ପାଖେଇ ଆସୁଛି ଘୋଷଯାତ୍ରା: ଆଗେଇ ଚାଲିଛି ରଥ ନିର୍ମାଣ

ପୁରୀ,୧୩ା୬: ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ଗୁରୁବାର ତିନିରଥରେ ଚଉଦ ନାହାକା ବୁଲିବା ସହ ଚାରିନାହାକାରେ ପ୍ରଥମ ଭୂଇଁ ବା ମୂଳଭୂଇଁ ଉଠିବା ଶେଷ ହୋଇଛି। ତିନି ରଥରେ ଚଉଦ ନାହାକା ଖମ୍ବିିଗୁଡ଼ିକୁ ପ୍ରତି ରଥର ଚାରି ନାହାକାଠାରୁ ଅଢ଼େଇ ଫୁଟ ବ୍ୟବଧାନରେ ଚାରି ନାହାକା ଚାରି ପାଶର୍‌ବରେ ବୁଲିବା ସହ ପ୍ରଥମ ଭୂଇଁ ଛ’ କାଠିରେ ପାଖୁଡ଼ା ସଂଯୋଗ ହୋଇ ପ୍ରଥମ ଭୂଇଁ ବା ମୂଳ ଭୂଇଁ ଫ୍ରେମ୍‌ ପଡ଼ିଛି।

ଏଥିସହ ତିନି ରଥର ମଝିଭୂଇଁ ବା ଦ୍ୱିତୀୟ ଭୂଇଁ ଫ୍ରେମ ନିର୍ମାଣ ଶେଷ ହୋଇ ଦ୍ୱିତୀୟ ଭୂଇଁଫ୍ରେମ୍‌ର ବିଭିନ୍ନ ଅଂଶଗୁଡିକର ନମ୍ବରିଂ ଶେଷ ହୋଇଛି। ଶୁକ୍ରବାର ଏହି ଦ୍ୱିତୀୟ ଭୂଇଁ ଫ୍ରେମ୍‌ ଖୋଲାଯାଇ ତିନି ରଥରେ ସଂଯୋଗ ସହ ତୃତୀୟ ଭୂଇଁ ବା ଅଗ ଭୂଇଁ ଫ୍ରେମ୍‌ ନିର୍ମାଣ ହେବ।

ଆଗଆଣି ପଛଆଣି ଦୁଇଟି ଲେଖାଏ କତରା ନିର୍ମାଣ ଶେଷ ପରେ ଦୁଇଟି ଲେଖାଏ ପଛଆଣି କତରା ତିନି ରଥରେ ସେଟିଂ ହୋଇଛି। ରୂପକାର ସେବକମାନେ ସେଥିରେ ୫ଟି ଲେଖାଏ ପଦ୍ମଫୁଲ ଏବଂ ଦୁଇ ପାଶର୍‌ବରେ ପଦ୍ମ କଢ଼ି ଚିତ୍ର ଅଙ୍କନ ଶେଷ କରି ଖୋଦେଇ କାର୍ଯ୍ୟ ଆରମ୍ଭ କରିଛନ୍ତି। ଭୋଇ ସେବକମାନଙ୍କ ପାଇଁ ଦୁଇଟି ଲେଖାଏ ୨୦ ଫୁଟିଆ ସାଙ୍ଗି ନିର୍ମାଣ ସରିଛି।

କନକମୁଣ୍ଡି, ଅଁଳାପିଣ୍ଡି ଏବଂ କଳସପିଣ୍ଡି ନିର୍ମାଣ ସରିଛି। ତିନିରଥ ସମ୍ମୁଖ ଭାଗ ବ୍ରେକ ଚକଗୁଡ଼ିକର ଉଭୟପାଶର୍‌ବରେ ପଇ, ପଇ ସଂଯୋଗ ସ୍ଥାନରେ ଲୁହାପ୍ଲେଟ ମାନ ନଟ୍‌ ବୋଲ୍ଟ ଦେଇ ଫିଟିଂ କରାଯାଇଛି। ନାଟଗୋଡ଼ରେ ଗନ୍ଧର୍ବ ରୂପ ଖୋଦେଇ ସହ ଧୂଳିଦଣ୍ଡାରେ ଚିତ୍ର ଖୋଦେଇ ଚାଲିଛି। ଦୋଳବେଦି ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ କତରା କଣ୍ଟା ନିର୍ମାଣ ଶେଷ କରି ଦ୍ୱିତୀୟ ଭୂଇଁ, ତୃତୀୟ ଭୂଇଁ କଣ୍ଟା ସହ ପୋଟଳ ନଦା କଣ୍ଟା ନିର୍ମାଣ ଜାରି ରଖିଛନ୍ତି।

ପାହି ମହାରଣାମାନେ ଅଣସର ପାଇଁ ଅଣସର କୁଣ୍ଡ ଘୋଡ଼ିଆ ସହ କାଠ, ବାଉଁଶ ସାମଗ୍ରୀ ଯୋଗାଇ ସାରି ଗୁଣ୍ଡିଚା ଘର ଗରୁଡ଼ ମହାପ୍ରଭୁଙ୍କ ସ୍ନାନ ଓ ବେଶ କାର୍ଯ୍ୟ ପାଇଁ କାଠ ନିର୍ମିତ ନିଶୁଣି, ବେଶ ଘୋଡ଼ିଆ, ଚାଙ୍ଗଡ଼ା ଷ୍ଟାଣ୍ଡ, ବାଉଁଶ କାଠି ଏବଂ ଶିଡ଼ି ନିର୍ମାଣ ଜାରି ରଖିଛନ୍ତି। ଅନ୍ୟପକ୍ଷେ ରଥଯାତ୍ରାକୁ ଆଉ କିଛିଟା ଦିନ ବାକି ରହିଥିବା ବେଳେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟୟରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri