ଜିଡିପିକୁ ଲାଗିବ ଦୁଇ ଅଙ୍କର ଝଟକା: ରଏଟର୍ସ ଅର୍ଥନୀତିଜ୍ଞ ସର୍ଭେ

ନୂଆଦିଲ୍ଲୀ: କରୋନା ପାଇଁ ଘରୋଇ ବଜାରର ସ୍ଥିତି ବେହାଲ ହୋଇ ରହିଛି। ଚଳିତ ଆର୍ଥତ୍କ ବର୍ଷରେ ଭାରତୀୟ ଅର୍ଥ ବ୍ୟବସ୍ଥାର ମୋଟ ଘରୋଇ ଉତ୍ପାଦ (ଜିଡିପି) ରେକର୍ଡ ସ୍ତରରେ ହ୍ରାସ ହେବ ବୋଲି ଆକଳନ କରାଯାଇଛି। ୨୦୨୦-୨୧ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଜିଡିପିକୁ ୨୩.୯% ଝଟକା ଲାଗିଛି। ସେହିଭଳି ତୃତୀୟ ଏବଂ ଚତୁର୍ଥ ତ୍ରୈମାସରେ ଜିଡିପି ଯଥାକ୍ରମେ ୧୦.୪% ଏବଂ ୫.୦% ହ୍ରାସ ହେବା ନେଇ ଆକଳନ ହୋଇଛି। ଜିଡିପି ୯.୫% ଖସିବ ବୋଲି ରିଜର୍ଭ ବ୍ୟାଙ୍କ ରିପୋର୍ଟରେ ପ୍ରକାଶ କରିଛି। ସେହିଭଳି ଜିଡିପି ହ୍ରାସ ୯.୮% ରହିବ ବୋଲି ଅନ୍ୟ କିଛି ପ୍ରମୁଖ ଏଜେନ୍ସି ରିପୋର୍ଟରେ କହିଛନ୍ତି। ଏଭଳି ସ୍ଥିତିରେ ଜିଡିପି ୧୦%ରୁ ଅଧିକ ଖସିବ ବୋଲି ରଏଟର୍ସ ଅର୍ଥନୀତିଜ୍ଞ ମତ ପ୍ରକାଶ କରିଛନ୍ତି। ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଏହା ସବୁଠାରୁ ବଡ଼ ଧରଣର କ୍ଷତି ବୋଲି ଏହି ରିପୋର୍ଟରେ କୁହାଯାଇଛି। ୨୦୨୧-୨୨ରେ ଜିଡିପି ୯% ଏବଂ ୨୦୨୨-୨୩ରେ ୫.୭% ରହିବା ନେଇ ଆକଳନ କରାଯାଇଛି। ସେହିଭଳି ଜିଡିପି କୋଭିଡ୍‌ ପୂର୍ବସ୍ତରକୁ ଫେରିବା ଲାଗି ଅନ୍ତତଃ ପକ୍ଷେ ଗୋଟିଏ ବର୍ଷ ଲାଗିପାରେ। କ୍ଷତି ହୋଇଥିବା ଜିଡିପି ଭରଣାକରି ପୁଣି ଅଭିବୃଦ୍ଧି ହାସଲ କରିବା ନିଶ୍ଚିତ ପକ୍ଷେ ଭାରତ ଲାଗି ଏକ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଇଛି।

