ଭୂରାଜନୈତିକ ବିଭାଜନ ଓ ଆର୍ଥିକ ପରିଣାମ

ଅନ୍ତର୍ଜାତୀୟ ସମୁଦାୟ ଅଧିକ ଶାନ୍ତିପୂର୍ଣ୍ଣ ଏବଂ ଏକ ବିଶ୍ୱସ୍ତରୀୟ ବ୍ୟବସ୍ଥା ଆଡ଼କୁ ଯଦି କେବେ ଅଗ୍ରସର ହୋଇଥଲା, ତେବେ ତାହା ଶୀତଳ ଯୁଦ୍ଧର ପ୍ରାରମ୍ଭ ସମୟରେ ହିଁ ଘଟିଥିଲା। ସେହି ସମୟରେ ବୈଶ୍ୱିକ ଶାସନରେ ତ୍ରୁଟି ଥିଲେ ବି ଏକ ବୃହତ୍‌ ଶକ୍ତିର ବିପଦ କମ୍‌ ହୋଇଥିବା ଦେଖାଯାଉଥିଲା ଏବଂ ଦାରିଦ୍ର୍ୟ ହ୍ରାସ ପାଉଥିଲା। ତେବେ ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ପରିବେଶର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ସମ୍ମିଳନୀଗୁଡ଼ିକର ପ୍ରାରମ୍ଭିକ ଫଳାଫଳ ମାନବିକତାର ସବୁଠାରୁ କଠିନ ସମସ୍ୟାଗୁଡ଼ିକ ପାଇଁ ମହତ୍ତ୍ୱପୂର୍ଣ୍ଣ ସମାଧାନର ଆଶା ଉଜ୍ଜୀବିତ କରିଥିଲା। କିନ୍ତୁ ଭୂରାଜନୈତିକ ତିକ୍ତତା ଏବଂ ଅର୍ଥନୈତିକ ଅନିଶ୍ଚିତତା ସେହି ଯୁଗର ଆଶାବାଦ ଏବଂ ଅଭିଳାଷକୁ ବହୁ ପୂର୍ବରୁ ସଫଳ ହେବାକୁ ଦେଇ ନାହିଁ। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ କହିଛନ୍ତି ଯେ, ଜରୁରୀ ଆହ୍ବାନର ମୁକାବିଲା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ପରିବର୍ତ୍ତେ ଅନ୍ତର୍ଜାତୀୟ ସମୁଦାୟ ଏବେ ବୃହତ୍‌ ବୈଶ୍ୱିକ ଅସହଯୋଗ ବା ନିଷ୍କ୍ରିୟତା ମାନସିକତାରେ ରହିଛି। ସବୁଠାରୁ ଖରାପ ହେଉଛି, ଅନେକ ଦେଶ ଉଦାରବାଦୀ ବିଶ୍ୱ ବ୍ୟବସ୍ଥାର ବ୍ୟାପକ ଲାଭ ବିଷୟରେ ଚିନ୍ତା କରୁନାହାନ୍ତି। ସେମାନେ ନିଜ ଲାଭ କ୍ଷତି ବିଷୟରେ ଅଧିକ ଚିନ୍ତିତ । ଆଣ୍ଟଲାଟିକ ମହାସାଗରର ଉଭୟ ପାର୍ଶ୍ୱରେ ଥିବା ପ୍ରମୁଖ ଅର୍ଥବ୍ୟବସ୍ଥା, କ୍ଷମତାଶାଳୀ ଏକଚ୍ଛତ୍ରବାଦୀ ଦେଶସବୁ ଏବଂ ତଥାକଥିତ ଗ୍ଲୋବାଲ ସାଉଥ (ନିମ୍ନ ଆୟକାରୀ ଓ ନିମ୍ନ ବିକାଶଶୀଳ ଦେଶ) ସମସ୍ତେ ଅସନ୍ତୁଷ୍ଟ ହୋଇଛନ୍ତି। ବୈଶ୍ୱିକ ସହଯୋଗରୁ ପ୍ରାପ୍ତ ଲାଭର ଏକ ଅସମାନ ବଣ୍ଟନ ହେଉଛି ବୋଲି ସେମାନେ ମନେ କରୁଛନ୍ତି।
ଅନେକ ପାଶ୍ଚାତ୍ୟ ଦେଶର ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ, ପାଇବାକୁ ଥିବା ସେମାନଙ୍କ ଲାଭର ଭାଗ କମିଯାଉଛି। ଘରୋଇ ମାନ୍ଦାବସ୍ଥାର ଧାରା ଯୋଗୁ ଏଭଳି ଘଟୁଛି ବୋଲି ସେମାନେ ବିଚାର କରନ୍ତି। ମ୍ୟୁନିକ ସିକ୍ୟୁରିଟି ଇଣ୍ଡେକ୍ସର ନୂତନ ତଥ୍ୟ ଦର୍ଶାଏ ଯେ, ଆଜି ମଧ୍ୟ ଜି୭ରେ ଖୁବ୍‌ କମ୍‌ ଲୋକ ବିଶ୍ୱାସ କରନ୍ତି ଯେ ବର୍ତ୍ତମାନଠାରୁ ଏକ ଦଶନ୍ଧି ମଧ୍ୟରେ ସେମାନଙ୍କ ଦେଶ ଅଧିକ ସୁରକ୍ଷିତ ଏବଂ ଧନୀ ପାଲଟିବ। ତେବେ ଅନେକେ ଆଶା କରନ୍ତି ଯେ, ସେହି ସମୟ ମଧ୍ୟରେ ଚାଇନା ସହିତ ବ୍ରାଜିଲ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ଅଧିକ ଶକ୍ତିଶାଳୀ ହେବେ।
ପାଶ୍ଚାତ୍ୟରେ ସାଧାରଣ ଲୋକଙ୍କୁ ନେଇ ଜନପ୍ରିୟତା ହାସଲ କରିବାକୁ ଚାହଁୁଥିବା ରାଜନେତା (ପପୁଲିଷ୍ଟ ଲିଡର)ମାନେ ଆର୍ଥିକ ଲାଭ ହ୍ରାସ ଭୟରୁ ଶୋଷଣ କରିବାରେ ପାରଙ୍ଗମ। ସେମାନେ ପ୍ରସ୍ତାବ ଦେଉଥିବା ଜାତୀୟତାବାଦୀ ନୀତି ଏହି ପ୍ରକ୍ରିୟାକୁ ତ୍ୱରାନ୍ବିତ କରିପାରେ। ଏପରିକି ଆନ୍ତଃନିର୍ଭରଶୀଳତାର ଅବନତି ସ୍ପଷ୍ଟ ହେଉଥିବା କାରଣରୁ ଅଣ-ପପୁଲିିଷ୍ଟ ନେତାମାନେ ଜଗତୀକରଣ ପ୍ରତି ସତର୍କତା ଅବଲମ୍ବନ କରୁଛନ୍ତି। ଏହା ସତ ଯେ, ଚାଇନା ଉଦାରବାଦୀ ଅର୍ଥନୈତିକ ବ୍ୟବସ୍ଥାର ପ୍ରମୁଖ ଲାଭକାରୀ ହୋଇପାରିଛି। ବିଶ୍ୱରେ ବ୍ୟବସାୟ କାର୍ଯ୍ୟକଳାପରୁ ଉପଲବ୍ଧ ଲାଭ କମ୍ବା ମାର୍କେଟ ଶେୟାର ବଢ଼ାଇବାରେ ସାହାଯ୍ୟ କରିଥିବା ଚାଇନା ନେତାମାନେ ବିଶ୍ୱାସ କରୁଛନ୍ତି ଯେ, ସେମାନଙ୍କ ଦେଶ ଏକ ବଡ଼ ଆର୍ଥିକ ଲାଭାଂଶ ପାଇବାକୁ ଯୋଗ୍ୟ । କିନ୍ତୁ ବାସ୍ତବରେ ଆମେରିକାର ଉଗ୍ର ସୁଧାରବାଦୀ କ୍ଷମତା ଚାଇନାର ଉତ୍‌ଥାନକୁ ରୋକିବା ପାଇଁ ଏବଂ ବିଶ୍ୱ ସ୍ତରରେ ଏହାର ଭୂମିକାରେ ବାଧା ସୃଷ୍ଟି କରୁଛିି।
ଜନସଂଖ୍ୟା ହ୍ରାସ, ସମ୍ପତ୍ତି ସଙ୍କଟ ଏବଂ ଅତ୍ୟଧିକ ସରକାରୀ ଋଣ ସମେତ ଅନେକ ଘରୋଇ ଆହ୍ବାନର ସମ୍ମୁଖୀନ ହୋଇ ଚାଇନା ଆଗାମୀ ବର୍ଷରେ ଅପେକ୍ଷାକୃତ ଅଧିକ ଲାଭ ଉପରେ ଧ୍ୟାନ ଦେବାର ସମ୍ଭାବନା ଅଛି। ଏହା ସ୍ପଷ୍ଟ ଯେ, ନିକଟ ଅତୀତରେ ଚାଇନାର ନୀତିଗୁଡ଼ିକ ଓ ତା’ ଦୀର୍ଘମିଆଦୀ ଲକ୍ଷ୍ୟ ଉପରେ କେତେକେ ଅଧିକ ସନ୍ଦେହ କରନ୍ତି। ଏପରିକି ଏହିସବୁ ନୀତି କେତେକଙ୍କୁ ଦେଶ ସହ ନିଜ ସମ୍ପର୍କକୁ ବିପଦମୁକ୍ତ କରିବା ପାଇଁ ଉତ୍ସାହିତ କରିଛି। ହେଲେ ଆର୍ଥିକ ବଜାର କିମ୍ବା ଲାଭରେ ଭାଗ କମିବାକୁ ନେଇ ଅନ୍ୟମାନେ ଚିନ୍ତିତ ନୁହନ୍ତି। ଦାରିଦ୍ର୍ୟରେ ଥିବା କିମ୍ବା ଦୀର୍ଘ ଦିନ ଧରି ସଂଘର୍ଷ କରିଆସୁଥିବା ପୀଡ଼ିତଙ୍କ ପାଇ ଏହିସବୁ ନୀତି ସିଦ୍ଧାନ୍ତଗତ ନିୟମ-ଆଧାରିତ ବ୍ୟବସ୍ଥାକୁ ରକ୍ଷା କରିବାକୁ ଆହ୍ବାନ କରେ ।
ଅନେକ ଗରିବ ଓ ନିମ୍ନ ବିକାଶଶୀଳ ଦେଶ ବିଶ୍ୱାସ କରନ୍ତି ଯେ, ସେମାନେ ବଢୁଥିବା ଭୂରାଜନୈତିକ ବିଭାଜନରୁ ଅଧିକ କ୍ଷତିଗ୍ରସ୍ତ ହେବେ। ସେଥିପାଇଁ ସେମାନେ ପକ୍ଷଭୁକ୍ତ ନ ହେବାକୁ ଚେଷ୍ଟା କରନ୍ତି ଏବଂ ଏହା ବଦଳରେ ବହୁପକ୍ଷୀୟ ବୁଝାମଣା ଦାବି କରନ୍ତି, ଯାହା ସେମାନଙ୍କୁ ସେମାନଙ୍କର ସ୍ବାର୍ଥ ପାଇଁ ଅନୁମତି ଦେବ। କିନ୍ତୁ ଦ୍ୱିପାକ୍ଷିକ ଚୁକ୍ତି ଏବଂ ସ୍ବଳ୍ପ ମିଆଦୀ ଲାଭ ଉପରେ ଧ୍ୟାନ ଦେଇ ଏହି ଦେଶଗୁଡ଼ିକ ମଧ୍ୟରୁ କେତେକ କାରବାରିକ କୂଟନୀତିକୁ ସମର୍ଥନ କରନ୍ତି। ଏହା କେବଳ ଏକ ନିୟମ-ଆଧାରିତ ବ୍ୟବସ୍ଥା ପ୍ରଦାନ କରିପାରୁଥିବା ଦୀର୍ଘମିଆଦୀ ଆଶା କ୍ଷୁଣ୍ଣ କରିପାରେ। ଅଧିକ ଦେଶ ଅନ୍ୟମାନଙ୍କ ତୁଳନାରେ ସେମାନଙ୍କର ସଫଳତା ନିଣ୍ଣର୍ର୍ୟ କରୁଥିବାରୁ ଜଣକର କ୍ଷତି କରି ଅନ୍ୟ ଜଣେ ଲାଭ କରିବା ଧାରଣାର ଏକ ଭୟଙ୍କର ପ୍ରକ୍ରିୟା ଆରମ୍ଭ ହୋଇପାରେ। ଏହା ଭାଗୀଦାରି ସମୃଦ୍ଧିକୁ କ୍ଷତି କରିପାରେ ଏବଂ ଭୂରାଜନୈତିକ ତିକ୍ତତାକୁ ବଢ଼ାଇପାରେ। ବିକଳ୍ପ ରହିଛି କିନ୍ତୁ ସେଥିରୁ ଲାଭ ମିଳିପାରୁ ନ ଥିବା ପରିସ୍ଥିତି ଅନେକ ନୀତି କ୍ଷେତ୍ରରେ ଆଗରୁ ସାମ୍ନାକୁ ଆସିସାରିଛି ଏବଂ ବିଭିନ୍ନ ଅଞ୍ଚଳକୁ ପ୍ରଭାବିତ ବି କରିଛି। ଏପରିକି ଜଳବାୟୁ ନୀତି, ସମ୍ଭବତଃ ବୈଶ୍ୱିକ ସହଯୋଗ କିପରି ସମସ୍ତଙ୍କୁ ଉପକୃତ କରିପାରିବ, ତାହାର ଏକ ସର୍ବୋତ୍ତମ ଉଦାହରଣ।
ଗ୍ରହଣ କରାଯାଇଥିବା ଏହି ନୀତିଗୁଡ଼ିକ ମଧ୍ୟରୁ କେତୋଟି ପଛରେ ବୈଧ କାରଣ ଅଛି। ବିପଦ କିମ୍ବା କ୍ଷତି କମ୍‌ କରୁଥିବା ଅର୍ଥନୈତିକ ସମ୍ପର୍କ ଅଧିକ ପ୍ରତିଯୋଗିତାମୂଳକ ପରିବେଶ ପାଇଁ ଏକ ଯୁକ୍ତିଯୁକ୍ତ ପ୍ରତିକାର ଏବଂ ଏହା କ୍ଷତି କମ୍‌ କରିବାରେ ସାହାଯ୍ୟ କରିଥାଏ। କିନ୍ତୁ ବିଶ୍ୱ ଅର୍ଥ ବ୍ୟବସ୍ଥାରେ ବିଭାଜନ ବୃଦ୍ଧି ପାଇ ପ୍ରତିଦ୍ୱନ୍ଦ୍ୱିତାମୂଳକ ଭୂ-ରାଜନୈତିିକ ଗୋଷ୍ଠୀ ସୃଷ୍ଟି ହେବା ବିଶେଷକରି ସ୍ବଳ୍ପ ଆୟକାରୀ ଦେଶଗୁଡ଼ିକରେ ଅଭିବୃଦ୍ଧି ହ୍ରାସ କରିପାରେ। ଅପରପକ୍ଷେ ଅର୍ଥନୈତିକ ଅଭିବୃଦ୍ଧି ହ୍ରାସ ଯୋଗୁ ଜଣକର କ୍ଷତି କରି ଅନ୍ୟ ଜଣେ ଲାଭ ପାଇବା ମାନସିକତାକୁ ପ୍ରେତ୍ସାହିତ କରିପାରେ। ଭୂରାଜନୈତିକ ଅନିଶ୍ଚିତତାକୁ ଦେଖିଲେ ଏହା ବୁଝାପଡ଼େ ଯେ,ଏକ ଦେଶ ଆବଣ୍ଟିତ ଅର୍ଥିକ କାରବାରରେ ନିଜକୁ ସୁରକ୍ଷା ଦେବାକୁ ଚାହିଁବ। କିନ୍ତୁ ଅନ୍ତର୍ଜାତୀୟ ସମୁଦାୟ ନୀତିଗତ ବିତର୍କରେ ଅସମାନ ପରିଣାମର ଭୟକୁ ଦୂର କରିବା ଉଚିତ। ସର୍ବୋପରି, ବ୍ୟକ୍ତିଗତ ଅଂଶଗୁଡ଼ିକର ସୁରକ୍ଷା ପାଇଁ ବ୍ୟବସାୟିକ କାର୍ଯ୍ୟକଳାପରେ ଉପଲବ୍ଧ ଲାଭ କିମ୍ବା ମାର୍କେଟ ଶେୟାର ବୃଦ୍ଧି କରାଯିବା ଦରକାର। ଏଥିପାଇଁ ପ୍ରୟାସ ସନ୍ତୁଳିତ ହେବା ଜରୁରୀ। ପାରସ୍ପରିକ ଲାଭଦାୟକ ସଯୋଗ ଉପରେ ଆଧାରିତ ନୂତନ ଭାଗୀଦାରି ଗଠନ କରାଯିବା ଆବଶ୍ୟକ। ଏହାସହ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାରେ ସଂସ୍କାର ଆଣିବା ଆବଶ୍ୟକ ହେବ, ଯାହା ଲାଭଗୁଡ଼ିକର ସମାଗ୍ରିକ ବଣ୍ଟନକୁ ନିଶ୍ଚିତ କରିବ। ଯଦି ଏହି ପ୍ରୟାସ ବିଫଳ ହୁଏ, ତେବେ ଅତୀତରେ ଯାହା ଘଟିଥିଲା ସେହିଭଳି ଭବିଷ୍ୟତରେ ପ୍ରତ୍ୟେକ ଅର୍ଥ ବ୍ୟବସ୍ଥାରେ ନିଜର ଭାଗ ହ୍ରାସ ହେବ।

  • ଟୋବିୟାସ ବୁନ୍ଦେ, ନିର୍ଦ୍ଦେଶକ(ଗବେଷଣା ଓ ନୀତି), ମ୍ୟୁନିକ ସୁରକ୍ଷା ସମ୍ମିଳନୀ
  • ସୋଫି ଆଇସେଣ୍ଟ୍ରାଉଟ, ଗବେଷଣା ଓ ପ୍ରକାଶନ ମୁଖ୍ୟ, ମ୍ୟୁନିକ ସୁରକ୍ଷା ସମ୍ମିଳନୀ

Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri