Posted inଫୁରସତ

ଭୂତ ବାହାଘର

ପ୍ରତି ଦେଶ, ଧର୍ମ, ସମୁଦାୟର ନିଜ ନିଜର ପ୍ରଥା, ପରମ୍ପରା ଓ ଲୋକ ମାନ୍ୟତା ଥାଏ। ଆଉ ତାକୁ ସମସ୍ତେ ବେଶ୍‌ ଆଗ୍ରହ ଓ ଉତ୍ସାହର ସହ ପାଳନ କରନ୍ତି। ତେବେ ଏଇ ପ୍ରଥା ପରମ୍ପରା ମଧ୍ୟରୁ କିଛିଟା ଥାଏ ବେଶ୍‌ ଆଶ୍ଚର୍ଯ୍ୟଜନକ; ଯାହାକୁ ଦେଖି ଅନ୍ୟମାନେ ବେଶ୍‌ ଚକିତ ହୁଅନ୍ତି। ସେମିତି ଏକ ପ୍ରଥା ଚାଇନାରେ ପ୍ରଚଳିତ ଅଛି, ଯାହାକୁ ଘୋଷ୍ଟ ଓ୍ବେଡିଂ ବୋଲି କୁହାଯାଏ। ଏହା ୩୦୦୦ ବର୍ଷ ପୁରୁଣା ପରମ୍ପରା। ଖାସ୍‌କରି ଶ୍ୟାଙ୍ଗଜି ପ୍ରାନ୍ତରେ ପାଳିତ ହେଉଥିବା ଏହି ପରମ୍ପରାରେ ଦୁଇଜଣଙ୍କର ବିବାହ କରାଯାଏ, ଯେଉଁମାନେ କି ବିବାହ କରିବା ପୂର୍ବରୁ ମୃତ୍ୟୁବରଣ କରିଥାନ୍ତି। ଏଭଳି ବିବାହ କରାଇବା ପଛର କାରଣ ହେଉଛି ଯେଉଁ ବିବାହର ସୁଖ ସେମାନଙ୍କୁ ଜୀବିତ ଥିବା ସମୟରେ ମିଳି ନ ଥିଲା ତାହା ମରିବା ପରେ ମିଳୁ; ଯଦ୍ଦ୍ବାରା ମୃତ୍ୟୁପରେ ସେମାନଙ୍କ ଜୀବନ ସୁଖମୟ ହେଉ। ଏହି ବିବାହ ବେଳେ ପୁରୁଷର କବର ଭିତରେ ନାରୀର ଅସ୍ଥିକୁ ରଖି ଦିଆଯାଏ। ଯଦ୍ଦ୍ବରା କି ସେମାନେ ସାଙ୍ଗ ହୋଇ ରହିପାରିବେ। ଏଇ ବିବାହ ବେଶ୍‌ ଧୁମ୍‌ଧାମ୍‌ରେ କରାଯାଏ। କନିଆକୁ ଗହଣା ବି ଦିଆଯାଏ। ତେବେ ଏବେ କିଛି ଅସାମାଜିକ ବ୍ୟକ୍ତିଙ୍କ ପାଇଁ ଏହି ପ୍ରଥା କଳୁଷିତ ହେବାକୁ ଲାଗିଲାଣି। ବିବାହ ପୂର୍ବରୁ ମୃତ୍ୟୁବରଣ କରିଥିବା ପୁରୁଷ ପାଇଁ କୌଣସି ନାରୀର ମୃତ ଶରୀର ନ ମିଳିଲେ ପୁରୁଣା କବର ଖୋଳି ଶବ ଚୋରି କରାଯାଉଛି। ଏମିତି କି ଯୁବତୀଙ୍କ ମୃତ ଶରୀର ଓ ହାଡ ବଜାରରେ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ମଧ୍ୟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri