ଲୋପ ପାଇବାକୁ ବସିଲାଣି ଗହ୍ମାଡ଼ିଆଁ, ଗୋମାତା ପୂଜାର୍ଚ୍ଚନା

ପଦ୍ମପୁର, ୩୧।୮ (ପ୍ରଶାନ୍ତ କୁମାର କର)ଆଧୁନିକତାର ସ୍ପର୍ଶରେ ଲୋପ ପାଇବାକୁ ବସିଲାଣି ବିଭିନ୍ନ ଲୋକ ସଂସ୍କୃତି ଓ ପରମ୍ପରା। ପୂର୍ବରୁ ରାଖୀପୂର୍ଣ୍ଣିମା ବା ଗହ୍ମାପୂର୍ଣ୍ଣିମା ଅବସରରେ ପାରମ୍ପରିକ ଗହ୍ମାଡିଆଁ ଏବଂ ଗୋମାତା ପୂଜାର୍ଚ୍ଚନା କରାଯାଉଥିବାବେଳେ ଏବେ ସହର କିମ୍ବା ଗ୍ରାମାଞ୍ଚଳ ଆଉ ଆଗଭଳି ଦେଖିବାକୁ ମିଳୁନାହିଁ। ଶ୍ରାବଣ ମାସ ପୂର୍ଣ୍ଣିମା ତିଥିରେ ମହାପ୍ରଭୁ ବଳଭଦ୍ରଙ୍କ ଜନ୍ମଦିବସ ପାଳନ କରାଯାଇଥାଏ। ଏହି ଦିନ ଓଡ଼ିଆଙ୍କ ଘରେ ପିଠାପଣା ଆଦି କରାଯାଇ ଗାଈ, ବଳଦଙ୍କୁ ଗାଧୋଇବା ସହ ସେମାନଙ୍କ ମୁଣ୍ଡରେ ସିନ୍ଦୂର ଟୋପା ଓ ସିଘଂରେ ଅଳତା ଏବଂ ହଳଦୀ ଲଗାଇ ଧୂପ ଦୀପ ନୈବେଦ୍ୟ ଅର୍ପଣ ପୂର୍ବକ ପୂଜା କରାଯାଏ ଓ ସେମାନଙ୍କୁ ପିଠା ଖାଇବାକୁ ଦିଆଯାଇଥାଏ। ଚାଷୀ ଅକ୍ଷୟତୃତୀୟାରେ ଚାଷ କାର୍ଯ୍ୟ ଆରମ୍ଭ କରି ଶ୍ରାବଣ ପୂର୍ଣ୍ଣିମାରେ ଚାଷ କାମ ଶେଷ କରି ହଳ, ଲଙ୍ଗଳକୁ ଧୁଆଧୋଇ କରି ସଫା କରି ଘରେ ସାଇତି ରଖିଥାଏ। ହେଲେ ଆଧୁନିକ ଯୁଗରେ ହଳ, ଲଙ୍ଗଳ ଓ ବଳଦ ସ୍ଥାନ ନେଲାଣି ଟ୍ରାକ୍ଟର। ତେଣୁ ଜନମାନସରୁ ଏହା ଧୀରେ ଧୀରେ ହଜିବାକୁ ବସିଲାଣି। ସେହିଭଳି ଶ୍ରାବଣ ପୂର୍ଣ୍ଣିମାରେ ଗମାଡିଆ କାହିଁ କେଉଁ କାଳରୁ ପ୍ରଚଳିତ ହୋଇଆସୁଥିଲା। ପ୍ରଭୁ ବଳଭଦ୍ର ଏହି ଦିନ ଗମ୍ମାସୁରକୁ ବଦ୍ଧ କରି ପୃଥିବୀର ପାପ ଭାର ଲାଘବ କରିଥିବାରୁ ତାଙ୍କୁ ମନେ ରଖିବା ପାଇଁ ଯୁବଗୋଷ୍ଠୀ ଏହା ପାଳନ କରିଥାନ୍ତି। ଶ୍ରାବଣ ପୂର୍ଣ୍ଣିମା ଏକ ସପ୍ତାହ ପୂର୍ବରୁ ଗାଁ ଦାଣ୍ଡରେ ଯୁବଗୋଷ୍ଠୀ ସ୍ଲାପ ଆକୃତି ଭଳି ୫ରୁ ୬ଫୁଟ ଉଚ୍ଚତା ବିଶିଷ୍ଟ ମାଟି ଆକୃତି କରି ସେଥିରେ ଘାସ ଗାଲିଚା ପକାଇ ଏହା ତିଆରି କରିଥାନ୍ତି। ଶ୍ରାବଣ ପୂର୍ଣ୍ଣିମା ଅପରାହ୍ନରେ ଏଠାରେ ଗହ୍ମାଡିଆ ଖେଳ ଅନୁଷ୍ଠିତ ହୋଇଥାଏ। ସହରାଞ୍ଚଳ ଏହି ଗହ୍ମାଡିଆଁ ଖେଳ ସଂପୂର୍ଣ୍ଣ ଭାବେ ଲୋପ ପାଇଯାଇଥିବାବେଳେ ଗ୍ରାମାଞ୍ଚଳରେ ମଧ୍ୟ କାଁ ଭାଁ କେଉଁଠି ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

୩୦ରେ ଇଣ୍ଡିଆ ବ୍ଲକ୍‌ର ବୈଠକ, ହେବ ବଡ଼ ଆଲୋଚନା

ନୂଆଦିଲ୍ଲୀ,୨୬ା୯: ନିର୍ବାଚନ କମିଶନରେ ମତଭେଦ ଏବଂ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ଦେଖାଦେଇଥିବା ଉଦ୍‌ବେଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ…

ନାଗାଲାଣ୍ଡରେ ମଦମୃତ୍ୟୁ: ୨ ଦିନରେ ଗଲାଣି ୧୯ଜଣଙ୍କ ଜୀବନ

କୋହିମା,୨୬ା୯; ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୨ ଦିନରେ ୧୯ଜଣ ପ୍ରାଣ ହରାଇଛନ୍ତି। ମୃତ୍ୟୁର କାରଣ ଏବଂ ରାଜ୍ୟରେ ମଦ ଅପମିଶ୍ରଣର ଯୋଗାଣ ଶୃଙ୍ଖଳକୁ ଠାବ କରିବା…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

ଗାଜଲବାଡି ଘାଟି ସିଲ୍‌କୁ ୩ ଦିନ: ଦାରିଙ୍ଗବାଡିରେ ମିଳୁନି ପନିପରିବା, ବୃଦ୍ଧି ପାଇଲା ଅତ୍ୟାବଶ୍ୟକ ସାମଗ୍ରୀର ଦର

ଦାରିଙ୍ଗବାଡି,୨୬।୯(ଅରୁଣ ସାହୁ): ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ଯୋଗୁ ସିଲ୍ ହୋଇଥିବା ଗାଜଲବାଡି ଘାଟି ରାସ୍ତା ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଖୋଲିପାରିନାହିଁ। ଗୁରୁବାର…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?