ଐତିହ୍ୟ ପରମ୍ପରାକୁ ଉଜ୍ଜୀବିତ କରୁଛି ଗିରି ଗୋବର୍ଦ୍ଧନ ପୂଜା

କେନ୍ଦୁଝର,୨୩।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଉତ୍କଳୀୟ ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ଉଜ୍ଜୀବିତ କରିବା ପାଇଁ ସଦର ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଜିତେନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ ରାଇକଳା ପରମାନନ୍ଦ ଭାଗବତ ଟୁଙ୍ଗିରେ ଗିରି ଗୋବର୍ଦ୍ଧନ ପୂଜା ମହୋତ୍ସବ ଅନୁଷ୍ଠିତ ହୋଇଥିଲା। କେନ୍ଦୁଝର ଜିଲା ଭାଗବତ ପ୍ରଚାର ପ୍ରସାର ସମିତି ତଥା କେନ୍ଦୁଝର ଜିଲା ଯାଦବ ମହାସଭାର ଆହାନ କ୍ରମେ କାର୍ଯ୍ୟକ୍ରମ ହୋଇଥିଲା।

ପ୍ରଥମେ ଭାଗବତ ଦଶମ ସ୍କନ୍ଧ ୨୬ ଅଧ୍ୟାୟ ପାରାୟଣ ପୂର୍ବକ ନନ୍ଦରାଜାଙ୍କ ଦରବାରରେ ଏକ ସଭା ହୋଇଥିଲା। ବାଳ ଗୋପାଳଙ୍କ ପରାମର୍ଶ କ୍ରମେ ଗିରି ଗୋବର୍ଦ୍ଧନ ପୂଜା କରିବା ପାଇଁ ବୟୋବୃଦ୍ଧ ନିଷ୍ପତ୍ତି ନେଇଥିଲେ।

ଏନେଇ କେନ୍ଦୁଝର ଜିଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ତଥା ଜିଲା ଯାଦବ ମହାସଭା ଉପଦେଷ୍ଟା ଆଚାର୍ଯ୍ୟ ଦାଶରଥି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଗିରି ଗୋବର୍ଦ୍ଧନ ପୂଜା ନିମନ୍ତେ ଗ୍ରାମର ଆବାଳ ବୃଦ୍ଧ ବନିତା, ବିଭିନ୍ନ ବ୍ଲକରୁ ଆସିଥିବା ଯାଦବ ନେତୃବୃନ୍ଦ, ଭାଗବତ ଭକ୍ତ ତଥା ସଂକୀର୍ତ୍ତନ ମଣ୍ଡଳୀର ସମାବେଶ ଏକ ବିରାଟ ପଟୁଆର ରାଇକଳା ଗ୍ରାମର ପାହାଡ ଅଭିମୁଖେ ବାହାରିଥିଲା।

ପରେ ଯଥାବିଧି ଗିରି ଗୋବର୍ଦ୍ଧନ ପୂଜା କରାଯାଇଥିଲା। ଏଥିରେ କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସମ୍ପାଦକ ପ୍ରାଧ୍ୟାପକ ଜଗନ୍ନାଥ ଜେନା, ଉପସଭାପତି ଯଦୁମଣି ମହାନ୍ତ, ସଦର ବ୍ଲକ ସଭାପତି ପ୍ରସନ୍ନ କୁମାର ଦାସ, ଘଷିପୁରା ବ୍ଲକ ଭାଗବତ ଗାୟକ କାମପାଳ ଓଝା, ହରିଚନ୍ଦନପୁର ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତି ସଂକୀର୍ତ୍ତନ ମଣ୍ଡଳୀ, ସରାସ ଭାଗବତ ଟୁଙ୍ଗି ଉପଦେଷ୍ଟା ଆକୁଳୀ ଚକ୍ର, ଯୋଡା ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ତଥା ଜିଲା ଯାଦବ ମହାସଭା ସଂସ୍କୃତି ବିଭାଗ ଜିଲ୍ଲା ସଂଯୋଜକ ଦଶରଥ ବାରିକ, ଉପସଭାପତି ପ୍ରଫୁଲ୍ଲ କୁମାର ପ୍ରଧାନ, ସହକାରୀ ସମ୍ପାଦକ ଅକ୍ଷୟ କୁମାର ଦାସ, ସଂସ୍କୃତି ବିଭାଗ ଉପସଭାପତି ମାର୍କଣ୍ଡ ଗିରି ପ୍ରମୁଖ ଯୋଗ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ବେଙ୍ଗାଲୁରୁରେ କେନ୍ଦୁଝର ଯୁବକଙ୍କ ଅକାଳ ମୃତ୍ୟୁ: MP ଅନନ୍ତ ନାୟକଙ୍କ ହସ୍ତକ୍ଷେପ ପରେ ଗାଁକୁ ଫେରିଲା ପାର୍ଥିବ ଶରୀର

ପାଟଣା,୧୯।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ବେଗନା ଗ୍ରାମର ସଞ୍ଜୀବ ସେଠୀଙ୍କ ୩୪ ବର୍ଷୀୟ ପୁଅ ଦୀପେଶ ସେଠୀଙ୍କ ବେଙ୍ଗାଲୁରୁରେ ଅକାଳ ମୃତ୍ୟୁ ଘଟିଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?