Posted inଜାତୀୟ

ତୃତୀୟ ଲହର ପାଇଁ ପ୍ରସ୍ତୁତ ହୁଅ

ନୂଆଦିଲ୍ଲୀ,୭ା୫:କରୋନା ଭାଇରସ୍‌ର ଦ୍ୱିତୀୟ ଲହର ଦେଶରେ ମୃତ୍ୟୁର ତାଣ୍ଡବ ରଚିଚାଲିଛି। ଦ୍ୱିତୀୟ ଲହର ଶୁକ୍ରବାର ପରେ ଶୀର୍ଷକୁ ଛୁଇଁବ ବୋଲି ବିଶେଷଜ୍ଞମାନେ ଆକଳନ କରିଥିବାବେଳେ ତୃତୀୟ ଲହର ଆସନ୍ତା ସେପ୍ଟେମ୍ବରରେ ଆସିପାରେ
ବୋଲି ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ଗୁରୁବାର କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ଏହାସହ ମେଡିକାଲ ଅକ୍ସିଜେନର ସମ୍ଭାବ୍ୟ କଳାବଜାର ରୋକିବା ପାଇଁ ଅମ୍ଳଜାନ ଭଣ୍ଡାର ବା ବଫର ପ୍ରତିଷ୍ଠା କରିବାକୁ ମଧ୍ୟ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ୍‌-୧୯ର ତୃତୀୟ ଲହର ଅବଶ୍ୟମ୍ଭାବୀ। ତେବେ ଏହା କେବେ ଆସିବ ସେନେଇ ବର୍ତ୍ତମାନ ନିର୍ଦ୍ଦିଷ୍ଟ ଭାବେ କହିହେବ ନାହିଁ ବୋଲି ବୁଧବାର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ବୈଜ୍ଞାନିକ ଉପଦେଷ୍ଟା ଡକ୍ଟର କେ.ଭି. ରାଘବନ ଚେତାଇ ଦେଇଥିବାବେଳେ ଏହାର ଦିନକ ପରେ କେନ୍ଦ୍ରକୁ ସୁପ୍ରିମକୋର୍ଟ ଦେଇଥିବା ଏହି ପରାମର୍ଶ ବିଶେଷ ଗୁରୁତ୍ୱ ବହନ କରେ।
କୋଭିଡ୍‌-୧୯ ଭୂତାଣୁର ଦ୍ୱିତୀୟ ଲହରରେ ଦେଶବ୍ୟାପୀ ଅକ୍ସିଜେନ ସଙ୍କଟ ଦେଖାଦେଇଛି। ଅକ୍ସିଜେନ ଅଭାବରୁ ହସ୍ପିଟାଲଗୁଡ଼ିକରେ ଚିକିତ୍ସାଧୀନ ରୋଗୀ ପ୍ରାଣ ହରାଉଛନ୍ତି। ଏପରି କି ଅନେକ ହସ୍ପିଟାଲ ଅମ୍ଳଜାନ ନ ପାଇ ସଂକ୍ରମିତଙ୍କୁ ଭର୍ତ୍ତି କରିବାକୁ ମନା କରିଦେଉଛନ୍ତି। କିଛି ଦିନ ତଳେ ସୁପ୍ରିମକୋର୍ଟ ଏହି ଅବସ୍ଥାକୁ ଜାତୀୟ ଜରୁରୀ ପରିସ୍ଥିତି ବୋଲି ଅଭିହିତ କରିଥିଲେ। ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏନେଇ ଗୁରୁବାର କେନ୍ଦ୍ର ସରକାରଙ୍କୁ ସତର୍କ କରାଇଦେଇଛନ୍ତି। କହିଛନ୍ତି, ଆମେ ଯଦି ଆଜି ପ୍ରସ୍ତୁତ ହେବା ତେବେ ଭାଇରସ୍‌ର ତୃତୀୟ ଲହରକୁ ସାମ୍ନା କରିପାରିବା। ଯାହାକିଛି ଜରୁରୀ ସାମଗ୍ରୀ ରହିଛି ସେଗୁଡ଼ିକୁ ତୁରନ୍ତ ହସ୍ପିଟାଲଗୁଡ଼ିକୁ ପଠାଯିବା ଆବଶ୍ୟକ। କେବଳ ରାଜ୍ୟଗୁଡ଼ିକୁ ଆବଣ୍ଟନ କରିଦେଲେ ହେବନାହିଁ, ବରଂ ସେଗୁଡ଼ିକୁ ହସ୍ପିଟାଲଗୁଡ଼ିକୁ କିପରି ପଠାଯାଇପାରିବ ତା’ ଉପରେ ମଧ୍ୟ କେନ୍ଦ୍ର ପଦକ୍ଷେପ ନେଉ। ଦିଲ୍ଲୀକୁ ୭୦୦ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ ଯୋଗାଣରେ ବିଫଳ ହେବା ନେଇ କେନ୍ଦ୍ର ପକ୍ଷରୁ ଜବାବ ଦାଖଲ ବେଳେ ଖଣ୍ଡପୀଠ ଶୁଣାଣି କରି ଏହି କଠୋର ଆଭିମୁଖ୍ୟ ପ୍ରକାଶ କରିଛନ୍ତି। ଖଣ୍ଡପୀଠ ଆହୁରି କହିଛନ୍ତି, ଅକ୍ସିଜେନ ଯୋଗାଣକୁ ତ୍ୱରାନ୍ବିତ କରିବାରେ ଅସୁବିଧା କେଉଁଠି ରହିଛି? ଯେଉଁଠି ଅମ୍ଳଜାନ ଆବଶ୍ୟକ ହେଉନାହିଁ ଅନ୍ତତଃ ସିଲିଣ୍ଡରଗୁଡ଼ିକୁ ସଂରକ୍ଷିତ କରି ରଖିହେବ। କିନ୍ତୁ ତାହା ଏପରି ସମୟରେ ଗଚ୍ଛିତ ରଖାଯାଇପାରିବ, ଯେତେବେଳେ କି ଅକ୍ସିଜେନ ଅଭାବରୁ କେହି ରୋଗୀ ମରୁ ନ ଥିବେ। କେନ୍ଦ୍ର ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ (ଏସ୍‌ଜି) ତୁଷାର ମେହେଟ୍ଟା ଖଣ୍ଡପୀଠଙ୍କୁ ଅବଗତ କରାଇଥିଲେ ଯେ, କୋଭିଡ୍‌ ରୋଗୀଙ୍କ ଚିକିତ୍ସା ପାଇଁ ୭୩୦ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ ଯୋଗାଣକୁ ସୁନିଶ୍ଚିତ କରାଯାଇଛି। ଏହାସହ ସେ ଅମ୍ଳଜାନ ଅଧିଗ୍ରହଣ ଓ ବିଭିନ୍ନ ରାଜ୍ୟକୁ ଆବଣ୍ଟନ ନେଇ ଏକ ବିସ୍ତୃତ ଯୋଜନା ଉପସ୍ଥାପନ କରିଥିଲେ। ଏସ୍‌ଜି ଯୁକ୍ତି ବାଢ଼ିଥିଲେ, ଦିଲ୍ଲୀକୁ ୭୦୦ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ ଯୋଗାଇକୁ ହେଲେ କେନ୍ଦ୍ର ସରକାରଙ୍କୁ ଅନ୍ୟ ରାଜ୍ୟର ଅଂଶରୁ ନେବାକୁ ପଡ଼ିବ। ଏପରି କରିବା ଫଳରେ କିଛି ନକାରାମତ୍କ ପରିଣାମ ଆସିଲେ ଅନ୍ୟ କାହାର ଅସାମର୍ଥ୍ୟ ପାଇଁ କେନ୍ଦ୍ରକୁ ଦାୟୀ କରାଯାଇ ପାରିବ ନାହିଁ। ଏନେଇ ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ କହିଥିଲେ, ରାଜ୍ୟଗୁଡ଼ିକୁ ଅମ୍ଳଜାନ ଆବଣ୍ଟନ ନେଇ କେନ୍ଦ୍ର ଫର୍ମୁଲାର ସମୀକ୍ଷା (ଅକ୍ସିଜେନ ଅଡିଟ୍‌) କରାଯିବା ଆବଶ୍ୟକ।
ପ୍ରକାଶ ଯେ, ଦିଲ୍ଲୀକୁ ୭୦୦ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ ଯୋଗାଣରେ ବିଫଳତାକୁ ନେଇ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ବିରୋଧରେ ଅବମାନନା ନୋଟିସ୍‌ ଜାରି କରିଥିଲେ। କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ଶୀର୍ଷ ଅଦାଲତ ବୁଧବାର ହାଇକୋର୍ଟଙ୍କ ନୋଟିସ ଉପରେ ସ୍ଥଗିତାଦେଶ ଜାରି କରିଥିଲେ। ତେବେ କୋଭିଡ୍‌-୧୯ ମୁକାବିଲା ସମ୍ପର୍କିତ ବିଚାର ପାଇଁ ହାଇକୋର୍ଟଙ୍କୁ ମନା କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ତାରିକ୍ ରହମାନ

ନୂଆଦିଲ୍ଲୀ,୧୭।୨: ଦୀର୍ଘ ଦୁଇ ବର୍ଷର ଅନିଶ୍ଚିତତା ପରେ ବାଂଲାଦେଶରେ ଏକ ନୂତନ ରାଜନୈତିକ ଯୁଗର ଆରମ୍ଭ ହୋଇଛି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ମୁଖ୍ୟ ତାରିକ ରହମାନ…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

ରକ୍ତରେ ଭିଜିଲା ସପ୍ତାମାତୃକା ଶୈବପୀଠ, ଶହ ଶହ ପଶୁପକ୍ଷୀଙ୍କୁ ଦିଆଗଲା ବଳି

ତୁଣ୍ଡଲା,୧୭।୨(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀର ସଙ୍ଗମରେ ଥିବା ସର୍ବପୁରାତନ ତଥା ଐତିହାସିକ ସପ୍ତମାତୃକା ଶୈବପୀଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri