ଓଡ଼ିଶାରେ ଲିଥିୟମ, ଖୋଜୁଛି ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ

ନୟାଗଡ଼,୧୯ା୧: ନୟାଗଡ଼ ଜିଲାର ମାଟି ତଳେ ଲିଥିୟମ ଥିବା ସଙ୍କେତ ମିଳିଥିବାରୁ ଜିଓଲୋଜିକାଲି ସର୍ଭେ ଅଫ୍‌ ଇଣ୍ଡିଆ ପକ୍ଷରୁ ଡ୍ରୋନ୍‌ ଜରିଆରେ ଖୋଜା ଅଭିଯାନ ଆରମ୍ଭ ହୋଇଛି। ଏପରି ପ୍ରାକୃତିକ ସମ୍ପଦ ଖୋଜିବା ପାଇଁ ନୂଆ ଟେକ୍ନୋଲୋଜି ବ୍ୟବହାର କରାଯାଇ ମୟୂରଭଞ୍ଜ ଜିଲାରେ ପାଇଲଟ ପ୍ରକଳ୍ପ ଆରମ୍ଭ ହୋଇଛି। ଲିଥିୟମ, କପର୍‌ ଭଳି କ୍ରିଟିକାଲ ଖଣିଜ ଉପରେ ସରକାରଙ୍କ ଗୁରୁତ୍ୱ ଦେଇ ସର୍ଚ୍ଚ ଅଭିଯାନ ଆରମ୍ଭ କରିଛନ୍ତି।

ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ ଯେ, କଟକ ଜିଲାର ନାରାଜରେ ଜେଏସଡବ୍ଲ୍ୟୁ ଗ୍ରୁପ୍ ଏକ ଇଭି ଗାଡି ଏବଂ ଉପାଦାନ ଉତ୍ପାଦନ କାରଖାନା ସ୍ଥାପନ କରିବାକୁ ଯୋଜନା କରିଥିବାବେଳେ ଜଗତସିଂହପୁର ଜିଲାର ପାରାଦୀପରେ ଏକ ତମ୍ବା ସ୍ମେଲଟର ଏବଂ ଲିଥିୟମ୍ ରିଫାଇନାରୀ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଛି।

ଏହି ପ୍ରୋଜେକ୍ଟରେ ୫୦ GWH EV ବ୍ୟାଟେରୀ ପ୍ଲାଣ୍ଟ, ଇଭି, ଲିଥିୟମ୍ ରିଫାଇନାରୀ, ତମ୍ବା ସ୍ମେଲଟର ଏବଂ ଆନୁଷଙ୍ଗିକ ଉପାଦାନ ଉତ୍ପାଦନ ୟୁନିଟ୍ ସ୍ଥାପନା ହେବାକୁ ଅଛି। କମ୍ପାନୀର ଉଚ୍ଚାଭିଳାଷୀ ଇଭି ଏବଂ ଉପାଦାନ ଉତ୍ପାଦନ ପ୍ରକଳ୍ପ ପାଇଁ ରାଜ୍ୟ କ୍ୟାବିନେଟ୍ ଏକ ସ୍ୱତନ୍ତ୍ର ପ୍ରୋତ୍ସାହନ ପ୍ୟାକେଜ୍ ଅନୁମୋଦନ କରିବା ପରେ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜୁରାଟ ମଡେଲରେ ହେବ ପୋଷଣ କେନ୍ଦ୍ର: କୃଷ୍ଣ ପାତ୍ର

ଭୁବନେଶ୍ୱର,୧୬।୩: ପୋଷଣ କେନ୍ଦ୍ରନେଇ ଯୋଗାଣ ମନ୍ତ୍ରୀ କୃଷ୍ଣପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଗୁଜୁରାଟ ମଡେଲରେ ହେବ ପୋଷଣ କେନ୍ଦ୍ର। ‘ପାଇଲଟ ପ୍ରୋଜେକ୍ଟରେ ୩୫ଟି ପୋଷଣ...

ଶ୍ରୀମନ୍ଦିରରେ ସେବାୟତ ଜାଳିଲେ ମହମବତୀ: ଭିଡିଓ ଭାଇରାଲ ପରେ ତେଜିଲା ଅସନ୍ତୋଷ

ପୁରୀ,୧୬।୩: ପବିତ୍ର ଫାଲୁଗନ ମାସ ଦୋଳ ପୂର୍ଣ୍ଣିମା ଅବସରରେ ପୁରୀରେ ଚାଲିଛି ଦୋଳ ମହୋତ୍ସବ। ସାହି ସାହି ବୁଲିଛନ୍ତି ରାଧାଗୋବିନ୍ଦ। ଏହି ପରିପ୍ରେକ୍ଷୀରେ ପୁରୀରେ ଜମୁଛି...

ସବୁଠୁ ଉତ୍ତପ୍ତ ସହର ବୌଦ୍ଧ

ବୌଦ୍ଧ,୧୬।୩(ଅଜିତ କୁମାର ବାରିକ ): ବୌଦ୍ଧ ଜିଲାରେ ତାପମାତ୍ର ଶନିବର ଦିନ ୪୨ ଡିଗ୍ରୀ ଉପରେଥିଲା। ଏ ନେଇ ରାଜ୍ୟରେସବୁଠୁ ଉତ୍ତପ୍ତ ସହର ପାଲଟିଛି ବୌଦ୍ଧ।...

ସୁଭଦ୍ରା ଅପ୍‌ଡେଟ୍‌: ଏକାବେଳକେ ମିଳିବ ୧୫ ହଜାର

ଭୁବନେଶ୍ୱର,୧୬।୩: ‘ସୁଭଦ୍ରା’ ହିତାଧୀକାରୀଙ୍କ ପାଇଁ ବଡ଼ ଖବର । ମହିଳାଙ୍କୁ ମିଳିବ ୧୫ ହଜାର ଟଙ୍କା । ତୃତୀୟ କିସ୍ତି ପାଇବେ ହିତାଧିକାରୀ । ଦୁଇଟି...

ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକଙ୍କ ସ୍ମୃତିରେ ଯୁବଗୋଷ୍ଠୀଙ୍କ ନିଆରା ପ୍ରୟାସ

ଗଞ୍ଜାମ,୧୬।୩(ବିଦ୍ୟାଧର ସାହୁ): ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ସ୍ବର୍ଗତ ଭଗବାନ ମହାରଣାଙ୍କ ସ୍ମୃତି ଉଦ୍ଦେଶ୍ୟରେ ପୁଇଁତୋଳା ଯୁବଗୋଷ୍ଠୀଙ୍କ ଦ୍ୱାରା ବଡ ବନ୍ଧ ପୋଖରୀ ପାରିପାର୍ଶ୍ୱ ସଫେଇ କରାଯାଇଥିଲା।...

OSRTC ବସ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ

ଜଗନ୍ନାଥ ପ୍ରସାଦ,୧୬।୩: ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ଥାନା ଅଧୀନ ପଞ୍ଚଭୂତି ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। OSRTC ବସ୍‌ ଏବଂ ସ୍କୁଟି...

ସୁନ୍ଦର ଓ ସବୁଜ ଦାରିଙ୍ଗବାଡି ପାଇଁ  ପ୍ରୟାସ 

ଦାରିଙ୍ଗବାଡି,୧୬ ।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସବୁଜ ସୁନ୍ଦର କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଏକ ଫୋରମ ଗଠନ କରାଯାଇ...

କନ୍ଧମାଳରୁ ବେଆଇନ ଗୋଚାଲାଣ: ଉଦ୍ଧାର କଲା ଭଞ୍ଜନଗର ପୋଲିସ

ଭଞ୍ଜନଗର,୧୬।୩ (ବାବୁଲା ପ୍ରଧାନ): ଶନିବାର ବିଳମ୍ବିତ ରାତିରେ କନ୍ଧମାଳ ଜିଲାରୁ ଶତାଧିକ ଗାଈ, ଗୋରୁ ବେନିୟମ ଭାବେ ଗଞ୍ଜାମ ଜିଲା ବେଲଗୁଣ୍ଠା ହାଟ କିମ୍ବା ଅନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri