Posted inଖେଳ

ଗେରାଲ୍ଡ ପେଟୋନ ଓଡ଼ିଶା ଏଫ୍‌ସି ଆନ୍ତରୀଣ କୋଚ୍‌

ଭୁବନେଶ୍ୱର,୪।୨: ସହକାରୀ କୋଚ୍‌ ଗେରାଲ୍ଡ ପେଟୋନଙ୍କୁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଦଳ ଓଡ଼ିଶା ଏଫ୍‌ସି ଆନ୍ତରୀଣ ହେଡ୍‌ କୋଚ୍‌ ଭବେ ନିଯୁକ୍ତ କରିଛି। ଆଇଏସ୍‌ଏଲ୍‌ର ଚଳିତ ସପ୍ତମ ସଂସ୍କରଣରେ ସେ ବାକି ଥିବା ମ୍ୟାଚ୍‌ଗୁଡିକରେ ଦାୟିତ୍ୱ ନେବେ। ଓଡ଼ିଶା ଏଫ୍‌ସି ଲିଗ୍‌ରେ ଆଉ ୬ଟି ମ୍ୟାଚ୍‌ ଖେଳିବ। ଆଗକୁ ଦଳକୁ ଜିତାଇବାକୁ ଚେଷ୍ଟା କରିବି। ଏହି ଗୁରୁଦାୟିତ୍ୱ ନେବାକୁ ରାଜି ଅଛି। ଯୁବ ଖେଳାଳିଙ୍କ୍‌ୁ ନେଇ ଆମେ ଅଧିକ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବୁ ବୋଲି ପେଟୋନ କହିଛନ୍ତି।
ଗେରି ପେଟୋନ ନାମରେ ଜଣାଥିବା ଏହି ୬୪ ବର୍ଷୀୟ କୋଚ୍‌ ଆୟର୍ଲାଣ୍ଡ ତରଫରୁ ପୂର୍ବରୁ ୩୩ଟି ମ୍ୟାଚ୍‌ ଖେଳିଛନ୍ତି। କୋଚ୍‌ ଭାବେ ମଧ୍ୟ ସେ ବିଭିନ୍ନ କ୍ଲବ ତରଫର କାର୍ଯ୍ୟକରି ବେଶ୍‌ ସଫଳ ରହିଛନ୍ତି। ଅଗାମୀ ମ୍ୟାଚ୍‌ଗୁଡିକରେ ସେ ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହେବେ ବୋଲି ଆଶା କରାଯାଉଛି। ଉଲ୍ଲେଖଥାଉ କି, ରେଫରିଙ୍କ ନିଷ୍ପତ୍ତିରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ କୋଚ ଷ୍ଟୁଆର୍ଟ ବକ୍ସଟରଙ୍କୁ ବହିସ୍କାର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଂଲିଶ ପ୍ରିମିୟର ଲିଗ୍‌: ପଡ଼ିଆକୁ ଆଂଶିକ ଦର୍ଶକ ଫେରିବେ

ଲଣ୍ଡନ, ୨୫ା୧୧ (ଏପି)-ମାର୍ଚ୍ଚ ମାସ ପରେ ଆସନ୍ତା ସପ୍ତାହରେ ଇଂଲିଶ ପ୍ରିମିୟର ଲିଗ୍‌ ମ୍ୟାଚ୍‌ରେ ପ୍ରଥମ ଥର ଆଂଶିକ ଦର୍ଶକଙ୍କୁ ଦେଖିବାଲାଗି ମିଳିବ। ଡିସେମ୍ବର ୨ରେ...

ଜନ୍ମଦିନ ପାଳିବେ ନାହିଁ ତେନ୍ଦୁଲକର

ନୂଆଦିଲ୍ଲୀ, ୨୩ା୪ (ପି.ଟି.)-କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଏବର୍ଷ ତାଙ୍କ ଜନ୍ମଦିନ ପାଳିବେ ନାହିଁ। ଶୁକ୍ରବାର ସେ ୪୭ ବର୍ଷରେ ପଦାର୍ପଣ କରିବେ। ଭାରତରେ କୋଭିଡ୍‌-୧୯...

ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ ପରେ ବଢିଥିଲା କ୍ରିକେଟ୍‌ ନିଶା; ପଡ଼ିଆରେ କରିଥିଲେ ଅନେକ ରେକର୍ଡ

କ୍ରୀଡା ଏବଂ ଅଧ୍ୟୟନର ମିଳନ କ୍ୱଚିତ୍‌ ଦେଖାଯାଏ, କିନ୍ତୁ ଅନେକ ଖେଳାଳି ଅଛନ୍ତି ଯେଉଁମାନେ ଭଲ ଅଧ୍ୟୟନ କରିବା ପରେ ଖେଳକୁ ନିଜର କ୍ୟାରିଅର୍‌ କରିଥିଲେ।...

ଚହଲଙ୍କୁ ପଛରୁ କିକ୍‌ ମାରିଲେ ଗୁଜରାଟ ଟାଇଟାନ୍ସ କୋଚ୍‌

କୋଲକତା,୨୪।୫: ଗୁଜରାଟ ଟାଇଟାନ୍ସ ଦଳର ମୁଖ୍ୟ କୋଚ ଆଶିଷ ନେହେରା ଆଇପିଏଲ ୨୦୨୨ କ୍ୱାଲିଫାୟର ୧ ମ୍ୟାଚ ପୂର୍ବରୁ ରାଜସ୍ଥାନ ରୟାଲ୍ସ ବୋଲର ୟୁଜଭେନ୍ଦ୍ର ଚହଲଙ୍କୁ...

ନ୍ୟୁଜିଲାଣ୍ଡ ଟୁର୍‌: ଭାରତୀୟ ମହିଳା ହକି ଦଳରେ ଓଡ଼ିଶାରୁ ୩

ନୂଆଦିଲ୍ଲୀ, ୧୫।୧ (ପି.ଟି.)- ଚଳିତ ମାସ ଶେଷଭାଗରେ ଭାରତୀୟ ମହିଳା ହକି ଦଳ ନ୍ୟୁଜିଲାଣ୍ଡ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଏଥିଲାଗି ମଙ୍ଗଳବାର ଷ୍ଟ୍ରାଇକର୍‌ ରାଣୀ...

ଧୋନୀ, ରାଇନାଙ୍କୁ ସ୍ବତନ୍ତ୍ର ଗୀତ ଉତ୍ସର୍ଗ କଲେ ରହମାନ

ଚେନ୍ନାଇ,୧୭।୪: ଓସ୍କାର ବିଜେତା ସଙ୍ଗୀତକାର ଏ.ଆର. ରହମାନ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ୨୦୦୧ର ଫିଲ୍ମ ‘ଲଗାନ’ର ଲୋକପ୍ରିୟ ଗୀତ ‘ଚଲେ...

ତୃତୀୟଥର ପିତା ହେବାକୁ ଯାଉଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌, ମାଗିଲେ ପୈତୃକ ଛୁଟି

ବାଂଲାଦେଶର ଷ୍ଟାର କ୍ରିକେଟର୍‌ ସାକିବ ଉଲ୍‌ ହାସନ ଖୁବ୍‌ଶୀଘ୍ର ପିତା ହେବାକୁ ଯାଉଛନ୍ତି। ସେ ବାଂଲାଦେଶ କ୍ରିକେଟ୍‌ ବୋର୍ଡକୁ ପୈତୃକ ଛୁଟି ଦେବାକୁ ଆବେଦନ କରିଛନ୍ତି।...

କେକେଆରର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ କରୋନା

ବେଙ୍ଗାଲୁରୁ, ୯ା୫ (ପି.ଟି.)-କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ପେସ୍‌ ବୋଲର ପ୍ରସିଦ୍ଧ କ୍ରିଷ୍ଣା କରୋନା ସଂକ୍ରମିତ ହୋଇଥିବା କୋଭିଡ୍‌ ଟେଷ୍ଟରୁ ଜଣାପଡ଼ିଛି। ସେ ତାଙ୍କ ହୋମ୍‌...

Advertisement
Archives

Model This Week