ବଜାରର ସ୍ଥିତିକୁ ଠିକ୍‌ କରିବା ଲାଗି କେନ୍ଦ୍ର ସରକାର ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଆଣିଛନ୍ତି। ମାତ୍ର ଏହା ବିଶେଷ ଫଳପ୍ରଦ ହୋଇପାରିନାହିଁ। କରୋନା ପ୍ରଭାବିତ ବଜାରରେ ଆର୍ଥତ୍କ କାର୍ଯ୍ୟକଳାପକୁ ଫେରାଇ ଆଣିବା ଦିଗରେ ଏହା ବିଶେଷ ଯୋଗଦାନ ରଖି ପାରିନାହିଁ ବୋଲି ରଏଟର୍ସ ପକ୍ଷରୁ ଅର୍ଥନୀତିଜ୍ଞଙ୍କୁ ନେଇ କରାଯାଇଥିବା ସର୍ଭେରେ ଏହା ପ୍ରକାଶ ପାଇଛି। ଭାରତରେ କରୋନା ସଂକ୍ରମଣ ଥମିବାର ନଁ। ନେଉନାହିଁ। ବର୍ତ୍ତମାନ ସାରା ଦେଶରେ ୭୫ ଲକ୍ଷ ଲୋକ ଏହି ସଂକ୍ରମଣର ଶିକାର ହୋଇଛନ୍ତି। ଆମେରିକା ପରେ ଭାରତ ସଂକ୍ରମଣରେ ଦ୍ୱିତୀୟ ସ୍ଥାନରେ ରହିଛି। କରୋନା ମାମଲା ବଢୁଥିବାରୁ ଏହାର ବଜାରକୁ ମଧ୍ୟ ଆଶଙ୍କାଗ୍ରସ୍ତ କରି ରଖିଛି। ଦରଦାମ ଉଚ୍ଚରେ ରହିଥିଲେ ମଧ୍ୟ ବଜାରର ଅଭିବୃଦ୍ଧିକୁ ନେଇ ରିଜର୍ଭ ବ୍ୟାଙ୍କ ଚିନ୍ତିତ ରହିଛି। ସେହି ଅନୁସାରେ କେନ୍ଦ୍ରୀୟ ବ୍ୟାଙ୍କ ପଦକ୍ଷେପ ଗ୍ରହଣ କରୁଛି। ଲୋକଙ୍କ ନିଯୁକ୍ତି ହ୍ରାସ ଏବଂ ଦରମା କାଟ ଭଳି ସମସ୍ୟା ଚାହିଦା ଉପରେ ପ୍ରଭାବ ପକାଉଥିବା ରଏଟର୍ସ ରିପୋର୍ଟରେ ପ୍ରକାଶ ପାଇଛି।
ସରକାର ବର୍ତ୍ତମାନ ଅଧିକାଂଶ କଟକଣା ବଜାରରୁ ଉଠାଇଦେଲେଣି। ହେଲେ ଲୋକଙ୍କ ମନରେ ଭୟ ରହିଥିବାରୁ ଆର୍ଥତ୍କ କାର୍ଯ୍ୟକଳାପ ଟ୍ରାକ୍‌କୁ ଫେରିବାରେ ସମସ୍ୟା ଉପୁଜୁଛି। ଦରଦାମ ଉଚ୍ଚରେ ରହିବା ଫଳରେ ନିକଟରେ ହୋଇଥିବା ମୁଦ୍ରାନୀତି କମିଟି ବୈଠକରେ ରିଜର୍ଭ ବ୍ୟାଙ୍କ ଏହାର ରେପୋ ହାରକୁ ଅପରିବର୍ତ୍ତିତ ରଖିଛି। ସେହି ଭଳି ଅର୍ଥ ବ୍ୟବସ୍ଥାକୁ ନେଇ ଏହାର ଅନୁମାନ ମଧ୍ୟ ନକାରାତ୍ମକ ରହିଛି। ଅର୍ଥ ବ୍ୟବସ୍ଥାରେ ଚାହିଦା ଫେରାଇ ଆଣିବା ଲାଗି ସରକାର ନିକଟରେ ପୁଣି ଥରେ ୭୩ ହଜାର କୋଟି ଟଙ୍କାର ଆର୍ଥତ୍କ ପ୍ୟାକେଜ ଘୋଷଣା କରିଛନ୍ତି। ୫୫ ଅର୍ଥନୀତିଜ୍ଞଙ୍କୁ ହୋଇ ରଏଟର୍ସର ଏହି ସର୍ଭେରେ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ନେଇ ନିରାଶା ପ୍ରକଟ କରାଯାଇଛି। ପ୍ରାୟ ୯୦% ଅର୍ଥନୀତିଜ୍ଞ କହିଛନ୍ତି, ସରକାରଙ୍କ ପ୍ୟାକେଜ ଅର୍ଥ ବ୍ୟବସ୍ଥାରେ ଉତ୍ସାହ ଆଣିପାରିନାହିଁ। ଏହି ପରିପ୍ରେକ୍ଷୀରେ ଖାଉଟିଙ୍କ ଖର୍ଚ୍ଚ ବୃଦ୍ଧି ପୁଞ୍ଜି ଖର୍ଚ୍ଚ ଲାଗି ଯେଉଁ ଯୋଜନା ରହିଛି ତାହା ହୁଏତ ଭିନ୍ନ ହୋଇଛି। ମାତ୍ର ସରକାର ଏ ଦିଗରେ ଗ୍ରହଣ କରିଥିବା ବିତ୍ତୀୟ ପଦକ୍ଷେପ ପର୍ଯ୍ୟାପ୍ତ ନୁହେଁ ବୋଲି ଏଚ୍‌ଡିଏଫ୍‌ସି ବ୍ୟାଙ୍କର ବରିଷ୍ଠ ଅର୍ଥନୀତିଜ୍ଞ ସାକ୍ଷୀ ଗୁପ୍ତା ମତ ପ୍ରକାଶ କରିଛନ୍ତି। ସରକାର ଯେଉଁ ବଡ଼ ପ୍ୟାକେଜ ଘୋଷଣା କରିଛନ୍ତି ସେଥିରେ ନିଜସ୍ବ ଖର୍ଚ୍ଚ କମ୍‌ ବୋଲି ବୁଝାପଡିବ ଅର୍ଥାତ୍‌ ପ୍ୟାଜେକର ଅଧିକାଂଶ ଅଂଶ କେବଳ ଋଣ ଆକାରରେ ରହିଛି। ଅର୍ଥ ବ୍ୟବସ୍ଥା ଠିକ୍‌ ନ ଥିବା ବେଳେ ଋଣ ନେଇ ନିବେଶ କରିବାକୁ କିଏ ଆଗେଇ ଆସିବ ବୋଲି ବିଶେଷଜ୍ଞ ପ୍ରଶ୍ନ ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଲଦୀପଙ୍କ ଦ୍ୱିତୀୟ ଇନିଂସ: ପିଲାଦିନର ବନ୍ଧୁ ବଂଶିକାଙ୍କ ସହ ବିବାହ ସମ୍ପନ୍ନ, ଧୁମ୍‌ ନାଚିଲେ…

ମସୁରୀ, ୧୪।୩: ଟିମ୍‌ ଇଣ୍ଡିଆର ଷ୍ଟାର୍‌ ସ୍ପିନର୍‌ କୁଲଦୀପ ଯାଦବଙ୍କ ପାଇଁ ମାର୍ଚ୍ଚ ୨୦୨୬ ସାରା ଜୀବନ ପାଇଁ ସ୍ମରଣୀୟ ହୋଇ ରହିବ। ଗତ ରବିବାର (୯…

୧୬ରେ କଂଗ୍ରେସର ସଂସଦ ଘେରାଉ ଆନ୍ଦୋଳନ

ନୂଆଦିଲ୍ଲୀ,୧୪ା୩: କେନ୍ଦ୍ର ସରକାର ନିକଟରେ କରିଥିବା ଆମେରିକା ସହ ବାଣିଜ୍ୟ ଚୁକ୍ତିନାମା ଦେଶ ପାଇଁ କ୍ଷତିକାରକ ହେବ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାର ପ୍ରତିବାଦ ସ୍ବରୁପ…

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟ୍‌କା! ଲିଗ୍‌ ଆରମ୍ଭର ୧୪ ଦିନ ପୂର୍ବରୁ ଦଳ ଛାଡ଼ିଲେ…

ନୂଆଦିଲ୍ଲୀ, ୧୪।୩: ଆଇପିଏଲ ୨୦୨୬ ପାଇଁ ସମସ୍ତ ଦଳ ନିଜର ପ୍ରସ୍ତୁତି ଜୋରଦାର କରିଛନ୍ତି। କେଉଁଠି ନୂଆ ଜର୍ସି ଲଞ୍ଚ ହେଉଛି ତ କେଉଁଠି ଖେଳାଳିମାନେ ଅଭ୍ୟାସ…

ଛାତ୍ରୀଙ୍କ ଅସଦାଚରଣ ଭିଡିଓ ଭାଇରାଲ ମାମଲା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

କାକଟପୁର/ଅସ୍ତରଙ୍ଗ,୧୪ା୩(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ/ମମତା ଜେନା): ପୁରୀ ଜିଲା କାକଟପୁର ଥାନା ଅଞ୍ଚଳର ଏକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ସ୍କୁଲର ଅବସରପ୍ରାପ୍ତ କର୍ମଚାରୀ ଅସଦାଚରଣ କରିଥିବା ଭିଡିଓ…

ଗ୍ୟାସ, ପେଟ୍ରୋଲ କଳାବଜାର କରୁଥିଲେ ସାବଧାନ: ନିୟମିତ ଯାଞ୍ଚ କରିବ କମିଟି

ନନ୍ଦପୁର,୧୪ା୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ଅଞ୍ଚଳର ପେଟ୍ରୋଲ ଟାଙ୍କି, ଗ୍ୟାସ ବିତରଣ କେନ୍ଦ୍ରଗୁଡ଼ିକ ନିୟମିତ ଯାଞ୍ଚ କରିବାକୁ କମିଟି ଗଠନ ପାଇଁ…

ବଡ଼ ଧରଣର ପୋଲିସ ଚଢ଼ାଉ: ବିପୁଳ ପରିମାଣର ବିସ୍ଫୋରକ ସହ ୨ ଗିରଫ

ବେଲଗୁଣ୍ଠା,୧୪।୩(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେଲଗୁଣ୍ଠା ଥାନା ଅଧିକାରୀ…

ଭେଟିବାକୁ ଆସିଲେନି ପ୍ରେମିକ, ବୈତରଣୀ ପୋଲ ଉପରୁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ପୋଲିସ ପହଞ୍ଚି…

ପାଟଣା, ୧୪।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ନିକଟସ୍ଥ ବୈତରଣୀ ନଦୀ ପୋଲ ଉପରେ ଶନିବାର ଏକ ଚକିତ କଲାଭଳି ଘଟଣା…

ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଲେ ମାଓବାଦୀ ନେତ୍ରୀ ରାଣୀତା

ମାଲକାନଗିରି,୧୪ା୩(ସୁଚିତ୍ରା ଦାସ): ମାର୍ଚ୍ଚ ୩୧ ସୁଦ୍ଧା ମାଓବାଦୀ କାର୍ଯ୍ୟକଳାପରୁ ନିବୃତ୍ତ ହୋଇ ମୁଖ୍ୟସ୍ରୋତରେ ସାମିଲହେବାକୁ ସରକାର ମାଓବାଦୀମାନଙ୍କୁ ଆହ୍ବାନ ଦେଇଥିଲେ। ଏହି ସମୟସୀମା ମଧ୍ୟରେ ଆତ୍ମସମର୍ପଣ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri