ଜେନ୍‌ ଜେଡ୍‌

ଜେନ୍‌ ଜେଡ୍‌ ଆଜିକାର ସାଂସ୍କୃତିକ, ସାମାଜିକ ଏବଂ ଆର୍ଥତ୍କ ଭୂ-ରାଇଜକୁ ହଲାଇବାରେ ଲାଗିଛି। ସେମାନେ ଦ୍ରୁତ ପ୍ରଯୁକ୍ତିବିଦ୍ୟା ପ୍ରଗତି, ଗୁରୁତ୍ୱପୂର୍ଣ୍ଣ ସାମାଜିକ ପରବତ୍ତର୍ର୍ନ ଏବଂ କ୍ରମାଗତ ଭାବରେ ବର୍ଦ୍ଧିଷ୍ଣୁ ବିଶ୍ୱ ସଂଯୋଗ ଦ୍ୱାରା ପରିଗଠିତ ପରିବେଶରେ ବଢ଼ିଛନ୍ତି। ନବେ ଦଶକର ଶେଷ ଏବଂ ୨୦୧୦ ଦଶକର ପ୍ରାରମ୍ଭ ମଧ୍ୟରେ ଜନ୍ମିତ ଶିଶୁମାନେ ଏକ ଡିଜିଟାଲ୍‌-ପ୍ରଥମ ବିଶ୍ୱରେ ବିତାଇଛନ୍ତି। ସ୍ମାର୍ଟଫୋନ୍‌, ସୋସିଆଲ ମିଡିଆ ଏବଂ ତୁରନ୍ତ ଯୋଗାଯୋଗ ସେମାନଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ ହୋଇପଡ଼ିଛି। ୨୦୨୫ ବେଳକୁ ସେମାନେ ପ୍ରାରମ୍ଭିକ କିଶୋର ଅବସ୍ଥାକୁ ଯାଉଛନ୍ତି। ଆଉ କିଛି ଏବେ ଯୁବାବସ୍ଥାରେ। ଏଇ ଯୁଗର ଛୁଆଙ୍କ ଭିତରେ ପ୍ରମୁଖ ଦର୍ଶନ ହେଲା ନାନ୍ଦନିକତା। ତାହା ବି ଭିନ୍ନ ଢଙ୍ଗରେ ଆପଣେଇବା ଏବଂ ପ୍ରଦର୍ଶିତ କରିବାର ମୋହ। ଏମାନଙ୍କୁ ଅନେକେ ହୁଏତ କହିପାରନ୍ତି ସଂସ୍କୃତି ବିରୋଧୀ, ଉଦ୍ଭଟ ଓ ଉଚ୍ଛୃଙ୍ଖଳିତ ଚରିତ୍ର ଛୁଆ। କିନ୍ତୁ ଏ କଥାକୁ ଗ୍ରହଣ କରା ନ ଯାଇପାରେ। ସେମାନେ ସଂସ୍କୃତି ଓ ପରମ୍ପରାପ୍ରେମୀ। କିନ୍ତୁ ଗତାନୁଗତିକ ପାରମ୍ପରିକ ଧାରାକୁ ଗ୍ରହଣ ନକରି ତାକୁ ଟିକେ ନୂଆ ରୂପ ଦେଇ ଗ୍ରହଣ କରିବାରେ ସେମାନେ ସିଦ୍ଧହସ୍ତ। ଜେନ୍‌ ଜେଡ୍‌ ହେଉଛି ପ୍ରଥମ ପ୍ରକୃତ ଡିଜିଟାଲ୍‌ ନେଟିଭ୍‌ ପିଢ଼ି, ଯିଏ ଇଣ୍ଟରନେଟ ସହିତ ବଞ୍ଚୁଛନ୍ତି। ସେମାନେ ବିବିଧତା, ସମାନତା ଏବଂ ଅନ୍ତର୍ଭୁକ୍ତିକୁ ପ୍ରାଥମିକତା ଦେଇ ଆସୁଛନ୍ତି।
ପ୍ରକୃତ, ପ୍ରାମାଣିକ ଅଭିଜ୍ଞତା ଖୋଜନ୍ତି ଏବଂ ସେସବୁକୁ ସମ୍ପୂର୍ଣ୍ଣ ଭାବରେ ସେମାନଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ପ୍ରତିଫଳିତ କରିବାକୁ ଚେଷ୍ଟା କରିଥାନ୍ତି। ଲାଭ ବ୍ୟତୀତ ସ୍ପଷ୍ଟ ଉଦ୍ଦେଶ୍ୟ ଥିବା ସଂଗଠନ ସହିତ ଜଡିତ ହେବା ଏବଂ ସମର୍ଥନ କରିବାକୁ ଅଧିକ ପସନ୍ଦ କରନ୍ତି। ବିଶେଷକରି ସ୍ଥିରତା ଏବଂ ସାମାଜିକ ମଙ୍ଗଳ ସମ୍ବନ୍ଧୀୟ କାର୍ଯ୍ୟ ପ୍ରତି ବେଶ୍‌ ସଚେତନ। ଜେନ୍‌ ଜେଡ୍‌ ସେମାନଙ୍କର ମାନସିକ ସ୍ବାସ୍ଥ୍ୟକୁ ସମର୍ଥନ କରୁଥିବା ଏକ ସଂସ୍କୃତିକୁ ପ୍ରାଥମିକତା ଦେଇ କର୍ମକ୍ଷେତ୍ର ଆଶାକୁ ବହୁଗୁଣିତ କରିଥାନ୍ତି। ପାରମ୍ପରିକ ପ୍ରଥା ଏବଂ ଛୁଟିଦିନ ସଂସ୍କୃତିକୁ୍ବ ହ୍ରାସ କରିବାକୁ ଚେଷ୍ଟା କରିଥାନ୍ତି। ସେମାନେ କାମ ବିଷୟରେ ବାସ୍ତବବାଦୀ। ଆର୍ଥିକ ସ୍ବଚ୍ଛଳ ଓ ସ୍ବାଧୀନଚେତା ସଂଚୟ ଏବଂ ନିବେଶ କରିବାରେ ପାରଦର୍ଶିତା ହାସଲ କରିଛନ୍ତି। ବିଶ୍ୱ ମାନ୍ଦାବସ୍ଥାବେଳେ ଜନ୍ମିତ ହୋଇଥିବାରୁ ବାଲ୍ୟାବସ୍ଥାରେ ଅଭିଭାବକଙ୍କ ଆର୍ଥିକ ସ୍ଥିତିକୁ ପରଖିଛନ୍ତି। ସେଭଳି ସମୟ ଦେଇ ନିଜ ଜୀବନକୁ ପରିଚାଳିତ କରିବାକୁ ଆଗ୍ରହ ପ୍ରକଟ କରନ୍ତିନି। ଟଙ୍କା ସହିତ ବହୁତ ଚତୁର। ୫୯ ପ୍ରତିଶତରୁ ଅଧିକ ଏଇ ଯୁଗର ପିଲା ଟଙ୍କା ସଞ୍ଚୟ କରିବା ପାଇଁ ଯୋଜନା କରନ୍ତି ଏବଂ ଅନ୍ୟ ପିଢ଼ିକୁ ପଛରେ ପକାଇଛନ୍ତି। ନିବେଶ କ୍ଷେତ୍ରରେ ସେମାନେ ଅନ୍ୟ ପିଢ଼ିଠାରୁ ବହୁ ଆଗରେ। ସେହିପରି ଏକ ପରିସଂଖ୍ୟାନ ଅନୁସାରେ ଜେନ୍‌ ଜେଡ୍‌ ବିବାହିତଙ୍କ ସଂଖ୍ୟାରେ ୪୫ ପ୍ରତିଶତ ବୃଦ୍ଧି ଘଟିଛି ଏବଂ କିଶୋରଙ୍କ ସଂଖ୍ୟାରେ ୨୩ ପ୍ରତିଶତ ବୃଦ୍ଧି ପାଇଛି। ସେହିଭଳି ୧୯ ପ୍ରତିଶତ ବର୍ତ୍ତମାନ କାର୍ଯ୍ୟକ୍ଷେତ୍ରରେ ନିଷ୍ପତ୍ତି ଗ୍ରହଣକାରୀ ଦାୟିତ୍ୱ ନିର୍ବାହ କରୁଛନ୍ତି। ଆଗକୁ ଏହି ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ୩୯ ପ୍ରତିଶତ ଜେନ୍‌ ଜେଡ୍‌ ଯୁବକ ଆଗାମୀ ଛଅ ମାସରେ ଏକ ନୂତନ ଚାକିରି ଖୋଜିବା ଲୟରେ ରହିଥାନ୍ତି। ସେମାନେ ଗୋଟିଏ ସ୍ଥାନରେ ସ୍ଥାଣୁ ହୋଇ କାମ କରିବାକୁ ପସନ୍ଦ କରନ୍ତିନି। କାର୍ଯ୍ୟ-ଜୀବନ ସନ୍ତୁଳନକୁ ଗୁରୁତ୍ୱ ଦିଅନ୍ତି ଏବଂ ସେମାନଙ୍କର ବ୍ୟକ୍ତିଗତ ମୂଲ୍ୟବୋଧ ଏବଂ ଲକ୍ଷ୍ୟ ସହିତ ସମନ୍ବିତ ଚାକିରି ଖୋଜିଥାନ୍ତି। କର୍ମରେ ପ୍ରତିବଦ୍ଧତା ପ୍ରଦର୍ଶନ ସହ ନିଜସ୍ବ ଅଭିବୃଦ୍ଧି ଏବଂ ସନ୍ତୋଷକୁ ପ୍ରାଧାନ୍ୟ ଦେଇଥାନ୍ତି। ଏହି କାରଣରୁ ଲକ୍ଷ୍ୟ ପ୍ରାପ୍ତି ପାଇଁ ନିଜକୁ ସବୁଦିଗରୁ ଫିଟ୍‌ କରିବାକୁ ସର୍ବଦା ଚେଷ୍ଟିତ।
ଏଇ ପିଢ଼ିର ପିଲା ପରିବେଶ ଓ ଜଳବାୟୁ ପରିବର୍ତ୍ତନକୁ ନେଇ ସୋସିଆଲ ମିଡିଆରେ ଆନ୍ଦୋଳନକୁ ବ୍ୟାପକ କରିଥାନ୍ତି ଏବଂ ପ୍ରଭାବୀ ଢଙ୍ଗରେ ଉପସ୍ଥାପନା କରିଥାନ୍ତି। କାମବେଳେ ଧୁମ୍‌ କାମ ଏବଂ ଅବସର ସମୟରେ ଦୁଃସାହସିକ ଯାତ୍ରା, ପରିଭ୍ରମଣ, ସମାଜସେବା ପ୍ରତି ବିଶେଷ ରୁଚି ରଖନ୍ତି। ନିଜ ଉପାର୍ଜ୍ଜନର କିଛି ଅର୍ଥ ସାମାଜିକ ସେବାରେ ବ୍ୟୟ ଲାଗି ବି ପଛଘୁଞ୍ଚା ଦିଅନ୍ତିନି। ଏହା ଏକ ଶୁଭ ସଂକେତ। ଏସବୁ ଭିତରେ ବଡ଼ ଆହ୍ବାନଭରା କଥା ହେଲା ସେମାନେ ଅଧିକତଃ ଚିନ୍ତାର ଶିକାର ହୁଅନ୍ତି। ପୂର୍ବ ପିଢ଼ି ଅପେକ୍ଷା ଅଧିକ ବ୍ୟବହାରିକ ଏବଂ ଶୀଘ୍ର ପରିପକ୍ୱ ହୋଇଥିଲେ ବି ମାନସିକ ସ୍ବାସ୍ଥ୍ୟ ଏବେ ବଡ଼ ସମସ୍ୟା ହୋଇ ଠିଆ ହୋଇଛି। ଅଳ୍ପ ନିଦ୍ରା, କମ୍‌ ଆହାର, ବାହାର ଖାଦ୍ୟ ପ୍ରତି ରୁଚି, ମନ ଓ ଶରୀରକୁ ଥକ୍କା ମେଣ୍ଟାଇବା ଲାଗି ସୁଯୋଗ ନ ଦେବା ଏବଂ ସର୍ବୋପରି ଅଭିଭାବକଙ୍କଠାରୁ ଦୂରରେ ଏକାକୀ ଜୀବନ ବିତେଇବା ଯୋଗୁ ଏ ଯୁଗର ପିଲାଙ୍କ ଭିତରେ ମାନସିକ ଅସୁସ୍ଥତା ଅଧିକ। ଏହି ପିଢ଼ି ଯେତେବେଳେ କୌଣସି ସମସ୍ୟାର ସମାଧାନ କରିବାରେ କିମ୍ବା କିଛି ଗବେଷଣା କରିବାରେ ଅଥବା ଏକ କଠିନ ଧାରଣା ପାଇବାରେ ଆବଶ୍ୟକ କରନ୍ତି ସେତେବେଳେ ଗୁରୁଜନଙ୍କ ପ୍ରତି ଆସ୍ଥା ଅପେକ୍ଷା ଏଆଇ ଆଡକୁ ମୁହାଁଇଥାନ୍ତି। ସେମାନଙ୍କ ଦୃଢ ଧାରଣା ମାତାପିତା ଗୁରୁଜନଙ୍କୁ ଜଣାଇ ଗାଳି ଶୁଣିବା ଅପେକ୍ଷା ଏଆଇରୁ ସମାଧାନ ଖୋଜିବା ବରଂ ଭଲ। ଏହି କାରଣରୁ ଅନେକ ସମୟରେ ଅପରିପକ୍ୱ ସିଦ୍ଧାନ୍ତ ନେଇଥାନ୍ତି, ଯାହା ଜୀବନକୁ ବିପନ୍ନ କରି ଦେଇଥାଏ।
ସେମାନଙ୍କର ବଡ଼ ଧାରଣା ଏବଂ ବଡ଼ ଲକ୍ଷ୍ୟ ଅଛି। ତା ସହିତ ସେମାନେ ଯେଉଁ ବିଶ୍ୱରେ ପାଦ ଦେଉଛନ୍ତି ସେ ବିଷୟରେ ବାସ୍ତବବାଦୀ ମଧ୍ୟ। ଏସବୁ ସତ୍ତ୍ୱେ ସେମାନଙ୍କ ଭିତରେ ଥିବା ଅଦ୍ଭୁତ ଖିଆଲ ଓ ନୂଆକରି ଦେଖାଇବାର ମାନସିକତା ଅନେକ ସମୟରେ ବୁମେରାଂ ହୋଇପଡ଼ିଥାଏ। ଏ ସମୟରେ ଅଭିଭାବକମାନେ ସେମାନଙ୍କ ରୁଚି ଓ ଆଗ୍ରହକୁ ପରଖିବା ଆବଶ୍ୟକ। ନିଜର ଇଚ୍ଛାକୁ ଲଦି ଦେବାକୁ ଚେଷ୍ଟା କଲେ ପରିସ୍ଥିତି ଭୟଙ୍କର ହୋଇପାରେ। ସେମାନଙ୍କ ଭିତରେ ପରିଦୃଶ୍ୟ ଅପାର କର୍ମଶକ୍ତି, ବଜାର ପ୍ରତି ସଚେତନ ଏବଂ ସାମାଜିକ ଆନ୍ଦୋଳନକୁ ପରିଚାଳନା କରିବାର ଶକ୍ତିଶାଳୀ ଶକ୍ତି ସୁଚାରୁ ରୂପରେ ନିୟୋଜିତ ନ ହୋଇ ଅବାଟକୁ ଚାଲିଗଲେ ରାଷ୍ଟ୍ର ପ୍ରତି ବିପଦ ହୋଇପାରେ। ପ୍ରତ୍ୟେକ ମାତାପିତା, ଶାସନ, ପ୍ରଶାସନ ଏଇ ପିଢିର ଛୁଆର ପାରଙ୍ଗମତା ପ୍ରତି ଯେତିକି ଖୁସି ହେବା ଜରୁରୀ ତାଠାରୁ ଅଧିକ ଭାବରେ ସେମାନଙ୍କର ଦକ୍ଷତାର ସଦୁପଯୋଗ ଲାଗି ସଚେତନ ହେବା ଅନିବାର୍ଯ୍ୟ। ସାମାନ୍ୟ ଭୁଲ ପଦକ୍ଷେପ ହୁଏତ ଆଜିକାର ନେପାଳର ପରିସ୍ଥିତି ଭଳି ହୋଇପାରେ। ସଂସ୍କୃତି, ପରମ୍ପରା ଓ ପରିବେଶର ସଂରକ୍ଷଣ ସହ କିଶୋର ଓ ଯୁବ ଶକ୍ତିକୁ ଠିକ୍‌ ମାର୍ଗଦର୍ଶନ ହେବା ଜରୁରୀ। ସେମାନେ ବି ସଂସ୍କୃତି ଓ ପ୍ରକୃତିପ୍ରେମୀ। ଯାହା ଖାଲି ରୁଚି ଅଲଗା। ସେଇ ରୁଚିରେ ଯାହା ଆବଶ୍ୟକ ତାକୁ ପରଷିବା ବିଧେୟ। କାରଣ ଏବେ ତ ଜେନ୍‌ ଜେଡ୍‌କୁ ବିଶ୍ୱ ଦେଖୁଛି ଓ ଭୋଗୁଛି। ଆଗକୁ ଆସୁଛି ଜେନ ଆଲ୍‌ଫା। ଜେଡ୍‌ର ପରିବର୍ତ୍ତିତ ସ୍ବରୂପ ଯାହା ଅଧିକ ଶାଣିତ ଓ ପ୍ରଖର ମଧ୍ୟ।
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା
ମୋ: ୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri