ପାଖେଇ ଆସୁଛି ଘୋଷଯାତ୍ରା: ଆଗେଇ ଚାଲିଛି ରଥ ନିର୍ମାଣ

ପୁରୀ,୧୩ା୬: ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ଗୁରୁବାର ତିନିରଥରେ ଚଉଦ ନାହାକା ବୁଲିବା ସହ ଚାରିନାହାକାରେ ପ୍ରଥମ ଭୂଇଁ ବା ମୂଳଭୂଇଁ ଉଠିବା ଶେଷ ହୋଇଛି। ତିନି ରଥରେ ଚଉଦ ନାହାକା ଖମ୍ବିିଗୁଡ଼ିକୁ ପ୍ରତି ରଥର ଚାରି ନାହାକାଠାରୁ ଅଢ଼େଇ ଫୁଟ ବ୍ୟବଧାନରେ ଚାରି ନାହାକା ଚାରି ପାଶର୍‌ବରେ ବୁଲିବା ସହ ପ୍ରଥମ ଭୂଇଁ ଛ’ କାଠିରେ ପାଖୁଡ଼ା ସଂଯୋଗ ହୋଇ ପ୍ରଥମ ଭୂଇଁ ବା ମୂଳ ଭୂଇଁ ଫ୍ରେମ୍‌ ପଡ଼ିଛି।

ଏଥିସହ ତିନି ରଥର ମଝିଭୂଇଁ ବା ଦ୍ୱିତୀୟ ଭୂଇଁ ଫ୍ରେମ ନିର୍ମାଣ ଶେଷ ହୋଇ ଦ୍ୱିତୀୟ ଭୂଇଁଫ୍ରେମ୍‌ର ବିଭିନ୍ନ ଅଂଶଗୁଡିକର ନମ୍ବରିଂ ଶେଷ ହୋଇଛି। ଶୁକ୍ରବାର ଏହି ଦ୍ୱିତୀୟ ଭୂଇଁ ଫ୍ରେମ୍‌ ଖୋଲାଯାଇ ତିନି ରଥରେ ସଂଯୋଗ ସହ ତୃତୀୟ ଭୂଇଁ ବା ଅଗ ଭୂଇଁ ଫ୍ରେମ୍‌ ନିର୍ମାଣ ହେବ।

ଆଗଆଣି ପଛଆଣି ଦୁଇଟି ଲେଖାଏ କତରା ନିର୍ମାଣ ଶେଷ ପରେ ଦୁଇଟି ଲେଖାଏ ପଛଆଣି କତରା ତିନି ରଥରେ ସେଟିଂ ହୋଇଛି। ରୂପକାର ସେବକମାନେ ସେଥିରେ ୫ଟି ଲେଖାଏ ପଦ୍ମଫୁଲ ଏବଂ ଦୁଇ ପାଶର୍‌ବରେ ପଦ୍ମ କଢ଼ି ଚିତ୍ର ଅଙ୍କନ ଶେଷ କରି ଖୋଦେଇ କାର୍ଯ୍ୟ ଆରମ୍ଭ କରିଛନ୍ତି। ଭୋଇ ସେବକମାନଙ୍କ ପାଇଁ ଦୁଇଟି ଲେଖାଏ ୨୦ ଫୁଟିଆ ସାଙ୍ଗି ନିର୍ମାଣ ସରିଛି।

କନକମୁଣ୍ଡି, ଅଁଳାପିଣ୍ଡି ଏବଂ କଳସପିଣ୍ଡି ନିର୍ମାଣ ସରିଛି। ତିନିରଥ ସମ୍ମୁଖ ଭାଗ ବ୍ରେକ ଚକଗୁଡ଼ିକର ଉଭୟପାଶର୍‌ବରେ ପଇ, ପଇ ସଂଯୋଗ ସ୍ଥାନରେ ଲୁହାପ୍ଲେଟ ମାନ ନଟ୍‌ ବୋଲ୍ଟ ଦେଇ ଫିଟିଂ କରାଯାଇଛି। ନାଟଗୋଡ଼ରେ ଗନ୍ଧର୍ବ ରୂପ ଖୋଦେଇ ସହ ଧୂଳିଦଣ୍ଡାରେ ଚିତ୍ର ଖୋଦେଇ ଚାଲିଛି। ଦୋଳବେଦି ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ କତରା କଣ୍ଟା ନିର୍ମାଣ ଶେଷ କରି ଦ୍ୱିତୀୟ ଭୂଇଁ, ତୃତୀୟ ଭୂଇଁ କଣ୍ଟା ସହ ପୋଟଳ ନଦା କଣ୍ଟା ନିର୍ମାଣ ଜାରି ରଖିଛନ୍ତି।

ପାହି ମହାରଣାମାନେ ଅଣସର ପାଇଁ ଅଣସର କୁଣ୍ଡ ଘୋଡ଼ିଆ ସହ କାଠ, ବାଉଁଶ ସାମଗ୍ରୀ ଯୋଗାଇ ସାରି ଗୁଣ୍ଡିଚା ଘର ଗରୁଡ଼ ମହାପ୍ରଭୁଙ୍କ ସ୍ନାନ ଓ ବେଶ କାର୍ଯ୍ୟ ପାଇଁ କାଠ ନିର୍ମିତ ନିଶୁଣି, ବେଶ ଘୋଡ଼ିଆ, ଚାଙ୍ଗଡ଼ା ଷ୍ଟାଣ୍ଡ, ବାଉଁଶ କାଠି ଏବଂ ଶିଡ଼ି ନିର୍ମାଣ ଜାରି ରଖିଛନ୍ତି। ଅନ୍ୟପକ୍ଷେ ରଥଯାତ୍ରାକୁ ଆଉ କିଛିଟା ଦିନ ବାକି ରହିଥିବା ବେଳେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟୟରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ରବିବାର ଜଣେ ଯୁବକଙ୍କର ମୃତଦେହ...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri