Posted inଜାତୀୟ

ଯୋଗୀଙ୍କୁ ଅନୁସରଣ କଲେ ଗେହଲଟ: ଶିକ୍ଷକ ନିଯୁକ୍ତି ପେପର ଲିକ୍‌ ମାମଲାର ମାଷ୍ଟରମାଇଣ୍ଡ କୋଚିଂ ସଂସ୍ଥା ଉପରେ ବୁଲଡୋଜର…

ଜୟପୁର,୯।୧ : ଜେଡିଏ କାର୍ଯ୍ୟନିର୍ବାହୀ ଦଳ ସୋମବାର ସକାଳ ସାଢ଼େ ୭ଟା ରୁ ଜୟପୁରର ଜୋନ-୫ ଅଞ୍ଚଳର ଗୋପାଳପୁର ବାଇପାସ ମୁଖ୍ୟ ରୋଡ ଗୁର୍ଜର ଥାଡିରେ ପହଞ୍ଚିଛି। ଯେଉଁଠାରେ ଶିକ୍ଷକ ନିଯୁକ୍ତି ପରୀକ୍ଷା ପେପର ଲିକ ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ଦ୍ୱାରା ପରିଚାଳିତ ଅଧିଗମ କୋଚିଂ ଇନଷ୍ଟିଚ୍ୟୁଟ ବିଲଡିଂ ଉପରେ ବୁଲଡୋଜରର ଚଲାଯାଇଛି।

ପୂର୍ବରୁ ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଏଭଳି କରୁଥିଲେ। ଏବେ ଯୋଗୀଙ୍କୁ ଅନୁସରଣ କରି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଆଶୋକ ଗେହଲଟ ସରକାର ସମାନ ଧାରାରେ କାର୍ଯ୍ୟ କରିଛନ୍ତି।

ଆଇନଗତ ପ୍ରକ୍ରିୟା ଗ୍ରହଣ କରି ପ୍ରାଧିକୃତସ୍ତରରେ ଅନୁମତି ନେଇ ବେଆଇନ ବାଣିଜି୍ୟକ କୋଠାକୁ ଭାଙ୍ଗି ଦିଆଯାଇଛି। ଧାର୍ଯ୍ୟ ସମୟ ମଧ୍ୟରେ ବିଜ୍ଞପ୍ତିର ଉତ୍ତର ଦିଆଯାଇ ନ ଥିବାରୁ ଏଭଳି କରାଯାଇଥିବା ପ୍ରଶାସନ କହିଛି। ଜିଡିଏର ମୁଖ୍ୟ ନିୟନ୍ତ୍ରକ ଏନଫୋର୍ସମେଣ୍ଟ, ସମସ୍ତ ସବ-କଣ୍ଟ୍ରୋଲର୍‌, ଜୋନ -୫ ର ଡେପୁଟି କମିଶନର, ସମସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ,ଇଞ୍ଜିନିୟରିଂ ଦଳ, ଜୟପୁର ପୋଲିସ କମିଶନର ମାନସରୋବର ଏସିପି ପ୍ରମୁଖଙ୍କ ଉପସ୍ଥିତିରେ କୋଠାକୁ ଭଙ୍ଗା ଯାଇଛି। ଶାନ୍ତି ବଜାୟ ରଖିବା ପାଇଁ ୫୦ଜଣ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଥିଲା।

ବିଲ୍ଡିଂ ନିୟମ ଉଲ୍ଲଂଘନ, ଆବାସିକ ଜମି ଉପରେ ବେଆଇନ ବ୍ୟବସାୟିକ ନିର୍ମାଣ ଏବଂ ରାସ୍ତା ଅବରୋଧ ଅଭିଯୋଗ ଆଧାରରେ ପଦକ୍ଷେପ ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri