ମହାନଦୀ ଅଯୋଧ୍ୟା ସରୋବର ଆନିକଟରେ ଘାଇ

ସମ୍ବଲପୁର,୧ା୧୧(ବ୍ୟୁରୋ): ସମ୍ବଲପୁର ନିକଟ ମହାନଦୀର ଅଯୋଧ୍ୟା ସରୋବର ଆନିକଟରେ ୧୦ଫୁଟ ଲମ୍ବର ଏକ ଘାଇ ସୃଷ୍ଟି ହୋଇଛି। ଏହି ଖବର ପ୍ରଚାର ହେବାପରେ ଜଳସେଚନ ବିଭାଗର ଏକ ବୈଷୟିକ ଟିମ୍‌ ସୋମବାର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ମହାନଦୀ ଅଯୋଧ୍ୟା ସରୋବର ଘାଟରୁ ନଦୀ ମଝିକୁ ଡଙ୍ଗା ସାହାଯ୍ୟରେ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ଘାଇ ଯୋଗୁ ଆନିକଟ ଉପରମୁଣ୍ଡ ମହାନଦୀର ପାଣି ପରିମାଣ କମିବାରେ ଲାଗିଛି। ତୁରନ୍ତ ଏହାର ମରାମତି କରା ନ ଗଲେ ମହାନଦୀ ପାଣି ଉପରେ ନିର୍ଭର କରୁଥିବା ସମ୍ବଲପୁରବାସୀ ସମସ୍ୟାର ସମ୍ମୁଖୀନ ହେବେ। ମଣିଷ ସମେତ ଗାଈ ଗୋରୁ ମଧ୍ୟ ପାନୀୟ ଜଳ ସମସ୍ୟାର ସମ୍ମୁଖୀନ ହେବେ। ମହାନଦୀ ଉପରେ ନିର୍ଭର କରୁଥିବା ଶତାଧିକ ମତ୍ସ୍ୟଜୀବୀ ପରିବାର ରୋଜଗାର ହରାଇବେ। ଆଗକୁ ଗ୍ରୀଷ୍ମ ଋତୁ ଆସୁଛି। ସେପଟେ ହୀରାକୁଦ ଜଳଭଣ୍ଡାରର ଗେଟ୍‌ଗୁଡ଼ିକ ବନ୍ଦ କରିଦିଆଯିବ। ତା ପୂର୍ବରୁ ଏହି ଆନିକଟ ମରାମତି କରାଯିବା ଜରୁରୀ ହୋଇପଡିଛି। ଏ ସମ୍ପର୍କରେ ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ପଣ୍ଡା କହିଛନ୍ତି, ଖବର ଜାଣିବା ପରେ ଏକ ଟିମ୍‌ ପରିଦର୍ଶନ କରିଛନ୍ତି। ପୁରାତନ ଆନିକଟ ହୋଇଥିବାରୁ ତାହା ଭାଙ୍ଗିଯାଇଛି। ପାଣି ପ୍ରବାହିତ ହେଉଥିବାରୁ ଏବେ ମରାମତି କରିବା କଷ୍ଟକର। ଏହାକୁ ନେଇ ଡ୍ୟାମ ମୁଖ୍ୟଯନ୍ତ୍ରୀଙ୍କୁ ଅବଗତ କରାଯାଇଛି। ଲୋକମାନଙ୍କ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ। ମୁଖ୍ୟଯନ୍ତ୍ରୀଙ୍କ ସହ ସ୍ବତନ୍ତ୍ର ଭାବେ ଆଲୋଚନା କରି କିଭଳି ମରାମତି କରାଯିବ ସେ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ, ସହରବାସୀଙ୍କ ପାଣି ସମସ୍ୟା ଦୂର କରିବା ପାଇଁ ୧୯୬୦ ଦଶକରେ ମହାନଦୀରେ ଆନିକଟ ନିର୍ମାଣ ହୋଇଥିଲା। ସିମେଣ୍ଟ ଓ ପଥର ବ୍ୟବହାର କରାଯାଇ ମହାନଦୀର ମାରୱାଡ଼ି ଘାଟରୁ ଅପରପାର୍ଶ୍ୱ ପର୍ଯ୍ୟନ୍ତ ଏହା ନିର୍ମାଣ ହୋଇଥିଲା। ଫଳରେ ମହାନଦୀର ଅଧିକାଂଶ ସ୍ଥାନରେ ୫-୧୦ଫୁଟ୍‌ର ପାଣି ରହିଥାଏ। କିଛିବର୍ଷ ପୂର୍ବରୁ ଆନିକଟରେ ସାମାନ୍ୟ ଲିକ୍‌ ହେବା ପରେ ତାହାକୁ ମରାମତି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Christmas: ଖ୍ରୀଷ୍ଟମାସ ଅବସରରେ ଚର୍ଚ୍ଚ ଗଲେ ମୋଦି, ପ୍ରାର୍ଥନା ସଭାରେ ଯୋଗଦେଇ….

ନୂଆଦିଲ୍ଲୀ,୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚ ପରିଦର୍ଶନ କରିଥିଲେ। ସେ ସେଠାରେ ପ୍ରାର୍ଥନା ସେବାରେ ମଧ୍ୟ ଅଂଶଗ୍ରହଣ କରିଥିଲେ।...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

ପ୍ରାଥମିକ ସ୍ତରରେ ମାତାପିତାଙ୍କ ଶିକ୍ଷା ପିଲାଙ୍କ ପାଇଁ ଭବିଷ୍ୟତରେ ଉଜ୍ବଳମୟ ହୋଇଥାଏ

କେସିଙ୍ଗା,୨୫।୧୨,( ତୁମେଶ୍ୱର ସାହୁ): ପିଲାଙ୍କ ଜନ୍ମ ଦିନରୁ ମାତାପିତାଙ୍କର ଯେଉଁ ଭଳି ଯତ୍ନ ଓ ଶିକ୍ଷା ମିଳି ଥାଏ, ତଦନୁଯାୟୀ ପିଲା ଭବିଷ୍ୟତରେ ଏକ ସୁନାଗରିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri