କାର୍ଯ୍ୟକ୍ଷମ ହେବ ଘୁଡ଼ିଆନାଳି ଜଳସେଚନ ପ୍ରକଳ୍ପ

ଛେଣ୍ଡିପଦା,୧୦ା୧(ସ୍ବ.ପ୍ର.): ଦୀର୍ଘ ୩୦ବର୍ଷ ହେବ ଅଚଳ ହୋଇପଡିଥିବା ଛେଣ୍ଡିପଦା ବ୍ଲକ ବାହାଳସାହି ପଞ୍ଚାୟତର ଘଡିଆନାଳି ଜଳସେଚନ ପ୍ରକଳ୍ପ ଶୀଘ୍ର କାର୍ଯ୍ୟକ୍ଷମ ହେବ। ରବିବାର ଏହି ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ ଚାଷୀମାନଙ୍କ ମନରେ ଆନନ୍ଦ ଦେଖାଦେଇଛି। ମୁଖ୍ୟ ଅତିଥି ଭାବେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଯୋଗଦେଇ ଆନୁଷ୍ଠାନିକ ଭାବେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହି କାର୍ଯ୍ୟକ୍ରମରେ ବାହାଳସାହି ଗ୍ରାମର ବହୁ ଚାଷୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ।
ଚାଷୀମାନଙ୍କ କହିବା ଅନୁଯାୟୀ, ପ୍ରାୟ ୧୦୦ ବର୍ଷ ତଳେ ଅଞ୍ଚଳବାସୀଙ୍କ ତତ୍ତ୍ୱାବଧାନରେ ଘୁଡିଆନାଳି ଠାରେ ମାଟିରେ ବିରାଟ ବନ୍ଧ ପକାଯାଇ ଚାଷ ଜମିକୁ ଜଳସେଚନ ଆରମ୍ଭ କରାଯାଇଥିଲା। ଉକ୍ତ ମାଟି ବନ୍ଧକୁ ଅବିଭକ୍ତ ଛେଣ୍ଡିପଦା ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ଯୋଗୀ ଦେହୁରୀ ସିମେଣ୍ଟ ଦ୍ୱାରା ପୁନଃ ନିର୍ମାଣ କରିବା ପରେ ଏହାଦ୍ୱାରା ଚାଷୀ ଉପକୃତ ହୋଇଥିଲେ। ଏହି ପ୍ରକଳ୍ପରୁ ଦୀର୍ଘ ୧୨ କି.ମି.ରୁ ଊର୍ଦ୍ଧ୍ୱ କେନାଲ ନିର୍ମାଣ କରାଯାଇଥିବାରୁ ପ୍ରାୟ ୭୦୦ରୁ ଅଧିକ ହେକ୍ଟର ଚାଷ ଜମି ଜଳସେଚିତ ହେଉଥିଲା। ଏହି ପ୍ରକଳ୍ପରୁ ବାହାରିଥିବା କେନାଲ ଛେଣ୍ଡିପଦା, ବାହାଳସାହି, ଗୋଳାଗାଡିଆ, ଗୋହିରାପଶି, ମାଝି ସାହି, ଡାହିବର, ବଡବେରେଣା ଆଦି ଗ୍ରାମକୁ ଲମ୍ବିଛି। କିନ୍ତୁ ପ୍ରାୟ ୩୦ ବର୍ଷ ହେବ ଏହି ଜଳସେଚନ ପ୍ରକଳ୍ପ ବର୍ଷା ଜଳରେ କ୍ଷତିଗ୍ରସ୍ତ ହେବା ଫଳରେ ଏହା ଉପରେ ନିର୍ଭର କରୁଥିବା ଜମିରେ ଚାଷ କାର୍ଯ୍ୟ ଠପ୍‌ ହୋଇଯାଇଛି। କେନାଲ ଗୁଡିକରେ ଜଳ ପ୍ରବାହିତ ବନ୍ଦ ହୋଇଯିବାରୁ କେଉଁଠି କେନାଲ ପୋତି ହୋଇଗଲାଣିତ ଆଉ କେଉଁଠି ସତ୍ତା ହରାଇ ବସିଛି। ଏହାର ମରାମତି ନିମନ୍ତେ ଅଞ୍ଚଳବାସୀ ଦୀର୍ଘଦିନ ହେବ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଥିଲେ ମଧ୍ୟ କୌଣସି ଦୃଷ୍ଟି ଦିଆଯାଉ ନ ଥିବାରୁ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଏ ନେଇ ଗତ ଜୁନ ମାସରେ ‘ପୁନରୁଦ୍ଧାର ହେଲେ ଚାଷଜମିକୁ ମାଡନ୍ତା ପାଣି’ ଶୀର୍ଷକ ସ୍ବତନ୍ତ୍ର ଖବର ‘ଧରିତ୍ରୀ’ରେ ପ୍ରକାଶ ପାଇବା ପରେ ଏହା ପ୍ରଶାସନ ଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଗ୍ରାମବାସୀ ମଧ୍ୟ ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ଦ୍ୱାରସ୍ଥ ହୋଇଥିଲେ। ବିଧାୟକ ଜିଲାପାଳଙ୍କୁ ନେଇ ଉକ୍ତ ସ୍ଥାନ ପରିଦର୍ଶନ କରିବା ସହିତ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ପାଇଁ ଅନୁରୋଧ କରିଥିଲେ। ଏବେ ପ୍ରକଳ୍ପ ପୁନରୁଦ୍ଧାରର ଶିଳାନ୍ୟାସ ହୋଇଥିବାରୁ ଚାଷୀମାନେ ଖୁସି ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପହିଲି ରଜରେ କମିଲା ତେଲ ଦର! ଭୁବନେଶ୍ୱର ଏତିକି ଅଛି ପ୍ରାଇସ….

ଭୁବନେଶ୍ୱର୧୪।୬: ପାକିସ୍ତାନଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ, ବିଶ୍ୱର ସମସ୍ତ ଦେଶରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି, କିନ୍ତୁ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ…

୧୮ଯାଏ ଝଡବର୍ଷା; ଏସବୁ ଜିଲାକୁ ଆଲର୍ଟ

ଭୁବନେଶ୍ୱର,୧୪।୬(ବନ୍ଦନା ସେଠୀ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଓଡ଼ିଶାରେ ପ୍ରବେଶ କରିବା ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ମୌସୁମୀ ବାୟୁ ପାରାଦୀପ ଓ ବାରିପଦା…

ନିଆଁ ସହ ଚାଲିଛି ଖେଳ

ଭୁବନେଶ୍ୱର,୧୪।୬(ରବିନାରାୟଣ ଜେନା): କଥାରେ ଅଛି ନିଆଁ ସହ ଖେଳନାହିଁ, ହେଲେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଏବେ ନିଆଁ ସହିତ ଖେଳୁଛନ୍ତି। ଏଥିଯୋଗୁ କେତେବେଳେ…

ଜେଲ ଗଲେ ସରପଞ୍ଚ ଚାମେଲି ଓଝା

କେନ୍ଦ୍ରାପଡ଼ା/ମହାକାଳପଡା, ୧୪ା୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): ଗତ ୧୦ ତାରିଖଠାରୁ ଗଣମାଧ୍ୟମ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ତିଖିରୀ ପଞ୍ଚାୟତ ସରପଞ୍ଚ ଚାମେଲି…

ନୂଆ ଭାରତରେ ନୂଆ ଆଇନ

ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ…

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri