri