Posted inଜାତୀୟ

ଗାନ୍ଧୀ ଶାନ୍ତି ପୁରସ୍କାର ସହ ଏକ କୋଟି ଟଙ୍କାର ପୁରସ୍କାର ରାଶି ନେବ ନାହିଁ ଗୀତା ପ୍ରେସ, କହିଲା ସମ୍ମାନ ନେବି ଧନରାଶି ନୁହେଁ

ଗୋରଖପୁର,୧୯।୬: ଗୀତା ପ୍ରେସ ଟ୍ରଷ୍ଟ ଗାନ୍ଧୀ ଶାନ୍ତି ପୁରସ୍କାରରେ ମିଳିବାକୁ ଥିବା ଏକ କୋଟି ଟଙ୍କାର ଧନରାଶି ନେବାକୁ ମନା କରି ଦେଇଛି। ଟ୍ରଷ୍ଟିମାନେ କହିଛନ୍ତି ଯେ ଗୀତା ପ୍ରେସ କୌଣସି ପ୍ରକାର ଦାନ ନେଇ ନ ଥାଏ।ସେଥିପାଇଁ ଗୀତା ପ୍ରେସ ଟ୍ରଷ୍ଟ କୌଣସି ଅନୁଦାନ ଅଥବା ପୁରସ୍କାରର ଧନରାଶି ସ୍ବୀକାର କରି ନ ଥାଏ।
ଗୀତାପ୍ରେସର ପ୍ରବନ୍ଧକ ଡକ୍ଟର ଲାଲମଣିି ତିୱାରୀ କହିଛନ୍ତି ଯେ ଗୀତା ପ୍ରେସ ପ୍ରତିଷ୍ଠା ସମୟରେ ଏହାର ପ୍ରତିଷ୍ଠାତା ସେଠଜୀ ଜୟଦୟାଲ ଗୋୟନ୍ଦକା ନିଷ୍ପତ୍ତି ନେଇଛନ୍ତି ଯେ ଏହି ପ୍ରେସ ଚଳାଇବା ପାଇଁ କୌଣସି ସହଯୋଗ କିମ୍ବା ଦାନ ନିଆଯିବ ନାହିଁ। ସେଥିପାଇଁ ଗୀତା ପ୍ରେସ କୌଣସି ଅନୁଦାନ କିମ୍ବା ପୁରସ୍କାର ରାଶି ଗ୍ରହଣ କରେ ନାହିଁ । ପ୍ରେସ ଗାନ୍ଧୀ ଶାନ୍ତି ସମ୍ମାନ ଟଙ୍କା ଗ୍ରହଣ କରିବ ନାହିଁ କିନ୍ତୁ ଆନନ୍ଦରେ ସମ୍ମାନ ଗ୍ରହଣ କରିବ।
ସୂଚନାଯୋଗ୍ୟ, ଗୋରଖପୁରର ଗୀତା ପ୍ରେସକୁ ଗାନ୍ଧୀ ଶାନ୍ତି ପୁରସ୍କାର ୨୦୨୧ ପ୍ରଦାନ କରାଯିବ ବୋଲି ସଂସ୍କୃତି ମନ୍ତ୍ରଣାଳୟ ଘୋଷଣା କରିଛି। ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗୀତା ପ୍ରେସକୁ ୨୦୨୧ ପାଇଁ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ସାମାଜିକ, ଅର୍ଥନୈତିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୀତା ପ୍ରେସକୁ ଏହି ପୁରସ୍କାର ପ୍ରଦାନ କରାଯାଇଛ। ୧୯୨୩ରେ ପ୍ରତିଷ୍ଠିତ ଗୀତା ପ୍ରେସ ବିଶ୍ୱର ସବୁଠୁ ବଡ ପ୍ରକାଶକ ମଧ୍ୟରୁ ଗୋଟିଏ, ଯେଉଁଥିରେ ୧୪ଟି ଭାଷାରେ ୪୧.୭ କୋଟି ପୁସ୍ତକ ପ୍ରକାଶ କରିଛି। ଏଥିମଧ୍ୟରେ ୧୬.୨୧ କୋଟି ଶ୍ରୀମଦ ଭଗବଦ ଗୀତା ଅନ୍ତର୍ଭୁକ୍ତ । ସଂସ୍ଥା ରାଜସ୍ବ ପାଇଁ ପ୍ରକାଶନରେ କେବେବି ବିଜ୍ଞାପନ ଛାପି ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଭୋ ଭୋ ହୋଇ କାନ୍ଦି ଗଡ଼ିଲେ ମା’, ଭାଇ ଦେଲେ ମୁଖାଗ୍ନି; ପଞ୍ଚଭୂତରେ ବିଲୀନ ହେଲେ ଟ୍ବିଶା…

ଭୋପାଳ,୨୪।୫: ପଞ୍ଚଭୂତର ବିଲୀନ ହେଲେ ମଡେଲ ତଥା ଅଭିନେତ୍ରୀ ଟ୍ବିଶା ଶର୍ମା। ରବିବାର ଭୋପାଳର ଭଦଭଦା ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ଟ୍ବିଶାଙ୍କ…

ଯନ୍ତ୍ରୀଙ୍କ ପିସି କାରବାର ଅଭିଯୋଗ, ବିଦ୍ୟାଳୟ ରୂପାନ୍ତରୀକରଣ କରି ପାଇଁ ଥାନାର ଦ୍ୱାରସ୍ଥ ହେଲେ ଯୁବକ

ଥୁଆମୂଳ ରାମପୁର,୨୪ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ କନିଷ୍ଠ ଯନ୍ତ୍ରୀ ଓ ଅସାଧୁ ବ୍ୟକ୍ତିଙ୍କ ମଧୁଚନ୍ଦ୍ରିକା ଏବେ ଚରମ ସୀମାରେ ପହଞ୍ଚିଛି। ଆଦିବାସୀ ବହୁଳ…

ପୁଅକୁ ମେଡିକାଲ ନେବାବେଳେ ବାପାଙ୍କ କୋଳରେ ଚାଲିଗଲା ଜୀବନ, ପୂରା ଘଟଣା ଜାଣିଲେ ଆଖିରେ ଆସିଯିବ ଲୁହ

ଲକ୍ଷ୍ନୌ,୨୪ା୫: ସୋସିଆଲ ମିଡିଆରେ ଏକ ହୃଦୟ ବିଦାରକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଯେଉଁଥିରେ ଦେଖାଯାଉଛି ଏକ ନିଷ୍ପାପ ଶିଶୁର ଜୀବନ କିଛି ମୁହୂର୍ତ୍ତ ମଧ୍ୟରେ…

ଶ୍ବଶୁରଘରୁ ବର୍ଷାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

କଟକ,୨୪।୫:(ପ୍ରଭୁକଲ୍ୟାଣ ପାଲ):  ପୁଣି ଯୌତୁକ ଜୁଇରେ ଆଉ ଜଣେ ନବବଧୂ। ନବବଧୂଙ୍କୁ ଯୌତୁକ ପାଇଁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯାଜପୁର ଟାଉନ…

ଆଗପଛ ହୋଇ ଆସୁଥିଲା ଦୁଇ କାର୍‌, ହଠାତ୍‌ ମଝି ରାସ୍ତାରେ ଘଟିଲା…

ଗଞ୍ଜାମ,୨୪ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମ୍ମା ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ-୧୬ ହୁମ୍ମା ଓ ଶଙ୍ଖନୂଆଗାଁ ମଧ୍ୟଭାଗରେ ଥିବା ଜଷ୍ଟିଂଙ୍ଗ ନିକଟରେ ଗୋଟିଏ କାର୍‌…

କ’ଣ ମୋଦିଙ୍କ ଗୋଟିଏ କଥାରେ ବିଦେଶ ଯିବା ବନ୍ଦ କରିଦେଲେ ଭାରତୀୟ? ଚମକାଇ ଦେବ RBIର ସଂଖ୍ୟା

ନୂଆଦିଲ୍ଲୀ,୨୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଇଥିବା ଏକ ଅପିଲର ପ୍ରଭାବ ଭାରତୀୟମାନଙ୍କ ବିଦେଶ ଯାତ୍ରା ଧାରାରେ ପ୍ରକାଶ ପାଇବା ଆରମ୍ଭ କରିଛି କି? ଭାରତୀୟ ରିଜର୍ଭ…

‘ଦେଶବାସୀଙ୍କୁ Slow Poison ଦେଉଛନ୍ତି ସରକାର’

ନୂଆଦିଲ୍ଲୀ,୨୪। ୫: ଦେଶରେ କ୍ରମାଗତ ଭାବେ ବଢ଼ୁଥିବା ପେଟ୍ରୋଲ ଏବଂ ଡିଜେଲ ଦରକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଆମ ଆଦମୀ ପାର୍ଟି (AAP)ର ଜାତୀୟ…

ମଦ୍ୟପ ପୁଅର ଉନ୍ମକ୍ତ କାଣ୍ଡ, ନିଶାଶକ୍ତ ଅବସ୍ଥାରେ ମା’କୁ ପିଟିପିଟି ମାରିଦେଲେ

ରାଜକନିକା,୨୪।୫(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଞ୍ଚଳ ବଳରାମପୁର ପଞ୍ଚାୟତ ପାତୁଳି ଗାଁରେ ଶନିବାର ବିଳମ୍ଵିତ ରାତ୍ରିରେ ଘଟିଯାଇଛି ଏକ ଦୁଃଖଦ ଘଟଣା ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri