ସୁରକ୍ଷା ଖୋଜୁଛନ୍ତି ଗେଣ୍ଡାଳିଆ

ବେତନଟୀ,୧।୧୦(ସ୍ବ.ପ୍ର.)-ଅନେକ ସଚେତନା ପରେ ବି କିଛି ଲୋକ ସୁଧୁରୁ ନାହାନ୍ତି। ବିଲୁପ୍ତ ପ୍ରଜାତିର ପକ୍ଷୀମାନଙ୍କୁ ସେମାନେ ଶିକାର କରୁଛନ୍ତି। ବନବିଭାଗ କର୍ମଚାରୀଙ୍କୁ ଚକ୍‌ମା ଦେଇ ଶିକାରୀମାନେ ଦିନକୁ ଦିନ ନିଜର ପଞ୍ଝା ମେଲାଇ ଚାଲିଛନ୍ତି। ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଅଁଳା ପଞ୍ଚାୟତରେ ଏପରି ଶିକାରୀମାନେ ସଂରକ୍ଷିତ ପ୍ରଜାତିର ଗେଣ୍ଡାଳିଆ, ବଗ ଏବଂ ପାଣିକୁଆ ସବୁକୁ ଅବାଧରେ ଶିକାର କରୁଛନ୍ତି।
ମୁଖ୍ୟତଃ ଗେଣ୍ଡାଳିଆ (ଏସିଆନ ଓପେନ ବିଲ୍‌ ଷ୍ଟର୍କ ) ଏକ ବଗ ପ୍ରଜାତିର ପକ୍ଷୀ ଅଟେ। ଯାହାର ଲମ୍ବା ଗୋଡ଼ ଓ ଥଣ୍ଟ ଥାଏ। ମୌସୁମୀ ବର୍ଷା ପୂର୍ବରୁ ଗେଣ୍ଡାଳିଆ କାଠିକୁଟା, ନଡ଼ାପାଳ ଏବଂ ବିଭିନ୍ନ ପ୍ରକାର ପତ୍ର ବ୍ୟବହାର କରି ନିଜର ବସା ସୁଦୃଢ କରି ବାନ୍ଧିଥାନ୍ତି। ସୂଚନା ଅନୁଯାୟୀ, ବର୍ଷାର ଆଗମନ ତଥା ଖରିଫ ଚାଷ ଆରମ୍ଭରେ ଅଁଳା ପଞ୍ଚାୟତ ତେନ୍ତୁଳିଗାଁ ଗ୍ରାମ ନିକଟରେ ଥିବା ବଡ଼ ତେନ୍ତୁଳି ବୃକ୍ଷ ଓ ଆମ୍ବଗଛଗୁଡ଼ିକରେ ଗ୍ରାମ ପାଖାପାଖି ଜଙ୍ଗଲରୁ ହଜାର ହଜାର ସଂଖ୍ୟାରେ ଗେଣ୍ଡାଳିଆ ଓ ବଗ ଆସି ବସା ବାନ୍ଧି ବାସ କରନ୍ତି। ଗତ ୫ବର୍ଷ ହେଲା ଏମାନେ ପ୍ରାୟତଃ ଜୁନ୍‌ ମାସରେ ଆସିଥାନ୍ତି ଓ ପୁଣି ନଭେମ୍ବର ମାସରେ ଶୀତ ଋତୁ ଆରମ୍ଭ ହେଲେ ନିଜନିଜ ଅଞ୍ଚଳକୁ ଫେରିଯାଇଥାନ୍ତି। ହେଲେ ଏହାର ସୁଯୋଗ ନେଇ ପ୍ରାୟତଃ ସା ସମୟରେ କେତେକ ଅମାନିଆ ଶିକାରୀ ବାଟୁଳି ସାହାଯ୍ୟରେ ପକ୍ଷୀ ଶିକାର କରୁଥିବା ଦେଖିବାକୁ ମିଳୁଛି।
ଶିକାରୀମାନେ ଏହି ପକ୍ଷୀଗୁଡ଼ିିକୁ ମାରି ଗାଁ ଗହଳିରେ ଚଢ଼ା ଦରରେ ବିକ୍ରି କରୁଛନ୍ତି। ଏନେଇ ଉକ୍ତ ଗ୍ରାମର ବାସିନ୍ଦା ବଳଭଦ୍ର ଦଳାଇ, ହେମନ୍ତ ପଣ୍ଡା, ଅଶୋକ କୁମାର ଦଳାଇ ପ୍ରମୁଖ ଶତାଧିକ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦିନ ଦ୍ବିପ୍ରହରରେ ପକ୍ଷୀ ଶିକାର ହେଉଥିଲେ ମଧ୍ୟ ବନ ବିଭାଗ କୋଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ପରିବେଶ ସନ୍ତୁଳନରେ ଏହି ପକ୍ଷୀଗୁଡ଼ିକର ଭୂମିକା ରହିଛି। ଅବାଧ ଶିକାର ଯୋଗୁ ଏମାନଙ୍କ ବଂଶ କ୍ରମଶଃ ଲୋପ ପାଇବାକୁ ବସିଲାଣି। ବନବିଭାଗ ଧରପଗଡ଼ କରି ଶିକାର ବନ୍ଦ କରିବାକୁ ପରିବେଶବିତ୍‌ମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…

ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ଉଜ୍ଜଳ ପଣ୍ଡାଙ୍କ ୬୬ ବର୍ଷ ବୟସରେ ପରଲୋକ ହୋଇଛି । ସେ…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

ସାନଖେମୁଣ୍ଡିରେ ସ୍କୁଲ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ବଣ୍ଟାଗଲା ନିମନ୍ତ୍ରଣ ପତ୍ର 

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ୨୦୨୬-୨୭ ଶିକ୍ଷାବର୍ଷ ପ୍ରାରମ୍ଭରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲ ପ୍ରବେଶ…

ଦିଗପହଣ୍ଡିରେ କାଳବୈଶାଖୀ ପ୍ରଭାବ; ମୁଖ୍ୟମନ୍ତ୍ରୀ ବସ ଉପରେ ପଡ଼ିଲା ଗଛ ଡାଳ, ୪୦ ଯାତ୍ରୀ ଚିତ୍କାର….

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ ଟାରୁ ସାଢ଼େ ୩ ଟା ଯାଏଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri